କୋଭିଟ କଟକଣାକୁ ବର୍ଷେ ପୂରିଲା; କରୋନା ଯାଇନି, ସତର୍କ ରୁହନ୍ତୁ

The Sakala Picture
Published On

ଭୁବନେଶ୍ବର: ଆଜି କୋଭିଡ କଟକଣା ଘୋଷଣାକୁ ବର୍ଷେ ପୁରୁଛି। ଠିକ୍ ବର୍ଷକ ତଳେ ଆଜିର ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନକୁ ବିପର୍ଯ୍ଯୟ ବୋଲି ଘୋଷଣା କରିଥିଲେ । ଦେଶର କୌଣସି ରାଜ୍ୟ କରୋନାର ଭୟାବହତାକୁ ବୁଝିବା ପୂର୍ବରୁ ଆଗୁଆ ସତର୍କତା ମୁଳକ ପଦକ୍ଷେପ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଯକ ଏହାକୁ ବିପର୍ଯ୍ଯୟ ଭାବେ ଘୋଷଣା କରିଥିଲେ । ଆଗକୁ ଲକଡାଉନ ହେବ କି ନାହିଁ, ସେ ନେଇ ଅନୁଧ୍ୟାନ ଚାଲିଛି। ସ୍ଥିତି ଦେଖି ପଦକ୍ଷେପ ନିଆଯିବ। […]

ଭୁବନେଶ୍ବର: ଆଜି କୋଭିଡ କଟକଣା ଘୋଷଣାକୁ ବର୍ଷେ ପୁରୁଛି। ଠିକ୍ ବର୍ଷକ ତଳେ ଆଜିର ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନକୁ ବିପର୍ଯ୍ଯୟ ବୋଲି ଘୋଷଣା କରିଥିଲେ । ଦେଶର କୌଣସି ରାଜ୍ୟ କରୋନାର ଭୟାବହତାକୁ ବୁଝିବା ପୂର୍ବରୁ ଆଗୁଆ ସତର୍କତା ମୁଳକ ପଦକ୍ଷେପ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଯକ ଏହାକୁ ବିପର୍ଯ୍ଯୟ ଭାବେ ଘୋଷଣା କରିଥିଲେ ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ଆଗକୁ ଲକଡାଉନ ହେବ କି ନାହିଁ, ସେ ନେଇ ଅନୁଧ୍ୟାନ ଚାଲିଛି। ସ୍ଥିତି ଦେଖି ପଦକ୍ଷେପ ନିଆଯିବ। ସମସ୍ତେ କୋଭିଡ଼ ନିୟମ ମାନି ଚାଲିବା ଆବଶ୍ୟକ। କୋଭିଡ ପରିଚାଳନାରେ ଅନ୍ୟ ରାଜ୍ୟ ତୁଳନାରେ ସୁସ୍ଥାତା ହାର ଭଲ ରହିଛି। ପ୍ରାକ ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଜନଜୀବନ ବଞ୍ଚାଇ ପାରିଛି। ମୁଖ୍ୟମନ୍ତ୍ରୀ ଓ ଜନସାଧାରଣଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି।  ଏ ଯାଏ କୋଭିଡ ଯାଇ ନାହିଁ। ସମସ୍ତେ ସତର୍କତା ଅବଲମ୍ବନ କରନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ସୂଚନା ଅନୁଯାୟୀ, ମାର୍ଚ୍ଚ ୧୩, ୨୦୨୦ରେ ରାଜ୍ୟର ସମସ୍ତ ସିନେମା ହଲ,ସୁଇମିଂ ପୁଲ ଓ ଜିମ୍ ତଥା ସ୍କୁଲକୁ ବନ୍ଦ କରିବାକୁ ଆଦେଶ ଦେଇଥିଲେ ସରକାର । ଏହାପରେ ଆସିଥିଲା ଲକଡାଉନ୍ । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଲକଡାଉନ୍ ଘୋଷଣା ହୋଇଥିଲା । ଯାହାକୁ ପରେ କେନ୍ଦ୍ର ସରକାର ଅନୁସରଣ କରିଥିଲେ । ଦେଶବ୍ୟାପୀ ଲକଡାଉନ୍ ଘୋଷଣା ପୂର୍ବରୁ ଓଡ଼ିଶାର ୫ଟି ଜିଲ୍ଲାରେ ଲାଗୁ ହୋଇଥିଲା ଲକଡାଉନ୍ । ୫ ଜିଲ୍ଲା ସହିତ ରାଜ୍ୟର ୮ ବଡ ସହରରେ ମଧ୍ୟ ଲକଡାଉନ୍ ଲାଗୁ ହୋଇଥିଲା । ଏହି ଲକଡାଉନ୍ କାଳରେ ସାଧାରଣ ପରିବହନ ସେବା,ଦୋକାନ ବଜାର,ଅଫିସ,କାରଖାନା ବନ୍ଦ ରହିଥିଲା ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ଦେଶବ୍ୟାପି ଲକଡାଉନ୍ କାଳରେ ଓଡ଼ିଶାରେ ଲକଡାଉନକୁ ପୁଣିଥରେ ବଢା ଯାଇଥିଲା । ମାର୍ଚ୍ଚ ୨୪ ତାରିଖରେ ରାଜ୍ୟ ସରକାର ଲକଡାଉନକୁ ମାର୍ଚ୍ଚ ୨୯ ପର୍ୟ୍ୟନ୍ତ ବୃଦ୍ଧି କରିଥିଲେ । ସେତେବଳେ ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଥିଲା । ମାର୍ଚ୍ଚ ୨୫ ତାରିଖରୁ ଏପ୍ରିଲ ୧୪ ପର୍ୟ୍ୟନ୍ତ ପୂରା ଦେଶ ତାଲବନ୍ଦ ଥିଲା । କିନ୍ତୁ କରୋନା ବେକାବୁ ଥିଲା । ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମେ ୩ ପର୍ୟ୍ୟନ୍ତ ଲକଡାଉନ୍ ବଢାଇଥିଲେ । କିନ୍ତୁ ଏହାପୂର୍ବରୁ ହିଁ ରାଜ୍ୟ ସରକାର ଏପ୍ରିଲ ୧୪ରେ ଲକଡାଉନ୍ ଉଠିବ ନାହିଁ ବୋଲି ଘୋଷଣା କରି ସାରିଥିଲେ । ରାଜ୍ୟ ସରକାର ଲକଡାଉନ ଅବଧିକୁ ଏପ୍ରିଲ ୩୦ ପର୍ୟ୍ୟନ୍ତ ବଢାଇ ଦେଇଥିଲେ ।

ଏହି ସମୟରେ ବିଦେଶରୁ ଆସୁଥିବା ଲୋକ ରାଜ୍ୟ ସରକାରଙ୍କ ପାଇଁ ବଡ ଚିନ୍ତା ଥିଲେ । ବିଦେଶରୁ ଆସୁଥିବା ବ୍ୟକ୍ତି କୋଭିଡ୍ ପୋର୍ଟାଲରେ ୨୪ ଘଣ୍ଟାରେ ନିଜ ନାମ ପଂଜିକରଣ କରିବାକୁ କୁହାଯାଇଥିଲା । ସେମାନଙ୍କୁ ୧୪ ଦିନ ପର୍ଯ୍ଯନ୍ତ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ମଧ୍ୟ କୁହାଯାଇଥିଲା । ନାମ ପଂଜିକରଣ ଓ ହୋମ୍ କ୍ୱାରେଣ୍ଟାଇନରେ ରହିବା ପାଇଁ ସରକାର ୧୫ ହଜାର ଟଙ୍କାର ଇନସେଣ୍ଟିଭ୍ ମଧ୍ୟ ଦେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର