ଖୁସି ଖବର: ବାପା ମା’ ହେବାକୁ ଯାଉଛନ୍ତି ଓଲିଉଡର ଲୋକପ୍ରିୟ ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା

The Sakala Picture
Published On

ଭୁବନେଶ୍ୱର: ଓଲିଉଡର ସୁପରଷ୍ଟାର ଯୋଡ଼ି ସବ୍ୟସାଚୀ ମିଶ୍ର ଓ ଅର୍ଚିତା ସାହୁଙ୍କ ଘରକୁ ଖୁବଶୀଘ୍ର ଆସୁଛନ୍ତି ନୂଆ ଅତିଥି। ଉଭୟ ବାପା ମା’ ହେବାକୁ ଯାଉଥିବା ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ସେମାନଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

https://www.instagram.com/p/DSP5wjLif_J/?igsh=MTFpc2s0OHU5YWhtdA==

ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ନିଜର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ସବ୍ୟସାଚୀ ଓ ଅର୍ଚିତା କିଛି ସୁନ୍ଦର ଫଟୋ ସେୟାର କରି ଏହି ଖୁସି ଖବର ଜଣାଇଛନ୍ତି। ଅଭିନେତ୍ରୀ ଅର୍ଚିତା ନିଜର ବେବି ବମ୍ପ ଫଟୋ ସେୟାର କରି ଲେଖିଛନ୍ତି ଯେ, "ଆମର ପ୍ରେମ କାହାଣୀରେ ଏକ ନୂଆ ମୋଡ଼ ଆସିଛି। ଦୁନିଆକୁ ଆସିବାକୁ ଥିବା ଆମ କୁନି ସ୍ୱପ୍ନ ପାଇଁ, ଆପଣଙ୍କ ଶୁଭାଶିଷ ଅତ୍ୟନ୍ତ କାମ୍ୟ।" ଏହି ପୋଷ୍ଟ ଜରିଆରେ ସେମାନେ ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କ ଆଶୀର୍ବାଦ କାମନା କରିଛନ୍ତି ।

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?

୨୦୨୧ ମସିହାରେ ରାଜସ୍ଥାନରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହର କିଛି ବର୍ଷ ପରେ ଏବେ ଉଭୟଙ୍କ ଜୀବନରେ ଏହି ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ଏହି ଖବର ପ୍ରଚାରିତ ହେବା ପରେ ଓଲିଉଡର ଅନ୍ୟ କଳାକାର, ବନ୍ଧୁବାନ୍ଧବ ଏବଂ ଅଗଣିତ ପ୍ରଶଂସକ ସୋସିଆଲ ମିଡିଆ ମାଧ୍ୟମରେ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଉଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp