କେମିତି କଟିବ ୨୦୨୬ ବର୍ଷ, ଜାଣନ୍ତୁ ଆପଣଙ୍କର ବାର୍ଷିକ ରାଶିଫଳ...
ନବ ବର୍ଷ ୨୦୨୬ । ନୂତନ ବର୍ଷ ଅୟମାରମ୍ଭରେ, ସିଦ୍ଧର୍ଥୀ ସମ୍ବତ୍ସରରେ ସୌରମାନ ଧନୁ ୧୮ ଦିନ ଚାନ୍ଦ୍ରମାନ ପୌଷ ଶୁକ୍ଳପକ୍ଷ ଦଶମୀ ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର, ଶୁଭଯୋଗ, ବାଳକ କରଣ ଗୁରୁବାର ଜାନୁଆରୀ ୧ ତାରିଖ ମଧ୍ୟ ରାତ୍ରି ଜନ୍ମଜାତକରେ କନ୍ୟାଲଗ୍ନ, ଚତୁର୍ଥ ଧନୁ ରାଶିରେ ରବି ପୂର୍ବାଷାଢ଼ା ନକ୍ଷତ୍ର, ମଙ୍ଗଳ ପୂର୍ବାଷାଢ଼ା ନକ୍ଷତ୍ରରେ ବୁଧ ମୂଳା ନକ୍ଷତ୍ରରେ ଶୁକ୍ର ପୂର୍ବାଷାଢ଼ାରେ ଷଷ୍ଠରେ ରାହୁ ଶତଭିଷା ନକ୍ଷତ୍ର କୁମ୍ଭ ରାଶିରେ, ଶନି ପୂର୍ବାଭ୍ରାଦପଦ ନକ୍ଷତ୍ର ମୀନ ରାଶିରେ, ଚନ୍ଦ୍ର ବୃଷରାଶିରେ, ବୃହସ୍ପତି ଦଶମସ୍ଥ ହୋଇ ପୁର୍ନବସୁ ମିଥୁନ ରାଶିରେ ଓ କେତୁ ଦ୍ବାଦଶରେ ପୂର୍ବ ଫାଲଗୁନୀ ନକ୍ଷତ୍ର ସିଂହ ରାଶିରେ ଅବସ୍ଥାନ କରିଛନ୍ତି । ଅତଏବ ଏହାକୁ ବିଚାରକୁ ନେଇ ୨୦୨୬ ମସିହାରେ କିଭଳି ରହିବ ରାଶି ନକ୍ଷତ୍ରଙ୍କ ପ୍ରଭାବ । କାହା ପାଇଁ ରହିଛି ଶୁଭ ଓ ଅଶୁଭ ସୂଚକ । କେଉଁ ରାଶିର ବ୍ୟକ୍ତିଙ୍କ ଜୀବନରେ ନୂତନ ବର୍ଷ ଆଣି ଦେବ ସୁଖ, ସମୃଦ୍ଧି, ଆନନ୍ଦ, ଉଲ୍ଲାସ । ନୂତନ ବର୍ଷ ପାଇଁ, ରାଶି ଅନୁଯାୟୀ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ, ପାରିବାରିକ ଜୀବନ, ସାମାଜିକ ପ୍ରତିଷ୍ଠା, ଅର୍ଥନୈତିକ ଅବସ୍ଥା ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ କିଭଳି ସ୍ଥିତି ରହିବ, ଏହାକୁ ଜ୍ୟୋତିଷଶାସ୍ତ୍ର ଗଣନା ଆଧାରରେ ସମ୍ୟକ୍ ସ୍ଥୂଳ ଭବିଷ୍ୟବାଣୀ ଏଠାରେ ଉପସ୍ଥାପନା କରାଯାଇଛି ।
ମେଷ
ସ୍ବାସ୍ଥ୍ୟ: ଜନ୍ମରାଶିଠାରୁ ରୋଗାଧିପତି ବୁଧ ନବମସ୍ଥ ହୋଇ ବୃହସ୍ପତି ଦୃଷ୍ଟି ଦେଉଥିବା ହେତୁ ବର୍ଷସାରା ସ୍ବାସ୍ଥ୍ୟକ୍ଷେତ୍ରରେ ଅତିଶୁଭଫଳ ପ୍ରଦାନ କରିବ। ଆଳସ୍ୟ, ଖାଦ୍ୟପେୟର ଅସଂଯମତା ତଥା ବହୁ ଭ୍ରମଣ ଯୋଗୁଁ ବର୍ଷର ପ୍ରଥମାର୍ଦ୍ଧରେ ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ଦ୍ବିତୀୟାର୍ଦ୍ଧରେ ମଧୁମେହ, ବର୍ଣ୍ଣ, ରକ୍ତଚାପର ପ୍ରାର୍ଦୁଭାବ ଦେଖାଦେବ । ପୁରୁଣା ରୋଗର ତୀବ୍ର ପ୍ରକୋପ ଯୋଗୁଁ ପୁରାତନ ରୋଗୀମାନଙ୍କ ଭିତରେ ମାନସିକ ଅସ୍ଥିରତା ତଥା ନୈରାଶ୍ୟ ମନୋଭାବ ଦେଖାଦେବ।
ପରିବାର: ବର୍ଷସାରା ପାରିବାରିକ ଜୀବନ ସୁଖମୟ ହେବା ସହ ଦାରିଦ୍ର୍ୟରେ ମାଙ୍ଗଳିକ କାର୍ଯ୍ୟ ସଂପାଦନ ହେବ। ପରିବେଶ ଓ ପାରିପାର୍ଶ୍ବିକ ସ୍ଥିତି ସହ ପାଖ ପଡ଼ୋଶୀ ସହ ଉତ୍ତମ ବୁଝାମଣା ଠିକ୍ ରହିବ। ସବୁ କ୍ଷେତ୍ରରେ ମୁଖିଆଭାବେ ସମ୍ମାନିତ ହେବେ । ବର୍ଷର ଶେଷ ଭାଗରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ସର୍ବଦା ମାନସିକ ଅଶାନ୍ତି ଭୋଗ କରିବେ। ଜିଦ୍ଖୋର ମନୋଭାବ ଯୋଗୁଁ ସଦାସର୍ବଦା ଦ୍ବନ୍ଦ୍ବ ଦେଖାଦେବ।
ସାମାଜିକ ପ୍ରତିଷ୍ଠା : ଭାଗ୍ୟାଧିପତି ଭାଗ୍ୟକ୍ଷେତ୍ରକୁ ପୂର୍ଣ୍ଣଦୃଷ୍ଟି ହେତୁ ସାମାଜିକ କ୍ଷେତ୍ରରେ ସମସ୍ତ ଦିଗରୁ ତଥା ନିଜର ପ୍ରଭାବଶାଳୀ ନେତୃତ୍ବ ଯୋଗୁଁ, ନିଜର ଲୋକପ୍ରିୟତା ଆଶାତୀତ ଭାବରେ ବୃଦ୍ଧିପାଇବ। ମାନସିକ ଶାନ୍ତି ମିଳିବା ସହ ରାଜନୀତି କ୍ଷେତ୍ରରେ ନିଜର ପତିଆରା ବୃଦ୍ଧି ପାଇବ । ମାଲି ମକଦ୍ଦମାରେ ଜୟଯୁକ୍ତ ହେେବ । ପୁରୁଣା ସମସ୍ୟାର ଆଶୁ ସମାଧାନ ହେବ। ବହୁ ତୀର୍ଥ ସ୍ଥଳ ତଥା ବହୁ ଦେଶ ବିଦେଶ ଭ୍ରମଣର ସୁଯୋଗ ମିଳିବ।
ଅର୍ଥନୈତିକ ଅବସ୍ଥା : ଧନାଧିପତି ନବମସ୍ଥ ହୋଇ ବୃହସ୍ପତି ପୂର୍ଣ୍ଣ ଦେଉଥିବା ହେତୁ ଓ ଆୟପତି ବର୍ଷସାରା ବ୍ୟୟ ସ୍ଥାନରେ ଥିବା ହେତୁ ବର୍ଷର ପ୍ରଥମାର୍ଦ୍ଧରେ ଆୟ ଆଶାତୀତ ବୃଦ୍ଧି ପାଇଲେ ମଧ୍ୟ ଦ୍ବିତୀୟାର୍ଦ୍ଧରେ ବିଭିନ୍ନ ପୀଡ଼ାରେ ବହୁ ଖର୍ଚ୍ଚାନ୍ତ ହେବେ। ଆଶା କରୁ ନଥିବା ଦିଗରୁ ଅର୍ଥାଗମନର ସୁଅ ଛୁଟିବ। ସରକାରୀ କଳରୁ ଉପକୃତ ହେବା ସହ ଚାକିରିରେ ପଦୋନ୍ନତି ପାଇବାର ବହୁ ସୁଯୋଗ ମିଳିବ। ଯାନବାହନ, ଭୂମିକ୍ରୟ ତଥା ନୂଆ ଘର ତିଆରି କରିବାର ବହୁ ସୁଫଳ ପାଇବେ।
ଛାତ୍ରଛାତ୍ରୀ: ଭାଗପତି ତଥା ବିଦ୍ୟାଧିପତି ବୁଧ ଓ ବୃହସ୍ପତି ପରସ୍ପର ଦୃଷ୍ଟି ବିନିଯୋଗୁ ହେତୁ ପ୍ରତିଯୋଗିତା ଓ ପ୍ରତିଦ୍ବନ୍ଦ୍ବିତା ପରୀକ୍ଷାରେ ବହୁମାତ୍ରାରେ କୃତକାର୍ଯ୍ୟ ହେବେ। ଗବେଷଣା ଶିକ୍ଷା ତଥା ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାର ଆଶାତୀତ ସୁଯୋଗ ମିଳିବ।
ଦୈବୀ ପ୍ରତିକାର: ପ୍ରତ୍ୟେହ ହଳଦୀ ଚନ୍ଦନ ଜଳରେ ସ୍ନାନ କରନ୍ତୁ। ‘ଇଂ’ ମନ୍ତ୍ର ମନେ ମନେ ବାରମ୍ବାର ଜପ କରନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସମସ୍ତ ସମସ୍ୟାର ସମାଧାନ ହେବ।
ବୃଷ
ସ୍ବାସ୍ଥ୍ୟ : ରୋଗାଧିପତି ଶୁକ୍ର ଷଷ୍ଠସ୍ଥାନର ଅଧିପତି ଅଷ୍ଟମରେ ଥାଇ ଏକାଦଶାଧିପତି ବୃହସ୍ପତିଙ୍କ ପୂର୍ଣ୍ଣଦୃଷ୍ଟି ହେତୁ ମିଶ୍ରିତ ଫଳ ପାଇବେ । ସଦାସର୍ବଦା ମାନସିକ ଅବସାଦ ଓ ଅସୁସ୍ଥତା ଲାଗି ରହିବା ଯୋଗୁଁ ମନର ସ୍ଥିରତା ସାହସିକତା ତଥା ସୌନ୍ଦର୍ଯ୍ୟର ଅଭାବ ଦେଖାଦେବ। ପୁରାତନ ରୋଗୀମାନେ ଆରୋଗ୍ୟ ଲାଭ କରିବେ। ବିଶେଷ କରି ସ୍ନାୟୁଗତ ଦୁର୍ବଳତା, ଯକୃତ, ମୁତ୍ରାଶୟ, ଲିଭର୍ ଓ ମଧୁମେହ ରୋଗକୁ ଅଣଦେଖା କରିବା ଉଚିତ ନୁହେଁ ।
ପରିବାର : ଚତୁର୍ଥାଧିପତି ଅଷ୍ଟମ ହେବା ଯୋଗୁଁ ପରିବେଶ ଓ ପାରିପାର୍ଶ୍ବିକ ସ୍ଥିତି ପ୍ରତିକୂଳ ରହିବ। ଆତ୍ମୀୟ ସ୍ବଜନ, ବନ୍ଧୁବର୍ଗ ତଥା ସନ୍ତାନମାନଙ୍କ ଅସହଯୋଗ ଯୋଗୁଁ ମନ ଭାରାକ୍ରାନ୍ତ ରହିବ। ମାନସିକ ଧୈର୍ଯ୍ୟ, ଶାଳୀନତା ତଥା ସଂଯମ ରକ୍ଷା କରିପାରିଲେ ବହୁ ସମସ୍ୟାରୁ ମୁକ୍ତି ପାଇବେ। କୋର୍ଟ କଚେରି ମାମଲାଠାରୁ ଦୂରେଇ ରହିବା ଉଚିତ ହେବ। ଶତ୍ରୁମାନଙ୍କୁ ଅଣ ଦେଖା ନ କରି ବହୁ ସତର୍କତା ଅବଲମ୍ବନ କଲେ ମାନସିକ ଶାନ୍ତି ମିଳିବ।
ସାମାଜିକ ପ୍ରତିଷ୍ଠା: ବୃଷ ରାଶିକୁ ଚତୁର୍ଥ କେତୁକୁ ରାହୁଙ୍କ ପୂର୍ଣ୍ଣ ଦୃଷ୍ଟି ତଥା ଚତୁର୍ଥାଧିପତି ଅଷ୍ଟମସ୍ଥ ଓ କର୍ମପତି ଏକାଦଶସ୍ଥ ହେତୁ ସାମାଜିକ ପ୍ରତିଷ୍ଠା ଦିଗରେ ଉଭୟ ଶୁଭ ଓ ଅଶୁଭ ଫଳ ପାଇବେ। ବହୁ କ୍ଷେତ୍ରରେ ମାନସିକ ଶାନ୍ତି ମିଳିବା ସହ ସମସ୍ତଙ୍କଠାରୁ ସ୍ନେହ, ସହଯୋଗ, ସୌହାର୍ଦ୍ଧ୍ୟ ତଥା ଉତ୍ସାହ ଦ୍ବାରା ନିଜର ପତିଆରା ବୃଦ୍ଧ । ପାଇଲେ ମଧ୍ୟ ପାରିବାରିକ କନ୍ଦଳ ଯୋଗୁଁ ମାନସିକ ଶାନ୍ତି ବ୍ୟାହତ ହେବ। ମାଲି-ମକଦ୍ଦମାରେ ନିଜର ସାମାଜିକ ଭାବମୂର୍ତ୍ତି ଉଜ୍ଜ୍ବଳ ହେବ।
ଅର୍ଥନୈତିକ ଅବସ୍ଥା: ଧନାଧିପତି ଧନ ଜାଗାକୁ ଦେଖୁଥିବା ଯୋଗୁଁ ଅର୍ଥନୈତିକ ଅବସ୍ଥାରେ ଆତ୍ମସନ୍ତୋଷ ଲାଭ ପାଇବେ। ଆଶା କରୁନଥିବା ଦିଗରୁ ଅର୍ଥପ୍ରାପ୍ତି ହେବ। କର୍ମଜୀବୀମାନଙ୍କ ଆର୍ଥିକ ପଦୋନ୍ନତି ତଥା ଉପରିସ୍ଥ କର୍ମଚାରୀମାନଙ୍କଠାରୁ ଆଶୀର୍ବାଦ ପ୍ରାପ୍ତ ହେବ। ନୂତନ ଯାନବାହନ କ୍ରୟ କରିବାର ସୁଯୋଗ ମିଳିବ। ବର୍ଷର ଦ୍ବିତୀୟାର୍ଦ୍ଧରେ ଅନାବଶ୍ୟକ ବହୁ ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି।
ଛାତ୍ରଛାତ୍ରୀ: ଭାଗ୍ୟ ଜାଗାର ଅଧିପତି ଏକାଦଶ ସ୍ଥାନରେ ଥିବା ହେତୁ ନିଜର ସ୍ବତନ୍ତ୍ର ଅଧ୍ୟୟନ ଓ ଅଧ୍ୟବସାୟ ଯୋଗୁଁ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବା ସହ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଗସ୍ତ ଅନୁକୂଳ ରହିବ।
ଦୈବୀ ପ୍ରତିକାର : ପ୍ରତିଦିନ ଜଳରେ ତୁଳସୀ ଗଛର ମାଟି ମିଶାଇ ସ୍ନାନ କରନ୍ତୁ। ଶୁକ୍ରବାର ଦିନ ଗାଈକୁ ଖାଇବାକୁ ଦେବେ। ମନେ ମନେ ‘ଲଂ’ ବୀଜମନ୍ତ୍ର ଜପ କରନ୍ତୁ। ମାନସିକ ଶାନ୍ତି ପାଇବେ।
ମିଥୁନ
ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟଧିପତି ତ୍ରିକୋଣରେ ଥାଇ ବୃହସ୍ପତି ପୂର୍ଣ୍ଣ ଦୃଷ୍ଟି ଥିବା ହେତୁ ବର୍ଷର ପ୍ରଥମାର୍ଦ୍ଧରେ ସ୍ବାସ୍ଥ୍ୟ ଉତ୍ତମ ରହିଲେ ମଧ୍ୟ ଅଗଷ୍ଟ ମାସଠାରୁ ବର୍ଷର ଶେଷଭାଗ ପର୍ଯ୍ୟନ୍ତ ସ୍ବାସ୍ଥ୍ୟହାନି ହେବାର ଆଶଙ୍କା ରହିଛି। ପ୍ରଥମାର୍ଦ୍ଧରେ ଉତ୍ତମ ସ୍ବାସ୍ଥ୍ୟ ସହ ପୁରାତନ ରୋଗର ଆରୋଗ୍ୟ ଲାଭ କରିବେ। ମାନସିକ ସୁସ୍ଥତା ଅନୁଭବ କରିବେ। ବର୍ଷର ଶେଷ ଭାଗରେ ସାମୟିକ ଭାବରେ ଖାଦ୍ୟପେୟର ଅନିୟମିତତା ଯୋଗୁଁ ତାଳା, କର୍ଣ୍ଣ ନାସା, ଯକୃତ ତଥା ଚକ୍ଷୁ ରୋଗରେ ଆକ୍ରାନ୍ତ ହେବାର ବହୁ ସମ୍ଭାବନା ରହିଛି।
ପରିବାର : ଚତୁର୍ଥପତି ତଥା ଭାଗ୍ୟସ୍ଥାନକୁ ଦେବଗୁରୁ ବୃହସ୍ପତିଙ୍କ ପୂର୍ଣ୍ଣ ଦୃଷ୍ଟି ଥିବାରୁ ବର୍ଷସାରା ପାରିବାରିକ ଶାନ୍ତି ବଜାୟ ରହିବ। ପାଖପଡ଼ୋଶୀଙ୍କ ସହ ଉତ୍ତମ ବୁଝାମଣା ସହ ଭ୍ରାତୃବିବାଦର ସମାଧାନ ହେବ। ଗୃହରେ ଏକାଧିକ ମାଙ୍ଗଳିକ କାର୍ଯ୍ୟ ସଂପନ୍ନ ହେବା ସହ ସାଧୁସନ୍ଥ ତଥା ଗୁରୁଜମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ। ନିଜର ସତକର୍ମ ତଥା ପରିବାରରେ ସମସ୍ତଙ୍କ ସହଯୋଗ ହେତୁ ଧନ-ଜନ-ଗୋପ ଲକ୍ଷ୍ମୀ ପ୍ରାପ୍ତି ହେବାର ବହୁ ସମ୍ଭାବନା ଅଛି।
ସାମାଜିକ ପ୍ରତିଷ୍ଠା : ବର୍ଷର ପ୍ରାୟ ସମୟ ସମାଜରେ ଗୁରୁ ଦାୟିତ୍ବ ବହନ କରିବା ହେତୁ ସାମାଜିକ ଭାବମୂର୍ତ୍ତି ବୃଦ୍ଧି ପାଇବା ସହ ନିଜର ଲକ୍ଷ୍ୟ ପୂରଣ ହେବ। ରାଜନୀତି କ୍ଷେତ୍ରରେ ଓ ସରକାରୀ କଳରୁ ଆଶାତୀତ ସମ୍ମାନିତ ହେବେ। ସ୍ବାଧୀନତା ମନୋଭାବ, ଏକାଗ୍ରତା କଠୋର କର୍ମ ହେତୁ ସବୁ କ୍ଷେତ୍ରରେ ବିଜୟୀ ଲାଭ କରିବେ ଭାଗ୍ୟ ସାଥ୍ ଦେବ। ଦୈବୀକୃପା ପ୍ରାପ୍ତି ହେବେ । ସାମାଜିକସ୍ତରରେ ଥିବା ପୁରୁଣା ମତ ମତାନ୍ତରର ଅନ୍ତ ଘଟିବା ସହ ମାଲି ମକଦ୍ଦମାରେ ବିଜୟୀ ଲାଭ କରିବେ।
ଅର୍ଥନୈତିକ ଅବସ୍ଥା: ଅର୍ଥନୈତିକ କ୍ଷେତ୍ରରେ ବର୍ଷସାରା ଉଭୟ ଶୁଭ ଅଶୁଭ ଫଳ ପାଇବେ। ଋଣ ପରିଶୋଧ କରିବେ। ନିଜର ଦୂରଦୃଷ୍ଟି ଓ ଜ୍ଞାନ ବଳରେ ବିଭିନ୍ନ ଦିଗରୁ ଅର୍ଥ ଉପାର୍ଜନର ବାଟ ଦେଖାଦେବ। ସରକାରୀ କର୍ମଚାରୀ ଓ ବ୍ୟବସାୟୀମାନେ ଆର୍ଥିକ ସଞ୍ଚୟ ଯୋଜନାକୁ ପୂର୍ଣ୍ଣାଙ୍ଗ କରିବେ। ବର୍ଷର ଶେଷ ଭାଗକୁ ଆର୍ଥିକ ସ୍ବଚ୍ଛଳତା ଲାଗି ରହିବ। ତଥାପି ଅଚାନକ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଖର୍ଚ୍ଚର ମାତ୍ରା ବଢ଼ି ଯିବ। ଧର୍ମାନୁଷ୍ଠାନ ତଥା ମାଙ୍ଗଳିକ କାର୍ଯ୍ୟ ପାଇଁ ଅନାବଶ୍ୟକ ଖର୍ଚ୍ଚର ଭାର ବୃଦ୍ଧି ପାଇବ।
ଛାତ୍ରଛାତ୍ରୀ : ଭାଗ୍ୟ ସ୍ଥାନକୁ ବୃହସ୍ପତି ତଥା ଭାଗ୍ୟପତି କର୍ମସ୍ଥ ହେତୁ ଛାତ୍ରଛାତ୍ରୀମାନେ ବର୍ଷ ସାରା ଶୁଭଫଳ ପାଇବେ। ସାକ୍ଷାତକାର ପରୀକ୍ଷାରେ କୃତକାର୍ଯ୍ୟ ହେବେ। ନୂତନ ଜ୍ଞାନକୌଶଳ ଲାଭ କରିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକପ୍ରିୟତା ଅର୍ଜନ କରିବେ।
ଦୈବୀ ପ୍ରତିକାର: ଦୈନିକ ଚନ୍ଦନ ଜଳରେ ସ୍ନାନ କରନ୍ତୁ। କପାଳରେ ହଳଦୀ ଟୀକା ଲଗାନ୍ତୁ। ଦୈନିକ ‘ଯଂ’ ମନ୍ତ୍ର ମନେ ମନେ ବାରମ୍ବାର ଜପ କରନ୍ତୁ।
କର୍କଟ
ସ୍ବାସ୍ଥ୍ୟ : ରୋଗାଧିପତି ଶଷ୍ଠ ହୋଇ ବୃହସ୍ପତିଙ୍କ ପୂର୍ଣ୍ଣଦୃଷ୍ଟି ହେତୁ ବର୍ଷ ସାରା ପୁରାତନ ରୋଗବ୍ୟାଧିରୁ ଆରୋଗ୍ୟ ଲାଭ କରିବେ। ମାନସିକ ଶାନ୍ତି ମିଳିବ। ମନୋବଳ ବୃଦ୍ଧି ପାଇବ। ସ୍ବାସ୍ଥ୍ୟବସ୍ଥା ବର୍ଷସାରା ମୋଟାମୋଟି ଭଲ ରହିବ। ମନର ସ୍ଥିରତା, ଧୈର୍ଯ୍ୟ ଓ ସାହସିକତା ଯୋଗୁଁ ଅନେକ ରୋଗ ଉପଶମ ହେବ। ଖାଦ୍ୟପେୟର ଅସଂଯମତା ଅଯଥା ଭ୍ରମଣ ତଥା ନିଜ ପ୍ରତି ଅବହେଳା କଲେ ସାମୟିକ ଭାବରେ ରକ୍ତଚାପ, ଚକ୍ଷୁ ଓ କର୍ଣ୍ଣରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି।
ପରିବାର : ଚତୁର୍ଥାଧିପତି ଏକାଦଶାଧିପତି ଏକତ୍ର ଥିବା ତଥା ଭାଗ୍ୟାଧିପତି ବୃହସ୍ପତି ପୂର୍ଣ୍ଣ ଦୃଷ୍ଟି ଥିବା ଯୋଗୁଁ ପାରିବାରିକ କ୍ଷେତ୍ରରେ ମିଶ୍ରିତ ଫଳ ପାଇବେ। ଦାମ୍ପତ୍ୟ କଳହ, ଭ୍ରାତୃବିବାଦ ସହ ପାଖ ପଡ଼ୋଶୀ ସହ ମତ ମତାନ୍ତର ଦେଖାଯିବା ହେତୁ ମାନସିକ ଚାପଗ୍ରସ୍ଥ ରହିବେ। ସାହସିକତାର ଅଭାବ ପରିଲକ୍ଷିତ ହେବ। ଅତିଥି ଅଭ୍ୟାଗତଙ୍କ ବାରମ୍ବାର ଆଗମନ ହେତୁ, ଅଯଥା ଖର୍ଚ୍ଚାନ୍ତ ସହ ମାନସିକ ଅସ୍ଥିରତା ଲାଗି ରହିବ। ଜୁଲାଇ ପରେ ଅବସ୍ଥା ସୁଧୁରିବ। ସମସ୍ତ ସମସ୍ୟାର ସମାଧାନର ବାଟ ଦେଖାଦେବ।
ସାମାଜିକ ପ୍ରତିଷ୍ଠା : ଚତୁର୍ଥାଧିପତି ଓ କର୍ମାଧିପତି ଅଷ୍ଟମସ୍ଥ ହେତୁ ବର୍ଷର ପ୍ରଥମାର୍ଦ୍ଧରେ ବହୁ ଅଶୁଭ ଫଳ ପାଇବେ। ମାନସିକ ଅଶାନ୍ତି, ଶତ୍ରୁବୃଦ୍ଧି, ସମସ୍ତଙ୍କଠାରୁ ଅସହ ଯୋଗୁଁ ନିଜର ସ୍ବତନ୍ତ୍ରତା ଉପରେ ଆଞ୍ଚ ଆସିବ। ଲୋକସଂପର୍କ ଅନୁକୂଳ ବାତାବରଣ ଦେଇ ଗତି କରିବ। ଅଗଷ୍ଟ ପରେ ଭାଗ୍ୟାଧିପତି ଭାଗ୍ୟ ଜାଗାକୁ ଦେଖୁଥିବା ହେତୁ ଗୁରୁଦାୟିତ୍ବକୁ ସୂଚାର ରୂପେ ତୁଲାଇ ପାରିବେ। କୂଟନୈତିକ ତଥା ରାଜନୈତିକ କ୍ଷେତ୍ରରେ ସମସ୍ତଙ୍କଠାରୁ ଯଥେଷ୍ଟ ସାହାଯ୍ୟ ଓ ସହାନୁଭୂତି ପାଇବେ।
ଅର୍ଥନୈତିକ ଅବସ୍ଥା: ଧନର କାରକ ଦ୍ବିତୀୟାଧିପତି ଭାଗ୍ୟାଧିପତିଙ୍କ ପୂର୍ଣ୍ଣ ଦୃଷ୍ଟି ହେତୁ ଅର୍ଥନୈତିକ କ୍ଷେତ୍ରରେ ସେତେଟା ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଆୟବ୍ୟୟ ସମାନ ରହିବ। ଋଣ ପରିଶୋଧ କରି ନୂତନ ଋଣ କରିେବ । କର୍ମଜୀବୀମାନେ ସରକାରୀ କଳରୁ ଉପକୃତ ହେବେ। ବ୍ୟବସାୟୀମାନେ ବ୍ୟବସାୟରେ ଉତ୍ତମ ଫଳ ପାଇବେ। ସହନଶୀଳତା ତଥା ମାନସିକ ଧୈର୍ଯ୍ୟ ରକ୍ଷା କରି ପାରିଲେ ଅର୍ଥାଗମ ପାଇଁ ପ୍ରତିକୂଳ ପରିବେଶ ସୃଷ୍ଟି କରିପାରିବେ।
ଛାତ୍ରଛାତ୍ରୀ : ନବମାଧିପତି ଦ୍ବାଦଶ, ନବମରେ ଶନି ଥାଇ ରାହୁ ଦୁଷ୍ଟ ହେତୁ ଅଧ୍ୟୟନ, ଅଧ୍ୟବସାୟ ତଥା ପ୍ରତିଯୋଗିତାମୂଳକ ପରୀକ୍ଷାରେ ବହୁ ଅସୁବିଧାର ସମ୍ମୁଖୀନ ହେବେ। ପରିବେଶ ପରିସ୍ଥିତି ଅନୁକୂଳ ରହିଲେ, ବର୍ଷର ଶେଷଭାଗରେ ନିଜର ପରିଶ୍ରମର ମୂଲ୍ୟ ହାସଲ କରିପାରିବେ।
ଦୈବୀ ପ୍ରତିକାର: ପ୍ରତ୍ୟେହ ହଳଦୀ ଚନ୍ଦନ ଓ ଧଳା ସୋରିଷକୁ ସ୍ନାନ ଜଳରେ ପକାଇ ସ୍ନାନ କରନ୍ତୁ। ମନେ ମନେ ବାରମ୍ବାର ‘ବଂ’ ମନ୍ତ୍ରକୁ ଜପ କରନ୍ତୁ। ବହୁ ଶୁଭଫଳ ପାଇବେ।
ସିଂହ
ସ୍ବାସ୍ଥ୍ୟ : ଷଷ୍ଠାଧିପତି ଅଷ୍ଟମ ହେତୁ ବର୍ଷ ସାରା ସ୍ବାସ୍ଥ୍ୟ ଭଲ ରହିବ। ପୁରାତନ ରୋଗରୁ ମୁକ୍ତି ପାଇବେ। ମାନସିକ ଅବସାଦ ଦୂରେଇ ଯିବ। ମନୋବଳ ବୃଦ୍ଧି ପାଇବ। ଅତ୍ୟଧିକ ପରିଶ୍ରମ, ବିଶ୍ରାମହୀନ ତଥା ଅଯଥା ଭ୍ରମଣ ହେତୁ ସାମୟିକ ଭାବରେ ଅସୁସ୍ଥତା ଅନୁଭବ କରିବେ। ଖାଦ୍ୟପେୟରେ ସଂଯମତା ରଖି ପାରିଲେ ବହୁ ରୋଗରୁ ମୁକ୍ତି ପାଇବେ। ସ୍ବାସ୍ଥ୍ୟରେ ଜଟିଳତା ତଥା ଅସ୍ତ୍ରୋପଚାର ସମ୍ଭାବନା ନାହିଁ।
ପରିବାର: ଚତୁର୍ଥାଧି ପତି ନବମାଧିପତି ପଞ୍ଚମସ୍ଥ ହୋଇ ପଞ୍ଚମାଧିପତି ବୃହସ୍ପତିଙ୍କ ପୂର୍ଣ୍ଣ ଦୃଷ୍ଟି ହେତୁ ପାରିବାରିକ ଜୀବନରେ ଶାନ୍ତି ପାଇବେ। ଗୃହରେ ଭ୍ରାତୃବିବାଦର ସମାଧାନ ହେବା ସହ ପୂର୍ବ ମତାନ୍ତର ଓ ମନାନ୍ତରର ଅବସାନ ଘଟିବ। ଦୈବୀକୃପା ପ୍ରାପ୍ତିହେତୁ ଗୃହରେ ମାଙ୍ଗଳିକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ନୂତନ ଗୃହ ନିର୍ମାଣ ତଥା ଯାନବାହନ କ୍ରୟ କରିବାର ସୁଯୋଗ ମିଳିବ। ଉତ୍ତମ ପରିବେଶ ଓ ପରିସ୍ଥିତି ପରିବାରରେ ଦେଖାଦେବ।
ସାମାଜିକ ପ୍ରତିଷ୍ଠା: କର୍ମାଧିପତି ପଞ୍ଚମସ୍ଥ ହୋଇ ବୃହସ୍ପତି ପୂର୍ଣ୍ଣଦୃଷ୍ଟି ହେତୁ ବର୍ଷସାରା ନିଜର ଭାବମୂର୍ତ୍ତି ବୃଦ୍ଧି ପାଇବା ସହ ଲୋକସମ୍ପର୍କ ପ୍ରତିଷ୍ଠିତ ହେବେ। ବଳିଷ୍ଠ ନେତୃତ୍ବ ଯୋଗୁଁ ସାମାଜିକ ଧର୍ମାନୁଷ୍ଠାନ, ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ମାଙ୍ଗଳିକ କାର୍ଯ୍ୟକ୍ରମରେ ସମ୍ମାନିତ ହେବେ। ସ୍ବାଧୀନଚେତା, ନିର୍ଭୀକ ମନୋଭାବ ତଥା ସତ୍ କର୍ତ୍ତବ୍ୟ ପରାୟଣତା ହେତୁ ରାଜନୀତି ତଥା ବହୁ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ତଥାପି ବାକ୍ ସଂଯମତା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ।
ଅର୍ଥନୈତିକ ଅବସ୍ଥା: ଧନାଧିପତି ଓ ଏକାଦଶାଧିପତି ପଞ୍ଚମରେ ଯୁକ୍ତ ହୋଇ ବୃହସ୍ପତିଙ୍କ ପୂର୍ଣ୍ଣଦୃଷ୍ଟି ଯୋଗୁଁ ବର୍ଷସାରା ଶୁଭ ସମୟ ପାଇବେ। ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ପରିଣାମ ବୃଦ୍ଧି ପାଇବ। ଋଣ ପରିଶୋଧ କରିବାର ସୁଯୋଗ ଆସିବାର ବହୁ ସମ୍ଭାବନା ରହିଛି । ବିଭିନ୍ନ ଦିଗରୁ ଆୟର ସ୍ରୋତ ବୃଦ୍ଧି ପାଇବ। ସରକାରୀ କର୍ମଚାରୀମାନେ ପଦୋନ୍ନତି ପାଇବେ। ବିଭିନ୍ନ ପ୍ରକାର ବ୍ୟବସାୟରୁ ବ୍ୟବସାୟୀମାନେ ନିଜର ଆର୍ଥିକ ଲକ୍ଷ୍ୟ ପୂରଣ କରିବେ । ମୋଟାମୋଟି ଭାବରେ ଆର୍ଥିକ ସ୍ବଚ୍ଛଳତା ତଥା ଧନାଗମ ବର୍ଷସାରା ଲାଗି ରହିବ।
ଛାତ୍ରଛାତ୍ରୀ: ଶୁଭ ଗ୍ରହ ଚଳନ ଫଳରେ ଛାତ୍ରଛାତ୍ରୀମାନେ ବର୍ଷସାରା ଶୁଭ ଫଳ ପାଇବେ। ଗବେଷଣା କ୍ଷେତ୍ରରେ ତଥା ପ୍ରତିଯୋଗିତାମୂଳକ ପରୀକ୍ଷା କ୍ଷେତ୍ରରେ ଶୁଭପ୍ରଦ ଦେବ। ଉଚ୍ଚଶିକ୍ଷା ତଥା ଗବେଷଣା ପାଇଁ ବିଦେଶ ଯାତ୍ରା ଅନୁକୂଳ ରହିବ।
ଦୈବୀ ପ୍ରତିକାର: ଦୈନିକ ଗଙ୍ଗା ଜଳରେ ସ୍ନାନ କରିବା ସହ ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତୁ। ମାନସିକ ଭାବରେ ‘ରଂ’ ବୀଜ ମନ୍ତ୍ର ବାରମ୍ବାର ଜପ କରନ୍ତୁ। ସମସ୍ତ ସମସ୍ୟାର ଆଶୁ ସମାଧାନ ପାଇବେ।
କନ୍ୟା
ସ୍ବାସ୍ଥ୍ୟ: ଷଷ୍ଠସ୍ଥ ଶନି କନ୍ୟା ରାଶିକୁ ବର୍ଷସାରା ଦୃଷ୍ଟି ଦେଉଥିବା ଯୋଗୁଁ ୨୦୨୬ ମସିହା ଆପଣ ସ୍ବାସ୍ଥ୍ୟ କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେବେ। ବର୍ଷସାରା ସାମୟିକ ଭାବରେ ଉଦର, ଯକୃତ, ଜଣ୍ଡିସ୍, ମଧୁମେହ ତଥା ଆଣ୍ଠୁଗଣ୍ଠି ବାତର ପ୍ରକୋପ ପ୍ରବଳ ମାତ୍ରାରେ ଦେଖାଦେବ। ଅଜଣା ରୋଗର ଶିକାର ତଥା ପୁରୁଣା ରୋଗର ଆବିର୍ଭାବ ଯୋଗୁଁ ବହୁ ଖର୍ଚ୍ଚାନ୍ତ ହେବେ। ପ୍ରଚୁର ବିଶ୍ରାମ, ଖାଦ୍ୟପେୟର ସଂଯମତା ତଥା ଅଯଥା ଭ୍ରମଣରୁ ନିବୃତ ରହିଲେ ସ୍ବାସ୍ଥ୍ୟ କ୍ଷେତ୍ରରେ ଶୁଭପଳ ପାଇବେ।
ପରିବାର: ଚତୁର୍ଥ ସ୍ଥାନରେ ରବି, ମଙ୍ଗଳ, ବୁଧ ଓ ଶୁକ୍ର ଥାଇ ବୃହସ୍ପତିଙ୍କ ପୂର୍ଣ୍ଣଦୃଷ୍ଟି ଥିବା ହେତୁ ପାରିବାରିକ ଶାନ୍ତି ବଜାୟ ରହିବ। କୋର୍ଟ କଚେରିର ଝାମେଲା ତଥା ଭ୍ରାତୃବିବାଦର ସମାଧାନ ସହ ନୂତନ ଗୃହ ନିର୍ମାଣ ତଥା ଏକାଧିକ ମାଙ୍ଗଳିକ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହେବ। ସଦାସର୍ବଦା ପରିବାରରେ ସକାରାତ୍ମକ ଚିନ୍ତାଧାରା ସହ ସମାଜରେ ନିଜର ମାନ ସମ୍ମାନ ବୃଦ୍ଧି ପାଇବ। ଭାଗ୍ୟ ଅନୁକୂଳ ଯୋଗୁଁ ବହୁ ସମସ୍ୟାର ସମାଧାନର ବାଟ ମିଳିଯିବ।
ସାମାଜିକ ପ୍ରତିଷ୍ଠା: ଚତୁର୍ଥ ସ୍ଥାନକୁ ଚତୁର୍ଥାଧିପତିଙ୍କ ପୂର୍ଣ୍ଣଦୃଷ୍ଟି ହେଉଥିବାରୁ ଦୈବୀକୃପା ମିଳିବା ସହ ସାମାଜିକମୂଳକ କାର୍ଯ୍ୟକ୍ରମ, ସାଂସ୍କୃତିକ କାର୍ଯ୍ୟକ୍ରମ, ଗଠନ ମୂଳକ କାର୍ଯ୍ୟକ୍ରମ ତଥା ମାଙ୍ଗଳିକ କାର୍ଯ୍ୟକ୍ରମ ହାତକୁ ନେଇ ସମାଜରେ ନିଜର ମାନସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି କରିବେ। ବିବାଦମାନ ପରିସ୍ଥିତିର ସମ୍ମୁଖୀନ ହେଲେ ବହୁ ଲୋକଙ୍କ ସାହାଯ୍ୟ ଓ ସହାନୁଭୂତି ଯୋଗୁଁ ପରିସ୍ଥିତି ଶାନ୍ତ ରହିବ। କର୍ମ କ୍ଷେତ୍ରରେ କୌଣସି ପ୍ରକାର ଆଖି ଦୃଶିଆ ପ୍ରତିବନ୍ଧକ ସୃଷ୍ଟି ହେବ ନାହିଁ।
ଅର୍ଥନୈତିକ ଅବସ୍ଥା : ଧନାଧିପତିକୁ କେନ୍ଦ୍ର କୋଣର ଅଧିପତି ବୃହସ୍ପତିଙ୍କ ପୂର୍ଣ୍ଣଦୃଷ୍ଟି ଦେଉଥିବା ଯୋଗୁଁ ବର୍ଷସାରା ଆର୍ଥିକ ସ୍ବଚ୍ଛଳତା ଲାଗି ରହିବ। ବ୍ୟବସାୟୀ ତଥା ଚାକିରିଜୀବୀଙ୍କ ଆର୍ଥିକ ସ୍ବଚ୍ଛଳତା ଲାଗି ରହିବା ସହ ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇବ। ସରକାରୀ ଚାକିରିଆଙ୍କ ପଦୋନ୍ନତି ହେବାର ବହୁ ସମ୍ଭାବନା ଅଛି। ଉତ୍ତରାଧିକାରୀ ତଥା ଆଶା କରୁନଥିବା ଦିଗରୁ ଧନ ସମ୍ପତ୍ତି ପ୍ରାପ୍ତିର ସୂଚନା ମିଳେ।
ଛାତ୍ରଛାତ୍ରୀ: ପଞ୍ଚମାଧିପତି ଭାଗ୍ୟ ସ୍ଥାନରେ ବୁଧଙ୍କୁ ବୃହସ୍ପତିଙ୍କ ପୂର୍ଣ୍ଣଦୃଷ୍ଟି ହେତୁ ୨୦୨୬ ମସିହାରେ ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସୌଭାଗ୍ୟ ଅର୍ଜନ କରିବେ। ଗବେଷକମାନେ ଗବେଷଣା କାର୍ଯ୍ୟରେ ଆଗେଇବା ସହ ଶିକ୍ଷାର୍ଥୀମାନେ ଯଶ, ମାନ ଓ ଗୌରବର ଅଧିକାରୀ ଦେବେ।
ଦୈବୀ ପ୍ରତିକାର: ଚନ୍ଦନ ଜଳରେ ପକାଇ ସ୍ନାନ କରନ୍ତୁ। ମନେ ମନେ ସକାଳେ ‘ଓଁ ଉଚ୍ଛିଷ୍ଟ ଗଣପତୟେ ସ୍ବାହା’ ତଥା ଶୋଇବା ପୂର୍ବରୁ ମନେ ମନେ ‘ଲଂ’ ମନ୍ତ୍ରକୁ ଜପ କରନ୍ତୁ। ମାନସିକ ଶାନ୍ତି ମିଳିବା ସହ ଅଟକି ଥÒବା କାର୍ଯ୍ୟ ସମ୍ପାଦନ ହେବ।
ତୁଳା
ସ୍ବାସ୍ଥ୍ୟ: ତୁଳା ରାଶିକୁ ରାହୁଙ୍କ ପୂର୍ଣ୍ଣଦୃଷ୍ଟି ଓ ଶୁକ ପାପ ଗ୍ରହ ମଙ୍ଗଳ ରବି ଯୁକ୍ତ ହୋଇ ବୃହସ୍ପତିଙ୍କ ପୂର୍ଣ୍ଣ ଦୃଷ୍ଟି ହେତୁ ବର୍ଷସାରା ସ୍ବାସ୍ଥ୍ୟ କ୍ଷେତ୍ରରେ ଉଭୟ ଶୁଭ ଓ ଅଶୁଭ ମିଶ୍ରିତ ଫଳ ପାଇବେ। ଅକସ୍ମାତ ଅସ୍ତ୍ରୋପଚାର ସହ ଉଦର, ଜଣ୍ଡିସ, ଯକୃତ, କର୍ଣ୍ଣ, ନାସା ଓ ଗଳା ରୋଗରେ ଆକ୍ରାନ୍ତ ହେବାର ବହୁ ସମ୍ଭାବନା ରହିଛି। ଅଯଥା ଭ୍ରମଣ, ବିଶ୍ରାମହୀନତା ତଥା ଅତ୍ୟଧିକ ପରିଶ୍ରମ ହେତୁ ସାମୟିକ ଭାବରେ ଅସୁସ୍ଥତା ଅନୁଭବ କରିବେ। ପୁରାତନ ରୋଗୀମାନେ ସ୍ବାସ୍ଥ୍ୟରେ ଜଟିଳତା ଅନୁଭବ କରିବେ। ଅଗଷ୍ଟ ମାସ ପରଠାରୁ ସ୍ବାସ୍ଥ୍ୟ ସମସ୍ୟାର ପ୍ରାଦୁର୍ଭାବ କମିବ।
ପରିବାର: ଚତୁର୍ଥାଧିପତି ଷଷ୍ଠରେ ଥିବା ଫଳରେ ପାରିବାରିକ ସମସ୍ୟା ଜଟିଳ ହେବ। ବିନା କାରଣରେ ଗୃହରେ ପରସ୍ପର ମଧ୍ୟରେ ମତାନ୍ତର ଓ ମନାନ୍ତର ବଜାୟ ରହିବ। ବର୍ଷସାରା ଅତିଥି ଅଭ୍ୟାଗତଙ୍କ ଆଗମନ ଯୋଗୁଁ ବ୍ୟସ୍ତବିବ୍ରତ ରହିବେ। ଗୋଟିଏ ସମସ୍ୟାର ସମାଧାନ କଲା ବେଳକୁ ଅଚାନକ ଆଉ ଗୋଟିଏ ସମସ୍ୟା ଦେଖାଦେବ। ବର୍ଷର ଶେଷ ଭାଗରେ ନିଜ ଅଭିଜ୍ଞତା ଓ ଦୈବୀ ଆଶୀର୍ବାଦ ଯୋଗୁଁ ସମସ୍ତ ସମସ୍ୟାର ସମାଧାନର ଅନୁକୂଳ ପରିବେଶ ଓ ପରିସ୍ଥିତି ଦେଖା ଦେବ।
ସାମାଜିକ ପ୍ରତିଷ୍ଠା: ଭାଗ୍ୟାଧିପତିଙ୍କୁ ବୃହସ୍ପତି ପୂର୍ଣ୍ଣଦୃଷ୍ଟି ହେତୁ ବର୍ଷସାରା କର୍ମକ୍ଷେତ୍ରରେ ମାନସିକ ଶାନ୍ତି, ସମାଜରେ ସର୍ବୋଚ୍ଚ କ୍ଷେତ୍ରରେ ସମ୍ମାନିତ, କଠୋର ପରିଶ୍ରମ ତଥା ନିର୍ଭୀକ ମନୋଭାବ ଯୋଗୁଁ ବହୁ କ୍ଷେତ୍ରରେ ସମ୍ମାନିତ ହେବେ। ରାଜନୀତି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥ୍ ଦେବ। ବହୁ ଜାଗାରେ ନେତୃତ୍ବ ନେଇ ନିଜର କର୍ତ୍ତବ୍ୟନିଷ୍ଠା ଓ ଏକାଗ୍ରତା ହେତୁ ସମାଜରେ ନିଜର ଭାବମୂର୍ତ୍ତିରେ ସୁନାମ ଅର୍ଜନ କରିବା ସହ ଲୋକ ସମର୍ଥନରୁ ଲାଭବାନ ହେବେ।
ଅର୍ଥନୈତିକ ଅବସ୍ଥା: ଦ୍ବିତୀୟ ପତି ତଥା ସପ୍ତମ ପତିଙ୍କୁ ଶୁଭଗ୍ରହଙ୍କ ଦୃଷ୍ଟିହେତୁ ଅର୍ଥନୈତିକ ଅବସ୍ଥା ସ୍ବଚ୍ଛଳ ରହିବ। ବର୍ଷସାରା ବିଭିନ୍ନ ଦିଗରୁ ଅର୍ଥାଗମର ବାଟ ଦେଖାଦେବ। ସ୍ଥାବର ଓ ଅସ୍ଥାବର ସମ୍ପତ୍ତିରୁ ଆୟ ବଢ଼ିବ। ଋଣ ପରିଶୋଧ କରିବେ। ସରକାରୀ ଚାକିରିଆମାନେ ନିଜର କର୍ତ୍ତବ୍ୟନିଷ୍ଠା ପାଇଁ ପ୍ରଶଂସିତ ହେବା ସହ ପଦୋନ୍ନତି ପାଇବେ। କୃଷକ ଓ ବ୍ୟବସାୟୀମାନଙ୍କ ପାଇଁ ବର୍ଷଟି ଶୁଭ ତଥା ଲାଭଯୁକ୍ତ ହେବ।
ଛାତ୍ରଛାତ୍ରୀ: ବିଦ୍ୟାଧିପତିଙ୍କୁ ଶୁଭଗ୍ରହ ଦୃଷ୍ଟି ହେତୁ ଛାତ୍ରମାନେ ବର୍ଷସାରା ଶୁଭଫଳ ପାଇବେ। ଉଚ୍ଚଶିକ୍ଷା ତଥା ଗବେଷଣା କ୍ଷେତ୍ରରେ ଆଶାତୀତ ଭାବରେ ନିଜର ଲକ୍ଷ୍ୟପୂରଣ କରିବେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଜୟଯୁକ୍ତ ହେବା ସହ ବିଦେଶ ଭ୍ରମଣ ସୁଯୋଗ ପାଇବେ।
ଦୈବୀ ପ୍ରତିକାର: ଉଦୟକାଳୀନ ସୂର୍ଯ୍ୟଙ୍କୁ ବାରମ୍ବାର ପ୍ରଣାମ କରନ୍ତୁ। ମନେ ମନେ ‘ଯଂ’ ମନ୍ତ୍ରକୁ ବାରମ୍ବାର ଜପ କରନ୍ତୁ।
ବିଛା
ସ୍ବାସ୍ଥ୍ୟ: ଲଗ୍ନାଧିପତି ଷଷ୍ଠାଧିପତି ମଙ୍ଗଳ ବୃହସ୍ପତିଙ୍କ ପୂର୍ଣ୍ଣଦୃଷ୍ଟି ଥିବା ହେତୁ ସ୍ବାସ୍ଥ୍ୟ କ୍ଷେତ୍ରରେ ମିଶ୍ରିତ ଶୁଭାଶୁଭ ଫଳ ମିଳିବ। ମାନସିକ ସ୍ଥିତି ଠିକ୍ ରହିଲେ ମଧ୍ୟ ପୁରାତନ ରୋଗର ଯନ୍ତ୍ରଣା ଧୀରେ ଧୀରେ ବଢ଼ିଯିବ। ସର୍ଦ୍ଦି ତଥା ଅଜଣାରୋଗର ଶିକାର ହୋଇ ବହୁ ଖର୍ଚ୍ଚାନ୍ତ ହେବେ। ଖାଦ୍ୟପେୟର ଅନିୟମିତତା, ବିଶ୍ରାମହୀନତା ତଥା ମାତ୍ରାଧିକ ପରିଶ୍ରମ ହେତୁ ଅସୁସ୍ଥତା ଅନୁଭବ କରିବେ। ବର୍ଷର ଶେଷ ଭାଗ ବେଳକୁ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ ମନ ସ୍ଥିରତାରେ ଲାଗି ରହିବ।
ପରିବାର: ଚତୁର୍ଥସ୍ଥ ରାହୁଙ୍କୁ ବୃହସ୍ପତିଙ୍କ ଦୃଷ୍ଟି ହେତୁ ବର୍ଷସାରା ଶାନ୍ତର ବାତାବରଣ ଦେଖା ଦେଲେ ମଧ୍ୟ ସମସ୍ୟା ଉପରେ ସମସ୍ୟା ଲାଗି ରହିବ। ପୈତୃକ ସମ୍ପତ୍ତିକୁ ନେଇ ମାନସିକ ଅଶାନ୍ତି ଭୋଗ କରିବେ। ପାଖ ପଡ଼ୋଶୀଙ୍କ ମତ-ମତାନ୍ତର ସହ ପାରିବାରିକ ଅସହଯୋଗ ତଥା ଗୁରୁଜନଙ୍କ ସ୍ବାସ୍ଥ୍ୟହାନି ଘଟିବାର ବହୁ ସମ୍ଭାବନା ରହିଛି। ମାଙ୍ଗଳିକ କାର୍ଯ୍ୟରେ ବହୁ ବାଧା ବିଘ୍ନ ଦେଖା ଦେବ।
ସାମାଜିକ ପ୍ରତିଷ୍ଠା: ବର୍ଷସାରା ଶୃଙ୍ଖଳା କର୍ତ୍ତବ୍ୟରେ ନିଷ୍ଠା, ସହନଶୀଳତା, ପ୍ରଚଣ୍ଡ ଅଧ୍ୟବସାୟ ତଥା ସୃଜନଶକ୍ତି ବୃଦ୍ଧି ହେବା ଯୋଗୁଁ ସମାଜରେ ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନିତ ହେବେ। ବିତର୍କ ଓ ସମାଲୋଚନା ଦିଗରେ ଭାଗ୍ୟ ସାଥ୍ ଦେବା ଯୋଗୁଁ ଆତ୍ମସନ୍ତୋଷ ଲାଭ କରିବେ। ରାଜନୀତିଜ୍ଞମାନେ ପୂର୍ବ ପରିକଳ୍ପିତ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରି ତୃଣମୂଳସ୍ତରରେ ଖ୍ୟାତି ଅର୍ଜନ କରିବେ। ଜନମାନସରେ ନ୍ୟାୟବନ୍ତ ହେବା ସହ ଲୋକମାନଙ୍କ ସମସ୍ୟାର ସମାଧାନ କରି ଜାନଦୃତ ହେବେ।
ଅର୍ଥନୈତିକ ଅବସ୍ଥା: ଧନାଧିପତି ବୃହସ୍ପତି ଧନ ସ୍ଥାନକୁ ଦେଖୁଥିବା ଯୋଗୁଁ ଅର୍ଥନୈତିକ ଅବସ୍ଥା ବର୍ଷସାରା ପ୍ରାୟତଃ ସ୍ବଚ୍ଛଳ ରହିବ। ଆତ୍ମୀୟ ସ୍ବଜନ, ବନ୍ଧୁ ତଥା ସମ୍ପର୍କୀୟଙ୍କ ସହାୟତାରେ ଓ ଯୌଥ କାରବାରରେ ନୂତନ ଧନ ଉପାର୍ଜନ ତଥା ଧନ ସଞ୍ଚୟ ଯୋଜନାକୁ ପୂର୍ଣ୍ଣାଙ୍ଗ କରିବେ। ବାଣିଜ୍ୟ ବ୍ୟବସାୟ ତଥା କ୍ରୟବିକ୍ରୟ କ୍ଷେତ୍ରରେ ଆଶାତୀତ ଭାବରେ ଲାଭବାନ ହେବେ। କରଜରୁ ମୁକ୍ତି ପାଇବେ। ଆଶା କରୁ ନ ଥିବା ଦିଗରୁ ଧନାଗମ କ୍ରମଶଃ ଲାଗି ରହିବ।
ଛାତ୍ରଛାତ୍ରୀ: ପଞ୍ଚମାଧିପତି ଅଷ୍ଟମସ୍ଥ ହେତୁ ଛାତ୍ରଛାତ୍ରୀମାନେ ଉଭୟ ମିଶ୍ରିତ ଫଳ ପାଇବେ। ଉଚ୍ଚଶିକ୍ଷାରେ ନିଜର ଅଭୀଷ୍ଟ ଓ ଅଭିଳାଷ ପୂରଣ କରିବାରେ ବହୁ ବାଧାବିଘ୍ନ ଆସିବ। ମନ ଅସ୍ଥିର ରହିବ। ଭାବପ୍ରବଣତା ଯୋଗୁଁ ଗବେଷକମାନଙ୍କ ଗବେଷଣାରେ ଉନ୍ନତିରେ ବିଳମ୍ବ ହେବ। ବର୍ଷର ଶେଷ ଭାଗରେ ନିଜର ଆଶା ଓ ଆକାଂକ୍ଷାକୁ ପୂରଣ କରିବାର ସୁଯୋଗ ମିଳିବ।
ଦୈବୀ ପ୍ରତିକାର: ପ୍ରତିଦିନ ହଳଦୀ ଜଳରେ ସ୍ନାନ କରନ୍ତୁ। ପ୍ରତି ସଂକ୍ରାନ୍ତି ଦିନ ବ୍ରାହ୍ମଣ ଭୋଜନ ଦେଇ ସେମାନଙ୍କ ଆଶୀର୍ବାଦ ନିଅନ୍ତୁ।
ଧନୁ
ସ୍ବାସ୍ଥ୍ୟ: ଲଗ୍ନାଧିପତି ଲଗ୍ନକୁ ପୂର୍ଣ୍ଣଦୃଷ୍ଟି ଦେଉଥିବାରୁ ବର୍ଷସାରା ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବ। ମନୋବଳ ବୃଦ୍ଧି ପାଇବା ସହ ପୁରାତନ ରୋଗରୁ ଆରୋଗ୍ୟ ଲାଭ ପାଇବେ। ମନର ସ୍ଥିରତା, ଧୈର୍ଯ୍ୟ ଓ ସାହସକିତା ଯୋଗୁଁ ନିଜର ସ୍ବାସ୍ଥ୍ୟସ୍ଥିତିକୁ ସୁଦୃଢ଼ କରିପାରିବେ। ବର୍ଷର ଶେଷ ଭାଗରେ ମାନସିକ ଚାପ, ଜଳଜନିତ ରୋଗ ତଥା ଅସୁସ୍ଥତାକୁ ଅଣଦେଖା କରିବା ଅନୁଚିତ ।
ପରିବାର: ଚତୁର୍ଥାଧିପତି ବୃହସ୍ପତି କେନ୍ଦ୍ରରେ ଥାଇ ଲଗ୍ନକୁ ପୂର୍ଣ୍ଣଦୃଷ୍ଟି ଦେଉଥିବା ଯୋଗୁଁ ପରିବେଶ ଓ ପାରିପାର୍ଶ୍ବିକ ସ୍ଥିତି ଅନୁକୂଳ ରହିବ। ବର୍ଷସାରା ପାରିବାରିକ ଜୀବନ ସୁଖମୟ ହେବ। ସବୁ କ୍ଷେତ୍ରରେ ସୁସମ୍ମାନିତ ହେବା ସହ ଗୃହରେ ମାଙ୍ଗଳିକ କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ କରିବେ। ପଡ଼ୋଶୀଙ୍କ ସହ ଉତ୍ତମ ବୁଝାମଣା ଠିକ୍ ରହିବ। ଶତ୍ରୁ ସଂଖ୍ୟା ହ୍ରାସ ପାଇବ। ପୁରୁଣା ଭାତୃ ବିବାଦର ସମାଧାନ ଘଟିବ।
ସାମାଜିକ ପ୍ରତିଷ୍ଠା: ବର୍ଷସାରା ମାନସିକ ଶାନ୍ତି ମିଳିବା ସହ ସତ୍ କର୍ମରେ ସମୟର ସଦୁପଯୋଗ କରିବେ। ମାଲିମକଦ୍ଦମାରେ ସୁଫଳ ପାଇବା ସହ ଯେଉଁ କାର୍ଯ୍ୟ ହାତକୁ ନେବେ, ତାହା ପୂର୍ଣ୍ଣାଙ୍ଗ କରିବାର ସୁଯୋଗ ପାଇବେ। ସାମାଜିକ ପ୍ରତିଷ୍ଠା ଦିଗରେ ନିଜର ପ୍ରଭାବଶାଳୀ ବ୍ୟକ୍ତିତ୍ବ ଯୋଗୁଁ ଲୋକପ୍ରିୟତା ବୃଦ୍ଧି ପାଇବା ସହ ବହୁ କ୍ଷେତ୍ରରେ ମାନସିକ ଶାନ୍ତି ମିଳିବା ସହ ସମସ୍ତଙ୍କଠାରୁ ସ୍ନେହ, ସହଯୋଗ, ସୌହାର୍ଦ୍ଧ୍ୟ ତଥା ଉତ୍ସାହ ଦ୍ବାରା ନିଜର ପତିଆରା ବୃଦ୍ଧି ପାଇବ।
ଅର୍ଥନୈତିକ ଅବସ୍ଥା: ବର୍ଷର ପ୍ରଥମାର୍ଦ୍ଧରେ ଅର୍ଥନୈତିକ ଅବସ୍ଥା ଉତ୍ଥାନ ପତନ ଦେଇ ଗତି କରିବା ସହ ଦ୍ବିତୀୟାର୍ଦ୍ଧରେ ଆର୍ଥିକ ସ୍ବଚ୍ଛଳତା ଲାଗି ରହିବ। ଭୂମି, ଯାନବାହନ କ୍ରୟ କରିବାର ସୁଯୋଗ ମିଳିବ। କରଜ ମୁକ୍ତ ହେବେ। ଆଶା କରୁନଥିବା ଦିଗରୁ ଅର୍ଥାଗମର ସୁଅ ଛୁଟିବା ସହ ଅଳ୍ପ ପରିଶ୍ରମରେ ବହୁ ପାରିଶ୍ରମିକ ମିଳିବା ହେତୁ ଆତ୍ମସନ୍ତୋଷ ଲାଭ କରିବେ। ସରକାରୀ କଳରୁ ଉପକୃତ ହେବା ସହ କର୍ମଜୀବୀମାନେ ପଦୋନ୍ନତି ପାଇବେ।
ଛାତ୍ରଛାତ୍ରୀ : ଶିକ୍ଷା କ୍ଷେତ୍ରକୁ ରାହୁଙ୍କ ପୂର୍ଣ୍ଣ ଦୃଷ୍ଟି ହେତୁ ବର୍ଷର ପ୍ରଥମାର୍ଦ୍ଧରେ ମିଶ୍ରିତ ଫଳ ପ୍ରଦାନ କରିବ। ମାନସିକ ସନ୍ତୁଳନ ବ୍ୟାହତ ହେବା ସହ ସାମାନ୍ୟ ଭୁଲ ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ବହୁ ସମସ୍ୟା ଦେଖାଦେବ। ଦ୍ବିତୀୟରେ ନିଜର ଉଦ୍ୟମ ଓ ଆନ୍ତରିକ ଚେଷ୍ଟା ବଳରେ ପରିବେଶ ଓ ପରିସ୍ଥିତିକୁ ସଠିକ୍ ଦିଗ ନିର୍ଣ୍ଣୟ କରି ପରିଶ୍ରମ ମୂଲ୍ୟ ହାସଲ କରିବ।
ଦୈବୀ ପ୍ରତିକାର: ପ୍ରତ୍ୟହ ହନୁମାନ ଚାଳିଶା ପାଠ କରିବା ସହ ମନେ ମନେ ‘ରଂ’ ବୀଜମନ୍ତ୍ରକୁ ଜପ କରନ୍ତୁ। ସମସ୍ତ କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ ପାଇବେ।
ମକର
ସ୍ବାସ୍ଥ୍ୟ : ଲଗ୍ନପତି ତୃତୀୟସ୍ଥ ହୋଇ ରାହୁ ଯୁକ୍ତ ସହ ଷଷ୍ଠସ୍ଥ ବୃହସ୍ପତି ଥିବା ଯୋଗୁଁ ବର୍ଷର ପ୍ରଥମ ଭାଗରେ ବହୁ ରୋଗରେ ଆକ୍ରାନ୍ତ ହେବେ। ଦ୍ବିତୀୟାର୍ଦ୍ଧରେ ମୋଟାମାଟି ଭାବେ ସ୍ବାସ୍ଥ୍ୟ ଠିକ୍ ରହିବ। ଖାଦ୍ୟପେୟରେ ଅନିୟମିତତା ଦେଖାଦେବା ସହ ବିଭିନ୍ନ ପ୍ରକାରର ମାନସିକ ଅଶାନ୍ତି ଯୋଗୁଁ ମାନସିକ ରୋଗ ତଥା ପୁରାତନ ରୋଗର ଆବିର୍ଭାବ ଦେଖାଦେବ। ବିଶେଷ କରି ଉଦର, ଯକୃତ, ମୁତ୍ରାଶୟ, ଦନ୍ତ, ଚକ୍ଷୁ ସମସ୍ୟା ଓ ରକ୍ତଚାପ ଅଚାନକ ଭାବରେ ଦେଖାଦେବ।
ପରିବାର : ଚତୁର୍ଥାଧିପତି, ଏକାଦଶାଧିପତି ଦ୍ବାଦଶରେ ଥିବା ହେତୁ ବର୍ଷସାରା ବର୍ଷର ପ୍ରଥମାର୍ଦ୍ଧରେ ବହୁ ମାନସିକ ଅଶାନ୍ତି ଭୋଗିଲେ ଦ୍ବିତୀୟାର୍ଦ୍ଧରେ ସମସ୍ତ ପ୍ରକାରର ବାଧାବିଘ୍ନକୁ ଅତିକ୍ରମ କରିବ। ଭ୍ରାତୃବିବାଦ, ଦାମ୍ପତ୍ୟ ଜୀବନରେ ଅଶାନ୍ତି ତଥା ପାରିବାରିକ ସମସ୍ୟା ବୃଦ୍ଧି ପାଇବ। ଦ୍ବିତୀୟ ଭାବରେ ଗୃହରେ ମାଙ୍ଗଳିକ କାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ ହେବ। ସମସ୍ତ କ୍ଷେତ୍ରରେ ସମ୍ମାନିତ ହେବା ସହ ପରିବେଶ ଓ ପାରିପାର୍ଶ୍ବିକ ସ୍ଥିତି ଅନୁକୂଳ ରହିବ।
ସାମାଜିକ ପ୍ରତିଷ୍ଠା: ସାମାଜିକ ପ୍ରତିଷ୍ଠା ଦିଗରେ ଉଭୟ ଶୁଭ ଓ ଅଶୁଭ ଫଳ ମିଳିବ। ପାଖ ପଡ଼ୋଶୀଙ୍କ ସହ ମତାନ୍ତର ଓ ମନାନ୍ତର ତଥା ବହୁ ଦିଗରୁ ବିରୋଧାଭାସ ଲାଗି ରହିଲେ ମଧ୍ୟ ନିଜର ସ୍ବତନ୍ତ୍ରତା ଉପରେ କୌଣସି ଆଞ୍ଚ ଆସିବ ନାହିଁ। ବାକ୍ ସଂଯମତା ତଥା ଉତ୍ତମ ବ୍ୟବହାର ଯୋଗୁଁ ଅନେକ ଗୁରୁଦାୟିତ୍ବକୁ ସୁଚାରୁ ରୂପେ ତୁଳାଇ ପାରିଲେ ଲୋକସମ୍ପର୍କ ଆଶାତୀତ ବୃଦ୍ଧି ପାଇବ। କୋର୍ଟକଚେରି ମାମଲାରେ ସୁଫଳ ପାଇବା ସହ ସାମାଜିକ ଭାବମୂର୍ତ୍ତି ବୃଦ୍ଧି ପାଇବ।
ଅର୍ଥନୈତିକ ଅବସ୍ଥା : ବର୍ଷର ପ୍ରଥମାର୍ଦ୍ଧରେ ଦେବଗୁରୁ ବୃହସ୍ପତି ଧନ ଜାଗାକୁ ଦେଖୁଥିବା ହେତୁ ବହୁ ପ୍ରତିଷ୍ଠାନ ସହ ଜଡ଼ିତ ରହି ଅର୍ଥ ଉପାର୍ଜନ କରିବେ। ବ୍ୟବସାୟ ବାଣିଜ୍ୟରେ ଭାଗ୍ୟୋଦୟ ହେବ। ଭାଗୀଦାରି ବ୍ୟବସାୟ ଦିଗଟି ଉତ୍ତମ ରହିବ। ଜୀବନବୀମା ଓ ସେୟାର ମାର୍କେଟ ଦିଗରୁ ଆଶାତୀତ ଶୁଭ ଫଳ ପାଇବେ। ରାଜକୃପାର ଅଧିକାରୀ ହେବା ସହ ଦେଶ-ବିଦେଶରେ ଭାଗ୍ୟୋଦୟ ସହ ଅନେକ ପ୍ରକାର ଐଶ୍ବର୍ଯ୍ୟ ପ୍ରାପ୍ତି ହେବେ।
ଛାତ୍ରଛାତ୍ରୀ : ଭାଗ୍ୟ ଜାଗାକୁ ଶନି ଓ କର୍ମସ୍ଥାନକୁ ବୃହସ୍ପତି ଦେଖୁଥିବା ଯୋଗୁଁ ସାମୟିକ ଭାବରେ ମାନସିକ ସନ୍ତୁଳନ ବ୍ୟାହତ ହେବ । ଅଯଥା ଭ୍ରମଣ ହେତୁ ଶିକ୍ଷାର ମାନଦଣ୍ଡ କମିଯିବ। ବର୍ଷର ବିଶେଷ ଭାଗକୁ ସ୍ବତନ୍ତ୍ର ପରିଶ୍ରମ, ଅଧ୍ୟୟନ ଓ ଅଧ୍ୟବସାୟ ବଳରେ ଗବେଷଣା ତଥା ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ।
ଦୈବୀ ପ୍ରତିକାର: ପ୍ରତ୍ୟେହ ଗୋମୂତ୍ର ଜଳରେ ମିଶାଇ ସ୍ନାନ କରନ୍ତୁ। ସକାଳେ ଓ ରାତିରେ ସିଦ୍ଧ କୁଞ୍ଜିକା ସ୍ତୋତ୍ର ପାଠ କରନ୍ତୁ।
କୁମ୍ଭ
ସ୍ବାସ୍ଥ୍ୟ: ଲଗ୍ନରେ ରାହୁ ଓ ବୃହସ୍ପତିଙ୍କ ପୂର୍ଣ୍ଣଦୃଷ୍ଟି ଯୋଗୁ ବର୍ଷସାରା ସ୍ବାସ୍ଥ୍ୟ ସେପରି ଆଖି ଦୃଶିଆ ସ୍ବାସ୍ଥ୍ୟହାନି ହେବାର ସମ୍ଭାବନା ନାହିଁ। ପୁରୁଣା ରୋଗର ପ୍ରକୋପ କମିଯିବାରୁ ମାନସିକ ଶାନ୍ତି, ମାନସିକତା ସ୍ଥିରତା ତଥା ସାହସିକତା ବୃଦ୍ଧି ପାଇବ। ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ। ମୋଟାମୋଟି ଭାବରେ ସ୍ବାସ୍ଥ୍ୟରେ ସେପରି ବଡ଼ ସମସ୍ୟା ଦେଖାଦେବ ନାହିଁ।
ପରିବାର: ପରିବାରରେ ସଦାର୍ସବଦା ଶାନ୍ତିର ବାତାବରଣ ଦେଖାଦେବ। ପରିବାର ତଥା ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ହେବ। ପରିବେଶ ଓ ପରିସ୍ଥିତି ଅନୁକୂଳ ହେତୁ ଗୃହରେ ଶୁଭ କାର୍ଯ୍ୟ ବିନା ବାଧାବିଘ୍ନରେ ସୁଚାରୁ ରୂପେ ସମ୍ପାଦିତ ହେବ। ଗୁରୁଜନ ତଥା ବ୍ରାହ୍ମଣମାନଙ୍କଠାରୁ ଆଶୀର୍ବାଦ ପ୍ରାପ୍ତି ହେବେ। ମୋଟାମୋଟି ଭାବରେ ବର୍ଷଟି ବହୁ ଦିଗରୁ ଲାଭବାନ ହେବା ସହ ଅନେକ ସମସ୍ୟାରୁ ମୁକୁଳି ସଫଳତା ପାଇବେ।
ସାମାଜିକ ପ୍ରତିଷ୍ଠା : ଭାଗ୍ୟସ୍ଥାନକୁ ବୃହସ୍ପତିଙ୍କ ପୂର୍ଣ୍ଣଦୃଷ୍ଟି ଥିବା ହେତୁ ବର୍ଷସାରା ମାଲିମକଦ୍ଦମାରେ ଉଲ୍ଲେଖନୀୟ ସଫଳତା ପାଇବା ସହ ସାଂଗଠନିକ କାର୍ଯ୍ୟ ତଥା ଧର୍ମାନୁଷ୍ଠାନ କ୍ଷେତ୍ରରେ ନେତୃତ୍ବ ନେଇ ସମ୍ମାନସ୍ପଦ ହେବେ। ନିଜର କୁଶଳୀ ବାକ୍ ଚାତୁରୀ ଦ୍ବାରା ସମସ୍ତଙ୍କର ପ୍ରିୟପାତ୍ର ହେବା ସହ ଅନେକ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ। ରାଜନୀତି କ୍ଷେତ୍ରରେ ଉଚ୍ଚ ପଦପଦବିରେ ପ୍ରତିଷ୍ଠିତ ହେବେ। ଶତ୍ରୁ ସଂଖ୍ୟା ହ୍ରାସ ପାଇବ। ସମସ୍ତ ସମସ୍ୟାର ଆଶୁ ସମାଧାନ କରିବାର ସିଦ୍ଧହସ୍ତ ହେବେ।
ଅର୍ଥନୈତିକ ଅବସ୍ଥା : ଲଗ୍ନାଧିପତି ଦ୍ବିତୀୟରେ ଥାଇ ରାହୁଙ୍କ ପୂର୍ଣ୍ଣଦୃଷ୍ଟି ଥିବାରୁ ଅର୍ଥନୈତିକ ଅବସ୍ଥା ଉତ୍ଥାନ ପତନ ଦେଇ ଗତି କରିବ। ବହୁ ଦିନର ଋଣ ପରିଶୋଧ କଲେ ମଧ୍ୟ ପୁନଶ୍ଚ ଋଣ କରିବେ। ଅଯଥା ଖର୍ଚ୍ଚରୁ ମୁକ୍ତି ପାଇଲେ ମଧ୍ୟ ଧନ ସଞ୍ଚୟରେ ବହୁ ବାଧାବିଘ୍ନ ଆସିବ। ବର୍ଷ ଶେଷ ଭାଗରେ ଭୂସମ୍ପତ୍ତି ଓ ଗୃହ ନିର୍ମାଣ କ୍ଷେତ୍ରରେ ଆଶାତୀତ ସଫଳତା ପାଇବେ। ବାଣିଜ୍ୟ ବ୍ୟବସାୟ ଦିଗରେ ଅନୁକୂଳ ପରିସ୍ଥିତି ଦେଖାଦେବ। ବହୁ ଅର୍ଥ ଆଗମନର ସୂଚନା ମିଳେ। ନୂତନ ବ୍ୟବସାୟ ତଥା ଦେଶ ବିଦେଶରୁ ଆର୍ଥିକ ଉନ୍ନତି ସହ ରାଜ ପୂଜିତ ହେବେ।
ଛାତ୍ରଛାତ୍ରୀ : ଭାଗ୍ୟ ଜାଗାକୁ ବୃହସ୍ପତି ତଥା ବିଦ୍ୟାକାରକ ଗ୍ରହ ବୁଧ କ୍ଷେତ୍ର ପରିବର୍ତ୍ତନ ଓ ପରସ୍ପର ପ୍ରତି ଦୃଷ୍ଟି ଦେଉଥିବା ହେତୁ ଛାତ୍ରଛାତ୍ରୀ ସମସ୍ତ କ୍ଷେତ୍ରରେ ଲାଭବାନ ହେବେ। ପ୍ରତିଯୋଗିତାମୂଳକ ପରୀକ୍ଷା, ଉଚ୍ଚଶିକ୍ଷାରେ ନିଜର ଅଭୀଷ୍ଟ ଓ ଅଭିଳାଷ ପୂରଣ ହେବ।
ଦୈବୀ ପ୍ରତିକାର : ଗୁରୁଜନମାନଙ୍କ ଆଶୀର୍ବାଦ ନିଅନ୍ତୁ। ଗୃହର ଇଷ୍ଟଦେବତାଙ୍କୁ ସ୍ମରଣ କରନ୍ତୁ। ମନେ ମନେ ‘କ୍ରୀଂ କ୍ରୀଂ କ୍ରୀଂ’’ ମନ୍ତ୍ରକୁ ସଦାସର୍ବଦା ଜପ କରନ୍ତୁ ।
ମୀନ
ସ୍ବାସ୍ଥ୍ୟ : ଏକାଦଶାଧି ପଠି ଲଗ୍ନସ୍ଥ ରାହୁ ଦୃଷ୍ଟ ହେତୁ ବର୍ଷସାରା ସ୍ବାସ୍ଥ୍ୟ କ୍ଷେତ୍ରରେ ଉଭୟ ଶୁଭ ଓ ଅଶୁଭ ଫଳ ପାଇବେ। ପୁରାତନ ରୋଗର ସମସ୍ୟା ଦେଖାଦେବା ସହ ସାମୟିକ ମୂତ୍ରାଶୟଜନିତ ରୋଗ ଯୋଗୁଁ ବହୁ ଖର୍ଚ୍ଚାନ୍ତ ହେବେ। ଆଚରଣ, ଅସଂଯତ ବ୍ୟବହାର ତଥା ଅସ୍ବାଭାବିକ ସଂଯମର ଅଭାବର ମାନସିକ ବ୍ୟାଧିର ଶିକାର ହେବାର ବହୁ ସମ୍ଭାବନା ଅଯଥା କ୍ରୋଧ ଓ ଅଯଥା ଦୂରଯାତ୍ରାରେ ଶାରୀରିକ କ୍ଲାନ୍ତି ବୃଦ୍ଧି ପାଇବ।
ପରିବାର : ଚତୁର୍ଥରେ ବୃହସ୍ପତି କର୍ମସ୍ଥାନକୁ ପୂର୍ଣ୍ଣ ଦୃଷ୍ଟିଦେଉଥିବାରୁ ଗୃହରେ ପାରିବାରିକ ଶାନ୍ତି ମିଳିବା ସହ ମାଙ୍ଗଳିକ କାର୍ଯ୍ୟ ସିଦ୍ଧିପ୍ରାପ୍ତି ହେବ। ଶତ୍ରୁ ପୀଡ଼ା ଦୂର ହେବା ସହ ଶତ୍ରୁମାନେ ପରାଜିତ ହେବେ । ପାରିବାରିକ ସହଯୋଗ ମିଳିବା ସହ ସନ୍ତାନ ସୁଖ ମିଳିବ। ବର୍ଷସାରା ଅତିଥି ଅଭ୍ୟାଗତଙ୍କ ଆଗମନ ଯୋଗୁଁ ମାନସିକ ଶାନ୍ତି ପାଇବା ସହ ସମସ୍ତଙ୍କ ସ୍ନେହ ଶ୍ରଦ୍ଧା ପ୍ରାପ୍ତି ହେବେ। ପତି-ପତ୍ନୀଙ୍କ ସହ ଉତ୍ତମ ବୁଝାମଣା ରହିବ। ଭାତୃ ବିବାଦର ଅନ୍ତ ଘଟିବ।
ସାମାଜିକ ପ୍ରତିଷ୍ଠା : ବର୍ଷସାରା ସଦାସର୍ବଦା ସମାଜରେ ପ୍ରତିଷ୍ଠିତ ଖ୍ୟାତିସଂପନ୍ନ ଲୋକମାନଙ୍କଠାରୁ ସାହାଯ୍ୟ ଓ ସହାନୁଭୂତି ମିଳିବ। ସମସ୍ତ କ୍ଷେତ୍ରରେ ନିଜର ଆତ୍ମମର୍ଯ୍ୟାଦା ବୃଦ୍ଧି ପାଇବ, ରାଜନୀତି କ୍ଷେତ୍ରରେ, ବିଭିନ୍ନ ଧର୍ମାନୁଷ୍ଠାନ ଓ ସାମାଜିକ, ସାଂସ୍କୃତିକ କାର୍ଯ୍ୟକଳାପ ଉପରେ ନିଜର ଅପ୍ର୍ୟାତ୍ୟାଶିତ ଜ୍ଞାନକୌଶଳ ତଥା ନେତୃତ୍ବ ଯୋଗୁଁ ସବୁ କ୍ଷେତ୍ରରେ ଖ୍ୟାତି ଓ ଯଶ ବୃଦ୍ଧି ପାଇବେ। କୋର୍ଟ କଚେରି ମାମଲାରେ ଆଶାତୀତ ସଫଳତା ପାଇବେ। ବହୁ କ୍ଷେତ୍ରରେ ଦୈବୀ କୃପା ମିଳିବା ହେତୁ ମାନସିକ ଶାନ୍ତି ପାଇବେ।
ଅର୍ଥନୈତିକ ଅବସ୍ଥା : ବାଣିଜ୍ୟ ବ୍ୟବସାୟ, ଅଂଶୀଦାର ବ୍ୟବସାୟ, ବୀମା ତଥା ଗୃହ କ୍ରୟ ବିକୟ ବ୍ୟବସାୟରେ ସଦାସର୍ବଦା ଆର୍ଥିକ ଉନ୍ନତି ଦେଖାଦେବ। ଦେଶ ବିଦେଶରୁ ଅଚାନକ ବହୁ ଅର୍ଥ ଆଗମନର ସୂଚନା ମିଳେ। ପୂର୍ବରୁ କରିଥିବା ଋଣ ପରିଶୋଧ କରିବାର ସୁଯୋଗ ମିଳିବ। ଆୟପତି ଲଗ୍ନସ୍ଥ ତଥା ଲଗ୍ନାଧିପତି କେନ୍ଦ୍ର ସ୍ଥାନରେ ଥିବା ଯୋଗୁଁ ଧନ, ଜନ, ଗୋପଲକ୍ଷ୍ମୀ ଆଦି ବୃଦ୍ଧି ପାଇବ। ବ୍ୟବସାୟୀ, ଚାକିରିଜୀବୀ ତଥା କୃଷକମାନଙ୍କ ପାଇଁ ବର୍ଷଟି ଶୁଭଫଳ ପାଇବେ।
ଛାତ୍ରଛାତ୍ରୀ : ବର୍ଷସାରା ଛାତ୍ରଛାତ୍ରୀମାନଙ୍କ ପାଇଁ ସର୍ବତ୍ର କ୍ଷେତ୍ରରେ ଶୁଭଫଳ ପାଇବେ। ଭାଗ୍ୟୋଦୟ ହବ, ଧନ୍ଧାମୂଳକ ବୈଷୟିକ ଶିକ୍ଷା, ପ୍ରତିଯୋଗିତାମୂଳକ ପରୀକ୍ଷାରେ ନିଜର ଅଭୀଷ୍ଟ ପୂରଣ ରହିବେ। ଉଚ୍ଚଶିକ୍ଷା ପାଇଁ ଦୂରଯାତ୍ରାରେ ଶୁଭଫଳ ପାଇବେ।
ଦେବୀ ପ୍ରତିକାର : ଦୂରଯାତ୍ରାରେ ପାଖରେ ତୁଳସୀ ପତ୍ର ରଖନ୍ତୁ। ହଳଦୀ ଓ ହରିଡ଼ାକୁ ଘୋରି ମସ୍ତକରେ ତିଳକ କରି ଲଗାନ୍ତୁ।