ଶୀତଦିନେ ରୁମ୍ ହିଟର୍ ଲଗାଉଥିଲେ… ସାବଧାନ

The Sakala Picture
Published On

ଅତ୍ୟଧିକ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଶୀତଦିନରେ ପ୍ରାୟ ସମସ୍ତେ ରୁମ୍ ହିଟର୍ ଲଗାଇଥାନ୍ତି। ସବୁ କବାଟ ଝରକା ବନ୍ଦ କରି ରୁମ୍ ହିଟର୍ ଲଗାଇବା ଦ୍ବାରା କୋଠରିରେ ଅକ୍ସିଜେନ୍ ସ୍ତର କମିଯାଏ, ଯାହାଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ। ଗରମ ପବନ ତ୍ବଚାକୁ ଶୁଷ୍କ କରିଥାଏ । ଅକ୍ସିଜେନ୍ କମିଯିବା ଫଳରେ ଅଣନିଶ୍ବାସୀ ଲାଗେ। ଅତ୍ୟଧିକ ରୁମ୍ ହିଟର୍‌ର ବ୍ୟବହାର ଦ୍ବାରା ଅନିଦ୍ରା ସମସ୍ୟା ସୃଷ୍ଟି ହୋଇଥାଏ। କନଟାକ୍ଟ ଲେନ୍ସ ବା ଚଷମା ପିନ୍ଧୁଥିବା […]

ଅତ୍ୟଧିକ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଶୀତଦିନରେ ପ୍ରାୟ ସମସ୍ତେ ରୁମ୍ ହିଟର୍ ଲଗାଇଥାନ୍ତି। ସବୁ କବାଟ ଝରକା ବନ୍ଦ କରି ରୁମ୍ ହିଟର୍ ଲଗାଇବା ଦ୍ବାରା କୋଠରିରେ ଅକ୍ସିଜେନ୍ ସ୍ତର କମିଯାଏ, ଯାହାଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ। ଗରମ ପବନ ତ୍ବଚାକୁ ଶୁଷ୍କ କରିଥାଏ । ଅକ୍ସିଜେନ୍ କମିଯିବା ଫଳରେ ଅଣନିଶ୍ବାସୀ ଲାଗେ। ଅତ୍ୟଧିକ ରୁମ୍ ହିଟର୍‌ର ବ୍ୟବହାର ଦ୍ବାରା ଅନିଦ୍ରା ସମସ୍ୟା ସୃଷ୍ଟି ହୋଇଥାଏ। କନଟାକ୍ଟ ଲେନ୍ସ ବା ଚଷମା ପିନ୍ଧୁଥିବା ବ୍ୟକ୍ତି ରୁମ୍ ହିଟର୍‌ର ବ୍ୟବହାରକୁ ଦୂରେଇ ଦେବା ଉଚିତ। ଆସ୍ଥମା ଓ ବ୍ରୋଙ୍କାଇଟିସ୍ ରୋଗୀଙ୍କ ପାଇଁ ରୁମ୍ ହିଟର୍ ସ୍ବାସ୍ଥ୍ୟପ୍ରଦ ନୁହେଁ ।

ଆହୁରି ପଢ଼ନ୍ତୁ: ହୃଦପିଣ୍ଡ ପାଇଁ ଅଣ୍ଡା କ୍ଷତିକାରକ କି? ୧୮୫ ଦେଶର ୨୮ ବର୍ଷର ରିପୋର୍ଟରୁ ହାଇଦ୍ରାବାଦର ଡାକ୍ତର ଦେଲେ ବଡ଼ ସୂଚନା

ସ୍କିନ୍ ଆଲର୍ଜି ଥିବା ବ୍ୟକ୍ତି, ବୟସାଧିକ୍ୟ ବ୍ୟକ୍ତି, ହୃଦ୍‌ରୋଗୀ ଏବଂ ନବଜାତ ଶିଶୁଙ୍କ ପାଇଁ ରୁମ୍ ହିଟର୍ ଆଦୌ ଗ୍ରହଣୀୟ ନୁହେଁ । ଆସ୍ଥମା ରୋଗୀଙ୍କ ପାଇଁ ଗ୍ୟାସ୍‌ ହିଟର୍ ବଦଳରେ ଅଏଲ୍‌ ହିଟର୍‌ର ବ୍ୟବହାର କରିପାରିବେ । ରାତିସାରା ରୁମ୍ ହିଟର୍ ଜଳାଇ ରଖନ୍ତୁ ନାହିଁ । କୋଠରିରେ ଗୋଟିଏ ବାଲ୍ଟି ପାଣି ନିଶ୍ଚୟ ରଖନ୍ତୁ । ଘରର କବାଟ ଓ ଝରକା କିଛି ସମୟ ପାଇଁ ଖୋଲି ଦିଅନ୍ତୁ ଏବଂ ହିଟର୍‌ର ତାପମାତ୍ରାକୁ ସୀମିତ ରଖନ୍ତୁ ରାତିସାରା ହିଟର୍ ଚଲାନ୍ତୁ ନାହିଁ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ମଣିପାଲ୍ କମ୍ପ୍ରିହେନସିଭ୍ ସ୍କାନିଂ ଫ୍ୟାସିଲିଟି ଏବଂ ଅତ୍ୟାଧୁନିକ PET/CT ସେବା ଉପଲବ୍ଧ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp