‘ଟାଇଗର୍-୩’ ପାଇଁ ରୁଷ୍‌ ଯିବେ ସଲମାନ୍-କ୍ୟାଟ୍ରିନା

The Sakala Picture
Published On

ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ବହୁତ ଜଲ୍‌ଦି ଗୁଇନ୍ଦା ଥ୍ରିଲର୍‌ ଫିଲ୍ମ ‘ଟାଇଗର୍-୩’ ପାଇଁ ବିଦେଶରେ ସୁଟିଂ ଆରମ୍ଭ କରିବେ। ଉଭୟ ସଲମାନ୍ ଓ କ୍ୟାଟ୍ରିନା ଅଗଷ୍ଟ ୧୮ରେ ରୁଷ୍‌ ଯିବେ। ଫିଲ୍ମ ପାଇଁ ୪୫ ଦିନର ଆକ୍ସନ୍‌ ସିନ୍‌ ଧାର୍ଯ୍ୟ କରାଯାଇଛି। ଉଭୟ କଳାକାର ଏହି ସିନ୍‌ଗୁଡ଼ିକ ଅଷ୍ଟ୍ରିଆ ଓ ତୁର୍କି ସହିତ ୫ଟି ବିଦେଶୀ ଲୋକସେନ୍‌ରେ ସୁଟ୍ କରିବେ। ୟଶରାଜ ବ୍ୟାନର୍ ଏକ ଜୁମ୍ବୋ ଚାର୍ଟରରେ ସଲମାନ୍‌-କ୍ୟାଟ୍ରିନାଙ୍କ ସହ […]

ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ବହୁତ ଜଲ୍‌ଦି ଗୁଇନ୍ଦା ଥ୍ରିଲର୍‌ ଫିଲ୍ମ ‘ଟାଇଗର୍-୩’ ପାଇଁ ବିଦେଶରେ ସୁଟିଂ ଆରମ୍ଭ କରିବେ। ଉଭୟ ସଲମାନ୍ ଓ କ୍ୟାଟ୍ରିନା ଅଗଷ୍ଟ ୧୮ରେ ରୁଷ୍‌ ଯିବେ। ଫିଲ୍ମ ପାଇଁ ୪୫ ଦିନର ଆକ୍ସନ୍‌ ସିନ୍‌ ଧାର୍ଯ୍ୟ କରାଯାଇଛି। ଉଭୟ କଳାକାର ଏହି ସିନ୍‌ଗୁଡ଼ିକ ଅଷ୍ଟ୍ରିଆ ଓ ତୁର୍କି ସହିତ ୫ଟି ବିଦେଶୀ ଲୋକସେନ୍‌ରେ ସୁଟ୍ କରିବେ। ୟଶରାଜ ବ୍ୟାନର୍ ଏକ ଜୁମ୍ବୋ ଚାର୍ଟରରେ ସଲମାନ୍‌-କ୍ୟାଟ୍ରିନାଙ୍କ ସହ ନିର୍ଦ୍ଦେଶକ ମନୀଷ ଶର୍ମା ଏବଂ ସୁଟିଂ ସହିତ ଜଡ଼ିକ ଲୋକଙ୍କୁ ରୁଷ୍‌ ପଠାଇବା ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ଆଦିତ୍ୟ ଚୋପ୍ରା ଏହି ଚାର୍ଟରଟିକୁ ଭଡ଼ାରେ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ରୁଷ୍‌ରେ ହେବାକୁ ଥିବା ସୁଟିଂ ପାଇଁ ମାସେ ପୂର୍ବରୁ ଅଭ୍ୟାସ କରାଯାଇଛି। ପ୍ରଥମେ ସଲମାନ୍‌ ଓ କ୍ୟାଟ୍ରିନା ରୁଷ୍‌ରେ ସୁଟିଂ ସାରିବେ। ପରେ ତୁର୍କୀ, ଅଷ୍ଟ୍ରିଆ, ଆଦି ସ୍ଥାନରେ ସୁଟିଂ କରିବେ। କରୋନା ମହାମାରୀ ସତ୍ତ୍ବେ ଆଦିତ୍ୟ ଓ ମନୀଷ୍‌ ଫିଲ୍ମ ଉପରେ ଏହାର ଆଦୌ ପ୍ରଭାବ ପଡିବାକୁ ଦେଉନାହାନ୍ତି। ଏହି ଫିଲ୍ମକୁ ସୁପର୍‌ହିଟ୍‌ ସାବ୍ୟସ୍ତ କରିବା ପାଇଁ ଆଦିତ୍ୟ ଭରପୂର ଆକ୍ସନ ସିନ୍‌ ରଖୀଛନ୍ତି। ‘ଟାଇଗର୍‌-ଥ୍ରି’ ଏହି ଫ୍ରାଞ୍ଚାଇଞ୍ଜର ତୃତୀୟ ସଂସ୍କରଣ ହେବ। ଏହାପୂର୍ବରୁ ‘ଏକ୍‌ ଥା ଟାଇଗର୍‌’ ୨୦୧୨ରେ ‘ଟାଇଗର୍ ଜିନ୍ଦା ହୈ’ ୨୦୧୭ରେ ମୁକ୍ତିଲାଭ କରିଥିଲା।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp