ବୁଧବାର ରାଶିଫଳ ( ୦୫-୧୧-୨୦୨୫ )
ମେଷ: ସକରାତ୍ମକ ଦୃଷ୍ଟିରୁ ଦିନଟି ଭଲରେ କଟିବ। ଯାତାୟତ ସମୟରେ ସତର୍କତା ଅବଲମ୍ବ କରନ୍ତୁ। ମହିଳାମାନଙ୍କ ପାଇଁ ଦିନଟି ଭଲ। ପିଲାମାନେ ଖେଳମନସ୍କ ହେବେ।
ବୃଷ: ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପିଠି ଯନ୍ତ୍ରଣା ଅନୁଭବ କରିପାରନ୍ତି। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ଉଧାର ଟଙ୍କା ଫେରି ପାଇପାରନ୍ତି।
ମିଥୁନ: ଆର୍ଥିକ ସ୍ଥିତି ଠିକ୍ ରହିବ। ବିଦ୍ୟାର୍ଥୀମାନେ ଭଲ ପ୍ରଦର୍ଶନ କରିବେ। ଅଫିସ୍ ସହକର୍ମୀଙ୍କ ସହଯୋଗ ମିଳିବ। ଅଯଥା କଥାରେ ଯୁକ୍ତି କରନ୍ତୁନି। ପିତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି।
କର୍କଟ: ମାନସିକ ଶାନ୍ତି ମିଳିବ। କୋର୍ଟ କଚେରୀ ମାମଲାର ଶୁଣାଣି ହୋଇପାରେ। ଅଟକି ଥିବା କାର୍ଯ୍ୟ ପୂରା ହେବାର ସମ୍ଭାବନା ରହିଛି। ଗୁରୁଜନଙ୍କଠାରୁ ପରାମର୍ଶ ନେବା ଫଳପ୍ରଦ।
ସିଂହ: ଅନ୍ୟମାନଙ୍କୁ ଅଧିକ ବିଶ୍ବାସ କରନ୍ତୁନି। ନିଜ ଲୋକ ଶତ୍ରୁ ସାଜି ପାରନ୍ତି। ଅଚାନକ ସମସ୍ୟାରେ ପଡ଼ିପାରନ୍ତି। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଜମି ବିବାଦର ସମାଧାନ ହେବ।
କନ୍ୟା: ପରିବାର ସହିତ ସମୟ ବିତାନ୍ତୁ। ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଅଂହକାର ମନୋଭାବକୁ ଦୂର କରନ୍ତୁ। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ।
ତୁଳା: ଅଫିସ କାମକୁ ନେଇ ଚିନ୍ତାରେ ରହିପାରନ୍ତି। ଅନ୍ୟମାନଙ୍କ କଥାରେ ପରିଚାଳିତ ହୁଅନ୍ତୁ ନାହିଁ। ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ ବିତାନ୍ତୁ। ମହିଳାମାନଙ୍କ ପାଇଁ ଦିନଟି ଭଲ।
ବିଛା: ବ୍ୟକ୍ତିଗତ କଥାକୁ ଅନ୍ୟମାନଙ୍କ ସହ ସେୟାର କରନ୍ତୁନି। ମାନ ସମ୍ମାନ ବୃଦ୍ଧି ପାଇବ। ଯୋଜନା ଅନୁଯାୟୀ କାମ କରିବେ। ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରନ୍ତୁନି। ରାଜନୀତିରେ ସକ୍ରିୟ ରହିପାରନ୍ତି।
ଧନୁ: ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। ପିଲାମାନଙ୍କ ନକାରାତ୍ମକ ଗତିବିଧିକୁ ନେଇ ଚିନ୍ତାରେ ରହିବେ। ଅଫିସ୍ର ସହକର୍ମୀଙ୍କ ସହଯୋଗ ମିଳିବ। ହାତେ ମାପି ଚାଖଣ୍ଡେ ଚାଲିବା ଭଲ।
ମକର: ଯୁବପିଢ଼ିଙ୍କ ପାଇଁ ଦିନଟି ଭଲ। ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ ବିତିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମହିଳାମାନେ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।
କୁମ୍ଭ: ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଅଟକି ଥିବା ଅର୍ଥ ଫେରିପାଇବେ। ଅତିଥି ସତ୍କାରରେ ଦିନ ବିତିବ। ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ।
ମୀନ: ପରିବାର ପାଇଁ ସମୟ କାଢ଼ନ୍ତୁ। ବିପଦରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟର ହାତ ବଢ଼ାନ୍ତୁ। କର୍ମକ୍ଷେତ୍ରରେ କାର୍ଯ୍ୟର ଚାପ ବଢ଼ିବ। ପାରିବାରିକ ଜୀବନରେ ଝଡ଼ ସୃଷ୍ଟି ହେବାର ଆଶଙ୍କା ରହିଛି।





