କରୋନା ଦୂର କରିବ ଚୁଇଙ୍ଗମ୍‌ !

The Sakala Picture
Published On

କରୋନା ସଂକ୍ରମଣରୁ ସମାଜକୁ ସୁରକ୍ଷା ଦେବା ପାଇଁ ବୈଜ୍ଞାନିକମାନେ ବିଭିନ୍ନ ପ୍ରକାର ଉପାୟ ବାହାର କରୁଛନ୍ତି। ଏହି ଧାରାରେ ବର୍ତ୍ତମାନ ଆମେରିକାର କେତେଜଣ ବୈଜ୍ଞାନିକ ଲେଟ୍ୟୁସ୍‌ (ସାଲାଡ୍‌ର ପତ୍ର)ରୁ ଏକ ଚୁଇଙ୍ଗମ୍‌ ପ୍ରସ୍ତୁତ କରିଛନ୍ତି, ଯାହାକୁ ଖାଇଲେ କରୋନା ସଂକ୍ରମଣରୁ ରକ୍ଷା ମିଳିପାରିବ। ବୈଜ୍ଞାନିକଙ୍କ ପକ୍ଷରୁ କରାଯାଇଥିବା ରିସର୍ଚ୍ଚରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଚୁଇଙ୍ଗମ୍ ଏକ ଜାଲି ଭଳି କରୋନା ଭାଇରସ୍‌କୁ ରୋକିବ ଏବଂ ତାହାକୁ ପାଟି ଭିତରେ ଥିବା ଲାଳ ହିଁ ମାରିଦେବ। ତେଣୁ […]

କରୋନା ସଂକ୍ରମଣରୁ ସମାଜକୁ ସୁରକ୍ଷା ଦେବା ପାଇଁ ବୈଜ୍ଞାନିକମାନେ ବିଭିନ୍ନ ପ୍ରକାର ଉପାୟ ବାହାର କରୁଛନ୍ତି। ଏହି ଧାରାରେ ବର୍ତ୍ତମାନ ଆମେରିକାର କେତେଜଣ ବୈଜ୍ଞାନିକ ଲେଟ୍ୟୁସ୍‌ (ସାଲାଡ୍‌ର ପତ୍ର)ରୁ ଏକ ଚୁଇଙ୍ଗମ୍‌ ପ୍ରସ୍ତୁତ କରିଛନ୍ତି, ଯାହାକୁ ଖାଇଲେ କରୋନା ସଂକ୍ରମଣରୁ ରକ୍ଷା ମିଳିପାରିବ।

ଆହୁରି ପଢ଼ନ୍ତୁ: ପ୍ରତିବର୍ଷ କିଣୁଛନ୍ତି କି ୨୦-ଟେଷ୍ଟ୍ ହେଲ୍ଥ ପ୍ୟାକେଜ୍? ଟଙ୍କା ବର୍ବାଦ ନକରି କେବଳ ଏହି ଜରୁରୀ ପରୀକ୍ଷା କରାନ୍ତୁ ବୋଲି କହିଲେ ନ୍ୟୁରୋଲୋଜିଷ୍ଟ୍

ବୈଜ୍ଞାନିକଙ୍କ ପକ୍ଷରୁ କରାଯାଇଥିବା ରିସର୍ଚ୍ଚରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଚୁଇଙ୍ଗମ୍ ଏକ ଜାଲି ଭଳି କରୋନା ଭାଇରସ୍‌କୁ ରୋକିବ ଏବଂ ତାହାକୁ ପାଟି ଭିତରେ ଥିବା ଲାଳ ହିଁ ମାରିଦେବ। ତେଣୁ ସଂକ୍ରମଣ ହେବାର ଆଶଙ୍କା ବହୁଗୁଣରେ କମିଯିବ। ମନୁଷ୍ୟ ଶରୀରରେ ଥିବା କୋଷିକାଗୁଡ଼ିକରେ ଏସିଇ୨ ନାମକ ଏକ ପ୍ରୋଟିନ୍‌ କରୋନା ସଂକ୍ରମଣର ମୁଖ୍ୟ ମାର୍ଗ। ଭାଇରସ୍‌ ନିଜର ସ୍ପାଇକ୍‌ ପ୍ରୋଟିନ୍‌ ମାଧ୍ୟମରେ ଏହା ସହିତ ଜଡ଼ିତ ହୋଇ ଶରୀର ଭିତରକୁ ଯାଇଥାଏ। ଏହି ପ୍ରକ୍ରିୟାକୁ ରୋକିବା ପାଇଁ ଚୁଇଙ୍ଗମ୍‌ ବେଶ୍‌ ସହାୟକ। ଏହି ଚୁଇଙ୍ଗମ୍‌ ଉଦ୍ଭିଦରୁ ପ୍ରସ୍ତୁତ ଏବଂ ଏଥିରେ ଏସିଇ୨ ପ୍ରୋଟିନ୍‌ ରହିଛି। ତେଣୁ ଏହାକୁ ଚୋବାଇବା ମାତ୍ରେ ପାଟିରେ କରୋନା ଭାଇରସ୍‌ ନ୍ୟୁଟ୍ରିଲାଇଜ୍‌ ହୋଇଯିବ। ଯେବେ କୌଣସି କରୋନା ରୋଗୀ କାଶିବ, ତାହେଲେ ବାୟୁ ମଣ୍ଡଳରେ କରୋନା ଭାଇରସ୍‌ ସଂକ୍ରମଣର ଆଶଙ୍କା କମ୍ ହୋଇଯିବ। ଅନେକ ବର୍ଷ ଧରି ‘ଏସିଇ୨’ ପ୍ରୋଟିନ୍‌କୁ ନେଇ ପରୀକ୍ଷା କରାଯାଉଥିଲା, ଯାହା ଏବେ ସଫଳ ହୋଇପାରିଛି। ଖୁବ୍‌ ଶୀଘ୍ର ଏହାର କ୍ଲିନିକାଲ୍‌ ଟ୍ରାଏଲ୍‌ କରାଯିବ ଏବଂ କ୍ଲିନିକାଲ୍‌ ସଫଳତା ପରେ ଏହି ଚୁଇଙ୍ଗମ୍‌ ମାର୍କେଟ୍‌ରେ ଉପଲବ୍ଧ ହେବ।

ଆହୁରି ପଢ଼ନ୍ତୁ: ଶରୀରରେ ଭିଟାମିନ୍-ଡି ଅଭାବ: କେବେ ଖାଇବେ ଔଷଧ ଓ କେବେ ସୂର୍ଯ୍ୟ କିରଣ ହିଁ ଯଥେଷ୍ଟ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp