ନିଜ ଆତ୍ମରକ୍ଷା ପାଇଁ ବଲିଉଡର ଷ୍ଟାର ସଲମାନ ଖାନଙ୍କୁ ମିଳିଲା ବନ୍ଧୁକ ଲାଇସେନ୍ସ

The Sakala Picture
Published On

ମୁମ୍ବାଇ: ବଲିଉଡର ଷ୍ଟାର ସଲମାନ ଖାନଙ୍କୁ ବନ୍ଧୁକ ଲାଇସେନ୍ସ  ମିଳିଛି। ଜୀବନ ପ୍ରତି ବିପଦ ଥିବାରୁ ବନ୍ଧୁକ ପାଇଁ ଲାଇସେନ୍ସ ଆବେଦନ କରିଥିଲେ ବଲିଉଡ ଅଭିନେତା ସଲମାନ ଖାନ । ଯାଞ୍ଚ ଓ ନିରୀକ୍ଷଣ ପରେ ମୁମ୍ବାଇ ପୁଲିସ ସଲମାନଙ୍କୁ  ଏହି ଲାଇସେନ୍ସ ପ୍ରଦାନ କରିଛି । ବାପା ସଲିମ ଖାଁ ଓ ସଲମାନଙ୍କୁ ହତ୍ୟା ଧମକ ମିଳିବା ପରେ ସୁରକ୍ଷା ଲାଗି ମୁମ୍ବାଇ ପୁଲିସ ନିକଟରେ ଗନ୍ ଲାଇସେନ୍ସ ପାଇଁ ସେ ଆବେଦନ କରିଥିଲେ । […]

ମୁମ୍ବାଇ: ବଲିଉଡର ଷ୍ଟାର ସଲମାନ ଖାନଙ୍କୁ ବନ୍ଧୁକ ଲାଇସେନ୍ସ  ମିଳିଛି। ଜୀବନ ପ୍ରତି ବିପଦ ଥିବାରୁ ବନ୍ଧୁକ ପାଇଁ ଲାଇସେନ୍ସ ଆବେଦନ କରିଥିଲେ ବଲିଉଡ ଅଭିନେତା ସଲମାନ ଖାନ । ଯାଞ୍ଚ ଓ ନିରୀକ୍ଷଣ ପରେ ମୁମ୍ବାଇ ପୁଲିସ ସଲମାନଙ୍କୁ  ଏହି ଲାଇସେନ୍ସ ପ୍ରଦାନ କରିଛି । ବାପା ସଲିମ ଖାଁ ଓ ସଲମାନଙ୍କୁ ହତ୍ୟା ଧମକ ମିଳିବା ପରେ ସୁରକ୍ଷା ଲାଗି ମୁମ୍ବାଇ ପୁଲିସ ନିକଟରେ ଗନ୍ ଲାଇସେନ୍ସ ପାଇଁ ସେ ଆବେଦନ କରିଥିଲେ । ମୁମ୍ବାଇ ପୁଲିସ କମିଶନରଙ୍କୁ ସାକ୍ଷାତ କରିବା ସହ ଧମକପୂର୍ଣ୍ଣ ଚିଠି ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲେ ।

ଆହୁରି ପଢ଼ନ୍ତୁ: ବାହାଘରର ୧୨ ବର୍ଷ ପରେ ଛାଡ଼ପତ୍ର, ତଥାପି 'ସିଙ୍ଗଲ ମଦର' ନୁହନ୍ତି ଇଶା ଦେଓଲ; ଜାଣନ୍ତୁ ମା' ହେମା ମାଳିନୀଙ୍କ ଭାବପୂର୍ଣ୍ଣ ପ୍ରତିକ୍ରିୟା

ସୂଚନା ଅନୁଯାୟୀ, ଗତମାସରେ ସଲମାନଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା । ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୋସେଓ୍ବାଲାଙ୍କ ପରି ତାଙ୍କର ବି ସମାନ ଦଶା ହେବ ବୋଲି ଚିଠିରେ ଉଲ୍ଲେଖ ରହିଥିଲା । ଏହାପରେ ସଲମାନଙ୍କ ସୁରକ୍ଷା ବଢ଼ାଯାଇଥିଲା । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ଏହି ଧମକପୂର୍ଣ୍ଣ ପତ୍ର ଲେଖାଯାଇଥିଲା ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ସଲମାନ ମଧ୍ୟ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ବନ୍ଧୁକ ଲାଇସେନ୍ସ ସହ ବୁଲେଟପ୍ରୁଫ ଲ୍ୟାଣ୍ଡ କ୍ରୁଜର ଗାଡି ମଧ୍ୟ କିଣିଛନ୍ତି ।

ଆହୁରି ପଢ଼ନ୍ତୁ: ଅଭିନୟ ଛାଡ଼ିବା ଗୁଜବ ଉପରେ ଟ୍ରୋଲରଙ୍କୁ କଡ଼ା ଜବାବ ଦେଲେ ହର୍ଷବର୍ଦ୍ଧନ କପୁର, କହିଲେ- 'ଆହୁରି କାନ୍ଦ'

01 Aug 2022 By The Sakala

ନିଜ ଆତ୍ମରକ୍ଷା ପାଇଁ ବଲିଉଡର ଷ୍ଟାର ସଲମାନ ଖାନଙ୍କୁ ମିଳିଲା ବନ୍ଧୁକ ଲାଇସେନ୍ସ

ମୁମ୍ବାଇ: ବଲିଉଡର ଷ୍ଟାର ସଲମାନ ଖାନଙ୍କୁ ବନ୍ଧୁକ ଲାଇସେନ୍ସ  ମିଳିଛି। ଜୀବନ ପ୍ରତି ବିପଦ ଥିବାରୁ ବନ୍ଧୁକ ପାଇଁ ଲାଇସେନ୍ସ ଆବେଦନ କରିଥିଲେ ବଲିଉଡ ଅଭିନେତା ସଲମାନ ଖାନ । ଯାଞ୍ଚ ଓ ନିରୀକ୍ଷଣ ପରେ ମୁମ୍ବାଇ ପୁଲିସ ସଲମାନଙ୍କୁ  ଏହି ଲାଇସେନ୍ସ ପ୍ରଦାନ କରିଛି । ବାପା ସଲିମ ଖାଁ ଓ ସଲମାନଙ୍କୁ ହତ୍ୟା ଧମକ ମିଳିବା ପରେ ସୁରକ୍ଷା ଲାଗି ମୁମ୍ବାଇ ପୁଲିସ ନିକଟରେ ଗନ୍ ଲାଇସେନ୍ସ ପାଇଁ ସେ ଆବେଦନ କରିଥିଲେ । ମୁମ୍ବାଇ ପୁଲିସ କମିଶନରଙ୍କୁ ସାକ୍ଷାତ କରିବା ସହ ଧମକପୂର୍ଣ୍ଣ ଚିଠି ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲେ ।

ସୂଚନା ଅନୁଯାୟୀ, ଗତମାସରେ ସଲମାନଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା । ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୋସେଓ୍ବାଲାଙ୍କ ପରି ତାଙ୍କର ବି ସମାନ ଦଶା ହେବ ବୋଲି ଚିଠିରେ ଉଲ୍ଲେଖ ରହିଥିଲା । ଏହାପରେ ସଲମାନଙ୍କ ସୁରକ୍ଷା ବଢ଼ାଯାଇଥିଲା । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ଏହି ଧମକପୂର୍ଣ୍ଣ ପତ୍ର ଲେଖାଯାଇଥିଲା ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ସଲମାନ ମଧ୍ୟ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ବନ୍ଧୁକ ଲାଇସେନ୍ସ ସହ ବୁଲେଟପ୍ରୁଫ ଲ୍ୟାଣ୍ଡ କ୍ରୁଜର ଗାଡି ମଧ୍ୟ କିଣିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର