ଏହି ଲୋକଙ୍କୁ ଅଧିକ ହୋଇଥାଏ ହୃଦ୍‌ଘାତ

The Sakala Picture
Published On

ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଅକାଳ ମୃତ୍ୟୁ ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଇଛି। ହୃଦ୍‌ଘାତ ଯୋଗୁଁ ୪୦ ବର୍ଷ ବୟସରେ ସିଦ୍ଧାର୍ଥଙ୍କର ଦେହାନ୍ତ ହୋଇଥିଲା। ସିଦ୍ଧାର୍ଥଙ୍କ ମୃତ୍ୟୁକୁ ତାଙ୍କ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରିନାହାଁନ୍ତି। ତେବେ ଯୁବକମାନଙ୍କ ମଧ୍ୟରେ ବଢ଼ୁଥିବା ହୃଦ୍‌ଘାତ ସମସ୍ୟା ପାଇଁ ଡାକ୍ତର ଓ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଖରାପ ଜୀବନଶୈଳୀଙ୍କୁ ଦାୟୀ କରିଛନ୍ତି। ଦିଲ୍ଲୀର ଫୋଟିସ୍ ହସ୍ପିଟାଲର ଡ.ତପନ ଘୋଷ, ଜଣେ ବ୍ୟକ୍ତିର ବ୍ୟକ୍ତିତ୍ବ ସହିତ ହୃଦ୍‌ଘାତ ସମସ୍ୟା ଜଡ଼ିତ ବୋଲି କହିଛନ୍ତି। ଡ. ଘୋଷ କୁହନ୍ତି, […]

ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଅକାଳ ମୃତ୍ୟୁ ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଇଛି। ହୃଦ୍‌ଘାତ ଯୋଗୁଁ ୪୦ ବର୍ଷ ବୟସରେ ସିଦ୍ଧାର୍ଥଙ୍କର ଦେହାନ୍ତ ହୋଇଥିଲା। ସିଦ୍ଧାର୍ଥଙ୍କ ମୃତ୍ୟୁକୁ ତାଙ୍କ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରିନାହାଁନ୍ତି। ତେବେ ଯୁବକମାନଙ୍କ ମଧ୍ୟରେ ବଢ଼ୁଥିବା ହୃଦ୍‌ଘାତ ସମସ୍ୟା ପାଇଁ ଡାକ୍ତର ଓ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଖରାପ ଜୀବନଶୈଳୀଙ୍କୁ ଦାୟୀ କରିଛନ୍ତି। ଦିଲ୍ଲୀର ଫୋଟିସ୍ ହସ୍ପିଟାଲର ଡ.ତପନ ଘୋଷ, ଜଣେ ବ୍ୟକ୍ତିର ବ୍ୟକ୍ତିତ୍ବ ସହିତ ହୃଦ୍‌ଘାତ ସମସ୍ୟା ଜଡ଼ିତ ବୋଲି କହିଛନ୍ତି। ଡ. ଘୋଷ କୁହନ୍ତି, ପର୍ସନାଲିଟି ‘ଏ’ ଲୋକଙ୍କୁ ଅଧିକ ହୃଦ୍‌ଘାତ ହୋଇଥାଏ। ଏଭଳି ବ୍ୟକ୍ତିମାନେ ସବୁବେଳେ ଆଗରେ ରହିବାକୁ ଇଚ୍ଛା କରନ୍ତି।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

ଏମାନେ ସବୁବେଳେ ନିଜକୁ ପ୍ରଥମ ସ୍ଥାନରେ ରଖିବାକୁ ପସନ୍ଦ କରନ୍ତି। ଏଭଳି ବ୍ୟକ୍ତିବିଶେଷଙ୍କୁ ହୃଦ୍‌ଘାତ ହେବାର ଆଶଙ୍କା ଅଧିକ। ସିଦ୍ଧାର୍ଥ ବିଗ୍‌ବସ୍‌ ସିଜିନ୍‌-୧୩ର ବିଜେତା ଥିଲେ । ତାଙ୍କ ବ୍ୟକ୍ତିତ୍ଵ ବେଶ୍ ପ୍ରଭାବଶାଳୀ ଥିଲା। ଶୋ’ର ପ୍ରଥମ ଦିନରୁ ସେ ସମସ୍ତଙ୍କୁ ପଛରେ ପକାଇ ଆଗରେ ରହିବାକୁ ଚାହୁଁଥିଲେ। ଭାରତରେ ପ୍ରତିଦିନ ହୃଦ୍‌ରୋଗ କାରଣରୁ ୪୦ ବର୍ଷରୁ କମ୍ ବୟସର ୯୦୦ ଲୋକଙ୍କର ମୃତ୍ୟୁ ହୋଇଥାଏ। ଏସମ୍ପର୍କରେ ହୃଦ୍‌ରୋଗ ବିଶେଷଜ୍ଞମାନଙ୍କର ମତ ହେଲା ଯେ, ହୃଦ୍‌ଘାତ ଯୋଗୁଁ ତୁରନ୍ତ ହେଉଥିବା ମୃତ୍ୟୁକୁ ‘ସଡନ୍ କାର୍ଡିଆକ୍ ଡେଥ୍’ କୁହାଯାଏ । ଏଥିରେ ଏକ ଘଣ୍ଟା ମଧ୍ୟରେ ବ୍ୟକ୍ତିର ମୃତ୍ୟୁ ହୋଇଥାଏ। ଏହାର ପ୍ରମୁଖ କାରଣ ହେଉଛି ମଧୁମେହ, ଧୂମପାନ ଏବଂ ଖରାପ ଜୀବନଶୈଳୀ ।

ଏହାବାଦ୍ ଯେଉଁମାନେ ଟେକ୍ନୋଲୋଜି ସହିତ ଅଧିକ ଜଡ଼ିତ ସେମାନଙ୍କୁ ମଧ୍ଯ ହୃଦଘାତ ଆଶଙ୍କା ଅଧିକ । ଭିଟାମିନ୍ ଡି’ର ଅଭାବ, ଅନିଦ୍ରା ଯୋଗୁଁ ମଧ୍ୟ ହୃଦ୍‌ଘାତ ଆଶଙ୍କା ଅଧିକ ଥାଏ। ଏପରିକି ଯେଉଁମାନେ ୬ ଘଣ୍ଟାରୁ କମ୍ ଏବଂ ୯ ଘଣ୍ଟାରୁ ଅଧିକ ସମୟ ଶୋଇଥାନ୍ତି, ସେମାନଙ୍କୁ ମଧ୍ୟ ହୃଦ୍‌ଘାତ୍ ହେବା ଆଶଙ୍କା ଅଧିକ। ନିଦ୍ରା, ବ୍ୟାୟାମ, ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟର ଅଭାବ ମଧ୍ୟ ହୃଦ୍‌ଘାତ ଆଶଙ୍କାକୁ ବଢାଇ ଦେଇଥାଏ। ଏହାବାଦ୍ ସହରରେ ରହୁଥିବା ଲୋକେ ଗ୍ରାମାଞ୍ଚଳର ଲୋକଙ୍କ ଭଳି ଜୀବନ ଜିଇଁବା ଆବଶ୍ୟକ | ସଠିକ୍ ଜୀବନଶୈଳୀ ଯୋଗୁଁ ଗ୍ଲାଇସେମିକ୍ ଡିସଚାର୍ଜ କମ୍ ହୋଇଥାଏ। ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖେ ଏବଂ ମଧୁମେହକୁ ମଧ୍ୟ ରୋକିଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp