ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ନିକ ଜୋନାସଙ୍କ ସହ ଛାଡ଼ପତ୍ର ଚର୍ଚ୍ଚା: 'ଲୋକେ ଆମ ସମ୍ପର୍କ ଭାଙ୍ଗିବାକୁ ଅପେକ୍ଷା କରିଛନ୍ତି', କଡ଼ା ଜବାବ ଦେଲେ ପ୍ରିୟଙ୍କା

Suryakanta Picture
Published On

ବଲିଉଡ୍‌ର 'ଦେଶୀ ଗର୍ଲ' ତଥା ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ତାଙ୍କ ସ୍ୱାମୀ ନିକ ଜୋନାସଙ୍କ ସହ ଛାଡ଼ପତ୍ର ଏବଂ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଗୁଜବ ଉପରେ ମୁହଁ ଖୋଲିଛନ୍ତି। ଏକ ସାକ୍ଷାତକାରରେ ପ୍ରିୟଙ୍କା ଟ୍ରୋଲରମାନଙ୍କୁ କଡ଼ା ଜବାବ ଦେଇ କହିଛନ୍ତି ଯେ, କିଛି ଲୋକ ତାଙ୍କ ସମ୍ପର୍କ ଭାଙ୍ଗିବାକୁ ଅପେକ୍ଷା କରି ବସିଛନ୍ତି, କିନ୍ତୁ ଏଥିରେ ତାଙ୍କୁ ଆଉ କୌଣସି ଫରକ ପଡ଼େନାହିଁ।

ଆହୁରି ପଢ଼ନ୍ତୁ: ବାହାଘରର ୧୨ ବର୍ଷ ପରେ ଛାଡ଼ପତ୍ର, ତଥାପି 'ସିଙ୍ଗଲ ମଦର' ନୁହନ୍ତି ଇଶା ଦେଓଲ; ଜାଣନ୍ତୁ ମା' ହେମା ମାଳିନୀଙ୍କ ଭାବପୂର୍ଣ୍ଣ ପ୍ରତିକ୍ରିୟା

୮ ବର୍ଷର ସମ୍ପର୍କ ଏବଂ ଲୋକଙ୍କ ନକାରାତ୍ମକ ଚିନ୍ତାଧାରା

ପ୍ରିୟଙ୍କା କହିଛନ୍ତି ଯେ ତାଙ୍କ ବିବାହକୁ ୮ ବର୍ଷ ବିତିଯାଇଛି, ତଥାପି ଲୋକମାନେ ଏବେ ବି ଭାବୁଛନ୍ତି ଯେ ଏହି ସମ୍ପର୍କ ବେଶୀ ଦିନ ତିଷ୍ଠିବ ନାହିଁ। ସେ କହିଛନ୍ତି, "ଯଦି ଲୋକମାନେ ଆମ ସମ୍ପର୍କ ଭାଙ୍ଗିବାକୁ ଅପେକ୍ଷା କରିବାକୁ ଚାହୁଁଛନ୍ତି, ତେବେ ଏହା ସେମାନଙ୍କ ଇଚ୍ଛା। ମୁଁ ଏବେ ଏସବୁ ବିଷୟରେ ଭାବିବା ବନ୍ଦ କରିଦେଇଛି।"

ଆହୁରି ପଢ଼ନ୍ତୁ: ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍

ପୂର୍ବରୁ ଏହି ଗୁଜବଗୁଡ଼ିକ ତାଙ୍କୁ ଖୁବ୍ କଷ୍ଟ ଦେଉଥିଲା। ବିଶେଷକରି ଦୁହିଁଙ୍କ ବୟସରେ ପାର୍ଥକ୍ୟ (Age Gap) ଏବଂ ଭିନ୍ନ ସଂସ୍କୃତିକୁ ନେଇ ଲୋକମାନେ ଅନେକ କଟୁ ମନ୍ତବ୍ୟ ଦେଉଥିଲେ। ପ୍ରିୟଙ୍କାଙ୍କ ଅନୁଯାୟୀ, ଆରମ୍ଭରେ ଏହା ତାଙ୍କ ପାଇଁ ଯନ୍ତ୍ରଣାଦାୟକ ଥିଲା, କିନ୍ତୁ ଏବେ ସେ ଏସବୁକୁ ଗୁରୁତ୍ୱ ଦିଅନ୍ତି ନାହିଁ।

ଆହୁରି ପଢ଼ନ୍ତୁ: '୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'

ନିକଙ୍କୁ ପ୍ରଥମେ ସନ୍ଦେହ କରିଥିଲେ ପ୍ରିୟଙ୍କା

ନିଜ ସମ୍ପର୍କର ଆରମ୍ଭ ଦିନଗୁଡ଼ିକ ବିଷୟରେ କଥା ହୋଇ ପ୍ରିୟଙ୍କା ଖୁଲାସା କରିଛନ୍ତି ଯେ, ନିକଙ୍କ ସହ ମାତ୍ର ୬ ମାସର ପରିଚୟ ପରେ ସେ ବିବାହ କରିଥିଲେ। ତେଣୁ ପ୍ରଥମେ ପ୍ରଥମେ ନିକଙ୍କ ବ୍ୟବହାର ସତ କି ଅଭିନୟ, ତାହା ସେ ବୁଝିପାରୁନଥିଲେ। କିନ୍ତୁ ପରେ ସେ ଅନୁଭବ କଲେ ଯେ ନିକ ଜଣେ ଖୁବ୍ ସରଳ ଓ ସଚ୍ଚୋଟ ମଣିଷ।

ସୂଚନାଯୋଗ୍ୟ ଯେ, ଗୋଲ୍ଡେନ୍ ଗ୍ଲୋବ୍ସ ୨୦୨୬ ସମୟରେ ଉଭୟଙ୍କୁ ଅଲଗା ଅଲଗା ଦେଖିବା ପରେ ପୁଣିଥରେ ଛାଡ଼ପତ୍ର ଗୁଜବ ଜୋର୍ ଧରିଥିଲା। ତେବେ ପ୍ରିୟଙ୍କାଙ୍କ ଏହି ବୟାନ ସମସ୍ତ ଗୁଜବରେ ପୂର୍ଣ୍ଣଚ୍ଛେଦ ପକାଇଛି।

12 Feb 2026 By Suryakanta

ନିକ ଜୋନାସଙ୍କ ସହ ଛାଡ଼ପତ୍ର ଚର୍ଚ୍ଚା: 'ଲୋକେ ଆମ ସମ୍ପର୍କ ଭାଙ୍ଗିବାକୁ ଅପେକ୍ଷା କରିଛନ୍ତି', କଡ଼ା ଜବାବ ଦେଲେ ପ୍ରିୟଙ୍କା

ବଲିଉଡ୍‌ର 'ଦେଶୀ ଗର୍ଲ' ତଥା ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ତାଙ୍କ ସ୍ୱାମୀ ନିକ ଜୋନାସଙ୍କ ସହ ଛାଡ଼ପତ୍ର ଏବଂ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଗୁଜବ ଉପରେ ମୁହଁ ଖୋଲିଛନ୍ତି। ଏକ ସାକ୍ଷାତକାରରେ ପ୍ରିୟଙ୍କା ଟ୍ରୋଲରମାନଙ୍କୁ କଡ଼ା ଜବାବ ଦେଇ କହିଛନ୍ତି ଯେ, କିଛି ଲୋକ ତାଙ୍କ ସମ୍ପର୍କ ଭାଙ୍ଗିବାକୁ ଅପେକ୍ଷା କରି ବସିଛନ୍ତି, କିନ୍ତୁ ଏଥିରେ ତାଙ୍କୁ ଆଉ କୌଣସି ଫରକ ପଡ଼େନାହିଁ।

୮ ବର୍ଷର ସମ୍ପର୍କ ଏବଂ ଲୋକଙ୍କ ନକାରାତ୍ମକ ଚିନ୍ତାଧାରା

ପ୍ରିୟଙ୍କା କହିଛନ୍ତି ଯେ ତାଙ୍କ ବିବାହକୁ ୮ ବର୍ଷ ବିତିଯାଇଛି, ତଥାପି ଲୋକମାନେ ଏବେ ବି ଭାବୁଛନ୍ତି ଯେ ଏହି ସମ୍ପର୍କ ବେଶୀ ଦିନ ତିଷ୍ଠିବ ନାହିଁ। ସେ କହିଛନ୍ତି, "ଯଦି ଲୋକମାନେ ଆମ ସମ୍ପର୍କ ଭାଙ୍ଗିବାକୁ ଅପେକ୍ଷା କରିବାକୁ ଚାହୁଁଛନ୍ତି, ତେବେ ଏହା ସେମାନଙ୍କ ଇଚ୍ଛା। ମୁଁ ଏବେ ଏସବୁ ବିଷୟରେ ଭାବିବା ବନ୍ଦ କରିଦେଇଛି।"

ପୂର୍ବରୁ ଏହି ଗୁଜବଗୁଡ଼ିକ ତାଙ୍କୁ ଖୁବ୍ କଷ୍ଟ ଦେଉଥିଲା। ବିଶେଷକରି ଦୁହିଁଙ୍କ ବୟସରେ ପାର୍ଥକ୍ୟ (Age Gap) ଏବଂ ଭିନ୍ନ ସଂସ୍କୃତିକୁ ନେଇ ଲୋକମାନେ ଅନେକ କଟୁ ମନ୍ତବ୍ୟ ଦେଉଥିଲେ। ପ୍ରିୟଙ୍କାଙ୍କ ଅନୁଯାୟୀ, ଆରମ୍ଭରେ ଏହା ତାଙ୍କ ପାଇଁ ଯନ୍ତ୍ରଣାଦାୟକ ଥିଲା, କିନ୍ତୁ ଏବେ ସେ ଏସବୁକୁ ଗୁରୁତ୍ୱ ଦିଅନ୍ତି ନାହିଁ।

ନିକଙ୍କୁ ପ୍ରଥମେ ସନ୍ଦେହ କରିଥିଲେ ପ୍ରିୟଙ୍କା

ନିଜ ସମ୍ପର୍କର ଆରମ୍ଭ ଦିନଗୁଡ଼ିକ ବିଷୟରେ କଥା ହୋଇ ପ୍ରିୟଙ୍କା ଖୁଲାସା କରିଛନ୍ତି ଯେ, ନିକଙ୍କ ସହ ମାତ୍ର ୬ ମାସର ପରିଚୟ ପରେ ସେ ବିବାହ କରିଥିଲେ। ତେଣୁ ପ୍ରଥମେ ପ୍ରଥମେ ନିକଙ୍କ ବ୍ୟବହାର ସତ କି ଅଭିନୟ, ତାହା ସେ ବୁଝିପାରୁନଥିଲେ। କିନ୍ତୁ ପରେ ସେ ଅନୁଭବ କଲେ ଯେ ନିକ ଜଣେ ଖୁବ୍ ସରଳ ଓ ସଚ୍ଚୋଟ ମଣିଷ।

ସୂଚନାଯୋଗ୍ୟ ଯେ, ଗୋଲ୍ଡେନ୍ ଗ୍ଲୋବ୍ସ ୨୦୨୬ ସମୟରେ ଉଭୟଙ୍କୁ ଅଲଗା ଅଲଗା ଦେଖିବା ପରେ ପୁଣିଥରେ ଛାଡ଼ପତ୍ର ଗୁଜବ ଜୋର୍ ଧରିଥିଲା। ତେବେ ପ୍ରିୟଙ୍କାଙ୍କ ଏହି ବୟାନ ସମସ୍ତ ଗୁଜବରେ ପୂର୍ଣ୍ଣଚ୍ଛେଦ ପକାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର