ପ୍ରଥମ କିସ୍ତି ପରେ ଦ୍ବିତୀୟ କିସ୍ତି ପାଇବାରୁ ୧ ଲକ୍ଷ ମହିଳା ବଞ୍ଚିତ, ଉପମୁଖ୍ୟମନ୍ତ୍ରୀ କହିଲେ ରାକ୍ଷୀ ପୂର୍ଣ୍ଣିମାରେ…….

The Sakala Picture
Published On

ଭୁବନେଶ୍ବର : ପ୍ରଥମ କିସ୍ତିରେ ସୁଭଦ୍ରା ଟଙ୍କା ପାଇଲେ ଓ ଦ୍ଵିତୀୟ କିସ୍ତି ବେଳକୁ ଇନକମ ବଢିଗଲା, ଆଉ ଟଙ୍କା ଆସିଲାନି। ଏପରି ଭାବେ ସୁଭଦ୍ରା ଦ୍ଵିତୀୟ କିସ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି ୧ ଲକ୍ଷ ମହିଳା ହିତାଧିକାରୀ। ରାସନକାର୍ଡ ଓ ଇନ୍‌କମରେ ତାଳମେଳ ଖିଲାପି ଯୋଗୁଁ ୧ ଲକ୍ଷ ମହିଳା ଅସୁବିଧା ଭୋଗୁଛନ୍ତି ବୋଲି ସ୍ବିକାର କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଥମ କିସ୍ତି ପାଇବା ପରେ ୧ ଲକ୍ଷ ମହିଳା ଦ୍ଵିତୀୟ […]

ଭୁବନେଶ୍ବର : ପ୍ରଥମ କିସ୍ତିରେ ସୁଭଦ୍ରା ଟଙ୍କା ପାଇଲେ ଓ ଦ୍ଵିତୀୟ କିସ୍ତି ବେଳକୁ ଇନକମ ବଢିଗଲା, ଆଉ ଟଙ୍କା ଆସିଲାନି। ଏପରି ଭାବେ ସୁଭଦ୍ରା ଦ୍ଵିତୀୟ କିସ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି ୧ ଲକ୍ଷ ମହିଳା ହିତାଧିକାରୀ। ରାସନକାର୍ଡ ଓ ଇନ୍‌କମରେ ତାଳମେଳ ଖିଲାପି ଯୋଗୁଁ ୧ ଲକ୍ଷ ମହିଳା ଅସୁବିଧା ଭୋଗୁଛନ୍ତି ବୋଲି ସ୍ବିକାର କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଥମ କିସ୍ତି ପାଇବା ପରେ ୧ ଲକ୍ଷ ମହିଳା ଦ୍ଵିତୀୟ କିସ୍ତି ସୁଭଦ୍ରା ଟଙ୍କା ପାଇ ନାହାନ୍ତି। ଯେଉଁମାନେ ପ୍ରଥମ କିସ୍ତି ପାଇଥିଲେ ,ଦ୍ଵିତୀୟ କିସ୍ତି ଆସିବା ବେଳେ ତାଙ୍କ ପାଖରେ ଥିବା ରାସନ କାର୍ଡକୁ ଆୟବର୍ଗ ଅଧିକ ଥିବାରୁ ଫେରାଇଛନ୍ତି। ସେହି କାରଣରୁ ୧ ଲକ୍ଷ ମହିଳାଙ୍କୁ ଅସୁବିଧା ଭୋଗ କରିବାକୁ ପଡିଛି। କିଛି ମହିଳା ତାଙ୍କ ଭିତରୁ ଗାଡ଼ି କିଣିଛନ୍ତି। ୫ ଏକର ଜମି ନ ଥାଇ ଧାନ ମଣ୍ଡିରେ ଅଧିକ ଧାନ ଦେଇଛନ୍ତି। ଏ ଯେଉଁ ଅସୁବିଧା ହିତାଧିକାରୀ ଚୟନ ପ୍ରକ୍ରିୟାକୁ ଚାଲେଞ୍ଜ କରିଛି।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

ସେ କାରଣରୁ ୧ ଲକ୍ଷ ମହିଳାଙ୍କ ରିଭ୍ୟୁ ଚାଲିଛି। ଏନେଇ ମାର୍ଚ୍ଚ ୩୧ ପରେ ୱାନ୍‌ ଟୁ ୱାନ୍‌ ସର୍ଭେ କରାଯିବ। ସର୍ଭେ ହେବା ସହ ଯୋଗ୍ୟ ବିବେଚିତ ହେଲେ ରାକ୍ଷୀ ପୂର୍ଣ୍ଣିମାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀ ପାଇବେ ଦ୍ଵିତୀୟ କିସ୍ତି ।ଆସନ୍ତା ମାର୍ଚ୍ଚ ୩୧ ଯାଏଁ ସୁଭଦ୍ରାର ଆବେଦନ ଅବଧି ରହିଛି। ୨୧ ବର୍ଷ ଯାହାକୁ ହେଇଯିବ ସେମାନେ ଆବେଦନ କରିପାରିବେ। ଯେଉଁମାନେ ବଞ୍ଚିତ ରହିଛନ୍ତି ୩୧ ପରେ ୱାନ ଟୁ ୱାନ ସର୍ଭେ ହେବ କଣ କାରଣ ରହିଚି ଓ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର