ଡେନମାର୍କର ଭିକ୍ଟୋରିଆ ଜାଏର ହେଲେ ବିଶ୍ବ ସୁନ୍ଦରୀ-୨୦୨୪

The Sakala Picture
Published On

ମେକ୍ସିକୋ ସିଟି: ଭିକ୍ଟୋରିଆ ଜାଏର ଥେଇଲଭିଗ୍‌ ବିଶ୍ବ ସୁନ୍ଦରୀ ହୋଇଛନ୍ତି। ୧୨୫ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ମେକ୍ସିକୋରେ ଶନିବାର ଅନୁଷ୍ଠିତ ୭୩ତମ ବିଶ୍ବ ସୁନ୍ଦରୀ ଟାଇଟଲ୍‌କୁ ୨୧ ବର୍ଷୀୟ ଜାଏର ନିଜ ନାମରେ କରିଛନ୍ତି। ଡେନ୍‌ମାର୍କର ପ୍ରଥମ ମହିଳା ଭାବେ ସେ ଏହି ସଫଳତା ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଭାରତର ରିଆ ସିଙ୍ଘା ମଧ୍ୟ ସାମିଲ ହୋଇଥିଲେ। ତେବେ ସେ ପ୍ରଥମ ୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇପାରି ନ ଥିଲେ। ନାଇଜେରିଆର ଚିଡିମା […]

ମେକ୍ସିକୋ ସିଟି: ଭିକ୍ଟୋରିଆ ଜାଏର ଥେଇଲଭିଗ୍‌ ବିଶ୍ବ ସୁନ୍ଦରୀ ହୋଇଛନ୍ତି। ୧୨୫ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ମେକ୍ସିକୋରେ ଶନିବାର ଅନୁଷ୍ଠିତ ୭୩ତମ ବିଶ୍ବ ସୁନ୍ଦରୀ ଟାଇଟଲ୍‌କୁ ୨୧ ବର୍ଷୀୟ ଜାଏର ନିଜ ନାମରେ କରିଛନ୍ତି। ଡେନ୍‌ମାର୍କର ପ୍ରଥମ ମହିଳା ଭାବେ ସେ ଏହି ସଫଳତା ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଭାରତର ରିଆ ସିଙ୍ଘା ମଧ୍ୟ ସାମିଲ ହୋଇଥିଲେ। ତେବେ ସେ ପ୍ରଥମ ୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇପାରି ନ ଥିଲେ। ନାଇଜେରିଆର ଚିଡିମା ଆଡେଟ୍ସହିନା ପ୍ରଥମ ଏବଂ ମେକ୍ସିକୋ ସୁନ୍ଦରୀ ମାରିଆ ଫ୍ରେନାନ୍‌ଡା ବେଲ୍‌ଟ୍ରାନ ଦ୍ବିତୀୟ ରନର୍ସ-ଅପ୍‌ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ବିନା ସମ୍ମତିରେ ଯୌନୀକରଣକୁ ବରଦାସ୍ତ କରିବି ନାହିଁ: ନିର୍ମାତାଙ୍କ ଉପରେ ବର୍ଷିଲେ ଜାହ୍ନବୀ କପୁର

ବିଶ୍ବ ସୁନ୍ଦରୀ ଭିକ୍ଟୋରିଆ ଉଦ୍ୟୋଗପତି ଏବଂ ନୃତ୍ୟଶିଳ୍ପୀ ଭାବେ ମଧ୍ୟ ନାମ କମାଇଛନ୍ତି। ୨୦୦୪ରେ ଡେନ୍‌ମାର୍କରେ ଜନ୍ମିତ ଏହି ବିଶ୍ବ ସୁନ୍ଦରୀ ‘ବିଜ୍‌ନେସ୍‌ ଆଣ୍ଡ ମାର୍କେଟିଂ’ରେ ଗ୍ରାଜୁଏଟ ହୋଇଥିଲେ। ସେ ନିଜ ଦକ୍ଷତାକୁ ଅଳଙ୍କାର ଉଦ୍ୟୋଗରେ ପ୍ରତିପାଦନ କରିଛନ୍ତି। ହୀରା ବ୍ୟବସାୟରେ ସଫଳ ହୋଇଛନ୍ତି। ଏବେ ସେ ଓକିଲ ହେବାକୁ ଚାହୁଁଛନ୍ତି। ମାନସିକ ସ୍ବାସ୍ଥ୍ୟ, ପଶୁପକ୍ଷୀଙ୍କ ସୁରକ୍ଷାକୁ ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି। ସେ ପ୍ରଥମେ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ମିସ୍‌ ଡେନ୍‌ମାର୍କ ହୋଇଥିଲେ। ପରେ ଭିକ୍ଟୋରିଆ ଆଉ ପଛକୁ ଫେରି ନ ଥିଲେ। ୨୦୨୨ରେ ‘ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ’ ପ୍ରତିଯୋଗିତାରେ ପ୍ରମୁଖ ୨୦ ପ୍ରତିଯୋଗୀଙ୍କ ମଧ୍ୟରେ ସାମିଲ ହୋଇଥିଲେ।

ଆହୁରି ପଢ଼ନ୍ତୁ: ସେନ୍ସର ବୋର୍ଡ ଅଟକାଇଛି 'ଜନ ନାୟଗନ': ବିତରକଙ୍କୁ ଟଙ୍କା ଫେରାଇବାକୁ ପ୍ରଯୋଜକଙ୍କୁ ନିର୍ଦ୍ଦେଶ ଦେଲେ ବିଜୟ

18 Nov 2024 By The Sakala

ଡେନମାର୍କର ଭିକ୍ଟୋରିଆ ଜାଏର ହେଲେ ବିଶ୍ବ ସୁନ୍ଦରୀ-୨୦୨୪

ମେକ୍ସିକୋ ସିଟି: ଭିକ୍ଟୋରିଆ ଜାଏର ଥେଇଲଭିଗ୍‌ ବିଶ୍ବ ସୁନ୍ଦରୀ ହୋଇଛନ୍ତି। ୧୨୫ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ମେକ୍ସିକୋରେ ଶନିବାର ଅନୁଷ୍ଠିତ ୭୩ତମ ବିଶ୍ବ ସୁନ୍ଦରୀ ଟାଇଟଲ୍‌କୁ ୨୧ ବର୍ଷୀୟ ଜାଏର ନିଜ ନାମରେ କରିଛନ୍ତି। ଡେନ୍‌ମାର୍କର ପ୍ରଥମ ମହିଳା ଭାବେ ସେ ଏହି ସଫଳତା ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଭାରତର ରିଆ ସିଙ୍ଘା ମଧ୍ୟ ସାମିଲ ହୋଇଥିଲେ। ତେବେ ସେ ପ୍ରଥମ ୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇପାରି ନ ଥିଲେ। ନାଇଜେରିଆର ଚିଡିମା ଆଡେଟ୍ସହିନା ପ୍ରଥମ ଏବଂ ମେକ୍ସିକୋ ସୁନ୍ଦରୀ ମାରିଆ ଫ୍ରେନାନ୍‌ଡା ବେଲ୍‌ଟ୍ରାନ ଦ୍ବିତୀୟ ରନର୍ସ-ଅପ୍‌ ହୋଇଛନ୍ତି।

ବିଶ୍ବ ସୁନ୍ଦରୀ ଭିକ୍ଟୋରିଆ ଉଦ୍ୟୋଗପତି ଏବଂ ନୃତ୍ୟଶିଳ୍ପୀ ଭାବେ ମଧ୍ୟ ନାମ କମାଇଛନ୍ତି। ୨୦୦୪ରେ ଡେନ୍‌ମାର୍କରେ ଜନ୍ମିତ ଏହି ବିଶ୍ବ ସୁନ୍ଦରୀ ‘ବିଜ୍‌ନେସ୍‌ ଆଣ୍ଡ ମାର୍କେଟିଂ’ରେ ଗ୍ରାଜୁଏଟ ହୋଇଥିଲେ। ସେ ନିଜ ଦକ୍ଷତାକୁ ଅଳଙ୍କାର ଉଦ୍ୟୋଗରେ ପ୍ରତିପାଦନ କରିଛନ୍ତି। ହୀରା ବ୍ୟବସାୟରେ ସଫଳ ହୋଇଛନ୍ତି। ଏବେ ସେ ଓକିଲ ହେବାକୁ ଚାହୁଁଛନ୍ତି। ମାନସିକ ସ୍ବାସ୍ଥ୍ୟ, ପଶୁପକ୍ଷୀଙ୍କ ସୁରକ୍ଷାକୁ ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି। ସେ ପ୍ରଥମେ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ମିସ୍‌ ଡେନ୍‌ମାର୍କ ହୋଇଥିଲେ। ପରେ ଭିକ୍ଟୋରିଆ ଆଉ ପଛକୁ ଫେରି ନ ଥିଲେ। ୨୦୨୨ରେ ‘ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ’ ପ୍ରତିଯୋଗିତାରେ ପ୍ରମୁଖ ୨୦ ପ୍ରତିଯୋଗୀଙ୍କ ମଧ୍ୟରେ ସାମିଲ ହୋଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର