ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର: ୧୨ ଔଷଧର ମୂଲ୍ଯ ବଢ଼ାଇ ପାରିବେନି କମ୍ପାନୀ

The Sakala Picture
Published On

ନୂଆଦିଲ୍ଲୀ: ମଧୁମେହ ରୋଗୀଙ୍କ ପାଇଁ ଏକ ଖୁସି ଖବର ଆସିଛି। ଏବେ ଫାର୍ମା କମ୍ପାନୀ ୧୨ଟି ଔଷଧର ମୂଲ୍ୟ ବଢାଇ ପାରିବେନି । ଫାର୍ମାସିଉଟିକାଲ ପ୍ରାଇସିଂ ଅଥରିଟି(ଏନପିପିଏ) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏନପିପିଏ ପକ୍ଷରୁ କୁହାଯାଇଛି ଯେ,୧୨ଟି ମଧୁମେହ ଔଷଧ ମୂଲ୍ୟରେ ସୀମା ନିର୍ଦ୍ଧାରଣ କରାଯାଇଛି। ଅର୍ଥାତ୍ ଧାର୍ଯ୍ୟ ସୀମା ଠାରୁ ଅଧିକ ମୂଲ୍ୟରେ କମ୍ପାନୀମାନେ ଔଷଧ ବିକ୍ରି କରିପାରିବେନି। ଏହି ସବୁ ଔଷଧ ମଧ୍ୟରେ ଗ୍ଲିମପ୍ରାଇଡ ଟାବଲେଟ, ଗ୍ଲୁକୋଜ ଇଞ୍ଜେକ୍ସନ ଏବଂ ଇଣ୍ଟରମିଡିଏଟ ଆକ୍ଟିଂ ଇନସ୍ଯୁଲିନ […]

ନୂଆଦିଲ୍ଲୀ: ମଧୁମେହ ରୋଗୀଙ୍କ ପାଇଁ ଏକ ଖୁସି ଖବର ଆସିଛି। ଏବେ ଫାର୍ମା କମ୍ପାନୀ ୧୨ଟି ଔଷଧର ମୂଲ୍ୟ ବଢାଇ ପାରିବେନି । ଫାର୍ମାସିଉଟିକାଲ ପ୍ରାଇସିଂ ଅଥରିଟି(ଏନପିପିଏ) ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

ଏନପିପିଏ ପକ୍ଷରୁ କୁହାଯାଇଛି ଯେ,୧୨ଟି ମଧୁମେହ ଔଷଧ ମୂଲ୍ୟରେ ସୀମା ନିର୍ଦ୍ଧାରଣ କରାଯାଇଛି। ଅର୍ଥାତ୍ ଧାର୍ଯ୍ୟ ସୀମା ଠାରୁ ଅଧିକ ମୂଲ୍ୟରେ କମ୍ପାନୀମାନେ ଔଷଧ ବିକ୍ରି କରିପାରିବେନି। ଏହି ସବୁ ଔଷଧ ମଧ୍ୟରେ ଗ୍ଲିମପ୍ରାଇଡ ଟାବଲେଟ, ଗ୍ଲୁକୋଜ ଇଞ୍ଜେକ୍ସନ ଏବଂ ଇଣ୍ଟରମିଡିଏଟ ଆକ୍ଟିଂ ଇନସ୍ଯୁଲିନ ସଲ୍ୟୁସନ ସାମିଲ ରହିଛି। ଭାରତୀୟଙ୍କ ପାଇଁ ମଧୁମେହ ଔଷଧ ଶସ୍ତା ହେବା ଉଚିତ ବୋଲି ଏନପିପିଏ କହିଛି । ଏଥିପାଇଁ ଔଷଧ ମୂଲ୍ୟ ସୀମା ଧାର୍ଯ୍ୟ କରାଯାଇଥିବା କୁହାଯାଇଛି।

ଗ୍ଲିମପ୍ରାଇଡ ଟାବଲେଟ(୧ ଏମଜି) ଗୋଟିକର ମୂଲ୍ୟ ୩.୬ ଟଙ୍କାରୁ ଅଧିକ ହେବା ଅନୁଚିତ। ୨ ଏମଜି ଟାବଲେଟ ମୂଲ୍ୟ ୫୭୨ ଟଙ୍କାରୁ ଅଧିକ ହେବ ନାହିଁ । ସେହିପରି ୧ ମିଲି ବିଶିଷ୍ଟ ଗ୍ଲୁକୋଜ ଇଞ୍ଜେକ୍ସନ(୨୫ ପ୍ରତିଶତ ମଜବୁତ)ର ମୂଲ୍ୟ ୧୭ ପଇସା ହେବ। ତେବେ ୧ ମିଲି ଇନକ୍ୟୁଲିନ ଇଞ୍ଜେକ୍ସନ ମୂଲ୍ୟ ୧୫୯ ଟଙ୍କା ରହିବ। ସେହିଭଳି ଭାବରେ ୧ ମିଲି ଇଣ୍ଟରମିଡିଏଟ ଆକ୍ଟିଂ ସଲ୍ୟୁସନ ଇନସ୍ଯୁଲିନ ଇଞ୍ଜେକ୍ସନର ମୂଲ୍ୟ ୧୫.୯ ଟଙ୍କା ରହିବ। ଏଥିରେ ୧ମିଲି ପ୍ରିମିକ୍ସ ଇନ୍‌ସ୍ଟ୍ରୋଲିନ ୩୦ ରୁ ୭୦ ଇଞ୍ଜେକ୍ସନ ମୂଲ୍ୟ ମଧ୍ୟ ସମାନ ରହିବ। ଏହାବ୍ୟତୀତ୫୦୦ ଏମଜି ବିଶିଷ୍ଟ ଟାବଲେଟ ଗୋଟିକ ପିଛା ମୂଲ୍ୟ ୧.୫୧ ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ୭୫୦ ଏମଜି ବିଶିଷ୍ଟ ଟାବଲେଟ ମୂଲ୍ୟ ୩୫ ଟଙ୍କା ଏବଂ ୫୦୦ ଏମଜି ଟାବଲେଟ ମୂଲ୍ୟ ୧.୯୨ ଟଙ୍କା ରଖାଯାଇଛି। ମେଟାଫାର୍ମିନ ନିୟନ୍ତ୍ରଣ କରୁଥିବା ଟାବଲେଟର ୧୦୦୦ ଏମଜି ମୂଲ୍ୟ ୩.୬୬ ଟଙ୍କା, ୭୫୦ ଏମଜିର ମୂଲ୍ୟ ୨.୫୪ ଟଙ୍କା ଏବଂ ୫୦୦ ଏମଜି ଟାବଲେଟ ମୂଲ୍ୟ ୧.୯୨ ଟଙ୍କା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp