ମିସ୍ ଇଣ୍ଡିଆରେ ପ୍ରଥମ ଆଦିବାସୀ ଯୁବତୀ

The Sakala Picture
Published On

ଚଳିତ ବର୍ଷ ମୁମ୍ବାଇରେ ଅନୁଷ୍ଠିତ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାର ବିଜୟିନୀ ହୋଇଛନ୍ତି କର୍ଣ୍ଣାଟକର ସିନି ସେଟ୍ଟି। ଉଲ୍ଳେଖନୀୟ କଥା ହେଲା, ଏହି ସୁନ୍ଦରୀ ପ୍ରତିଯୋଗିତାରେ ପ୍ରଥମଥର ପାଇଁ ନଜର ଆସିଛନ୍ତି ଜଣେ ଆଦିବାସୀ ଯୁବତୀ ରିୟା ତିର୍କୀ। ଝାଡଖଣ୍ଡ ନିବାସୀ ରିୟା ସାତ ବର୍ଷ ଧରି ମିସ୍ ଇଣ୍ଡିଆ ଅଡିସନ୍‌ରେ ଅସଫଳ ହେବା ପରେ ହାର୍ ମାନି ନାହାନ୍ତି କି ନିଜ ଲକ୍ଷ୍ୟସ୍ଥଳରୁ ଓହରି ନାହାନ୍ତି। ବରଂ ଅସଫଳତା କେବେ ବି ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ବାଧା […]

ଚଳିତ ବର୍ଷ ମୁମ୍ବାଇରେ ଅନୁଷ୍ଠିତ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାର ବିଜୟିନୀ ହୋଇଛନ୍ତି କର୍ଣ୍ଣାଟକର ସିନି ସେଟ୍ଟି। ଉଲ୍ଳେଖନୀୟ କଥା ହେଲା, ଏହି ସୁନ୍ଦରୀ ପ୍ରତିଯୋଗିତାରେ ପ୍ରଥମଥର ପାଇଁ ନଜର ଆସିଛନ୍ତି ଜଣେ ଆଦିବାସୀ ଯୁବତୀ ରିୟା ତିର୍କୀ। ଝାଡଖଣ୍ଡ ନିବାସୀ ରିୟା ସାତ ବର୍ଷ ଧରି ମିସ୍ ଇଣ୍ଡିଆ ଅଡିସନ୍‌ରେ ଅସଫଳ ହେବା ପରେ ହାର୍ ମାନି ନାହାନ୍ତି କି ନିଜ ଲକ୍ଷ୍ୟସ୍ଥଳରୁ ଓହରି ନାହାନ୍ତି। ବରଂ ଅସଫଳତା କେବେ ବି ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ବାଧା ସୃଷ୍ଟି କରି ନ ଥାଏ ବୋଲି ୨୪ ବର୍ଷୀୟା ରିୟା ପ୍ରମାଣ କରିଛନ୍ତି। ଆଦିବାସୀ ମହିଳା ଭାବେ ଅନେକ ଅସୁବିଧାକୁ ସାମ୍ନା କରିଥିବା ରିୟାଙ୍କ ମଡେଲିଂ ଯାତ୍ରାକୁ ନେଇ ଏହି ଉପସ୍ଥାପନା।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ଯୁଦ୍ଧ ନେଇ ମୁହଁ ଖୋଲିଲେ ନୋରା ଫତେହି; କହିଲେ ଦୁବାଇ ନୁହେଁ, ମୁଁ ଭାରତରେ ଅଛି

ମା’ଙ୍କଠୁ ମିଳିଛି ପ୍ରେରଣା
ମଡେଲିଂ ତଥା ଅଭିନୟ ଦୁନିଆରେ କାମ କରିବା ଲାଗି ତାଙ୍କୁ ପରିବାର ସଦସ୍ୟଙ୍କ ପ୍ରୋତ୍ସାହନ ମିଳୁଛି। ଅନ୍ୟପଟେ ଆଦିବାସୀ ହୋଇଥିବା ଯୋଗୁଁ ତାଙ୍କୁ ବହୁ ସମସ୍ୟା ସାମ୍ନା କରିବାକୁ ପଡ଼ିଥିବା ସେ କହିଛନ୍ତି। ଏପରିକି ତାଙ୍କୁ ସ୍କୁଲରେ ନାଁ ଲେଖାଇବାରେ ସମସ୍ୟା ହୋଇଥିଲା କହିଛନ୍ତି। ଜୀବନରେ ସଫଳତା ପାଇବା ପାଇଁ ତାଙ୍କୁ ମା’ଙ୍କଠାରୁ ପ୍ରେରଣା ମିଳିଛି। କାରଣ ମା’ ତାଙ୍କୁ ସବୁବେେଳ କଠିନ ପରିଶ୍ରମ ଉପରେ ବିଶ୍ବାସ ରଖିବାକୁ କହୁଥିଲେ। ଯଦିଓ ସେ ମିସ୍ ଇଣ୍ଡିଆର ବିଜୟ ମୁକୁଟ ପିନ୍ଧି ନାହାନ୍ତି, ତଥାପି ଝାଡ଼ଖଣ୍ଡ ଓ ତାଙ୍କ ସମ୍ପ୍ରଦାୟକୁ ପ୍ରତିନିଧିତ୍ବ କରି ଗର୍ବ ଅନୁଭବ କରୁଥିବା କହିଛନ୍ତି ରିୟା।

ଆଦିବାସୀ ସଂସ୍କୃତିର ପ୍ରଚାର ଲକ୍ଷ୍ୟ

ଆହୁରି ପଢ଼ନ୍ତୁ: ‘ମଞ୍ଜୁମ୍ମେଲ ବଏଜ୍’ ନିର୍ଦ୍ଦେଶକ ଚିଦମ୍ବରମଙ୍କ ନାମରେ ଯୌନ ନିର୍ଯାତନା ମାମଲା; ଘରକୁ ପଶି ଦୁର୍ବ୍ୟବହାର ଅଭିଯୋଗ

ମିସ୍‌ ଇଣ୍ଡିଆ ପ୍ରତିଯୋଗିତାର ଶେଷ ପର୍ଯ୍ୟାୟରେ ପହଞ୍ଚି ତାଙ୍କ ସ୍ବପ୍ନ ବାସ୍ତବ ରୂପ ନେଇଥିବା ସେ କହିଛନ୍ତି। ସେ କହନ୍ତି ଗୋଟିଏ ସୁଯୋଗ ଜୀବନରେ ଯାହା ହେଲେ ବି ପରିବର୍ତ୍ତନ ଆଣିଥାଏ। ଉଦ୍ୟୋଗୀ ହେବାକୁ ଆଶା ରଖିଥିବା ରିୟାଙ୍କ ଲକ୍ଷ୍ୟ ଆଦିବାସୀ ସଂସ୍କୃତିର ଅଧିକ ପ୍ରଚାର ପ୍ରସାର କରିବା। ଯୁବପିଢ଼ିଙ୍କୁ ସେ କହିଛନ୍ତି, ସମୟ ସହିତ ପ୍ରତିଯୋଗିତା କରିବା ଠିକ୍ ନୁହେଁ। କାରଣ ଜୀବନ ଭୌତିକ ସୁଖ ଉପରେ ନିର୍ଭରଶୀଳ ନୁହେଁ। ଏହା ହେଉଛି ସୁଯୋଗ, ଯାହା ମଣିଷ ପାଖକୁ ଆସିଥାଏ। ଏଥିପାଇଁ ବିଶ୍ବାସ ଓ ଧୈର୍ଯ୍ୟ ରହିବା ନିହାତି ଜରୁରି। ସେହିପରି ନିଜ ସାମର୍ଥ୍ୟକୁ କମ୍ ଭାବିବା ଆଦୌ ଉଚିତ୍ ନୁହେଁ ବୋଲି କହିଛନ୍ତି ରିୟା।

ପ୍ରଥମେ ମିଳି ନ ଥିଲା ସଫଳତା
ମଧ୍ୟବିତ୍ତ ପରିବାରର ଝିଅ ରିୟା। ତାଙ୍କ ବାପା ଅରବିନ୍ଦ ତିର୍କୀ ଜଣେ ବ୍ୟାଙ୍କ କର୍ମଚାରୀ ହୋଇଥିବା ବେେଳ ମା’ ମୀରା ତିର୍କୀ ଗୃହିଣୀ। ସେ ରାଞ୍ଚି ବିବେକାନନ୍ଦ ବିଦ୍ୟା ମନ୍ଦିରରୁ ଦଶମ ପାସ୍ କରିଛନ୍ତି ଏବଂ ବିଜୟୱାଡା ପିବି ସିଦ୍ଧାର୍ଥ କଲେଜରୁ ବିବିଏ କରିଛନ୍ତି। ପଢ଼ାରେ ସେ ଏତେ ଭଲ ନ ଥିବା ବେେଳ ଜୀବଜନ୍ତୁଙ୍କ ପ୍ରତି ତାଙ୍କର ଅଛି ଅହେତୁକ ଭଲପାଇବା। ସେ ପିଲାବେଳୁ ଜୀବଜନ୍ତୁଙ୍କ ଉଦ୍ଧାର କାର୍ଯ୍ୟରେ ନିଜକୁ ନିୟୋଜିତ କରିଆସିଛନ୍ତି। ତାଙ୍କ ମଡେଲିଂ ଯାତ୍ରା ୨୦୧୫ରୁ ଆରମ୍ଭ ହୋଇଥିଲା। ପ୍ରଥମେ ଏ ଦିଗରେ ତାଙ୍କୁ କୌଣସି ସଫଳତା ମିଳି ନ ଥିଲା। ମାତ୍ର ପରବର୍ତ୍ତୀ ସମୟରେ ତାଙ୍କୁ ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା।

କଠିନ ପରିଶ୍ରମର ଫଳ
କ୍ରମାଗତ ଅସଫଳତା ଲାଭ କରିବା ପରେ ରିୟା ତାଙ୍କ ବ୍ୟକ୍ତିତ୍ବରେ ପରିବର୍ତ୍ତନ ଆଣିଥିଲେ। ଟ୍ରେନିଂ ମାଧ୍ୟମରେ କଥାବାର୍ତ୍ତା ଶୈଳୀ ଏବଂ ସାଧାରଣ ଜ୍ଞାନ ଆଦି ବାବଦରେ ଜାଣିବାକୁ ଚେଷ୍ଟା କଲେ। ସେହିପରି ବଡି ଫିଟ୍‌ନେସ୍ ଉପରେ ମଧ୍ୟ ଯଥେଷ୍ଟ ଗୁରୁତ୍ବ ଦେଲେ। ଏହିପରି ଭାବେ ସେ ମଡେଲିଂ ପ୍ରତିଯୋଗିତାରେ ମିସ୍ ବିଜୟୱାଡା ଓ ମିସ୍ ଅମରାବତୀର ଫିନାଲିଷ୍ଟ ରହିଲେ। ଏହା ବାଦ୍ ତାଙ୍କୁ ମିସ୍ ଦିଭା ମିସ୍ ଇଣ୍ଡିଆ ଅଡିସନ୍‌ରେ ସାମିଲ ହେବାର ସୁଯୋଗ ମିଳିଲା। କେବଳ ଏତିକି ନୁହେଁ, ସେ ବମ୍ବେ ଫେଶନ୍ ୱାକ୍‌ରେ ମଡେଲ୍‌ ଭାବେ ରାମ୍ପ ୱାକ୍ ମଧ୍ୟ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp