ଗୁରୁବାର ରାଶିଫଳ ( ୧୦- ୦୭- ୨୦୨୫ )
ମେଷ: ଆୟର ନୂତନ ମାର୍ଗ ଉନ୍ମୋଚନ ହେବ। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ନୂଆ ଯୋଜନା ପାଇଁ ଗୁରୁଜନଙ୍କ ପରାମର୍ଶ ନେବେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବୃଷ: ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ବ୍ୟବସାୟରୁ ଲାଭ ମିଳିବ। ପ୍ରେମ ସମ୍ବନ୍ଧ ମଜଭୁତ୍ ହେବ। ଉଧାର ଧନ ଫେରିପାଇବେ। ସରକାରୀ କ୍ଷେତ୍ରରେ ସଫଳତା ଲାଭ କରିବେ। ଲୋକ ସମ୍ପର୍କ ବଢ଼ିବ। ମିଥୁନ: ସନ୍ତାନଙ୍କ ଭବିଷ୍ୟତ ପାଇଁ ଚିନ୍ତାରେ ରହିପାରନ୍ତି। ଧନ ଆଗମନ ଯୋଗ […]
ମେଷ: ଆୟର ନୂତନ ମାର୍ଗ ଉନ୍ମୋଚନ ହେବ। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ନୂଆ ଯୋଜନା ପାଇଁ ଗୁରୁଜନଙ୍କ ପରାମର୍ଶ ନେବେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ବୃଷ: ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ବ୍ୟବସାୟରୁ ଲାଭ ମିଳିବ। ପ୍ରେମ ସମ୍ବନ୍ଧ ମଜଭୁତ୍ ହେବ। ଉଧାର ଧନ ଫେରିପାଇବେ। ସରକାରୀ କ୍ଷେତ୍ରରେ ସଫଳତା ଲାଭ କରିବେ। ଲୋକ ସମ୍ପର୍କ ବଢ଼ିବ।
ମିଥୁନ: ସନ୍ତାନଙ୍କ ଭବିଷ୍ୟତ ପାଇଁ ଚିନ୍ତାରେ ରହିପାରନ୍ତି। ଧନ ଆଗମନ ଯୋଗ ଅଛି। ପରିବାର ସଦସ୍ୟଙ୍କ ସହିତ ମତାନ୍ତର ହେବ। ବ୍ୟବସାୟୀ ଦୂର ସ୍ଥାନକୁ ଯାତ୍ରା କରିବେ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ।
କର୍କଟ: ଅଫିସ୍ କାମରେ ବ୍ୟସ୍ତ ରହିବେ। ଅତିରିକ୍ତ ଦାୟିତ୍ବ ତୁଲାଇବେ। ବନ୍ଧୁଙ୍କ ସାହାଯ୍ୟରେ ବ୍ୟବସାୟ ପାଇଁ ନୂଆ ଯୋଜନା କରିବେ। ବିଦ୍ୟାର୍ଥୀ ସଫଳତା ପାଇଁ କଠିନ ପରିଶ୍ରମ କରିବେ।
ସିଂହ: କୋର୍ଟ କଚେରୀ ମାମଲାରେ ବିଜୟ ଲାଭ କରିବେ। ବନ୍ଧୁଙ୍କ ସହ ବୁଲିବା ପାଇଁ ନୂଆ ଯୋଜନା କରିବେ। ଧାର କରଜରୁ ଦୂରେଇ ରହିବେ। ସମାଜରେ ପ୍ରତିଷ୍ଠା ବଢ଼ିବ। ମାନ ସମ୍ମାନ ବୃଦ୍ଧି ହେବ।
କନ୍ୟା: ଯାତ୍ରାରୁ ଲାଭ ମିଳିପାରେ। ଦିନଟିରେ କର୍ମଚଞ୍ଚଳ ରହିବେ। ପାରିବାରିକ ଜୀବନରେ ତିକ୍ତତା ଦେଖା ଦେବ। ବ୍ୟବସାୟରେ ସଫଳତା ମିଳିବ। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ।
ତୁଳା: ସାମାଜିକ କାର୍ଯ୍ୟରେ ସାମିଲ ହେବେ। ଅଫିସ୍ରେ ସହକର୍ମୀଙ୍କ ସହ ବ୍ୟକ୍ତିଗତ କଥା ଆଲୋଚନା କରିବେ ନାହିଁ। ଯାତାୟତ ସମୟରେ ଧ୍ୟାନ ଦିଅନ୍ତୁ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ।
ବିଛା: ଦିନଟି ଶୁଭଫଳ ପ୍ରଦାନ କରିବ। ଉତ୍ଫୁଲ୍ଲିତ ରହିବେ। ଦୀର୍ଘ ଦିନର ଆଶା ପୂରଣ ହୋଇପାରେ। ଅଫିସ୍ରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ପାରିବାରିକ ବିବାଦରୁ ଦୂରେଇ ରହିବେ।
ଧନୁ: କାର୍ଯ୍ୟରେ ଉନ୍ନତି ଘଟିବ। ଦାମ୍ପତ୍ୟ ଜୀବନ ହସଖୁସିରେ ଅତିବାହିତ କରିବେ। ଇଚ୍ଛା ପୂରଣ ହେବ। ଗରିବ, ଅସହାୟଙ୍କୁ ସାହାଯ୍ୟ କରିବେ। ଗୁରୁଜନଙ୍କ ଆଦେଶ ପାଳନ କରିବେ।
ମକର: ଅଯଥା ଖର୍ଚ୍ଚରୁ ଦୂରେଇ ରହିବେ। ବଦଭ୍ୟାସ ପରିତ୍ୟାଗ କରିବେ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ବିବାହ ପ୍ରସ୍ତାବ ସ୍ଥିର ହେବ। ବିଦ୍ୟାର୍ଥୀ ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତି ଜାରି ରଖିବେ।
କୁମ୍ଭ: ଦୀର୍ଘ ଦିନ ସମସ୍ୟାର ସମାଧାନ ହେବ। ଅଫିସ୍ କାମ ସୂଚାରୁରୂପେ ତୁଲାଇବେ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। କୋର୍ଟ କଚେରୀ ମାମଲାର ଶୁଣାଣି ହେବ। ଦାନଧର୍ମ କରନ୍ତୁ।
ମୀନ: କଥା ଓ କାମ ମଧ୍ୟରେ ଲୋକଙ୍କୁ ପ୍ରଭାବିତ କରିପାରନ୍ତି। ବନ୍ଧୁଙ୍କ ସାହାଯ୍ୟ ମିଳିବ। ଆର୍ଥିକ ମାମଲାରେ ସୁଧାର ଆସିବ। ମାଆଙ୍କ ସ୍ବାସ୍ଥ୍ୟାବସ୍ଥା ପାଇଁ ଚିନ୍ତାରେ ରହିବେ। ଦାନ ଧର୍ମ କରିବେ।





