କିଙ୍ଗ୍ ଖାନ୍ ଶାହାରୁଖ୍ ଙ୍କ ବିଜ୍ଞାପନକୁ ସେୟାର କଲେ ସଲମାନ ଖାନ୍

The Sakala Picture
Published On

ବଲିଉଡ୍‌ରେ କରୋନା ମହାମାରୀ ପରେ ସବୁକିଛି ବଦଳି ଯାଇଛି। ଏବେ ସିନେମା ଆଉ ସିନେମାହଲ୍ ଭିତରେ ସୀମିତ ହୋଇ ରହିନାହିଁ । ବଲିଉଡ୍‌ର ବଡ କଳାକାରଙ୍କଠାରୁ ଆରମ୍ଭ କରି ଛୋଟ କଳାକାର ପର୍ଯ୍ୟନ୍ତ ସମସ୍ତେ ଓଟିଟି ପ୍ଲାଟଫର୍ମରେ ନିଜ ଭାଗ୍ୟ ପରଖୁଛନ୍ତି । ଏ ମାମଲାରେ ବଲିଉଡ୍‌ର କିଙ୍ଗ୍ ଖାନ୍ ଶାହାରୁଖ୍ ଅବଶ୍ୟ ଟିକିଏ ପଛରେ ରହିଛନ୍ତି। ନିକଟରେ ଏକ ବିଜ୍ଞାପନରେ ଶାହାରୁଖ୍ ତାଙ୍କ ସାଥୀ କଳାକାରଙ୍କଠାରୁ କିପରି ପଛରେ ଚାଲିଛନ୍ତି ସେ ବିଷୟରେ କହିଥିଲେ। ଦବଙ୍ଗ […]

ବଲିଉଡ୍‌ରେ କରୋନା ମହାମାରୀ ପରେ ସବୁକିଛି ବଦଳି ଯାଇଛି। ଏବେ ସିନେମା ଆଉ ସିନେମାହଲ୍ ଭିତରେ ସୀମିତ ହୋଇ ରହିନାହିଁ । ବଲିଉଡ୍‌ର ବଡ କଳାକାରଙ୍କଠାରୁ ଆରମ୍ଭ କରି ଛୋଟ କଳାକାର ପର୍ଯ୍ୟନ୍ତ ସମସ୍ତେ ଓଟିଟି ପ୍ଲାଟଫର୍ମରେ ନିଜ ଭାଗ୍ୟ ପରଖୁଛନ୍ତି । ଏ ମାମଲାରେ ବଲିଉଡ୍‌ର କିଙ୍ଗ୍ ଖାନ୍ ଶାହାରୁଖ୍ ଅବଶ୍ୟ ଟିକିଏ ପଛରେ ରହିଛନ୍ତି। ନିକଟରେ ଏକ ବିଜ୍ଞାପନରେ ଶାହାରୁଖ୍ ତାଙ୍କ ସାଥୀ କଳାକାରଙ୍କଠାରୁ କିପରି ପଛରେ ଚାଲିଛନ୍ତି ସେ ବିଷୟରେ କହିଥିଲେ। ଦବଙ୍ଗ ଖାନ୍ ସଲମାନ୍ ସୋସିଆଲ ମିଡିଆରେ ଏହି ବିଜ୍ଞାପନକୁ ସେୟାର କରିଥିଲେ । ଶାହାରୁଖଙ୍କ ଏହି ବିଜ୍ଞାପନକୁ ଡିଜନି ପ୍ଲସ୍ ହଷ୍ଟାର୍ ପକ୍ଷରୁ ସଲମାନ୍ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି ଯେ, ସ୍ବାଗତ କରିବେ ନାହିଁ ଶାହାରୁଖଙ୍କର। ସଲମାନ୍‌ଙ୍କ ଏହି ପୋଷ୍ଟ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଏହାର ଜବାବରେ ଶାହାରୁଖ୍ ଲେଖୁଛନ୍ତି ଯେ, ଧନ୍ୟବାଦ ଭାଇଜାନ୍। ଏହି ବନ୍ଧନ ଏବେ ବି ପ୍ରେମର ବନ୍ଧନ ହୋଇ ରହିଛି । ବଲିଉଡ୍‌ରେ ଶାହାରୁଖ୍ ଓ ସଲମାନ୍‌ଙ୍କ ବନ୍ଧୁତା କାହାକୁ ଅଛପା ନାହିଁ। ଉଭୟ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି । ଶାହାରୁଖଙ୍କ ଏହି ବିଜ୍ଞାପନ ପରେ ଡିଜନି ପ୍ଲସ୍ ହଷ୍ଟାରର ଏକ ୱେବ୍‌ସିରିଜ୍ ଜରିଆରେ ସେ ଓଟିଟି ଡେବ୍ୟୁ କରିବେ ବୋଲି ଏବେ ଚର୍ଚ୍ଚା ହେଉଛି। ଶାହାରୁଖଙ୍କ କାମ କଥା କହିବାକୁ ଗଲେ ବହୁତ ଜଲ୍‌ଦି ସେ ଦକ୍ଷିଣ ଅଭିନେତ୍ରୀ ନୟନତାରାଙ୍କ ସହିତ ଏକ ଫିଲ୍ମରେ ନଜର ଆସିବେ। ଏହାବାଦ୍ ବଲିଉଡ୍ ଅଭିନେତ୍ରୀ ଦୀପିକା ପାହାକୋନ୍‌ଙ୍କ ସହିତ ‘ପଠାନ୍’ରେ ନଜର ଆସିବେ। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ଶାହାରୁଖଙ୍କ କ୍ୟାରିୟର ପାଇଁ ବେଶ୍ ଗୁରୁତ୍ଵପୂର୍ଣ୍ଣ ହେବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ଯୁଦ୍ଧ ନେଇ ମୁହଁ ଖୋଲିଲେ ନୋରା ଫତେହି; କହିଲେ ଦୁବାଇ ନୁହେଁ, ମୁଁ ଭାରତରେ ଅଛି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp