ପୁଣି ଆରମ୍ଭ ହେଲା ‘ପଠାନ୍‌’ର ସୁଟିଂ

The Sakala Picture
Published On

ବଲିଉଡ୍ ବାଦଶାହ ଶାହାରୁଖ୍ ଖାନ୍ ତାଙ୍କର ଆଗାମୀ ଫିଲ୍ମ ‘ପଠାନ୍’ର ସୁଟିଂ ପୁଣିଥରେ ଆରମ୍ଭ କରିଛନ୍ତି । ଏହି ଫିଲ୍ମରେ ଶାହାରୁଖ୍ ଜଣେ ଗୁପ୍ତଚର ଭାବରେ ନଜର ଆସିବେ । ଏହାର ସୁଟିଂ କରୋନା ମହାମାରୀର ଦ୍ବିତୀୟ ଲହର ପୂର୍ବରୁ ଆରମ୍ଭ ହୋଇଥିଲା । ଯେତେବେଳେ ମହାରାଷ୍ଟ୍ରରେ କରୋନାର ପ୍ରକୋପ ଆରମ୍ଭ ହେଲା ଯଶରାଜ ବ୍ୟାନର୍‌ ଫିଲ୍ମ ସୁଟିଂକୁ ରୋକି ଦେଇଥିଲା । ଏବେ କରୋନା ସଂକ୍ରମଣର ପ୍ରଭାବ କମୁଥିବାରୁ ପୁଣିଥରେ ଏହାର ସୁଟିଂ ଆରମ୍ଭ କରିବା […]

ବଲିଉଡ୍ ବାଦଶାହ ଶାହାରୁଖ୍ ଖାନ୍ ତାଙ୍କର ଆଗାମୀ ଫିଲ୍ମ ‘ପଠାନ୍’ର ସୁଟିଂ ପୁଣିଥରେ ଆରମ୍ଭ କରିଛନ୍ତି । ଏହି ଫିଲ୍ମରେ ଶାହାରୁଖ୍ ଜଣେ ଗୁପ୍ତଚର ଭାବରେ ନଜର ଆସିବେ । ଏହାର ସୁଟିଂ କରୋନା ମହାମାରୀର ଦ୍ବିତୀୟ ଲହର ପୂର୍ବରୁ ଆରମ୍ଭ ହୋଇଥିଲା । ଯେତେବେଳେ ମହାରାଷ୍ଟ୍ରରେ କରୋନାର ପ୍ରକୋପ ଆରମ୍ଭ ହେଲା ଯଶରାଜ ବ୍ୟାନର୍‌ ଫିଲ୍ମ ସୁଟିଂକୁ ରୋକି ଦେଇଥିଲା । ଏବେ କରୋନା ସଂକ୍ରମଣର ପ୍ରଭାବ କମୁଥିବାରୁ ପୁଣିଥରେ ଏହାର ସୁଟିଂ ଆରମ୍ଭ କରିବା ପାଇଁ ପ୍ରଯୋଜନା ସଂସ୍ଥା ନିଷ୍ପତ୍ତି ନେଇଛି । ଇତିମଧ୍ୟରେ ସୁଟିଂ ସେଟ୍‌ରୁ କାର ସହିତ ଶାହାରୁଖଙ୍କ କିଛି ଫଟୋ ଭାଇରାଲ୍ ହୋଇଛି । ଏଥିରେ ଶାହାରୁଖଙ୍କ ବ୍ୟତୀତ ଦୀପିକା ପାଦୁକୋନ୍, ଜନ୍ ଆବ୍ରାହମ୍ ଡିମ୍ପଲ କପାଡ଼ିଆ ନଜର ଆସିବେ । ବହୁତ ଜଲ୍‌ଦି ଦୀପିକା ଓ ଜନ୍ ଶାହାରୁଖଙ୍କ ସହିତ ସୁଟିଂରେ ଯୋଗଦେବେ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp