ରାସ୍ତା କଡରେ ଜରାଜୀର୍ଣ୍ଣ ଅବସ୍ଥାରେ ‘୧୦୮’ ଆମ୍ବୁଲାନ୍ସ , ମେଡିକାଲ ନେବ କିଏ ?

The Sakala Picture
Published On

ତମାଣ୍ଡୋ: ଦୁର୍ଘଟଣା ଶିକାର ବ୍ୟକ୍ତି କିମ୍ବା ଗୁରୁତର ରୋଗୀମାନଙ୍କୁ ଶୀଘ୍ର ଓ ସହଜରେ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ସରକାରଙ୍କ ପକ୍ଷରୁ ‘୧୦୮ ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା କରାଯାଇଛି। କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଅବହେଳା କାରଣରୁ ଆବଶ୍ୟକ ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ‘୧୦୮’ ଆମ୍ବୁଲାନ୍ସ ଅଚଳ ହୋଇ ରାସ୍ତା କଡ଼ରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ନଷ୍ଟ ହେଉଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି ୧୬ ନମ୍ବର ଜାତୀୟ ରାଜପଥର ତମାଣ୍ଡୋ ଥାନା ନିକଟରେ। ମରାମତି ଅଭାବରୁ […]

ତମାଣ୍ଡୋ: ଦୁର୍ଘଟଣା ଶିକାର ବ୍ୟକ୍ତି କିମ୍ବା ଗୁରୁତର ରୋଗୀମାନଙ୍କୁ ଶୀଘ୍ର ଓ ସହଜରେ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ସରକାରଙ୍କ ପକ୍ଷରୁ ‘୧୦୮ ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା କରାଯାଇଛି। କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଅବହେଳା କାରଣରୁ ଆବଶ୍ୟକ ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ‘୧୦୮’ ଆମ୍ବୁଲାନ୍ସ ଅଚଳ ହୋଇ ରାସ୍ତା କଡ଼ରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ନଷ୍ଟ ହେଉଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି ୧୬ ନମ୍ବର ଜାତୀୟ ରାଜପଥର ତମାଣ୍ଡୋ ଥାନା ନିକଟରେ। ମରାମତି ଅଭାବରୁ ‘୧୦୮ ଆମ୍ବୁଲାନ୍ସ ଟି ୪ ବର୍ଷ ହେବ ଅଚଳ ହୋଇ ପଡ଼ି ରହିଛି। ଏହାର ଚତୁଃପାର୍ଶ୍ଵରେ ଅନାବନା ଗଛ ଉଠି ଆମ୍ବୁଲାନ୍ସକୁ ଗିଳିବାକୁ ବସିଲାଣି। ଖରା, ବର୍ଷା ପ୍ରକୋପରେ ତାହା ଦିନକୁ ଦିନ ଅଧିକ ଖରାପ ହେଉଛି। ଦୀର୍ଘଦିନ ଧରି ଏଭଳି ଅବସ୍ଥାରେ ପଡ଼ି ରହିଥିବାରୁ ଗାଡ଼ିରୁ ବିଭିନ୍ନ ଅଂଶ ଚୋରି ହୋଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ଅତୀତରେ ହଜାର ହଜାର ରୋଗୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିବା ଆମ୍ବୁଲାନ୍ସଟି ସତେ ଯେମିତି କହୁଛି ‘ମୋତେ ମେଡିକାଲ ନିଅ ମୋତେ ଚିକିତ୍ସା ଦରକାର’। ଖରାପ ହୋଇ ପଡ଼ି ରହିଥିବା ଆମ୍ବୁଲାନ୍ସକୁ ଉଚିତ ସମୟରେ ମରାମତି କରାଯାଇଥିଲେ ପୁନଶ୍ଚ ହୁଏତ ରୋଗୀଙ୍କ ସେବାରେ ନିୟୋଜିତ ହୋଇପାରିଥାନ୍ତା ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳର ବାଳକୃଷ୍ଣ ପ୍ରଧାନ । ଏନେଇ ‘୧୦୮’ ଆମ୍ବୁଲାନ୍ସ ଦାୟିତ୍ବରେ ଥିବା ଜେଡଏଚଏଲର କ୍ଲଷ୍ଟର ଲିଡର ଅମୀୟ ସ୍ଵାଇଁଙ୍କୁ ପଚାରିବାରୁ, ଆମ୍ବୁଲାନ୍ସଟି ଚାଲିବା ଉପଯୋଗୀ ନ ହେବାରୁ ତାକୁ ସେବାରୁ ନିବୃତ କରାଯାଇଛି ଓ ତା ବଦଳରେ ସରକାରଙ୍କ ତରଫରୁ ଏକ ନୂତନ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି। ଖରାପ ଆମ୍ବୁଲାନ୍ସକୁ ନିଲାମ କରାଯିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର