ବିଜେଡିର ପଞ୍ଚାୟତ ପ୍ରସ୍ତୁତି: ଦୁଇ ଜିଲ୍ଲାରେ ନୂଆ ସଭାପତି, ୬ ଜିଲ୍ଲାରେ ନୂଆ କାର୍ଯ୍ୟକାରୀ ସଭାପତିଙ୍କ ନିଯୁକ୍ତି

Madhusudan Das Picture
Published On

ଭୁବନେଶ୍ୱର: ଆଉ ୮ ମାସ ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ। ଏହା ପୂର୍ବରୁ ଦଳର ସାଙ୍ଗଠନିକ ପୁନର୍ବିନ୍ୟାସ ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଭିନ୍ନ ଜିଲ୍ଲା ଓ ରାଜ୍ୟସ୍ତରରେ ଦଳକୁ ଅଧିକ ସଙ୍ଗଠିତ କରିବା ପାଇଁ ନବୀନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି କ୍ରମରେ ମଙ୍ଗଳବାର ୨ଟି ଜିଲ୍ଲାରେ ବିଜେଡି ସଭାପତି ଓ କାର୍ଯ୍ୟକାରୀ ସଭାପତି ଏବଂ ୬ଟି ଜିଲ୍ଲାରେ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ସେହିପରି  ୫ ସାଂଗଠନିକ ଜିଲ୍ଲାରେ ନୂତନ ଭାବେ ବିଜୁ ଯୁବ ଏବଂ ଛାତ୍ର ଜନତା ଦଳର ସଭାପତିଙ୍କ ନିଯୁକ୍ତି ସହ ରାଜ୍ୟ ପଦାଧିକାରୀ ଭାବେ ୮୯ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । ଦଳକୁ ନିକଟରେ ପ୍ରତ୍ୟାବର୍ତ୍ତନ କରିଥିବା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ରାଜ୍ୟ ଉପସଭାପତି ରୂପେ ନବୀନ ନିଯୁକ୍ତି ଦେଇଛନ୍ତି। ସେହିପରି ୫ ବରିଷ୍ଠ ସାଧାରଣ ସମ୍ପାଦକ, ୨୭ ସାଧାରଣ ସମ୍ପାଦକ, ୪୫ ସମ୍ପାଦକ ଓ ୧୧ ଯୁଗ୍ମ ସମ୍ପାଦକଙ୍କୁ ମଧ୍ୟ ଆଜି ନିଯୁକ୍ତି ଦିଆଯାଇଛି । 

ଆହୁରି ପଢ଼ନ୍ତୁ: ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ମିଳିବ ମାଟ୍ରିକ ସାର୍ଟିଫିକେଟ୍, ଶନିବାର ପ୍ରକାଶ ପାଇବ ପରୀକ୍ଷା ଫଳ

ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ଭାବେ ରାଜେନ୍ଦ୍ର କୁମାର ସାହୁ ଏବଂ କାର୍ଯ୍ୟକାରୀ ସଭାପତି ଭାବେ ମନ୍ମଥ ରାଉତରାୟଙ୍କୁ ନିଯୁକ୍ତି ଦିଆଯାଇଛି । ବାଲେଶ୍ୱରରେ ସଭାପତି ଭାବେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ କାର୍ଯ୍ୟକାରୀ ସଭାପତି ଭାବେ ଗୌତମ ବୁଦ୍ଧ ଦାସଙ୍କୁ ନୂଆ ନିଯୁକ୍ତି ମିଳିଛି । ଅନୁଗୋଳ ବିଜେଡିର କାର୍ଯ୍ୟକାରୀ ସଭାପତି ଭାବେ ନଳିନୀକାନ୍ତ ପ୍ରଧାନଙ୍କୁ ନୂଆ ଦାୟିତ୍ୱ ମିଳିଛି ଏବଂ ବୌଦ୍ଧ ଜିଲ୍ଲାରେ ମହୀଧର ରଣା, ଢେଙ୍କାନାଳରେ ନରୋତ୍ତମ ସାହୁ ଓ କେନ୍ଦୁଝର ଜିଲ୍ଲାରେ ପ୍ରମୋଦ ପଟ୍ଟନାୟକଙ୍କୁ କାର୍ଯ୍ୟକାରୀ ସଭାପତି ନିଯୁକ୍ତି ଦିଆଯାଇଛି। 

ଆହୁରି ପଢ଼ନ୍ତୁ: ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ, ସନ୍ଧ୍ୟା ୬ଟାରୁ ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ

ସେହିପରି କଟକ ଜିଲ୍ଲାରେ ବିଜୁ ଯୁବ ଜନତା ଦଳ ସଭାପତି ଭାବେ ସ୍ମତି ରଞ୍ଜନ ନାୟକଙ୍କୁ ନିଯୁକ୍ତି ମିଳିଥିବା ବେଳେ ଅନୁଗୋଳରେ ଅନୁରଭ ସିଂ, ମୟୂରଭଞ୍ଜ-୨ରେ ଅଭିଷେକ ସାହୁ, ରାଉରକେଲାରେ ପଙ୍କଜ କୁମାର ଜୟସୱାଲ ଓ ନୂଆପଡ଼ାରେ ମନୋଜ ଦୀପଙ୍କୁ ନିଯୁକ୍ତି ମିଳିଛି। ଅନୁରୂପ ଭାବରେ ବିଜୁ ଛାତ୍ର ଜନତା ଦଳ ସଭାପତି ଭାବେ କଟକ ଜିଲ୍ଲାରେ ସୁମନ କୁମାର ବେହେରାଙ୍କୁ ନିଯୁକ୍ତି ମିଳିଥିବାବେଳେ ଅନୁଗୋଳରେ ଶୁଭ୍ରାଂଶୁ ଶେଖର ଜିତ୍‌, ମୟୂରଭଞ୍ଜ-୨ରେ ଚନ୍ଦ୍ର ଶେଖର ସାହୁ, ରାଉରକେଲାରେ ସଞ୍ଜିତ ଛୋଟରାୟ ଓ ନୂଆପଡ଼ାରେ ସୁବେର ସିଂ ଦେଓଙ୍କୁ ନିଯୁକ୍ତି ମିଳିଛି।

ଆହୁରି ପଢ଼ନ୍ତୁ: ଘର ଆଗରେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା

05 May 2026 By Madhusudan Das

ବିଜେଡିର ପଞ୍ଚାୟତ ପ୍ରସ୍ତୁତି: ଦୁଇ ଜିଲ୍ଲାରେ ନୂଆ ସଭାପତି, ୬ ଜିଲ୍ଲାରେ ନୂଆ କାର୍ଯ୍ୟକାରୀ ସଭାପତିଙ୍କ ନିଯୁକ୍ତି

ଭୁବନେଶ୍ୱର: ଆଉ ୮ ମାସ ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ। ଏହା ପୂର୍ବରୁ ଦଳର ସାଙ୍ଗଠନିକ ପୁନର୍ବିନ୍ୟାସ ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଭିନ୍ନ ଜିଲ୍ଲା ଓ ରାଜ୍ୟସ୍ତରରେ ଦଳକୁ ଅଧିକ ସଙ୍ଗଠିତ କରିବା ପାଇଁ ନବୀନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି କ୍ରମରେ ମଙ୍ଗଳବାର ୨ଟି ଜିଲ୍ଲାରେ ବିଜେଡି ସଭାପତି ଓ କାର୍ଯ୍ୟକାରୀ ସଭାପତି ଏବଂ ୬ଟି ଜିଲ୍ଲାରେ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ସେହିପରି  ୫ ସାଂଗଠନିକ ଜିଲ୍ଲାରେ ନୂତନ ଭାବେ ବିଜୁ ଯୁବ ଏବଂ ଛାତ୍ର ଜନତା ଦଳର ସଭାପତିଙ୍କ ନିଯୁକ୍ତି ସହ ରାଜ୍ୟ ପଦାଧିକାରୀ ଭାବେ ୮୯ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । ଦଳକୁ ନିକଟରେ ପ୍ରତ୍ୟାବର୍ତ୍ତନ କରିଥିବା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ରାଜ୍ୟ ଉପସଭାପତି ରୂପେ ନବୀନ ନିଯୁକ୍ତି ଦେଇଛନ୍ତି। ସେହିପରି ୫ ବରିଷ୍ଠ ସାଧାରଣ ସମ୍ପାଦକ, ୨୭ ସାଧାରଣ ସମ୍ପାଦକ, ୪୫ ସମ୍ପାଦକ ଓ ୧୧ ଯୁଗ୍ମ ସମ୍ପାଦକଙ୍କୁ ମଧ୍ୟ ଆଜି ନିଯୁକ୍ତି ଦିଆଯାଇଛି । 

ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ଭାବେ ରାଜେନ୍ଦ୍ର କୁମାର ସାହୁ ଏବଂ କାର୍ଯ୍ୟକାରୀ ସଭାପତି ଭାବେ ମନ୍ମଥ ରାଉତରାୟଙ୍କୁ ନିଯୁକ୍ତି ଦିଆଯାଇଛି । ବାଲେଶ୍ୱରରେ ସଭାପତି ଭାବେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ କାର୍ଯ୍ୟକାରୀ ସଭାପତି ଭାବେ ଗୌତମ ବୁଦ୍ଧ ଦାସଙ୍କୁ ନୂଆ ନିଯୁକ୍ତି ମିଳିଛି । ଅନୁଗୋଳ ବିଜେଡିର କାର୍ଯ୍ୟକାରୀ ସଭାପତି ଭାବେ ନଳିନୀକାନ୍ତ ପ୍ରଧାନଙ୍କୁ ନୂଆ ଦାୟିତ୍ୱ ମିଳିଛି ଏବଂ ବୌଦ୍ଧ ଜିଲ୍ଲାରେ ମହୀଧର ରଣା, ଢେଙ୍କାନାଳରେ ନରୋତ୍ତମ ସାହୁ ଓ କେନ୍ଦୁଝର ଜିଲ୍ଲାରେ ପ୍ରମୋଦ ପଟ୍ଟନାୟକଙ୍କୁ କାର୍ଯ୍ୟକାରୀ ସଭାପତି ନିଯୁକ୍ତି ଦିଆଯାଇଛି। 

ସେହିପରି କଟକ ଜିଲ୍ଲାରେ ବିଜୁ ଯୁବ ଜନତା ଦଳ ସଭାପତି ଭାବେ ସ୍ମତି ରଞ୍ଜନ ନାୟକଙ୍କୁ ନିଯୁକ୍ତି ମିଳିଥିବା ବେଳେ ଅନୁଗୋଳରେ ଅନୁରଭ ସିଂ, ମୟୂରଭଞ୍ଜ-୨ରେ ଅଭିଷେକ ସାହୁ, ରାଉରକେଲାରେ ପଙ୍କଜ କୁମାର ଜୟସୱାଲ ଓ ନୂଆପଡ଼ାରେ ମନୋଜ ଦୀପଙ୍କୁ ନିଯୁକ୍ତି ମିଳିଛି। ଅନୁରୂପ ଭାବରେ ବିଜୁ ଛାତ୍ର ଜନତା ଦଳ ସଭାପତି ଭାବେ କଟକ ଜିଲ୍ଲାରେ ସୁମନ କୁମାର ବେହେରାଙ୍କୁ ନିଯୁକ୍ତି ମିଳିଥିବାବେଳେ ଅନୁଗୋଳରେ ଶୁଭ୍ରାଂଶୁ ଶେଖର ଜିତ୍‌, ମୟୂରଭଞ୍ଜ-୨ରେ ଚନ୍ଦ୍ର ଶେଖର ସାହୁ, ରାଉରକେଲାରେ ସଞ୍ଜିତ ଛୋଟରାୟ ଓ ନୂଆପଡ଼ାରେ ସୁବେର ସିଂ ଦେଓଙ୍କୁ ନିଯୁକ୍ତି ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର