ଭିକିଙ୍କ ଫିଲ୍ମରୁ ସାରା ଆଉଟ୍‌

The Sakala Picture
Published On

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ। ସାରା ତାଙ୍କର ଚୁଲ୍‌ବୁଲି ଅନ୍ଦାଜ ପାଇଁ ସବୁବେଳେ ଲାଇମ୍‌ଲାଇଟ୍‌ରେ ଥାଆନ୍ତି। ସୋସିଆଲ ମିଡିଆରେ ମଧ୍ୟ ସେ ବେଶ୍ ସକ୍ରିୟ। ଅନେକ ସମୟରେ ସେ ତାଙ୍କ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଫଟୋ ଓ ଭିଡିଓଗୁଡ଼ିକ ସେୟାର୍‌ କରିଥାନ୍ତି। ଆଦିତ୍ୟ ଧରଙ୍କ ଫିଲ୍ମ ‘ଦ ଇମୋର୍ଟାଲ୍‌ ଅଶ୍ବଥାମା’ ପାଇଁ ଏବେ ସେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଏଥିରେ ଭିକି କୌଶଲ ନାୟକ ଭାବେ ଦେଖାଯିବେ। ତେବେ ଫିଲ୍ମକୁ ନେଇ […]

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ। ସାରା ତାଙ୍କର ଚୁଲ୍‌ବୁଲି ଅନ୍ଦାଜ ପାଇଁ ସବୁବେଳେ ଲାଇମ୍‌ଲାଇଟ୍‌ରେ ଥାଆନ୍ତି। ସୋସିଆଲ ମିଡିଆରେ ମଧ୍ୟ ସେ ବେଶ୍ ସକ୍ରିୟ। ଅନେକ ସମୟରେ ସେ ତାଙ୍କ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଫଟୋ ଓ ଭିଡିଓଗୁଡ଼ିକ ସେୟାର୍‌ କରିଥାନ୍ତି। ଆଦିତ୍ୟ ଧରଙ୍କ ଫିଲ୍ମ ‘ଦ ଇମୋର୍ଟାଲ୍‌ ଅଶ୍ବଥାମା’ ପାଇଁ ଏବେ ସେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଏଥିରେ ଭିକି କୌଶଲ ନାୟକ ଭାବେ ଦେଖାଯିବେ। ତେବେ ଫିଲ୍ମକୁ ନେଇ ଏକ ଖବର ଆସିଛି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ଦର୍ଶକେ ଏହାର ରିଲିଜ୍‌କୁ ଅପେକ୍ଷା କରିଥିବାବେଳେ ଏବେ ଫିଲ୍ମରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ପ୍ରଥମେ କାହାଣୀ ଅନୁସାରେ, ଜଣେ ଯୁବ ନାୟିକାଙ୍କ ଆବଶ୍ୟକତା ଥିବାରୁ ସାରାଙ୍କୁ ଏଥିପାଇଁ ନିଆଯାଇଥିଲା। ଇତିମଧ୍ୟରେ ଜଣେ ବଡ଼ ହିରୋଇନ୍‌ଙ୍କୁ ଫିଲ୍ମରେ ନିଆଯିବ ବୋଲି ଜଣାପଡିଛି। ତେବେ ସାଉଥ୍‌ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ନାୟିକା ସାମନ୍ଥା ରୁଥ୍‌ ପ୍ରଭୁ ସାରାଙ୍କ ସ୍ଥାନ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଏହାର ନିର୍ମାତା ଏ ସମ୍ପର୍କରେ ବିଧିବଦ୍ଧ ଭାବେ କିଛି ଜଣାଇ ନାହାନ୍ତି।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp