କାହିଁକି ନିଜକୁ ଗୁଣ୍ଡା କହିଲେ ଶାହାରୁଖ୍‌

The Sakala Picture
Published On

ଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ଙ୍କର ଦେଶ ଓ ବିଦେଶରେ ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି। ରୋମାନ୍ସ କିଙ୍ଗ୍‌ ଭାବେ ଶାହାରୁଖ୍‌ ନିଜର ପ୍ରଶଂସକମାନଙ୍କ ନିକଟରେ ଏକ ସ୍ବତନ୍ତ୍ର ଛାପ ଛାଡିଛନ୍ତି। ଖାସ୍‌ ସେଥିପାଇଁ ଶାହାରୁଖ୍‌ଙ୍କ ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ତାଙ୍କର ପ୍ରଶଂସକଙ୍କ ନଜର ଥାଏ। ନିକଟରେ ଶାହାରୁଖ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ଏକ ଫଟୋ ସେୟାର କରିଥିଲେ। ଯାହା ଏବେ ବେଶ୍ ଭାଇରାଲ୍ ହୋଇଛି। ଶାହାରୁଖଙ୍କ ଅଭିନୀତ ଫିଲ୍ମ ‘ଚକ୍‌ ଦେ ଇଣ୍ଡିଆ’ ନିକଟରେ ରିଲିଜ୍‌ ହେବାର ଇତିମଧ୍ୟରେ […]

ଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ଙ୍କର ଦେଶ ଓ ବିଦେଶରେ ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି। ରୋମାନ୍ସ କିଙ୍ଗ୍‌ ଭାବେ ଶାହାରୁଖ୍‌ ନିଜର ପ୍ରଶଂସକମାନଙ୍କ ନିକଟରେ ଏକ ସ୍ବତନ୍ତ୍ର ଛାପ ଛାଡିଛନ୍ତି। ଖାସ୍‌ ସେଥିପାଇଁ ଶାହାରୁଖ୍‌ଙ୍କ ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ତାଙ୍କର ପ୍ରଶଂସକଙ୍କ ନଜର ଥାଏ। ନିକଟରେ ଶାହାରୁଖ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ଏକ ଫଟୋ ସେୟାର କରିଥିଲେ। ଯାହା ଏବେ ବେଶ୍ ଭାଇରାଲ୍ ହୋଇଛି। ଶାହାରୁଖଙ୍କ ଅଭିନୀତ ଫିଲ୍ମ ‘ଚକ୍‌ ଦେ ଇଣ୍ଡିଆ’ ନିକଟରେ ରିଲିଜ୍‌ ହେବାର ଇତିମଧ୍ୟରେ ୧୪ ବର୍ଷ ପୂରଣ କରିଛି। ଏଥିପାଇଁ ୟଶରାଜ ଫିଲ୍ମ ସହିତ ଏଥିରେ ଅଭିନୟ କରିଥିବା ସମସ୍ତ ମହିଳା ସଦସ୍ୟଙ୍କୁ ସେ ବିଶେଷ ଭାବେ ଧନ୍ୟବାଦ ଜଣାଇଥିଲେ। ୨୦୦୭ରେ ରିଲିଜ୍‌ ହୋଇଥିବା ‘ଚକ୍‌ ଦେ ଇଣ୍ଡିଆ’କୁ ପ୍ରଶଂସକମାନେ ସେତେବେଳେ ବେଶ୍‌ ପସନ୍ଦ କରିଥିଲେ।

ଆହୁରି ପଢ଼ନ୍ତୁ: ହ୍ରିତିକ ରୋଶନଙ୍କୁ ମିଳୁନାହିଁ ଭଲ ଭୂମିକା: 'ଲକ୍ ବାଇ ଚାନ୍ସ'ର 'ଜାଫର' ଭଳି ରୋଲ୍ ଖୋଜୁଛନ୍ତି ଅଭିନେତା, ପ୍ରତିକ୍ରିୟା ରଖିଲେ ସିଦ୍ଧାର୍ଥ ଆନନ୍ଦ

ଏଥିରେ ଶାହାରୁଖ୍ ଜାତୀୟ ହକି ଟିମ୍‌ର କୋଚ୍‌ ଭାବେ ନଜର ଆସିଥିଲେ। ଏହି ଅବସରରେ ଶାହାରୁଖ୍ ତାଙ୍କର ଏକ ସେଲ୍ଫି ସେୟାର କରି ଲେଖୀଥିଲେ ଯେ, ଚକ୍‌ ଦେ ଇଣ୍ଡିଆ ଫିଲ୍ମ ମାଧ୍ୟମରେ ଏକ ସୁନ୍ଦର ଅନୁଭବ ଦେବା ପାଇଁ ମୁଁ ଏଥିରେ ଅଭିନୟ କରିଥିବା ସମସ୍ତ ମହିଳାମାନଙ୍କୁ ଧନ୍ୟବାଦ ଜଣାଉଛି। ଏମାନଙ୍କ ବ୍ୟତୀତ ଫିଲ୍ମ ସହିତ ଜଡ଼ିତ ଅନ୍ୟମାନେ ମୋତେ ‘ଗୁଣ୍ଡା’ ବନାଇବା ପାଇଁ ଧନ୍ୟବାଦ। ତାଙ୍କର ଏହି ପୋଷ୍ଟ ପରେ ଶାହାରୁଖଙ୍କ ପ୍ରଶଂସକମାନେ ତାଙ୍କ ଉପରେ ଫିଦା ହୋଇଯାଇଛନ୍ତି। କେବଳ ପ୍ରଶଂସକ ନୁହଁନ୍ତି, ଶାହାରୁଖ୍‌ଙ୍କୁ ବଲିଉଡ୍‌ କଳାକାରମାନେ ମଧ୍ୟ ଜବରଦସ୍ତ ପ୍ରଶଂସା କରିଛନ୍ତି। ଏହି ତାଲିକାରେ ଅଭିନେତା ରଣବୀର ସିଂହ ସାମିଲ ଅଛନ୍ତି। ଶାହାରୁଖ୍ ବହୁତ ଜଲ୍‌ଦି ‘ପଠାନ୍’ ମାଧ୍ୟମରେ ପୁଣି ଥରେ ପରଦାକୁ ଫେରିବେ।

ଆହୁରି ପଢ଼ନ୍ତୁ: ସେନ୍ସର ବୋର୍ଡ ଅଟକାଇଛି 'ଜନ ନାୟଗନ': ବିତରକଙ୍କୁ ଟଙ୍କା ଫେରାଇବାକୁ ପ୍ରଯୋଜକଙ୍କୁ ନିର୍ଦ୍ଦେଶ ଦେଲେ ବିଜୟ

14 Aug 2021 By The Sakala

କାହିଁକି ନିଜକୁ ଗୁଣ୍ଡା କହିଲେ ଶାହାରୁଖ୍‌

ଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ଙ୍କର ଦେଶ ଓ ବିଦେଶରେ ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି। ରୋମାନ୍ସ କିଙ୍ଗ୍‌ ଭାବେ ଶାହାରୁଖ୍‌ ନିଜର ପ୍ରଶଂସକମାନଙ୍କ ନିକଟରେ ଏକ ସ୍ବତନ୍ତ୍ର ଛାପ ଛାଡିଛନ୍ତି। ଖାସ୍‌ ସେଥିପାଇଁ ଶାହାରୁଖ୍‌ଙ୍କ ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ତାଙ୍କର ପ୍ରଶଂସକଙ୍କ ନଜର ଥାଏ। ନିକଟରେ ଶାହାରୁଖ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ଏକ ଫଟୋ ସେୟାର କରିଥିଲେ। ଯାହା ଏବେ ବେଶ୍ ଭାଇରାଲ୍ ହୋଇଛି। ଶାହାରୁଖଙ୍କ ଅଭିନୀତ ଫିଲ୍ମ ‘ଚକ୍‌ ଦେ ଇଣ୍ଡିଆ’ ନିକଟରେ ରିଲିଜ୍‌ ହେବାର ଇତିମଧ୍ୟରେ ୧୪ ବର୍ଷ ପୂରଣ କରିଛି। ଏଥିପାଇଁ ୟଶରାଜ ଫିଲ୍ମ ସହିତ ଏଥିରେ ଅଭିନୟ କରିଥିବା ସମସ୍ତ ମହିଳା ସଦସ୍ୟଙ୍କୁ ସେ ବିଶେଷ ଭାବେ ଧନ୍ୟବାଦ ଜଣାଇଥିଲେ। ୨୦୦୭ରେ ରିଲିଜ୍‌ ହୋଇଥିବା ‘ଚକ୍‌ ଦେ ଇଣ୍ଡିଆ’କୁ ପ୍ରଶଂସକମାନେ ସେତେବେଳେ ବେଶ୍‌ ପସନ୍ଦ କରିଥିଲେ।

ଏଥିରେ ଶାହାରୁଖ୍ ଜାତୀୟ ହକି ଟିମ୍‌ର କୋଚ୍‌ ଭାବେ ନଜର ଆସିଥିଲେ। ଏହି ଅବସରରେ ଶାହାରୁଖ୍ ତାଙ୍କର ଏକ ସେଲ୍ଫି ସେୟାର କରି ଲେଖୀଥିଲେ ଯେ, ଚକ୍‌ ଦେ ଇଣ୍ଡିଆ ଫିଲ୍ମ ମାଧ୍ୟମରେ ଏକ ସୁନ୍ଦର ଅନୁଭବ ଦେବା ପାଇଁ ମୁଁ ଏଥିରେ ଅଭିନୟ କରିଥିବା ସମସ୍ତ ମହିଳାମାନଙ୍କୁ ଧନ୍ୟବାଦ ଜଣାଉଛି। ଏମାନଙ୍କ ବ୍ୟତୀତ ଫିଲ୍ମ ସହିତ ଜଡ଼ିତ ଅନ୍ୟମାନେ ମୋତେ ‘ଗୁଣ୍ଡା’ ବନାଇବା ପାଇଁ ଧନ୍ୟବାଦ। ତାଙ୍କର ଏହି ପୋଷ୍ଟ ପରେ ଶାହାରୁଖଙ୍କ ପ୍ରଶଂସକମାନେ ତାଙ୍କ ଉପରେ ଫିଦା ହୋଇଯାଇଛନ୍ତି। କେବଳ ପ୍ରଶଂସକ ନୁହଁନ୍ତି, ଶାହାରୁଖ୍‌ଙ୍କୁ ବଲିଉଡ୍‌ କଳାକାରମାନେ ମଧ୍ୟ ଜବରଦସ୍ତ ପ୍ରଶଂସା କରିଛନ୍ତି। ଏହି ତାଲିକାରେ ଅଭିନେତା ରଣବୀର ସିଂହ ସାମିଲ ଅଛନ୍ତି। ଶାହାରୁଖ୍ ବହୁତ ଜଲ୍‌ଦି ‘ପଠାନ୍’ ମାଧ୍ୟମରେ ପୁଣି ଥରେ ପରଦାକୁ ଫେରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର