ସ୍ବାସ୍ଥ୍ୟ ଉପଯୋଗୀ ନିମ୍ବ ଜୁସ୍‌

The Sakala Picture
Published On

ନିମ୍ବରୁ ଅନେକ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ ହୋଇଥାଏ। ଏହି ବୃକ୍ଷର ପ୍ରତ୍ୟେକ ଅଂଶ ବ୍ୟବହାର ପୂର୍ଣ୍ଣ ଓ ସ୍ବାସ୍ଥ୍ୟ ଉପଯୋଗୀ। ନିମ୍ବ ପତ୍ର ଠାରୁ ଆରମ୍ଭ କରି ଏହାର ଛାଲକୁ ଜୁସ୍‌ କରି ପିଆଯାଇପାରେ। ନିମ୍ବକୁ ସର୍ବରୋଗ ନିବାରଣୀ ମଧ୍ୟ କୁହାଯାଇଥାଏ। ଏହି ଜୁସ୍‌ ପିଇବା ଦ୍ବାରା ଆମକୁ ଅନେକ ରୋଗ ସଂକ୍ରମଣରୁ ରକ୍ଷା ମିଳିପାରିଥାଏ। -ଏହାସହିତ ଯେଉଁମାନେ ମେଦ ବହୁଳତାକୁ ନେଇ ଚିନ୍ତିିତ ସେମାନେ ଏହି ଜୁସ୍‌ ପିଇପାରିବେ। ନିମ୍ବ ଶରୀରରୁ ଚର୍ବି ହଟାଇବା ସହିତ […]

ନିମ୍ବରୁ ଅନେକ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ ହୋଇଥାଏ। ଏହି ବୃକ୍ଷର ପ୍ରତ୍ୟେକ ଅଂଶ ବ୍ୟବହାର ପୂର୍ଣ୍ଣ ଓ ସ୍ବାସ୍ଥ୍ୟ ଉପଯୋଗୀ। ନିମ୍ବ ପତ୍ର ଠାରୁ ଆରମ୍ଭ କରି ଏହାର ଛାଲକୁ ଜୁସ୍‌ କରି ପିଆଯାଇପାରେ। ନିମ୍ବକୁ ସର୍ବରୋଗ ନିବାରଣୀ ମଧ୍ୟ କୁହାଯାଇଥାଏ। ଏହି ଜୁସ୍‌ ପିଇବା ଦ୍ବାରା ଆମକୁ ଅନେକ ରୋଗ ସଂକ୍ରମଣରୁ ରକ୍ଷା ମିଳିପାରିଥାଏ।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

-ଏହାସହିତ ଯେଉଁମାନେ ମେଦ ବହୁଳତାକୁ ନେଇ ଚିନ୍ତିିତ ସେମାନେ ଏହି ଜୁସ୍‌ ପିଇପାରିବେ। ନିମ୍ବ ଶରୀରରୁ ଚର୍ବି ହଟାଇବା ସହିତ ଓଜନ ନିୟନ୍ତ୍ରଣ କରିଥାଏ।

-ନିମ୍ବ ଜୁସ୍‌ ପିଇବା ଦ୍ବାରା ଗ୍ୟାସ୍‌, କୋଷ୍ଠକାଠିନ୍ୟ, ଏବଂ ବଦହଜମୀ ସମସ୍ୟା ଦୂର ହୁଏ।

-ଯେଉଁମାନଙ୍କୁ ଭୋକ ଲାଗୁନାହିଁ, ସେମାନେ ଏହି ଜୁସ୍‌ ପିଇବା ଦ୍ବାରା ସେମାନଙ୍କୁ ଭୋକ ଲାଗିଥାଏ।

-ନିମ୍ବ ଏକ ଭଲ ଆଣ୍ଟିସେପ୍ଟିକ୍‌ ପରି କାମ କରିଥାଏ। ଫଳରେ ଏହାକୁ ବ୍ୟବହାର କରିବା ଦ୍ବାରା ଦୈନନ୍ଦିନ ଜୀବନରେ ଦେଖାଯାଉଥିବା ବ୍ରଣ ସମସ୍ୟା, ଚର୍ମ କୁଣ୍ଡାଇହେବା ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ। ତେବେ ଏହି ଜୁସ୍‌ ପିଇବା ପୂର୍ବରୁ ଚିକିତ୍ସକଙ୍କ ପରାମର୍ଶ ନେବା ଆବଶ୍ୟକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp