ଗୁରୁବାର ରାଶିଫଳ ( ୦୪-୦୯-୨୦୨୫ )

The Sakala Picture
Published On

ମେଷ: ଶୁଭ ଖବର ମିଳିପାରେ। ନୂତନ ଜମି କିଣିବା ଯୋଗ ଅଛି। ଅଫିସ୍‌ରେ ସହକର୍ମୀଙ୍କୁ ସାହାଯ୍ୟ କରିବେ। ସ୍ବାସ୍ଥ୍ୟପ୍ରତି ଯତ୍ନଶୀଳ ରୁହନ୍ତୁ। ଜୀବନସାଥୀଙ୍କ ସହ ସୁଖଦ ସମୟ ଅତିବାହିତ କରିବେ। ବୃଷ: ଅଜଣାଲୋକଙ୍କଠାରୁ ସାହାଯ୍ୟ ମିଳିବ। ନିଜ କାର୍ଯ୍ୟକୁ ଗୁରୁତ୍ବ ଦିଅନ୍ତୁ। ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥା ସାମାନ୍ୟ ବିଗିଡ଼ିପାରେ। ପ୍ରିୟଜନଙ୍କ କଥାକୁ ବିଶ୍ବାସ କରିବେ ନାହିଁ। ଚକ୍ଷୁ ସମସ୍ୟା ଭୋଗିପାରନ୍ତି। ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ଦୀର୍ଘ ଦିନର ଆଶା ପୂରଣ ହେବ। ନୂତନ […]

ମେଷ: ଶୁଭ ଖବର ମିଳିପାରେ। ନୂତନ ଜମି କିଣିବା ଯୋଗ ଅଛି। ଅଫିସ୍‌ରେ ସହକର୍ମୀଙ୍କୁ ସାହାଯ୍ୟ କରିବେ। ସ୍ବାସ୍ଥ୍ୟପ୍ରତି ଯତ୍ନଶୀଳ ରୁହନ୍ତୁ। ଜୀବନସାଥୀଙ୍କ ସହ ସୁଖଦ ସମୟ ଅତିବାହିତ କରିବେ।

ବୃଷ: ଅଜଣାଲୋକଙ୍କଠାରୁ ସାହାଯ୍ୟ ମିଳିବ। ନିଜ କାର୍ଯ୍ୟକୁ ଗୁରୁତ୍ବ ଦିଅନ୍ତୁ। ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥା ସାମାନ୍ୟ ବିଗିଡ଼ିପାରେ। ପ୍ରିୟଜନଙ୍କ କଥାକୁ ବିଶ୍ବାସ କରିବେ ନାହିଁ। ଚକ୍ଷୁ ସମସ୍ୟା ଭୋଗିପାରନ୍ତି।

ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ଦୀର୍ଘ ଦିନର ଆଶା ପୂରଣ ହେବ। ନୂତନ ବ୍ୟବସାୟ ପାଇଁ ଅନୁକୂଳ ସମୟ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ପରିବାର ଲୋକଙ୍କ ସହ ସମୟ ଅତିବାହିତ କରିବେ।

କର୍କଟ: ପାରିବାରିକ ଜୀବନରେ ସୁଖ, ସମୃଦ୍ଧି ବୃଦ୍ଧି ପାଇବ। ବ୍ୟସାୟରେ ଉନ୍ନତି ପାଇଁ ଆଧୁନିକ ଜ୍ଞାନ-କୌଶଳ ଉପଯୋଗ କରିବେ। ବାପାମାଆଙ୍କ ସ୍ବାସ୍ଥ୍ୟ ପାଇଁ ଯତ୍ନବାନ ହେବେ।

ସିଂହ: ଅଫିସ୍‌ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଉଧାର ଟଙ୍କା ଫେରି ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଗୁରୁଜନଙ୍କ ଆଶୀର୍ବାଦ ନେଇ ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି।

କନ୍ୟା: ବ୍ୟବସାୟରେ ଲାଭ ହେବ। ଆୟଠୁ ଅଧିକ ବ୍ୟୟ କରିବେ। ବରିଷ୍ଠ ଅଧିକାରୀଙ୍କ ପରାମର୍ଶରେ କାମରେ ଆଗକୁ ବଢ଼ିବେ। ନୂଆ କାମ ଆରମ୍ଭ କରିବେ। ମହିଳାମାନେ ଘରକାମରେ ବ୍ୟସ୍ତ ରହିବେ।

ତୁଳା: ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଆୟର ନୂତନ ମାର୍ଗ ଉନ୍ମୋଚନ ହେବ। ଆଇଟି କର୍ମଚାରୀଙ୍କ ପାଇଁ ସମୟ ଭଲ। ଉଧାର ଟଙ୍କା ଫେରି ପାଇବେ।

ବିଛା: ବୈବାହିକ ଜୀବନ ସୁଖମୟ ହେବ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। ଅଫିସ୍‌ କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଦାନ ଧର୍ମ କରିବେ।

ଧନୁ: ଧୈର୍ଯ୍ୟର ସହ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ତୁଲାଇବେ। ନିଜ ଲୋକ ଶତ୍ରୁ ସାଜିପାରନ୍ତି। ନୂତନ ଯାନବାହନ କ୍ରୟ କରିପାରନ୍ତି। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଆଇନଜୀବୀଙ୍କୁ ସଫଳତା ମିଳିବ।

ମକର: ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଚାକିରିଆଙ୍କୁ ନୂତନ ନିଯୁକ୍ତି ମିଳିବ। ସନ୍ତାନ ସୁଖ ପ୍ରାପ୍ତ ହେବ। ପ୍ରେମ ସମ୍ବନ୍ଧରେ ଭୁଲ ବୁଝାମଣା ସୃଷ୍ଟି ହେବ। କୋର୍ଟ କଚେରୀ ମାମଲାର ଶୁଣାଣି ହେବ।

କୁମ୍ଭ: ଧାରକରଜରୁ ଦୂରେଇ ରହିବେ। ବ୍ୟବସାୟ ବୃଦ୍ଧିକୁ ନେଇ ସାବଧାନତା ଅବଲମ୍ବନ କରିବେ। ବିରୋଧୀଙ୍କୁ ସାମ୍ନା କରିବେ। ଚିନ୍ତାଗ୍ରସ୍ତ ରହିବେ। ଜୀବନସାଥୀଙ୍କୁ ମନ କଥା କହିବେ।

ମୀନ: ବିଦ୍ୟାର୍ଥୀ ପରୀକ୍ଷାରେ ସଫଳ ହେବେ। ବନ୍ଧୁଙ୍କ ସାହାଯ୍ୟ ମିଳିବ। କଳା କ୍ଷେତ୍ରରେ ସଫଳତା ମିଳିବ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ।

Join Us @ WhatsApp

About The Author

Google News
Join Us @ WhatsApp

ରାଶିଫଳ