Saturday Horoscope: ଶନିବାର ରାଶିଫଳ (୧୪-୦୨-୨୦୨୬)

Madhusudan Das Picture
Published On

ମେଷ: ଖୁସି ଖବର ମିଳିପାରେ। ଚାକିରିରେ ସଫଳତା ମିଳିବ। ଅର୍ଥ ନିବେଶ କରିବା ପାଇଁ ଭଲ ସମୟ। ଭବିଷ୍ୟତ ପାଇଁ ଅର୍ଥ ସଞ୍ଚୟ କରିବେ। ନିଜ ଭୁଲ୍‌କୁ ସୁଧାରିବାକୁ ଚେଷ୍ଟା କରନ୍ତୁ।

ଆହୁରି ପଢ଼ନ୍ତୁ: Friday horoscope: ଶୁକ୍ରବାର ରାଶିଫଳ ( ୧୩-୦୨-୨୦୨୬ )

ବୃଷ: ଦିନଟିରେ ସଫଳତା ପ୍ରାପ୍ତି ହେବ। ସୃଜନାତ୍ମକ କାମ ପ୍ରତି ଆଗ୍ରହ ବଢ଼ିବ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ଆଶା କରିଥିବା ଦିଗରୁ ଧନ ପ୍ରାପ୍ତି ହେବ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। 

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ ( ୧୦-୦୨-୨୦୨୬ )

ମିଥୁନ: ପରିବାର ସଦସ୍ୟଙ୍କ ସହଯୋଗ ମିଳିବ। ରାଜନୀତିରେ ସକ୍ରିୟ ହେବେ। ଅତିଥି ସତ୍କାରରେ ସମୟ ବିତିବ।  ଅଫିସ୍‌ରେ ପଦୋନ୍ନତି ସମ୍ଭାବନା ଅଛି। କୌଣସି କଥାକୁ ନେଇ ମନ ଉଣା କରିପାରନ୍ତି।  

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

କର୍କଟ: ବ୍ୟବସାୟରୁ ଲାଭ ମିଳିବ। ଅର୍ଥ ନିବେଶରୁ ଦୂରେଇ ରୁହନ୍ତୁ। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମହିଳାମାନେ ପୂଜାର୍ଚ୍ଚନାରେ ବ୍ୟସ୍ତ ରହିବେ।

ସିଂହ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ବ୍ୟବସାୟ ସମ୍ବନ୍ଧିତ ନୂଆ ଯୋଜନାରୁ ବଞ୍ଚିତ ରହିବେ। ମନ ଖୁସି ରହିବ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ଉଧାର ଟଙ୍କା ଫେରିପାଇବେ। 

କନ୍ୟା: ଆର୍ଥିକ ସ୍ଥିତି ଭଲ ରହିବ। ସୁଖଦ ଯାତ୍ରା ଯୋଗ ଅଛି। ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଭାଇ, ଭଉଣୀଙ୍କ ସହଯୋଗ ମିଳିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।   

ତୁଳା: ପ୍ରେମ ସମ୍ପର୍କରେ ପ୍ରଗାଢ଼ତା ଆସିବ। ଛାତ୍ରଛାତ୍ରୀ କର୍ମଚଞ୍ଚଳ ହେବେ। ଆଇନଜୀବୀଙ୍କୁ ସଫଳତା ମିଳିବ। ଘରକୁ ଅତିଥି ଆଗମନ ହେବ। ଜୀବନସାଥୀଙ୍କ ନୂଆ କାମକୁ ନେଇ ଖୁସି ଅନୁଭବ କରିବେ।

ବିଛା: ଘରେ ଧନଧାନ୍ୟ ବୃଦ୍ଧି ହେବ। ବିବାହ ପ୍ରସ୍ତାବ ସ୍ଥିର ହେବ। ଘରେ ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜନ ହେବ। ପରିବାର ସଦସ୍ୟଙ୍କ ମଧ୍ୟରେ ତିକ୍ତତା ଦୂର ହେବ। ଉଚ୍ଚଶିକ୍ଷା ଲାଗି ଉତ୍ତମ ସମୟ।  

ଧନୁ: ଅନ୍‌ଲାଇନ କାର୍ଯ୍ୟରୁ ଲାଭ ମିଳିବ। ଜବୀନସାଥୀଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଦେଖା ଦେବ। ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଅନୁକୂଳ ସମୟ।  ପ୍ରେମ ବ୍ୟାପାରରେ ସଫଳ ହେବେ। 

ମକର: ଚାକିରି ନିଷ୍ପତ୍ତି ପାଇଁ ଦ୍ବନ୍ଦ୍ବରେ ରହିବେ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରିବେ। ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ଭୁଲ୍ ବୁଝାମଣା ଦେଖାଦେବ। ସମାଜସେବାରେ ନିଜକୁ ନିୟୋଜିତ କରିବେ। 

କୁମ୍ଭ: କାର୍ଯ୍ୟରେ ବାଧା ଆସିବ। ବ୍ୟବହାରରେ ନିୟନ୍ତ୍ରଣ ରକ୍ଷା କରିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। କିଛି କଥାକୁ ନେଇ ଚିନ୍ତାରେ ରହିପାରନ୍ତି। ହଜିଯାଇଥିବା ଜିନିଷ ଫେରିପାଇବେ।  

ମୀନ: ନିଜ ପସନ୍ଦର କାର୍ଯ୍ୟ କରି ଖୁସି ହେବେ। ପାରିବାରିକ ଜୀବନ ସୁଖମୟ ହେବ। ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ପ୍ରେମ ବ୍ୟାପାରରେ ସଫଳ ହେବେ । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp