ଜାଣନ୍ତୁ….ଡାଇରିଆ ବା ତରଳ ଝାଡ଼ା ହେଲେ କିପରେ କରିବେ ଚିକିତ୍ସା

The Sakala Picture
Published On

ପେଟରେ ମଇଳା ଓ ଅଜୀର୍ଣ୍ଣ ଖାଦ୍ୟ ଜମାହେଲେ ଶରୀର ତାହାକୁ ତରଳ ମଳ ରୂପରେ ନିଷ୍କାସନ କରିବାକୁ ଚେଷ୍ଟା କରେ। ଦୂଷିତ ଗୁରୁପାକ ଖାଦ୍ୟ, ପାନୀୟ ଓ ଅପରିଷ୍କାରତା ଯୋଗୁଁ ଏବଂ ଋତୁପରିବର୍ତ୍ତନ କାଳରେ ମଧ୍ୟ ବାରମ୍ବାର ତରଳ ଝାଡ଼ା ହୁଏ। ଡାଇରିଆ ଯୋଗୁଁ ଶରୀରର ଜଳୀୟ ଅଂଶ ଓ ଲବଣ ଦୃତ କ୍ଷୟ ହେବାରୁ ପୃଥିବୀରେ ଲକ୍ଷ ଲକ୍ଷ ପିଲା ଡାଇରିଆ ଜନିତ ମୃତ୍ୟୁ ମୁଖରେ ପଡ଼ନ୍ତି। ଉପାୟ , ଉପଚାର, ପଥ୍ୟାପଥ୍ୟ -ପ୍ରଥମେ ପାକସ୍ଥଳୀକୁ […]

ପେଟରେ ମଇଳା ଓ ଅଜୀର୍ଣ୍ଣ ଖାଦ୍ୟ ଜମାହେଲେ ଶରୀର ତାହାକୁ ତରଳ ମଳ ରୂପରେ ନିଷ୍କାସନ କରିବାକୁ ଚେଷ୍ଟା କରେ। ଦୂଷିତ ଗୁରୁପାକ ଖାଦ୍ୟ, ପାନୀୟ ଓ ଅପରିଷ୍କାରତା ଯୋଗୁଁ ଏବଂ ଋତୁପରିବର୍ତ୍ତନ କାଳରେ ମଧ୍ୟ ବାରମ୍ବାର ତରଳ ଝାଡ଼ା ହୁଏ। ଡାଇରିଆ ଯୋଗୁଁ ଶରୀରର ଜଳୀୟ ଅଂଶ ଓ ଲବଣ ଦୃତ କ୍ଷୟ ହେବାରୁ ପୃଥିବୀରେ ଲକ୍ଷ ଲକ୍ଷ ପିଲା ଡାଇରିଆ ଜନିତ ମୃତ୍ୟୁ ମୁଖରେ ପଡ଼ନ୍ତି।

ଆହୁରି ପଢ଼ନ୍ତୁ: ୩ ମାସରେ କମିବ ଓଜନ: ଜାଣନ୍ତୁ କେମିତି ସାହାଯ୍ୟ କରିବ ଲାଉ, କ’ଣ ରହିଛି ଡାଏଟ୍ ପ୍ଲାନ୍

ଉପାୟ , ଉପଚାର, ପଥ୍ୟାପଥ୍ୟ

ଆହୁରି ପଢ଼ନ୍ତୁ: ଡାଇବେଟିସ୍, ଫ୍ୟାଟି ଲିଭର୍ ଓ ହୃଦରୋଗର ମୂଳ କାରଣ ସାଜୁଛି ‘ସାଇଲେଣ୍ଟ୍ ଇନଫ୍ଲାମେସନ୍’, ଜାଣନ୍ତୁ କିପରି ରହିବେ ସୁସ୍ଥ

-ପ୍ରଥମେ ପାକସ୍ଥଳୀକୁ ବିଶ୍ରାମ ଦେବ ଓ ଜୀବନ ରକ୍ଷାକାରୀ ଓ.ଆର୍‌.ଏସ୍‌. ଦ୍ରବଣ ପିଇବାକୁ ଦେବ।

-ବିକଳ୍ପରେ ଲେମ୍ବୁପାଣି, ଦହି ବା ପତଳା ଘୋଳ ଦହି, ଛେନା ପାଣି, ପଇଡ଼ ପାଣି, ଚିନି-ଲୁଣ ପାଣି, ଡାଲି ପାଣି ଯାହା ରୁଚିବ ଦେବ।

-ରୁକୁଣା ହାତ ପୋଛା ପତ୍ର ବା ମୁଥା-ପାନମହୁରି ସିଝା ପାଣି ବାରମ୍ବାର ଦିଆ ଯାଇପାରେ।

-ଗୋଟିଏ ବା ଦୁଇଟି ପୋଇ ପତ୍ର ଓ ୨୦ଟି ଗୋଲମରିଚ ବାଟି ବିଶୁଦ୍ଧ ପାଣିରେ ମିଶାଇ ଦେବ।

-କଅଁଳ ପିଜୁଳି ପତ୍ର, ଜାମୁପତ୍ର ପାଣିରେ ବାଟି ପିଇଲେ ତରଳ ଝାଡ଼ା ବନ୍ଦ ହୁଏ।

-ବେଦନା ରସ ଅଧକପ୍ ଦିନକୁ ତିନିଥର ପିଅନ୍ତୁ ଏବଂ ନିମ୍ବ ମଗଜକୁ ଘୋରି ଚାଟନ୍ତୁ।

-କାଗଜୀ ଲେମ୍ବୁ ଗୋଲମରିଚ ସହ ବାଟି ପାଣିରେ ମିଶାଇ ପିଆଇବ।

-ଡାଇରିଆ ନିୟନ୍ତ୍ରିତ ହେଲା ପରେ ସହଜ ପାକ, ସରଳ, ତରଳ, ଆହାର ଦେବ, କଞ୍ଚା କଦଳୀ ସିଝା, ପରିବା ସିଝା ଦେବ।
ତଳପେଟରେ ମଡ୍‌ ପ୍ୟାକ୍‌, ଡାଇରିଆ ନିୟନ୍ତ୍ରଣ ହେଲାପରେ ହିପ୍‌ ବାଥ୍‌।

-ମନେ ରଖିବାକୁ ହେବ ତରଳ ଝାଡ଼ା ଚିକିତ୍ସାରେ ବ୍ୟବହୃତ ପ୍ରତ୍ୟେକ ଦ୍ରବ୍ୟ ହାଇଜିନିକ୍ ଓ ସମ୍ପୂର୍ଣ୍ଣ ବିଶୁଦ୍ଧ ହେବା ଦରକାର ଏବଂ ଆକ୍ରାନ୍ତ ବ୍ୟକ୍ତିଙ୍କର ଯଥେଷ୍ଟ ବିଶ୍ରାମ ଆବଶ୍ୟକ।

09 Jul 2021 By The Sakala

ଜାଣନ୍ତୁ….ଡାଇରିଆ ବା ତରଳ ଝାଡ଼ା ହେଲେ କିପରେ କରିବେ ଚିକିତ୍ସା

ପେଟରେ ମଇଳା ଓ ଅଜୀର୍ଣ୍ଣ ଖାଦ୍ୟ ଜମାହେଲେ ଶରୀର ତାହାକୁ ତରଳ ମଳ ରୂପରେ ନିଷ୍କାସନ କରିବାକୁ ଚେଷ୍ଟା କରେ। ଦୂଷିତ ଗୁରୁପାକ ଖାଦ୍ୟ, ପାନୀୟ ଓ ଅପରିଷ୍କାରତା ଯୋଗୁଁ ଏବଂ ଋତୁପରିବର୍ତ୍ତନ କାଳରେ ମଧ୍ୟ ବାରମ୍ବାର ତରଳ ଝାଡ଼ା ହୁଏ। ଡାଇରିଆ ଯୋଗୁଁ ଶରୀରର ଜଳୀୟ ଅଂଶ ଓ ଲବଣ ଦୃତ କ୍ଷୟ ହେବାରୁ ପୃଥିବୀରେ ଲକ୍ଷ ଲକ୍ଷ ପିଲା ଡାଇରିଆ ଜନିତ ମୃତ୍ୟୁ ମୁଖରେ ପଡ଼ନ୍ତି।

ଉପାୟ , ଉପଚାର, ପଥ୍ୟାପଥ୍ୟ

-ପ୍ରଥମେ ପାକସ୍ଥଳୀକୁ ବିଶ୍ରାମ ଦେବ ଓ ଜୀବନ ରକ୍ଷାକାରୀ ଓ.ଆର୍‌.ଏସ୍‌. ଦ୍ରବଣ ପିଇବାକୁ ଦେବ।

-ବିକଳ୍ପରେ ଲେମ୍ବୁପାଣି, ଦହି ବା ପତଳା ଘୋଳ ଦହି, ଛେନା ପାଣି, ପଇଡ଼ ପାଣି, ଚିନି-ଲୁଣ ପାଣି, ଡାଲି ପାଣି ଯାହା ରୁଚିବ ଦେବ।

-ରୁକୁଣା ହାତ ପୋଛା ପତ୍ର ବା ମୁଥା-ପାନମହୁରି ସିଝା ପାଣି ବାରମ୍ବାର ଦିଆ ଯାଇପାରେ।

-ଗୋଟିଏ ବା ଦୁଇଟି ପୋଇ ପତ୍ର ଓ ୨୦ଟି ଗୋଲମରିଚ ବାଟି ବିଶୁଦ୍ଧ ପାଣିରେ ମିଶାଇ ଦେବ।

-କଅଁଳ ପିଜୁଳି ପତ୍ର, ଜାମୁପତ୍ର ପାଣିରେ ବାଟି ପିଇଲେ ତରଳ ଝାଡ଼ା ବନ୍ଦ ହୁଏ।

-ବେଦନା ରସ ଅଧକପ୍ ଦିନକୁ ତିନିଥର ପିଅନ୍ତୁ ଏବଂ ନିମ୍ବ ମଗଜକୁ ଘୋରି ଚାଟନ୍ତୁ।

-କାଗଜୀ ଲେମ୍ବୁ ଗୋଲମରିଚ ସହ ବାଟି ପାଣିରେ ମିଶାଇ ପିଆଇବ।

-ଡାଇରିଆ ନିୟନ୍ତ୍ରିତ ହେଲା ପରେ ସହଜ ପାକ, ସରଳ, ତରଳ, ଆହାର ଦେବ, କଞ୍ଚା କଦଳୀ ସିଝା, ପରିବା ସିଝା ଦେବ।
ତଳପେଟରେ ମଡ୍‌ ପ୍ୟାକ୍‌, ଡାଇରିଆ ନିୟନ୍ତ୍ରଣ ହେଲାପରେ ହିପ୍‌ ବାଥ୍‌।

-ମନେ ରଖିବାକୁ ହେବ ତରଳ ଝାଡ଼ା ଚିକିତ୍ସାରେ ବ୍ୟବହୃତ ପ୍ରତ୍ୟେକ ଦ୍ରବ୍ୟ ହାଇଜିନିକ୍ ଓ ସମ୍ପୂର୍ଣ୍ଣ ବିଶୁଦ୍ଧ ହେବା ଦରକାର ଏବଂ ଆକ୍ରାନ୍ତ ବ୍ୟକ୍ତିଙ୍କର ଯଥେଷ୍ଟ ବିଶ୍ରାମ ଆବଶ୍ୟକ।

https://www.thesakala.in/health/how-to-treatment-diarrhea/article-3615
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp