ଜଟିଳ ରୂପ ନେଉଛି ହୃଦ୍‌ଘାତ ଜନିତ ସମସ୍ୟା; କ’ଣ ଏହାର କାରଣ, ଆସନ୍ତୁ ଜାଣିବା…

The Sakala Picture
Published On

ଏବେ ବହୁତ କମ୍‌ ବୟସରେ ହୃଦ୍‌ରୋଗ ସମସ୍ୟା ଦେଖାଯାଉଛି। ଏକ ଦଶନ୍ଧି ପୂର୍ବରୁ ପରିଣତ ବୟସରେ ଏଭଳି ସମସ୍ୟା ଦେଖାଯାଉଥିଲା। ଏବେ ୪୦-୫୦ ବର୍ଷ ବୟସରେ ଲୋକେ ଅଧିକ ହୃଦ୍‌ଘାତର ଶିକାର ହେଉଛନ୍ତି। ଦିନକୁ ଦିନ ହୃଦ୍‌ଘାତ ସମସ୍ୟା ଜଟିଳ ରୂପ ନେଉଥିବାରୁ କମ୍‌ ବୟସରୁ ମଧ୍ୟ ସମସ୍ତେ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି। ହାଇବ୍ଲଡ୍‌ପ୍ରେସର୍‌, ହାଇ କୋଲେଷ୍ଟ୍ରୋଲ୍‌ ଏବଂ ସୋଡିୟମ୍‌ ଅଧିକ ସେବନ ହୃଦ୍‌ଘାତର ପ୍ରମୁଖ କାରଣ […]

ଏବେ ବହୁତ କମ୍‌ ବୟସରେ ହୃଦ୍‌ରୋଗ ସମସ୍ୟା ଦେଖାଯାଉଛି। ଏକ ଦଶନ୍ଧି ପୂର୍ବରୁ ପରିଣତ ବୟସରେ ଏଭଳି ସମସ୍ୟା ଦେଖାଯାଉଥିଲା। ଏବେ ୪୦-୫୦ ବର୍ଷ ବୟସରେ ଲୋକେ ଅଧିକ ହୃଦ୍‌ଘାତର ଶିକାର ହେଉଛନ୍ତି। ଦିନକୁ ଦିନ ହୃଦ୍‌ଘାତ ସମସ୍ୟା ଜଟିଳ ରୂପ ନେଉଥିବାରୁ କମ୍‌ ବୟସରୁ ମଧ୍ୟ ସମସ୍ତେ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି। ହାଇବ୍ଲଡ୍‌ପ୍ରେସର୍‌, ହାଇ କୋଲେଷ୍ଟ୍ରୋଲ୍‌ ଏବଂ ସୋଡିୟମ୍‌ ଅଧିକ ସେବନ ହୃଦ୍‌ଘାତର ପ୍ରମୁଖ କାରଣ ହୋଇଥାଏ। ଏହାବାଦ୍‌ ଆହୁରି କିଛି କାରଣ ଅଛି, ଯେଉଁଗୁଡ଼ିକ ଅଣଦେଖା କରାଯାଇ ପାରିବ ନାହିଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଆମେରିକାନ୍‌ ହାର୍ଟ ଆସୋସିଏସନ୍‌ର ଏକ ଅଧ୍ୟୟନ ରିପୋର୍ଟ ଅନୁଯାୟୀ, ଏବେ ଲୋକେ ଏକୁଟିଆପଣ ଯୋଗୁଁ ଅଧିକ ହୃଦ୍‌ଘାତର ଶିକାର ହେଉଛନ୍ତି। ଏପରିସ୍ଥିତିରେ ଜଣେ ଲୋକଙ୍କଠାରେ ହୃଦ୍‌ଘାତ ହେବା ଆଶଙ୍କା ୩୦% ଅଧିକ ବଢ଼ିଯାଏ ବୋଲି ଏହି ରିପୋର୍ଟରେ କୁହାଯାଇଛି। ୧୮ରୁ ୨୨ ବର୍ଷ ମଧ୍ୟରେ ଏକୁଟିଆପଣ ସମସ୍ୟା ସର୍ବାଧିକ ଦେଖାଯାଉଛି।

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

ସୋସିଆଲ ମିଡିଆରେ ଅଧିକ ସମୟ କାଟିବା ଯୋଗୁଁ ଏଭଳି ସମସ୍ୟା ଦେଖାଯାଉଛି। ଏହି ଅଧ୍ୟୟନର ନେତୃତ୍ବ ନେଇଥିବା କ୍ରିଷ୍ଟଲ୍‌ ବିଲି ସେନେଙ୍କ କହିବା ଅନୁଯାୟୀ, ‘ଚାରି ଦଶକରୁ ଅଧିକ ସମୟ ଧରି ହୋଇଥିବା ସର୍ଭେଗୁଡ଼ିକରୁ ଜଣାପଡିଛି ଯେ, ସାମାଜିକ ସମ୍ପର୍କରୁ ଦୂରେଇ ରହିବା ତଥା ଏକୁଟିଆପଣ ଯୋଗୁଁ ହୃଦ୍‌ରୋଗ ସମସ୍ୟା ବଢୁଛି। ଏଭଳି ଭାବନା ଉଭୟ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଏହାର ପ୍ରଭାବ ସାଇଲେଣ୍ଟ କିଲର୍‌ ଭଳି ହୋଇଥାଏ। ଏବେ ବହୁତ କମ୍ ବୟସରେ ହୃଦ୍‌ଘାତ ସମସ୍ୟା ଦେଖାଯାଉଥିବାରୁ ଅତି କମ୍ ବୟସରୁ ପୌଷ୍ଟିକ ଖାଦ୍ୟ ଗ୍ରହଣ, ନିୟମିତ ବ୍ୟାୟାମ, ଧୂମପାନ ଏବଂ ମଦ୍ୟପାନରୁ ଦୂରେଇ ରହିବା ସହିତ ଅଧିକ ସମୟ ସାଙ୍ଗସାଥୀ ଓ ପରିବାର ଗହଣରେ କାଟିବା ଜରୁରି। ’

22 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର