ଅର୍ଥ ହେରଫେର ମାମଲାରେ ଅଭିନେତ୍ରୀ ରକୁଲପ୍ରୀତ ସିଂଙ୍କୁ ନୋଟିସ ଜାରି କଲା ଇଡି

The Sakala Picture
Published On

ନୂଆଦିଲ୍ଲୀ: ଅଡୁଆରେ ତେଲୁଗୁ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ରକୁଲପ୍ରୀତ ସିଂ । ଡ୍ରଗ୍ସ ଓ ମନି ଲଣ୍ଡ୍ରିଂ ମାମଲାରେ ରକୁଲଙ୍କୁ ନୋଟିସ ପଠାଇଛି ଇଡି । ଡିସେମ୍ବର ୧୯ରେ ଇଡି ଏହି ମାମଲାରେ ରକୁଲ୍ ପ୍ରୀତଙ୍କୁ ଜେରା କରିବ। ଏହି ମାମଲାରେ ଇଡି ପୂର୍ବରୁ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ସେଲିବ୍ରିଟିଙ୍କୁ ମଧ୍ୟ ଜେରା କରିସାରିଛି । ସୂଚନା ମୁତାବକ, ରକୁଲଙ୍କୁ ମଧ୍ୟ ୨୦୨୧ ମସିହା ଡିସେମ୍ବର ୩ ତାରିଖରେ ପଚରାଉଚରା ପାଇଁ ଡକାଯାଇଥିଲା । ଗତ […]

ନୂଆଦିଲ୍ଲୀ: ଅଡୁଆରେ ତେଲୁଗୁ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ରକୁଲପ୍ରୀତ ସିଂ । ଡ୍ରଗ୍ସ ଓ ମନି ଲଣ୍ଡ୍ରିଂ ମାମଲାରେ ରକୁଲଙ୍କୁ ନୋଟିସ ପଠାଇଛି ଇଡି । ଡିସେମ୍ବର ୧୯ରେ ଇଡି ଏହି ମାମଲାରେ ରକୁଲ୍ ପ୍ରୀତଙ୍କୁ ଜେରା କରିବ। ଏହି ମାମଲାରେ ଇଡି ପୂର୍ବରୁ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ସେଲିବ୍ରିଟିଙ୍କୁ ମଧ୍ୟ ଜେରା କରିସାରିଛି ।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ସୂଚନା ମୁତାବକ, ରକୁଲଙ୍କୁ ମଧ୍ୟ ୨୦୨୧ ମସିହା ଡିସେମ୍ବର ୩ ତାରିଖରେ ପଚରାଉଚରା ପାଇଁ ଡକାଯାଇଥିଲା । ଗତ ୪ ବର୍ଷ ହେବ ଇଡି ଏହି ମାମଲାର ଛାନଭିନ୍ କରୁଛି । ଏବେ ଏହି ମାମଲା ସହିତ ଜଡିତ ଅର୍ଥ ହେରଫେର ମାମଲା ଯୋଡି ହୋଇଥିବାରୁ ପୁଣି ତାଙ୍କୁ ଜେରା କରିବ ଇଡି ।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

ରକୁଲ ପ୍ରୀତଙ୍କ ସହ ଭାରତ ରାଷ୍ଟ୍ର ସମିତି ବିଧାୟକ ରୋହିତ ରେଡ୍ଡୀଙ୍କୁ ମଧ୍ୟ ସମନ ଜାରି କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ତଳେ ବିଧାୟକ କିଣାବିକା ଘଟଣାରେ ତାଙ୍କୁ ଜେରା କରିଥିଲା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ।

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp