ଜାଣନ୍ତୁ ୱେକ୍‌ଅପ୍‌ ଷ୍ଟ୍ରୋକର ଲକ୍ଷଣ ଓ ଉପଚାର…..

The Sakala Picture
Published On

ଖରାପ ଖାଦ୍ୟ ଓ ବ୍ୟସ୍ତ ଜୀବନଶୈଳୀ ଯୋଗୁଁ ଲୋକେ ଏବେ ଅଧିକ ରୋଗଗ୍ରସ୍ତ ହେଉଛନ୍ତି। ଫଳରେ ଷ୍ଟ୍ରୋକ୍‌ ଏବଂ ହୃଦ୍‌ଘାତ , ମସ୍ତିଷ୍କ ଅଚଳ ଆଦି ଗମ୍ଭୀର ସମସ୍ୟା ଦେଖିବାକୁ ମିଳୁଛି। ତେବେ ସକାଳ ସମୟରେ ସବୁଠୁ ଅଧିକ ଦେଖିବାକୁ ମିଳୁଥିବା ଷ୍ଟ୍ରୋକ୍‌କୁ ‘ୱେକ୍‌ଅପ୍‌ ଷ୍ଟ୍ରୋକ୍‌’ କୁହାଯାଇଥାଏ। ଏହି ଷ୍ଟ୍ରୋକ୍‌ରୁ ବର୍ତ୍ତିବାକୁ ହେଲେ କ’ଣ କରିବା ଆବଶ୍ୟକ, ଜାଣି ରଖନ୍ତୁ। ଉଚ୍ଚ ରକ୍ତଚାପ, ରକ୍ତଜମାଟ, ଅଧିକ ନିଶା ସେବନ, ମଦ୍ୟପାନ, ତମାଖୁ ଆଦି ସେବନ କରୁଥିବା ଲୋକ, […]

ଖରାପ ଖାଦ୍ୟ ଓ ବ୍ୟସ୍ତ ଜୀବନଶୈଳୀ ଯୋଗୁଁ ଲୋକେ ଏବେ ଅଧିକ ରୋଗଗ୍ରସ୍ତ ହେଉଛନ୍ତି। ଫଳରେ ଷ୍ଟ୍ରୋକ୍‌ ଏବଂ ହୃଦ୍‌ଘାତ , ମସ୍ତିଷ୍କ ଅଚଳ ଆଦି ଗମ୍ଭୀର ସମସ୍ୟା ଦେଖିବାକୁ ମିଳୁଛି। ତେବେ ସକାଳ ସମୟରେ ସବୁଠୁ ଅଧିକ ଦେଖିବାକୁ ମିଳୁଥିବା ଷ୍ଟ୍ରୋକ୍‌କୁ ‘ୱେକ୍‌ଅପ୍‌ ଷ୍ଟ୍ରୋକ୍‌’ କୁହାଯାଇଥାଏ। ଏହି ଷ୍ଟ୍ରୋକ୍‌ରୁ ବର୍ତ୍ତିବାକୁ ହେଲେ କ’ଣ କରିବା ଆବଶ୍ୟକ, ଜାଣି ରଖନ୍ତୁ।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

ଉଚ୍ଚ ରକ୍ତଚାପ, ରକ୍ତଜମାଟ, ଅଧିକ ନିଶା ସେବନ, ମଦ୍ୟପାନ, ତମାଖୁ ଆଦି ସେବନ କରୁଥିବା ଲୋକ, ବୟସ୍କ ଓ ମେଦବହୁଳତା ଲୋକଙ୍କ ପ୍ରତି ୱେକ୍‌ଅପ୍‌ ଷ୍ଟ୍ରୋକ୍‌ର ଅଧିକ ବିପଦ ରହିଥାଏ। ୱେକ୍‌ ଅପ୍‌ ଷ୍ଟ୍ରୋକରେ ଆକ୍ରାନ୍ତଙ୍କଠାରେ ଅଚାନକ ମୁଣ୍ଡ ବିନ୍ଧା, ଆଖିକୁ ସ୍ପଷ୍ଟ ଦେଖା ନଯିବା, ଛାତିରେ ଯନ୍ତ୍ରଣା ଆଦି ଲକ୍ଷଣ ଦେଖିବାକୁ ମିଳିଥାଏ।

ଉପଚାର: ଉଚ୍ଚ କୋଲେଷ୍ଟ୍ରଲ, ରକ୍ତଚାପ, ମଧୁମେହ, ମୋଟାପଣ, ଅଧିକ ମଦ୍ୟପାନ ସେବନକୁ ନିୟନ୍ତ୍ରଣରେ ରଖିବା ଜରୁରି। ୱେକ୍‌ଅପ୍‌ ଷ୍ଟ୍ରୋକ୍‌ରୁ ବର୍ତ୍ତିବାକୁ ସ୍ବାସ୍ଥ୍ୟକର ଡାଏଟ, ସକ୍ରିୟ ଜୀବନଶୈଳୀ ଆପଣାଇବା ଆବଶ୍ୟକ। ଦୈନିକ ବ୍ୟାୟାମ ଓ ଯୋଗାସନ ଦ୍ବାରା ଏପରି ସମସ୍ୟାକୁ ନିୟନ୍ତ୍ରଣ କରାଯାଇ ପାରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp