ଜେଲ୍ଗଲେ କାର୍ ଲୁଟେରା
ଭୁବନେଶ୍ୱର : ଭଡ଼ାରେ କାର୍ ନେବାର ଆଳକରି ରାଜ୍ୟ ବାହାରେ ବିକ୍ରି କରୁଥିବା ଜଣେ ହାଇଟେକ୍ ଲୁଟେରାଙ୍କୁ ଗିରଫ କରିଛି ନୂଆପଲ୍ଳୀ ଥାନା ପୁଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ବାଲେଶ୍ୱର ଜିଲ୍ଳା ସୋରର ମାନସ ରଞ୍ଜନ ବିଶ୍ୱାଳ। ମାନସ ରଞ୍ଜନଙ୍କଠାରୁ ପୁଲିସ ୧୦ଟି କାର୍ ଓ ଏକ ସ୍କୁଟିକୁ ଜବତ କରିଛି। ରଞ୍ଜନର ଦୁଇ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ନୂଆପଲ୍ଲୀ ଥାନା ପୁଲିସ। କୋଭିଡ୍ ସମୟରେ ଅନେକ୍ କାର ମାଲିକ ରୋଜଗାର ହରାଇଛନ୍ତି। ଏହି […]
ଭୁବନେଶ୍ୱର : ଭଡ଼ାରେ କାର୍ ନେବାର ଆଳକରି ରାଜ୍ୟ ବାହାରେ ବିକ୍ରି କରୁଥିବା ଜଣେ ହାଇଟେକ୍ ଲୁଟେରାଙ୍କୁ ଗିରଫ କରିଛି ନୂଆପଲ୍ଳୀ ଥାନା ପୁଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ବାଲେଶ୍ୱର ଜିଲ୍ଳା ସୋରର ମାନସ ରଞ୍ଜନ ବିଶ୍ୱାଳ। ମାନସ ରଞ୍ଜନଙ୍କଠାରୁ ପୁଲିସ ୧୦ଟି କାର୍ ଓ ଏକ ସ୍କୁଟିକୁ ଜବତ କରିଛି। ରଞ୍ଜନର ଦୁଇ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ନୂଆପଲ୍ଲୀ ଥାନା ପୁଲିସ। କୋଭିଡ୍ ସମୟରେ ଅନେକ୍ କାର ମାଲିକ ରୋଜଗାର ହରାଇଛନ୍ତି। ଏହି ସମୟରେ ମାନସ ସେମାନଙ୍କୁ ଠକିବା ପାଇଁ ଜାଲ ବିଛାଇଥିଲେ। ଏପରିକି ସେ କାର ସଚିବାଳୟ ଏବଂ ରେଲୱେ ଅଫିସରେ ଲଗାଇ ଦେଇ ଭଡ଼ା ଦେବା ପାଇଁ ଓଏଲ୍ଏକ୍ସରେ ବିଜ୍ଞାପନ ଦେଇଥିଲେ। ଏହି ବିଜ୍ଞାପନ ଦେଖି ଅନେକ ଗାଡ଼ି ମାଲିକ ମାନସ ସହ ଯୋଗଯୋଗ କରିଥିଲେ। ମାନସ ସେମାନଙ୍କୁ ନିଜର ଅଫିସକୁ ଡାକୁଥିଲେ।
ଗାଡି ମାଲିକଙ୍କ ଠାରୁ ଏକ ଏଗ୍ରିମେଣ୍ଟ କରି ଗାଡି ନେଇଯାଉଥିଲେ। ଏପରିକି ଏହି ଗାଡ଼ିକୁ ସେ ଗଞ୍ଜାମ, ବ୍ରହ୍ମପୁର ଅଞ୍ଚଳରେ ଅନ୍ୟକୁ ୨ଲକ୍ଷ ଟଙ୍କାରେ ବନ୍ଧକ ରଖି ଦେଉଥିଲେ। ଠକ ନାମରେ ନୂଆପଲ୍ଲୀ ଥାନା ଏବଂ ଅନ୍ୟାନ୍ୟ ଥାନାରେ ଏକାଧିକ ଅଭିଯୋଗ ହେବା ପରେ ପୁଲିସ ଏହାକୁ ଗୁରୁତର ସହ ନେଇ ଆରମ୍ଭ କରିଥିବା ସ୍ୱତନ୍ତ୍ର ଅପରେସନ୍। ଏକାଧିକ ଗାଡି ମାଲିକଙ୍କୁଠାରୁ ଠକର ଫଟୋ ସଂଗ୍ରହ କରିଥିଲେ। ଏହାପରେ ପୁଲିସ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ଶେଷରେ ପୁଲିସ ତାଙ୍କୁ ରାଜଧାନୀ ଉପକଣ୍ଠରୁ ଗିରଫ କରିବାରେ ସଫଳ ହୋଇଛି। ଏହା ପଛରେ ଏକ ରାକେଟ୍ କାମ କରୁଥିବା ପୁଲିସ ଜାଣିବାକୁ ପାଇଛି। ତେଣୁ କେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି ସେନେଇ ପୁଲିସ ତଦନ୍ତ କରୁଛି।