କର୍ଣ୍ଣ ଭୂମିକାରେ ଶାହିଦ୍‌

The Sakala Picture
Published On

‘ରାମାୟଣ’ ପୃଷ୍ଠଭୂମିରେ ନୀତେଶ ତିୱାରୀ ଏକ ଫିଲ୍ମ ନିର୍ମାଣ କରୁଥିବା କଥା ଅନେକ ଦିନରୁ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବାବେଳେ ଏବେ ‘ମହାଭାରତ’ ପୃଷ୍ଠଭୂମିରେ ଏକ ଫିଲ୍ମ ନିର୍ମାଣ କରାଯାଉଛି ବୋଲି ସାମ୍ନାକୁ ଆସିଛି। କର୍ଣ୍ଣଙ୍କ ଉପରେ ଏକ ଫିଲ୍ମ ନିର୍ମାଣ ହେବ ବୋଲି ଅନେକ ଦିନରୁ ଚର୍ଚ୍ଚା ହେଉଥିଲା। ଏବେ ଫିଲ୍ମ ନିର୍ମାତାଙ୍କୁ ଶେଷରେ ତାଙ୍କ କର୍ଣ୍ଣ ମିଳିଯାଇଛନ୍ତି। ଶାହିଦ୍‌ କପୁର କର୍ଣ୍ଣ ଭୂମିକାରେ ନଜର ଆସିବେ ବୋଲି ଜଣାପଡ଼ିଛି। ତେବେ ଫିଲ୍ମର ପ୍ରଯୋଜନା ଦାୟିତ୍ବରେ […]

‘ରାମାୟଣ’ ପୃଷ୍ଠଭୂମିରେ ନୀତେଶ ତିୱାରୀ ଏକ ଫିଲ୍ମ ନିର୍ମାଣ କରୁଥିବା କଥା ଅନେକ ଦିନରୁ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବାବେଳେ ଏବେ ‘ମହାଭାରତ’ ପୃଷ୍ଠଭୂମିରେ ଏକ ଫିଲ୍ମ ନିର୍ମାଣ କରାଯାଉଛି ବୋଲି ସାମ୍ନାକୁ ଆସିଛି। କର୍ଣ୍ଣଙ୍କ ଉପରେ ଏକ ଫିଲ୍ମ ନିର୍ମାଣ ହେବ ବୋଲି ଅନେକ ଦିନରୁ ଚର୍ଚ୍ଚା ହେଉଥିଲା। ଏବେ ଫିଲ୍ମ ନିର୍ମାତାଙ୍କୁ ଶେଷରେ ତାଙ୍କ କର୍ଣ୍ଣ ମିଳିଯାଇଛନ୍ତି। ଶାହିଦ୍‌ କପୁର କର୍ଣ୍ଣ ଭୂମିକାରେ ନଜର ଆସିବେ ବୋଲି ଜଣାପଡ଼ିଛି। ତେବେ ଫିଲ୍ମର ପ୍ରଯୋଜନା ଦାୟିତ୍ବରେ ବାସୁ ଭଗନାନୀ ଓ ଜ୍ୟାକି ଭଗନାନୀ ଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ‘ରକ୍ତ ଗୋଲାପ’ର ଦମଦାର ଟ୍ରେଲର ରିଲିଜ୍: ସସପେନ୍ସ ଓ ଥ୍ରୀଲରରେ ଭରପୁର ଏଲିନାଙ୍କ ନୂଆ ସିନେମା

ଏହି ଫିଲ୍ମ ସମ୍ପର୍କରେ ୨୦୨୧ରେ ବାସୁ ଭଗନାନୀଙ୍କ ପୂଜା ଏଣ୍ଟରଟେନ୍‌ମେଣ୍ଟ ଘୋଷଣା କରିଥିଲା। ଏପରିକି ଫିଲ୍ମର ଟାଇଟଲ୍ ଲୋଗୋ ମଧ୍ୟ ଜାରି କରାଯାଇଥିଲା। ସେତେବେଳେ ଫିଲ୍ମ ନିର୍ମାତା କହିଥିଲେ ଯେ, ଏହି ଫିଲ୍ମ କର୍ଣ୍ଣଙ୍କ ଉପରେ ଆଧାରିତ ହେବ। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବରେ ଆର୍‌ଏସ୍‌ ବିମଲ ରହିବେ। କର୍ଣ୍ଣ ଭୂମିକା ପାଇଁ ପ୍ରଥମେ ସାଉଥ୍‌ ସୁପରଷ୍ଟାର୍‌ ବିକ୍ରମଙ୍କୁ ବଛା ଯାଇଥିଲା। କୌଣସି କାରଣରରୁ ଏହା ଫାଇନାଲ ହୋଇପାରି ନଥିଲା। ଏହାପରେ ରଣବୀର ସିଂହଙ୍କ ନାମ ମଧ୍ୟ ଶୁଣାଗଲା। ଇତିମଧ୍ୟରେ ଏହି ପ୍ରୋଜେକ୍ଟ ଦୁଇ ବର୍ଷ ଧରି ଅଟକି ରହିଥିଲା। ଶେଷରେ ଏବେ କର୍ଣ୍ଣ ଭୂମିକା ପାଇଁ ଶାହିଦ୍‌ଙ୍କୁ ବଛାଯାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଇଭେଣ୍ଟରେ କାନ୍ଦି ପକାଇଲେ 'ତେରେ ନାମ୍' ନାୟିକା ଭୂମିକା ଚାୱଲା, ଜାଣନ୍ତୁ କାହିଁକି ଝରିଲା ଆଖିରୁ ଲୁହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp