ସାତକୋଶିଆ ଅଭୟାରଣ୍ୟରେ ୧୦ ବନକର୍ମଚାରୀ କରୋନା ପଜିଟିଭ ଚିହ୍ନଟ

The Sakala Picture
Published On

ଅନୁଗୁଳ: କରୋନା ସଂକ୍ରମଣ ଯୋଗୁଁ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କୁ ନିଷେଧ କରାଯାଇଥିବା ବେଳେ ଆଜି ଅଭୟାରଣ୍ୟର ୧୦ଜଣ ବନକର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ସାତକୋଶିଆ ଅଭୟାରଣ୍ୟ ଉପରେ ଏହାର ପ୍ରଭାବ ପଡିବ ବୋଲି କୁହାଯାଉଛି। ସୂଚନା ଅନୁଯାୟୀ, କରୋନା ମହାମାରୀର ଭୟବହତାକୁ ଦୃଷ୍ଟିରେ ରଖି ସାତକୋଶିଆ ଅଭୟାରଣ୍ୟକୁ ଗତ ୨ତାରିଖ ଠାରୁ ବନ୍ଦ କରାଯାଇଛି। ଏଠାକୁ ବାହାର ପର୍ଯ୍ୟଟକ ଆସିବା ଉପରେ ନିଷେଧାଦେଶ ଜାରି କରାଯାଇଛି। ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା […]

ଅନୁଗୁଳ: କରୋନା ସଂକ୍ରମଣ ଯୋଗୁଁ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କୁ ନିଷେଧ କରାଯାଇଥିବା ବେଳେ ଆଜି ଅଭୟାରଣ୍ୟର ୧୦ଜଣ ବନକର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ସାତକୋଶିଆ ଅଭୟାରଣ୍ୟ ଉପରେ ଏହାର ପ୍ରଭାବ ପଡିବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ପ୍ରେମିକା ଘରକୁ ଯାଇଥିବା ଯୁବକଙ୍କୁ ପିଟିପିଟି ଜିଅନ୍ତା ଜାଳିଦେଲେ ପରିବାର ଲୋକେ !

ସୂଚନା ଅନୁଯାୟୀ, କରୋନା ମହାମାରୀର ଭୟବହତାକୁ ଦୃଷ୍ଟିରେ ରଖି ସାତକୋଶିଆ ଅଭୟାରଣ୍ୟକୁ ଗତ ୨ତାରିଖ ଠାରୁ ବନ୍ଦ କରାଯାଇଛି। ଏଠାକୁ ବାହାର ପର୍ଯ୍ୟଟକ ଆସିବା ଉପରେ ନିଷେଧାଦେଶ ଜାରି କରାଯାଇଛି। ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ବନ କର୍ମଚାରୀଙ୍କୁ ଏବେ କରୋନା ଛୁଇଁଛି। ଅଭୟାରଣ୍ୟର ରାଇଗୁଡା ବନାଞ୍ଚଳ ଓ ପୁରୁଣାକୋଟ ବନାଞ୍ଚଳର ୧୦ଜଣ ବନକର୍ମଚାରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି। ଆକ୍ରାନ୍ତଙ୍କ ମଧ୍ୟରେ ଫରେଷ୍ଟର, ଫରେଷ୍ଟଗାର୍ଡ ମଧ୍ୟ ରହିଛନ୍ତି। ତେବେ ଏମାନଙ୍କ ମଧ୍ୟରେ କିଛି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଥିବା ବେଳେ ଆଉ କେତେକ ହୋମ କ୍ୱାରେଣ୍ଟଟାଇନରେ ରହିଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ।

ଆହୁରି ପଢ଼ନ୍ତୁ: କାଲିଠୁ ବିଧାନସଭାର ମୌସୁମୀ ଅଧିବେଶନ: ବିଭିନ୍ନ ପ୍ରସଙ୍ଗରେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇପାରନ୍ତି ରାଜ୍ୟ ସରକାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର