ବିବାଦରେ ସନ୍ନି ଲିଓନିଙ୍କ ନୂଆ ଆଲବମ ଭିଡିଓ, ଆପତ୍ତିଜନକ ନୃତ୍ୟକୁ ନେଇ ତାତିଲେ ମଥୁରାର ପୂଜକ ସମ୍ପ୍ରଦାୟ

The Sakala Picture
Published On

ନୂଆଦିଲ୍ଲୀ: ବିବାଦରେ ବଲିଉଡ୍ ଅଭିନେତ୍ରୀ ତଥା ଫ୍ୟାଶନ କୁଇନ୍‌ ସନ୍ନି ଲିଓନ । ବିବାଦ ଘେରକୁ ଆସିଛି ତାଙ୍କର ଏକ ଆଲବମ ଭିଡିଓ ଯାହା କି ସଦ୍ୟ ରିଲିଜ୍‌ ହୋଇଛି । ତାଙ୍କ ନୂଆ ଆଲବମ୍ ’ମଧୁବନ ମେ ରାଧିକା ନାଚେ’ ଗୀତକୁ ନେଇ ଏବେ ବିବାଦରେ ଛନ୍ଦି ହୋଇଛନ୍ତି ସନ୍ନି । ଭିଡିଓ ଆଲ୍‌ବମ୍‌ରେ ଥିବା ଏହି ଗୀତରେ ଆପତ୍ତିଜନକ ନୃତ୍ୟ ପରିବେଶଣ କରି ସନ୍ନି ଧାର୍ମିକ ଭାବାବେଗକୁ ଆଘାତ ଦେଇଥିବା କଥା ପୁରୋହିତମାନେ ଅଭିଯୋଗ […]

ନୂଆଦିଲ୍ଲୀ: ବିବାଦରେ ବଲିଉଡ୍ ଅଭିନେତ୍ରୀ ତଥା ଫ୍ୟାଶନ କୁଇନ୍‌ ସନ୍ନି ଲିଓନ । ବିବାଦ ଘେରକୁ ଆସିଛି ତାଙ୍କର ଏକ ଆଲବମ ଭିଡିଓ ଯାହା କି ସଦ୍ୟ ରିଲିଜ୍‌ ହୋଇଛି । ତାଙ୍କ ନୂଆ ଆଲବମ୍ ’ମଧୁବନ ମେ ରାଧିକା ନାଚେ’ ଗୀତକୁ ନେଇ ଏବେ ବିବାଦରେ ଛନ୍ଦି ହୋଇଛନ୍ତି ସନ୍ନି । ଭିଡିଓ ଆଲ୍‌ବମ୍‌ରେ ଥିବା ଏହି ଗୀତରେ ଆପତ୍ତିଜନକ ନୃତ୍ୟ ପରିବେଶଣ କରି ସନ୍ନି ଧାର୍ମିକ ଭାବାବେଗକୁ ଆଘାତ ଦେଇଥିବା କଥା ପୁରୋହିତମାନେ ଅଭିଯୋଗ କରିଛନ୍ତି। ଏହି ଭିଡିଓକୁ ବ୍ୟାନ କରିବା ଲାଗି ଦାବି କରିଛନ୍ତି ମଥୁରାର ପୂଜକ ସମ୍ପ୍ରଦାୟ ।

ଆହୁରି ପଢ଼ନ୍ତୁ: ସେନ୍ସର ବୋର୍ଡ ଅଟକାଇଛି 'ଜନ ନାୟଗନ': ବିତରକଙ୍କୁ ଟଙ୍କା ଫେରାଇବାକୁ ପ୍ରଯୋଜକଙ୍କୁ ନିର୍ଦ୍ଦେଶ ଦେଲେ ବିଜୟ

ସନ୍ନିଙ୍କ ଏହି ଭିଡିଓରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ କରାଯାଇଛି । ଏହା ସେମାନଙ୍କ ଧାର୍ମିକ ଭାବନା ଉପରେ କୁଠାରାଘାତ ସୃଷ୍ଟି କରିଛି ବୋଲି ପୂଜକ ସମ୍ପ୍ରଦାୟ କହିଛନ୍ତି । ବୃନ୍ଦାବନର ସନ୍ଥ ନବଳ ଗିରି ମହାରାଜ କହିଛନ୍ତି, ସରକାର ଯଦି ଏହି ଭିଡିଓକୁ ବ୍ୟାନ କରିବେ ନାହିଁ ତେବେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ କରିଥିବା ସନ୍ନିଙ୍କ ବିରୋଧରେ ସେମାନେ କୋର୍ଟର ଦ୍ୱାରସ୍ଥ ହେବେ । ଏହାସହ ଏହି ଭିଡିଓ ଲାଗି ସନ୍ନି ଯଦି କ୍ଷମା ନ ମାଗନ୍ତି କିମ୍ବା ଆଲବମରୁ ଅଶ୍ଳୀଳ ସିନକୁ ବାଦ୍ ନ ଦିଅନ୍ତି, ତେବେ ତାଙ୍କୁ ଭାରତରେ ରହିବାକୁ ଦିଆଯିବ ନାହିଁ ବୋଲି ସେ ଧମକ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବାହାଘରର ୧୨ ବର୍ଷ ପରେ ଛାଡ଼ପତ୍ର, ତଥାପି 'ସିଙ୍ଗଲ ମଦର' ନୁହନ୍ତି ଇଶା ଦେଓଲ; ଜାଣନ୍ତୁ ମା' ହେମା ମାଳିନୀଙ୍କ ଭାବପୂର୍ଣ୍ଣ ପ୍ରତିକ୍ରିୟା

ପବିତ୍ର ଭାବନା ସମ୍ପନ୍ନ ଏକ ଗୀତକୁ କଦର୍ଯ୍ୟ ଢଙ୍ଗରେ ଉପସ୍ଥାପିତ କରି ସନ୍ନି ମାନସିକ ଆଘାତ ପ୍ରଦାନ କରିଛନ୍ତି ବୋଲି କହିଛନ୍ତି ଅଖିଳ ଭାରତୀୟ ତୀର୍ଥ ପୁରୋହିତ ମହାସଭାର ଜାତୀୟ ସଭାପତି ମହେଶ ପାଠକ । ୧୯୬୦ ମସିହାରେ କୋହେନୂର ଫିଲ୍ମରେ ବିଶିଷ୍ଟ କଣ୍ଠଶିଳ୍ପୀ ମହମ୍ମଦ ରଫି ଏହି ଗୀତ ବୋଲିଥିଲେ । ବର୍ତ୍ତମାନ ସାରେଗାମା ମ୍ୟୁଜିକ ପକ୍ଷରୁ ମଧୁବନ ନାଁରେ ଏକ ମ୍ୟୁଜିକ ଭିଡିଓ ରିଲିଜ କରାଯାଇଛି ଯେଉଁଥିରେ ସନ୍ନି ଅଭିନୟ କରିଛନ୍ତି ଏବଂ କନିକା କପୁର ଓ ଅରିନ୍ଦମ ଚକ୍ରବର୍ତ୍ତୀ ଏହି ଗୀତ ବୋଲିଛନ୍ତି । ରାଧା ଓ କୃଷ୍ଣଙ୍କ ମଧ୍ୟରେ ନୈସର୍ଗିକ ପ୍ରେମକୁ କୁତ୍ସିତ ଭାବେ ଉକ୍ତ ଭିଡିଓରେ ଦର୍ଶାଯାଇଥିବାରୁ ଏହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି ।

ଆହୁରି ପଢ଼ନ୍ତୁ: ଅଭିନୟ ଛାଡ଼ିବା ଗୁଜବ ଉପରେ ଟ୍ରୋଲରଙ୍କୁ କଡ଼ା ଜବାବ ଦେଲେ ହର୍ଷବର୍ଦ୍ଧନ କପୁର, କହିଲେ- 'ଆହୁରି କାନ୍ଦ'

25 Dec 2021 By The Sakala

ବିବାଦରେ ସନ୍ନି ଲିଓନିଙ୍କ ନୂଆ ଆଲବମ ଭିଡିଓ, ଆପତ୍ତିଜନକ ନୃତ୍ୟକୁ ନେଇ ତାତିଲେ ମଥୁରାର ପୂଜକ ସମ୍ପ୍ରଦାୟ

ନୂଆଦିଲ୍ଲୀ: ବିବାଦରେ ବଲିଉଡ୍ ଅଭିନେତ୍ରୀ ତଥା ଫ୍ୟାଶନ କୁଇନ୍‌ ସନ୍ନି ଲିଓନ । ବିବାଦ ଘେରକୁ ଆସିଛି ତାଙ୍କର ଏକ ଆଲବମ ଭିଡିଓ ଯାହା କି ସଦ୍ୟ ରିଲିଜ୍‌ ହୋଇଛି । ତାଙ୍କ ନୂଆ ଆଲବମ୍ ’ମଧୁବନ ମେ ରାଧିକା ନାଚେ’ ଗୀତକୁ ନେଇ ଏବେ ବିବାଦରେ ଛନ୍ଦି ହୋଇଛନ୍ତି ସନ୍ନି । ଭିଡିଓ ଆଲ୍‌ବମ୍‌ରେ ଥିବା ଏହି ଗୀତରେ ଆପତ୍ତିଜନକ ନୃତ୍ୟ ପରିବେଶଣ କରି ସନ୍ନି ଧାର୍ମିକ ଭାବାବେଗକୁ ଆଘାତ ଦେଇଥିବା କଥା ପୁରୋହିତମାନେ ଅଭିଯୋଗ କରିଛନ୍ତି। ଏହି ଭିଡିଓକୁ ବ୍ୟାନ କରିବା ଲାଗି ଦାବି କରିଛନ୍ତି ମଥୁରାର ପୂଜକ ସମ୍ପ୍ରଦାୟ ।

ସନ୍ନିଙ୍କ ଏହି ଭିଡିଓରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ କରାଯାଇଛି । ଏହା ସେମାନଙ୍କ ଧାର୍ମିକ ଭାବନା ଉପରେ କୁଠାରାଘାତ ସୃଷ୍ଟି କରିଛି ବୋଲି ପୂଜକ ସମ୍ପ୍ରଦାୟ କହିଛନ୍ତି । ବୃନ୍ଦାବନର ସନ୍ଥ ନବଳ ଗିରି ମହାରାଜ କହିଛନ୍ତି, ସରକାର ଯଦି ଏହି ଭିଡିଓକୁ ବ୍ୟାନ କରିବେ ନାହିଁ ତେବେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ କରିଥିବା ସନ୍ନିଙ୍କ ବିରୋଧରେ ସେମାନେ କୋର୍ଟର ଦ୍ୱାରସ୍ଥ ହେବେ । ଏହାସହ ଏହି ଭିଡିଓ ଲାଗି ସନ୍ନି ଯଦି କ୍ଷମା ନ ମାଗନ୍ତି କିମ୍ବା ଆଲବମରୁ ଅଶ୍ଳୀଳ ସିନକୁ ବାଦ୍ ନ ଦିଅନ୍ତି, ତେବେ ତାଙ୍କୁ ଭାରତରେ ରହିବାକୁ ଦିଆଯିବ ନାହିଁ ବୋଲି ସେ ଧମକ ଦେଇଛନ୍ତି ।

ପବିତ୍ର ଭାବନା ସମ୍ପନ୍ନ ଏକ ଗୀତକୁ କଦର୍ଯ୍ୟ ଢଙ୍ଗରେ ଉପସ୍ଥାପିତ କରି ସନ୍ନି ମାନସିକ ଆଘାତ ପ୍ରଦାନ କରିଛନ୍ତି ବୋଲି କହିଛନ୍ତି ଅଖିଳ ଭାରତୀୟ ତୀର୍ଥ ପୁରୋହିତ ମହାସଭାର ଜାତୀୟ ସଭାପତି ମହେଶ ପାଠକ । ୧୯୬୦ ମସିହାରେ କୋହେନୂର ଫିଲ୍ମରେ ବିଶିଷ୍ଟ କଣ୍ଠଶିଳ୍ପୀ ମହମ୍ମଦ ରଫି ଏହି ଗୀତ ବୋଲିଥିଲେ । ବର୍ତ୍ତମାନ ସାରେଗାମା ମ୍ୟୁଜିକ ପକ୍ଷରୁ ମଧୁବନ ନାଁରେ ଏକ ମ୍ୟୁଜିକ ଭିଡିଓ ରିଲିଜ କରାଯାଇଛି ଯେଉଁଥିରେ ସନ୍ନି ଅଭିନୟ କରିଛନ୍ତି ଏବଂ କନିକା କପୁର ଓ ଅରିନ୍ଦମ ଚକ୍ରବର୍ତ୍ତୀ ଏହି ଗୀତ ବୋଲିଛନ୍ତି । ରାଧା ଓ କୃଷ୍ଣଙ୍କ ମଧ୍ୟରେ ନୈସର୍ଗିକ ପ୍ରେମକୁ କୁତ୍ସିତ ଭାବେ ଉକ୍ତ ଭିଡିଓରେ ଦର୍ଶାଯାଇଥିବାରୁ ଏହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର