‘ବାଳିକା ବଧୂ’ର ଶିବରାଜରୁ ‘ବିଗ୍ ବସ୍’ର ବିଜେତା, ଅଧୁରା ରହିଗଲା ‘ସିଦ୍‌ନାଜ୍‌’ ଯୋଡ଼ି

The Sakala Picture
Published On

ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତା ତଥା ‘ବିଗବସ୍ ସିଜନ୍‌ ୧୩’ର ବିଜେତା ସିଦ୍ଧାର୍ଥ ଶୁକ୍ଲା ମାତ୍ର ୪୦ ବର୍ଷ ବୟସରେ ଏ ଦୁନିଆରୁ ବିଦାୟ ନେଇଛନ୍ତି। ହୃଦ୍‌ଘାତରେ ତାଙ୍କର ଦେହାନ୍ତ ହୋଇଛି ।  ସେ ଗତ ଏକ ତାରିଖ ରାତିରେ ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ। ମାତ୍ର ଗୁରୁବାର ସକାଳୁ ନ ଉଠିବାରୁ ପରିବାର ଲୋକେ ତାଙ୍କୁ ମୁମ୍ବାଇର କୁପର ହସପିଟାଲକୁ ନେଇଥିଲେ। ସେଠାରେ ତାଙ୍କର ହୃଦ୍‌ଘାତଜନିତ ମୃତ୍ୟୁ ହୋଇଥିବା ଡାକ୍ତର ସ୍ପଷ୍ଟ କରିଥିଲେ। କୁପର୍‌ […]

ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତା ତଥା ‘ବିଗବସ୍ ସିଜନ୍‌ ୧୩’ର ବିଜେତା ସିଦ୍ଧାର୍ଥ ଶୁକ୍ଲା ମାତ୍ର ୪୦ ବର୍ଷ ବୟସରେ ଏ ଦୁନିଆରୁ ବିଦାୟ ନେଇଛନ୍ତି। ହୃଦ୍‌ଘାତରେ ତାଙ୍କର ଦେହାନ୍ତ ହୋଇଛି ।  ସେ ଗତ ଏକ ତାରିଖ ରାତିରେ ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ। ମାତ୍ର ଗୁରୁବାର ସକାଳୁ ନ ଉଠିବାରୁ ପରିବାର ଲୋକେ ତାଙ୍କୁ ମୁମ୍ବାଇର କୁପର ହସପିଟାଲକୁ ନେଇଥିଲେ। ସେଠାରେ ତାଙ୍କର ହୃଦ୍‌ଘାତଜନିତ ମୃତ୍ୟୁ ହୋଇଥିବା ଡାକ୍ତର ସ୍ପଷ୍ଟ କରିଥିଲେ। କୁପର୍‌ ହସ୍‌ପିଟାଲରେ ସିଦ୍ଧାର୍ଥଙ୍କ ପୋଷ୍ଟମର୍ଟମ ମଧ୍ୟ କରାଯାଇଛି। ‘ବାଳିକାବଧୂ’ ସିରିଏଲ୍‌ ମାଧ୍ୟମରେ ସିଦ୍ଧାର୍ଥ ତାଙ୍କର ନିଖୁଣ ଅଭିନୟ ପାଇଁ ଘରେ ଘରେ ବେଶ ପରିଚିତ ହୋଇଥିଲେ। ଏଥିରେ ସେ ତାଙ୍କ ଅଭିନୟକୁ ନେଇ ବେଶ ଭଲପାଇବା ଏବଂ ଲୋକପ୍ରିୟତା ସାଉଣ୍ଟିଥିଲେ । ତେବେ ସିଦ୍ଧାର୍ଥଙ୍କ ଆକସ୍ମିକ ଦେହାନ୍ତ ବଲିଉଡ୍‌ ସମେତ ତାଙ୍କ ପ୍ରଶଂସକମାନଙ୍କୁ ସ୍ତବ୍ଧ କରି ଦେଇଛି।

ଆହୁରି ପଢ଼ନ୍ତୁ: କରୁର ଦଳାଚକଟା ମାମଲା: ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ ସିବିଆଇ ସମନ

ସିଦ୍ଧାର୍ଥ ୧୯୮୦ ଡିସେମ୍ବର ୧୨ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ। ୨୦୦୪ରୁ ମଡେଲିଂରେ ସେ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ୨୦୦୮ରେ ‘ବାବୁଲ୍‌ କା ଆଙ୍ଗନ୍‌ ଛୁଟେ ନା’ ଧାରାବାହିକରେ ନଜର ଆସିଥିଲେ। ‘ଜାନେ ପହଚାନ ସେ ଅଜନବି’, ‘ସିଆଇଡି’, ‘ଲଭ୍‌ ୟୁ ଜିନ୍ଦଗୀ’ରେ ତାଙ୍କ ଅଭିନୟ ସଭିଁଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ତେବେ ‘ବାଳିକା ବଧୂ’ ସିରିଏଲରୁ ଲୋକପ୍ରିୟତା ସାଉଁଟିଥିଲେ ସିଦ୍ଧାର୍ଥ। ଅର୍ଥାତ ଏହିଠାରୁ ହିଁ ସେ ଅଭିନେତାର ପ୍ରକୃତ ପରିଚୟ ପାଇଥିଲେ। ପରବର୍ତ୍ତୀ ସମୟରେ ସେ ‘ଖତ୍‌ରୋଁ କା ଖିଲାଡି’, ‘ଝଲକ ଦିଖ୍‌ଲାଜା’ ପରି ଏକାଧିକ ରିଅଲିଟି ଶୋ’ରେ ନଜର ଆସିଥିଲେ। ଅନ୍ୟପଟେ ଉପସ୍ଥାପକ ଭାବେ ‘ସାବଧାନ ଇଣ୍ଡିଆ’ ଓ ‘ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ’ରେ ସିଦ୍ଧାର୍ଥଙ୍କୁ ଦେଖିବାକୁ ମିଳିଥିଲା। ସେହିପରି ଛୋଟ ପରଦାରେ ସଫଳ ହେବା ପରେ ସେ ୨୦୧୪ରେ ଫିଲ୍ମ ‘ହମ୍ପଟି ଶର୍ମାକି ଦୁଲହନିଆଁ’ରୁ ବଡ଼ ପରଦାରେ ପାଦ ରଖିଥିଲେ। ଶେଷଥର ପାଇଁ ଏକତା କପୁରଙ୍କ ୱେବ୍‌ ସିରିଜ୍ ‘ବ୍ରୋକନ ବଟ୍ ବିୟୁଟିଫୁଲ୍‌’ରେ ସିଦ୍ଧାର୍ଥଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: 'ଧୁରନ୍ଧର: ଦ ରିଭେଞ୍ଜ'ର ଦମଦାର ଟ୍ରେଲର ରିଲିଜ୍; ରଣବୀର ସାଜିଲେ 'ହମଜା', ଖଳନାୟକ ଭୂମିକାରେ ଅର୍ଜୁନ ରାମପାଲ

ଟେଲିଭିଜନର ଜଣେ ଚର୍ଚ୍ଚିତ ଚେହେରା ଥିଲେ ସିଦ୍ଧାର୍ଥ । ‘ବିଗ୍‌ବସ୍‌ ସିଜିନ୍‌ ୧୩’ର ଜିତିବା ପରେ ସିଦ୍ଧାର୍ଥଙ୍କ ଭାଗ୍ୟ ବଦଳି ଯାଇଥିଲା ଏବଂ ଲୋକପ୍ରିୟତାରେ ସେ ଆଗଧାଡ଼ିର ବଲିଉଡ୍‌ କଳାକାରଙ୍କ ସହ ସମକକ୍ଷ ଥିଲେ। ଏହି ଶୋ’ ପରେ ସୋସିଆଲ ମିଡିଆରେ ମଧ୍ୟ ହଠାତ୍‌ ସିଦ୍ଧାର୍ଥଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢିଯାଇଥିଲା। ସିଦ୍ଧାର୍ଥଙ୍କର ଦୁଇଜଣ ବଡ଼ ଭଉଣୀ ଅଛନ୍ତି। ସେ ତାଙ୍କ ମା’ଙ୍କର ବେଶ୍‌ ନିକଟତର ଥିଲେ। ତାଙ୍କ ମା’ଙ୍କ ପାଇଁ ସେ ମଡେଲିଂ ଦୁନିଆକୁ ଆସିଥିଲେ ଓ ପରେ ଟେଲିଭିଜନରେ ଅଭିନୟ କରିଥିଲେ।

ଆହୁରି ପଢ଼ନ୍ତୁ: ‘ଦ କେରଳ ଷ୍ଟୋରୀ ୨’ ବିବାଦ: ରେଡ୍ ମିଟ୍ ସିନ୍ ପାଇଁ ମିଳୁଛି ହତ୍ୟା ଧମକ, ମୁହଁ ଖୋଲିଲେ ଅଭିନେତ୍ରୀ ଉଲ୍‌କା ଗୁପ୍ତା

ନିକଟରେ ସେ ତାଙ୍କ ବାନ୍ଧବୀ ତଥା ପଞ୍ଜାବୀ ଅଭିନେତ୍ରୀ ସେହନାଜ ଗିଲ୍‌ଙ୍କ ସହ ଚଳିତ ବିଗବସ୍‌ ଓଟିଟିରେ ନଜର ଆସିଥିଲେ। ‘ବିଗ୍‌ବସ୍‌ ୧୩’ରୁ ସେହନାଜ ଓ ସିଦ୍ଧାର୍ଥଙ୍କ ଯୋଡ଼ିକୁ ଲୋକେ ପସନ୍ଦ କରିଥିଲେ। ଆଉ ସେଇଠୁ ଦୁହେଁ ‘ସିଦ୍‌ନାଜ’ ନାଁରେ ପରିଚିତ ହେଲେ। ଏପରିକି ଦୁହିଁଙ୍କ ବାହାଘରକୁ ନେଇ ଅନେକ ସମୟରେ ଚର୍ଚ୍ଚା ବି ହୋଇଛି। ଏବେ କିନ୍ତୁ ସିଦ୍ଧାର୍ଥ ସେହ୍‌ନାଜଙ୍କୁ ଏକା ଛାଡି ଚାଲିଯାଇଛନ୍ତି। ଫଳରେ ସବୁଦିନ ପାଇଁ ‘ସିଦ୍‌ନାଜ’ ଯୋଡ଼ି ଭାଙ୍ଗିଯାଇଛି।

03 Sep 2021 By The Sakala

‘ବାଳିକା ବଧୂ’ର ଶିବରାଜରୁ ‘ବିଗ୍ ବସ୍’ର ବିଜେତା, ଅଧୁରା ରହିଗଲା ‘ସିଦ୍‌ନାଜ୍‌’ ଯୋଡ଼ି

ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତା ତଥା ‘ବିଗବସ୍ ସିଜନ୍‌ ୧୩’ର ବିଜେତା ସିଦ୍ଧାର୍ଥ ଶୁକ୍ଲା ମାତ୍ର ୪୦ ବର୍ଷ ବୟସରେ ଏ ଦୁନିଆରୁ ବିଦାୟ ନେଇଛନ୍ତି। ହୃଦ୍‌ଘାତରେ ତାଙ୍କର ଦେହାନ୍ତ ହୋଇଛି ।  ସେ ଗତ ଏକ ତାରିଖ ରାତିରେ ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ। ମାତ୍ର ଗୁରୁବାର ସକାଳୁ ନ ଉଠିବାରୁ ପରିବାର ଲୋକେ ତାଙ୍କୁ ମୁମ୍ବାଇର କୁପର ହସପିଟାଲକୁ ନେଇଥିଲେ। ସେଠାରେ ତାଙ୍କର ହୃଦ୍‌ଘାତଜନିତ ମୃତ୍ୟୁ ହୋଇଥିବା ଡାକ୍ତର ସ୍ପଷ୍ଟ କରିଥିଲେ। କୁପର୍‌ ହସ୍‌ପିଟାଲରେ ସିଦ୍ଧାର୍ଥଙ୍କ ପୋଷ୍ଟମର୍ଟମ ମଧ୍ୟ କରାଯାଇଛି। ‘ବାଳିକାବଧୂ’ ସିରିଏଲ୍‌ ମାଧ୍ୟମରେ ସିଦ୍ଧାର୍ଥ ତାଙ୍କର ନିଖୁଣ ଅଭିନୟ ପାଇଁ ଘରେ ଘରେ ବେଶ ପରିଚିତ ହୋଇଥିଲେ। ଏଥିରେ ସେ ତାଙ୍କ ଅଭିନୟକୁ ନେଇ ବେଶ ଭଲପାଇବା ଏବଂ ଲୋକପ୍ରିୟତା ସାଉଣ୍ଟିଥିଲେ । ତେବେ ସିଦ୍ଧାର୍ଥଙ୍କ ଆକସ୍ମିକ ଦେହାନ୍ତ ବଲିଉଡ୍‌ ସମେତ ତାଙ୍କ ପ୍ରଶଂସକମାନଙ୍କୁ ସ୍ତବ୍ଧ କରି ଦେଇଛି।

ସିଦ୍ଧାର୍ଥ ୧୯୮୦ ଡିସେମ୍ବର ୧୨ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ। ୨୦୦୪ରୁ ମଡେଲିଂରେ ସେ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ୨୦୦୮ରେ ‘ବାବୁଲ୍‌ କା ଆଙ୍ଗନ୍‌ ଛୁଟେ ନା’ ଧାରାବାହିକରେ ନଜର ଆସିଥିଲେ। ‘ଜାନେ ପହଚାନ ସେ ଅଜନବି’, ‘ସିଆଇଡି’, ‘ଲଭ୍‌ ୟୁ ଜିନ୍ଦଗୀ’ରେ ତାଙ୍କ ଅଭିନୟ ସଭିଁଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ତେବେ ‘ବାଳିକା ବଧୂ’ ସିରିଏଲରୁ ଲୋକପ୍ରିୟତା ସାଉଁଟିଥିଲେ ସିଦ୍ଧାର୍ଥ। ଅର୍ଥାତ ଏହିଠାରୁ ହିଁ ସେ ଅଭିନେତାର ପ୍ରକୃତ ପରିଚୟ ପାଇଥିଲେ। ପରବର୍ତ୍ତୀ ସମୟରେ ସେ ‘ଖତ୍‌ରୋଁ କା ଖିଲାଡି’, ‘ଝଲକ ଦିଖ୍‌ଲାଜା’ ପରି ଏକାଧିକ ରିଅଲିଟି ଶୋ’ରେ ନଜର ଆସିଥିଲେ। ଅନ୍ୟପଟେ ଉପସ୍ଥାପକ ଭାବେ ‘ସାବଧାନ ଇଣ୍ଡିଆ’ ଓ ‘ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ’ରେ ସିଦ୍ଧାର୍ଥଙ୍କୁ ଦେଖିବାକୁ ମିଳିଥିଲା। ସେହିପରି ଛୋଟ ପରଦାରେ ସଫଳ ହେବା ପରେ ସେ ୨୦୧୪ରେ ଫିଲ୍ମ ‘ହମ୍ପଟି ଶର୍ମାକି ଦୁଲହନିଆଁ’ରୁ ବଡ଼ ପରଦାରେ ପାଦ ରଖିଥିଲେ। ଶେଷଥର ପାଇଁ ଏକତା କପୁରଙ୍କ ୱେବ୍‌ ସିରିଜ୍ ‘ବ୍ରୋକନ ବଟ୍ ବିୟୁଟିଫୁଲ୍‌’ରେ ସିଦ୍ଧାର୍ଥଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିଥିଲା।

ଟେଲିଭିଜନର ଜଣେ ଚର୍ଚ୍ଚିତ ଚେହେରା ଥିଲେ ସିଦ୍ଧାର୍ଥ । ‘ବିଗ୍‌ବସ୍‌ ସିଜିନ୍‌ ୧୩’ର ଜିତିବା ପରେ ସିଦ୍ଧାର୍ଥଙ୍କ ଭାଗ୍ୟ ବଦଳି ଯାଇଥିଲା ଏବଂ ଲୋକପ୍ରିୟତାରେ ସେ ଆଗଧାଡ଼ିର ବଲିଉଡ୍‌ କଳାକାରଙ୍କ ସହ ସମକକ୍ଷ ଥିଲେ। ଏହି ଶୋ’ ପରେ ସୋସିଆଲ ମିଡିଆରେ ମଧ୍ୟ ହଠାତ୍‌ ସିଦ୍ଧାର୍ଥଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢିଯାଇଥିଲା। ସିଦ୍ଧାର୍ଥଙ୍କର ଦୁଇଜଣ ବଡ଼ ଭଉଣୀ ଅଛନ୍ତି। ସେ ତାଙ୍କ ମା’ଙ୍କର ବେଶ୍‌ ନିକଟତର ଥିଲେ। ତାଙ୍କ ମା’ଙ୍କ ପାଇଁ ସେ ମଡେଲିଂ ଦୁନିଆକୁ ଆସିଥିଲେ ଓ ପରେ ଟେଲିଭିଜନରେ ଅଭିନୟ କରିଥିଲେ।

ନିକଟରେ ସେ ତାଙ୍କ ବାନ୍ଧବୀ ତଥା ପଞ୍ଜାବୀ ଅଭିନେତ୍ରୀ ସେହନାଜ ଗିଲ୍‌ଙ୍କ ସହ ଚଳିତ ବିଗବସ୍‌ ଓଟିଟିରେ ନଜର ଆସିଥିଲେ। ‘ବିଗ୍‌ବସ୍‌ ୧୩’ରୁ ସେହନାଜ ଓ ସିଦ୍ଧାର୍ଥଙ୍କ ଯୋଡ଼ିକୁ ଲୋକେ ପସନ୍ଦ କରିଥିଲେ। ଆଉ ସେଇଠୁ ଦୁହେଁ ‘ସିଦ୍‌ନାଜ’ ନାଁରେ ପରିଚିତ ହେଲେ। ଏପରିକି ଦୁହିଁଙ୍କ ବାହାଘରକୁ ନେଇ ଅନେକ ସମୟରେ ଚର୍ଚ୍ଚା ବି ହୋଇଛି। ଏବେ କିନ୍ତୁ ସିଦ୍ଧାର୍ଥ ସେହ୍‌ନାଜଙ୍କୁ ଏକା ଛାଡି ଚାଲିଯାଇଛନ୍ତି। ଫଳରେ ସବୁଦିନ ପାଇଁ ‘ସିଦ୍‌ନାଜ’ ଯୋଡ଼ି ଭାଙ୍ଗିଯାଇଛି।

https://www.thesakala.in/entertainment/unknown-facts-about-sidharth-shukla/article-5140
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp