ଧନୁଷ୍‌ଙ୍କ ‘କୁବେର’ ଫିଲ୍ମର ଲୁକ୍‌ ସେୟାର୍‌ କଲେ ରଶ୍ମିକା

The Sakala Picture
Published On

ସାଉଥ୍‌ର ଲୋକପ୍ରିୟ ଅଭିନେତା ଧନୁଷ୍‌ ବଲିଉଡ୍‌ରେ ମଧ୍ୟ ତାଙ୍କ ଅଭିନୟର ଯାଦୁ ଦେଖାଇଛନ୍ତି। କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି। ନିକଟରେ ମୁକ୍ତିଲାଭ କରିଥିବା ତାଙ୍କ ଫିଲ୍ମ ‘ରାୟନ୍’ ବେଶ୍ ଭଲ ପ୍ରଦର୍ଶନ କରିଛି। ଇତିମଧ୍ୟରେ ଧନୁଷ୍‌ଙ୍କ ୪୧ତମ ଜନ୍ମଦିବସ ଅବସରରେ ତାଙ୍କର ‘କୁବେର’ ଫିଲ୍ମର ଲୁକ୍‌କୁ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରାଯାଇଥିଲା। ‘କୁବେର’ରେ ନାୟିକା ଭାବେ ସାଉଥ୍‌ର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଦେଖାଯିବେ। ନିଜେ ରଶ୍ମିକା, ଧନୁଷ୍‌ଙ୍କର […]

ସାଉଥ୍‌ର ଲୋକପ୍ରିୟ ଅଭିନେତା ଧନୁଷ୍‌ ବଲିଉଡ୍‌ରେ ମଧ୍ୟ ତାଙ୍କ ଅଭିନୟର ଯାଦୁ ଦେଖାଇଛନ୍ତି। କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି। ନିକଟରେ ମୁକ୍ତିଲାଭ କରିଥିବା ତାଙ୍କ ଫିଲ୍ମ ‘ରାୟନ୍’ ବେଶ୍ ଭଲ ପ୍ରଦର୍ଶନ କରିଛି। ଇତିମଧ୍ୟରେ ଧନୁଷ୍‌ଙ୍କ ୪୧ତମ ଜନ୍ମଦିବସ ଅବସରରେ ତାଙ୍କର ‘କୁବେର’ ଫିଲ୍ମର ଲୁକ୍‌କୁ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରାଯାଇଥିଲା। ‘କୁବେର’ରେ ନାୟିକା ଭାବେ ସାଉଥ୍‌ର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଦେଖାଯିବେ। ନିଜେ ରଶ୍ମିକା, ଧନୁଷ୍‌ଙ୍କର ଫଟୋ ସେୟାର୍‌ କରି ଲେଖିଛନ୍ତି, ‘ଧନୁଷ୍‌ ସାର୍‌ ! ଆପଣଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭକାମନା। ଆମ ଦୁଇଜଣଙ୍କର ଏକାଠି କୌଣସି ଫଟୋ ନାହିଁ। ଆମର ଫିଲ୍ମ ବି ଏପରି ସ୍ଥାନରେ ସବୁ ସୁଟ୍‌ ହୋଇଛି, ତାହା ଫଟୋଜେନିକ୍‌ ନୁହେଁ। ତେଣୁ ଏହି ଫଟୋ ଜରିଆରେ ମୁଁ ଆପଣଙ୍କୁ ଶୁଭକାମନା ଜଣାଉଛି।’ ଶେଖର କମୁଲା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଗତ ମାର୍ଚ୍ଚ ୮ ତାରିଖରେ ଏହି ଫିଲ୍ମ ବିଷୟରେ ଘୋଷଣା କରାଯାଇଥିଲା। ଚଳିତ ମାସ ଆରମ୍ଭରେ ଫିଲ୍ମରେ ରଶ୍ମିକାଙ୍କ ଲୁକ୍‌ ସେୟାର୍‌ କରାଯାଇଥିଲା। ‘କୁବେର’ ତାମିଲ୍‌, ତେଲୁଗୁ, ହିନ୍ଦୀ, ମଲାୟାଲମ୍‌ ଏବଂ କନ୍ନଡ଼ ଭାଷାରେ ରିଲିଜ୍ ହେବ। ଧନୁଷ୍‌ ଏଥିରେ ଡବଲ ରୋଲରେ ଦେଖାଯିବେ। ଗୋଟିଏ ଭୂମିକାରେ ସେ କରୋଡ଼ପତି ଓ ଅନ୍ୟ ଭୂମିକାରେ ସେ ଭିକାରି ଭୂମିକାରେ ଦେଖାଯିବେ।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp