ଜାଣନ୍ତୁ ପିତ୍ତଳ ବାସନରେ ଖାଇଲେ କ’ଣ ସବୁ ଲାଭ ମିଳେ..

The Sakala Picture
Published On

ବର୍ତ୍ତମାନ ଷ୍ଟିଲ୍‌ ବାସନ ଅଧିକ ବ୍ୟବହାର କରାଯାଉଛି। କିନ୍ତୁ ପୂର୍ବକାଳରେ ପିତ୍ତଳ କିମ୍ବା ମାଟି ହାଣ୍ଡିରେ ରୋଷେଇ ହେଉଥିଲା। ଏହ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପଯୋଗୀ ଥିଲା। ପିତ୍ତଳରେ ଥିବା ମେଲୋନିନ୍‌ ନାମକ ତତ୍ତ୍ବ ଖାଦ୍ୟରେ ମିଶୁଥିଲା, ଯାହାକି ତ୍ବଚାକୁ ଅତିବାଇଗଣି ରଶ୍ମିର ପ୍ରଭାବରୁ ସୁରକ୍ଷା ପ୍ରଦାନ କରୁଥିଲା। ତେଣୁ ତ୍ବଚାଜନିତ ରୋଗ ଓ ତ୍ବଚାରେ ବୟସର ଛାପ କମ୍‌ ରହୁଥିଲା। କେବଳ ଏତିକି ନୁହେଁ, ପିତ୍ତଳ ପାତ୍ରରେ ରାନ୍ଧିବା ଦ୍ବାରା ଖାଦ୍ୟରେ ଏକ ପ୍ରାକୃତିକ ତେଲ […]

ବର୍ତ୍ତମାନ ଷ୍ଟିଲ୍‌ ବାସନ ଅଧିକ ବ୍ୟବହାର କରାଯାଉଛି। କିନ୍ତୁ ପୂର୍ବକାଳରେ ପିତ୍ତଳ କିମ୍ବା ମାଟି ହାଣ୍ଡିରେ ରୋଷେଇ ହେଉଥିଲା। ଏହ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପଯୋଗୀ ଥିଲା। ପିତ୍ତଳରେ ଥିବା ମେଲୋନିନ୍‌ ନାମକ ତତ୍ତ୍ବ ଖାଦ୍ୟରେ ମିଶୁଥିଲା, ଯାହାକି ତ୍ବଚାକୁ ଅତିବାଇଗଣି ରଶ୍ମିର ପ୍ରଭାବରୁ ସୁରକ୍ଷା ପ୍ରଦାନ କରୁଥିଲା। ତେଣୁ ତ୍ବଚାଜନିତ ରୋଗ ଓ ତ୍ବଚାରେ ବୟସର ଛାପ କମ୍‌ ରହୁଥିଲା। କେବଳ ଏତିକି ନୁହେଁ, ପିତ୍ତଳ ପାତ୍ରରେ ରାନ୍ଧିବା ଦ୍ବାରା ଖାଦ୍ୟରେ ଏକ ପ୍ରାକୃତିକ ତେଲ ଖାଦ୍ୟ ସହିତ ମିଶିଥାଏ, ଯାହାକି ଖାଦ୍ୟର ସ୍ବାଦ ବଢ଼ାଇଥାଏ। ପିତ୍ତଳ ବାସନରେ ରନ୍ଧା ଯାଇଥିବା ଖାଦ୍ୟ ଆମ ଶରୀର ପାଇଁ ଅନେକ ଦିଗରୁ ବେଶ୍‌ ଲାଭପ୍ରଦ। ଯଥା –

ଆହୁରି ପଢ଼ନ୍ତୁ: ହୃଦପିଣ୍ଡ ପାଇଁ ଅଣ୍ଡା କ୍ଷତିକାରକ କି? ୧୮୫ ଦେଶର ୨୮ ବର୍ଷର ରିପୋର୍ଟରୁ ହାଇଦ୍ରାବାଦର ଡାକ୍ତର ଦେଲେ ବଡ଼ ସୂଚନା

-ପିତ୍ତଳ ପାତ୍ରରେ ରନ୍ଧା ଯାଇଥିବା ଖାଦ୍ୟ, ପିତ୍ତଳ ବାସନରେ ଖାଇବା କିମ୍ବା ପିତ୍ତଳ ଗ୍ଲାସ୍‌ରେ ପାଣି ପିଇବା ଯୋଗୁଁ ଶ୍ବାସ ସମ୍ବନ୍ଧୀୟ ଅନେକ ରୋଗ ଦୂର ହୋଇଥାଏ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ମଣିପାଲ୍ କମ୍ପ୍ରିହେନସିଭ୍ ସ୍କାନିଂ ଫ୍ୟାସିଲିଟି ଏବଂ ଅତ୍ୟାଧୁନିକ PET/CT ସେବା ଉପଲବ୍ଧ

-ପିତ୍ତଳ ବାସନରେ ରାନ୍ଧିବା ଯୋଗୁଁ ଖାଦ୍ୟରେ ଆଇରନ୍‌ର ମାତ୍ରା ବୃଦ୍ଧି ହୋଇଥାଏ। ଆଇରନ୍‌ଯୁକ୍ତ ଖାଦ୍ୟ ରକ୍ତ ସଫା ରଖିଥାଏ ଏବଂ ରକ୍ତ ସମ୍ପର୍କିତ ବିକାର ଦୂର ହୁଏ।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

-ରାତିରେ ପିତ୍ତଳ ବାସନରେ ପାଣି ରଖି ସକାଳୁ ଖାଲିପେଟରେ ପିଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

-ପିତ୍ତଳ ବାସନରେ କେବେ ମଧ୍ୟ ଖଟା ଖାଦ୍ୟ ଅଧିକ ସମୟ ରଖନ୍ତୁ ନାହିଁ। କାରଣ ପିତ୍ତଳ ସହିତ ଖଟା ଜିନିଷ ଏକ ପ୍ରତିକ୍ରିୟା ସୃଷ୍ଟି କରିଥାଏ, ଯାହାକି ଶରୀର ପାଇଁ ଅସ୍ବାସ୍ଥ୍ୟକର।

-କଫ ଓ ବାୟୁଦୋଷ ଦୂର କରିବା ପାଇଁ ପିତ୍ତଳ ବାସନ ବ୍ୟବହାର କରିବା ପାଇଁ ଆୟୁର୍ବେଦରେ ପରାମର୍ଶ ଅଛି।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp