ସ୍ବାସ୍ଥ୍ୟ ସମସ୍ୟା ଦୂର କରିବାରେ ସହାୟକ ଜାଇଫଳ….

The Sakala Picture
Published On

ଜାଇଫଳ ଖାଦ୍ୟର ସ୍ବାଦ ବଢ଼ାଇବା ସହିତ ଔଷଧୀୟ ଗୁଣରେ ମଧ୍ୟ ଭରପୂର। ଜାଇଫଳରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍‌ ଗୁଣ ଅନେକ ପ୍ରକାର ସଂକ୍ରମଣଜନିତ ରୋଗ ଏବଂ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟାକୁ ଦୂର କରିବାରେ ସହାୟକ। ଜାଇଫଳକୁ କଫି, ହଟ୍‌ ଚକଲେଟ୍‌, ଚା’ କିମ୍ବା ଉଷୁମ କ୍ଷୀରରେ ପକାଇ ପିଇବା ଉଚିତ। ଏହା ବ୍ୟତୀତ ଖାଦ୍ୟ ରାନ୍ଧିବା ସମୟରେ ଏହାକୁ ମସଲା ଭାବେ ପକାଇ ପାରିବେ। କାରଣ ଜାଇଫଳର ଅନେକ ସ୍ବାସ୍ଥ୍ୟଲାଭକାରୀ ଗୁଣ ରହିଛି। -ଦାନ୍ତଜନିତ ସମସ୍ୟା […]

ଜାଇଫଳ ଖାଦ୍ୟର ସ୍ବାଦ ବଢ଼ାଇବା ସହିତ ଔଷଧୀୟ ଗୁଣରେ ମଧ୍ୟ ଭରପୂର। ଜାଇଫଳରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍‌ ଗୁଣ ଅନେକ ପ୍ରକାର ସଂକ୍ରମଣଜନିତ ରୋଗ ଏବଂ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟାକୁ ଦୂର କରିବାରେ ସହାୟକ। ଜାଇଫଳକୁ କଫି, ହଟ୍‌ ଚକଲେଟ୍‌, ଚା’ କିମ୍ବା ଉଷୁମ କ୍ଷୀରରେ ପକାଇ ପିଇବା ଉଚିତ। ଏହା ବ୍ୟତୀତ ଖାଦ୍ୟ ରାନ୍ଧିବା ସମୟରେ ଏହାକୁ ମସଲା ଭାବେ ପକାଇ ପାରିବେ। କାରଣ ଜାଇଫଳର ଅନେକ ସ୍ବାସ୍ଥ୍ୟଲାଭକାରୀ ଗୁଣ ରହିଛି।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

-ଦାନ୍ତଜନିତ ସମସ୍ୟା ଦୂର କରିବା କ୍ଷେତ୍ରରେ ଜାଇଫଳ ବେଶ୍‌ ଲାଭଦାୟକ। ତେଣୁ ଅନେକ ଦାନ୍ତ ଉତ୍ପାଦଗୁଡ଼ିକରେ ଜାଇଫଳ ତେଲ ମିଶ୍ରଣ ହୋଇଥାଏ। ଜାଇଫଳ ଦ୍ବାରା ମୁଖ ଦୁର୍ଗନ୍ଧ ଦୂର ହେବା ସହିତ ପାଟିରେ ଥିବା ରୋଗ ସୃଷ୍ଟିକାରୀ ଜୀବାଣୁ ନଷ୍ଟ ହୋଇଯାନ୍ତି।

-ଏକ ପରୀକ୍ଷଣରୁ ଜଣାପଡ଼ିଛି ଯେ, ଜାଇଫଳରେ ଅବସାଦ ହ୍ରାସ କରିବାର ଗୁଣ ମଧ୍ୟ ରହିଛି। ତେଣୁ ମୁଡ୍‌ ଖରାପ ଥିଲେ, ଜାଇଫଳ ବେଶ୍‌ ଉପଯୋଗୀ ହୋଇପାରିବ। ମୂଷାମାନଙ୍କ ଉପରେ ଏହାର ପରୀକ୍ଷଣ କରାଯାଇଥିଲେ ମଧ୍ୟ ଆହୁରି କିଛି ପରୀକ୍ଷା କରାଯିବ ବୋଲି ସ୍ବାସ୍ଥ୍ୟ ବିଜ୍ଞାନୀମାନେ କହିଛନ୍ତି।

-ରାତିରେ ଶୋଇବା ପୂର୍ବରୁ ଜାଇଫଳ ଗୁଣ୍ଡକୁ ପାଣିରେ ପକାଇ ପିଇବା ଦ୍ବାରା ଅନିଦ୍ରା ସମସ୍ୟା ଦୂର ହୁଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp