ରୋଗ ଗୋଟିଏ ଉପଚାର ଅନେକ: ଜାଣନ୍ତୁ ଡେଙ୍ଗୁ ହେଲେ କିପରି କରିବେ ଉପଚାର

The Sakala Picture
Published On

କରୋନା ପରେ ଏବେ ଡେଙ୍ଗୁ ଆଉ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଇଛି। ଏଡିସ୍‌ ମଶା ଯୋଗୁଁ ଡେଙ୍ଗୁ ବ୍ୟାପିଥାଏ। ଜ୍ବର, କମ୍ପ, ଗଣ୍ଠି ବିନ୍ଧା, ଆଖିରେ ଯନ୍ତ୍ରଣା, ଦେହରେ ଲାଲ୍‌ ରଙ୍ଗର ଦାଗ ଦେଖାଦେବା ଏବଂ ପ୍ରବଳ ମୁଣ୍ଡବିନ୍ଧା ଆଦି ଡେଙ୍ଗୁର ଲକ୍ଷଣ ହୋଇପାରେ। ତେଣୁ ପ୍ରଥମ ପର୍ଯ୍ୟାୟରେ ହିଁ ଯଥାଶୀଘ୍ର ଏ ସମ୍ପର୍କରେ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ। ତିନୋଟି ଉପାୟରେ ଡେଙ୍ଗୁର ଉପଚାର ସମ୍ଭବ। ଏଲୋପାଥି ଔଷଧ ପୂର୍ବରୁ ପ୍ରଥମେ […]

କରୋନା ପରେ ଏବେ ଡେଙ୍ଗୁ ଆଉ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଇଛି। ଏଡିସ୍‌ ମଶା ଯୋଗୁଁ ଡେଙ୍ଗୁ ବ୍ୟାପିଥାଏ। ଜ୍ବର, କମ୍ପ, ଗଣ୍ଠି ବିନ୍ଧା, ଆଖିରେ ଯନ୍ତ୍ରଣା, ଦେହରେ ଲାଲ୍‌ ରଙ୍ଗର ଦାଗ ଦେଖାଦେବା ଏବଂ ପ୍ରବଳ ମୁଣ୍ଡବିନ୍ଧା ଆଦି ଡେଙ୍ଗୁର ଲକ୍ଷଣ ହୋଇପାରେ। ତେଣୁ ପ୍ରଥମ ପର୍ଯ୍ୟାୟରେ ହିଁ ଯଥାଶୀଘ୍ର ଏ ସମ୍ପର୍କରେ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ। ତିନୋଟି ଉପାୟରେ ଡେଙ୍ଗୁର ଉପଚାର ସମ୍ଭବ।

ଆହୁରି ପଢ଼ନ୍ତୁ: ୩ ମାସରେ କମିବ ଓଜନ: ଜାଣନ୍ତୁ କେମିତି ସାହାଯ୍ୟ କରିବ ଲାଉ, କ’ଣ ରହିଛି ଡାଏଟ୍ ପ୍ଲାନ୍

ଏଲୋପାଥି
ଔଷଧ ପୂର୍ବରୁ ପ୍ରଥମେ ଡେଙ୍ଗୁ ଦୂର କରିବାର ଉପାୟ ଆପଣାଇବା ଉଚିତ୍। ଶୋଇବା ସମୟରେ ମଶାରି ଟାଙ୍ଗିବା ଏବଂ ଘରର ଝରକାରେ ନେଟ୍ କପଡ଼ା ବ୍ୟବହାର କରିବା ଦ୍ବାରା ମଶା ଘରକୁ ଆସିପାରିନଥାନ୍ତି। ଏହା ସହିତ ଘରର ପରିବେଶକୁ ସଫା କରନ୍ତୁ। ଯଦି ଜ୍ବର ଅନୁଭବ ହେଉଛି, ତେବେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ରକ୍ତ ପରୀକ୍ଷା କରାଇ ନେବା ଅତ୍ୟନ୍ତ ଜରୁରୀ। ଔଷଧ ସେବନ ଦ୍ବାରା ଡେଙ୍ଗୁ ଜ୍ବର ଏକ ସପ୍ତାହ ମଧ୍ୟରେ ଠିକ୍ ହୋଇଯାଏ। ପାରାସିଟାମଲ୍ ଔଷଧ ଏବଂ ଆବଶ୍ୟକସ୍ଥଳେ ପ୍ଲେଟ୍‌ଲେଟ୍‌ ଥେରାପି ଦିଆଯାଏ। ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଆନ୍ତୁ ନାହିଁ।

ହୋମିଓପାଥି
ଡେଙ୍ଗୁ ଜ୍ବର ପାଇଁ ହୋମିଓପାଥିକ୍‌ରେ ଅନେକ ଔଷଧ ରହିଛି। ଜ୍ବରର ପ୍ରଥମ ପର୍ଯ୍ୟାୟରେ ହିଁ ଏହି ଔଷଧ ଦିଆଗଲେ ଅଧିକ ଫଳପ୍ରଦ ହୋଇଥାଏ। ସମ୍ପୂର୍ଣ୍ଣ ବେଡ୍ ରେଷ୍ଟ୍ ସହିତ ପ୍ରଚୁର ପାଣି ପିଇବା ପାଇଁ ପରାମର୍ଶ କରାଯାଏ। ଜ୍ବର ଓ ଶରୀର ଦରଜ ଦୂର କରିବା ପାଇଁ ଇୟୁପାଟୋରିୟମ୍ ପେର୍ଫୋଲିଆଟମ୍ ୨୦୦, ଡଲ୍‌କାମେରା ୨୦୦ ନାମକ ଔଷଧ ଦିନକୁ ୩ ଥର ୪ରୁ ୫ ଦିନ ପର୍ଯ୍ୟନ୍ତ ଦିଆଯାଏ। କିନ୍ତୁ ଏସବୁ ଔଷଧ ରୋଗୀର ଜ୍ବର ଲକ୍ଷଣକୁ ଦେଖି ଦିଆଯାଇଥାଏ। ତେଣୁ ଡାକ୍ତରଙ୍କ ପାଖରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ହିଁ ଔଷଧ ଗ୍ରହଣ କରିବା ବିଧେୟ।

ଆୟୁର୍ବେଦ
ଡେଙ୍ଗୁର ଆୟୁର୍ବେଦ ଉପଚାର ପାଇଁ ଅମୃତଭଣ୍ଡା ପତ୍ର ରସ ୨ ଚାମଚ,୧ ଚାମଚ ମହୁ ସହିତ ସକାଳେ ଓ ସନ୍ଧ୍ୟାରେ ଖାଲି ପେଟରେ ତିନିଦିନ ସେବନ। ଆଉ ଏକ ଉପଚାର ହେଉଛି – ଗୁଡ଼ୁଚି ରସ ୨ ଚାମଚ, ଅଦା ରସ ୧ ଚାମଚ, ଗଙ୍ଗଶିଉଳି ପତ୍ର ରସ ୧ ଚାମଚ ଓ ମହୁ ଏକ ଚାମଚ ମିଶାଇ ଦିନକୁ ୨ ଥର ଖାଲି ପେଟରେ ଖାଆନ୍ତୁ। ଆଉ କିଛି ଔଷଧ ହେଉଛି – ବିଷମ ଜ୍ବରାନ୍ତକ ଲୌହ, ଗୁଡ଼ୁଚି ସତ୍ବ, ଅମୃତାରିଷ୍ଟ ଆଦି। କିନ୍ତୁ ଡାକ୍ତରଙ୍କ ପରାମର୍ଶରେ ଏସବୁ ଔଷଧ ସେବନ କରନ୍ତୁ। କାରଣ ଯଦି କୌଣସି ବ୍ୟକ୍ତିଠାରେ ଅନ୍ୟ କୌଣସି ରୋଗ ଥାଏ, ତେବେ ଔଷଧର ପ୍ରଭାବ ପ୍ରତିକୂଳ ହେବ। ଏହା ସହିତ ଘରେ ଗୁଗୁଳ ଧୂପ ଦିଅନ୍ତି।

06 Aug 2021 By The Sakala

https://www.thesakala.in/health/treatment-for-dengue-fever/article-4421
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp