୨୦୦ କୋଟି ଠକେଇ ମାମଲାରେ ଅଭିନେତ୍ରୀ ନୋରା ଫତେହିଙ୍କୁ ୬ ଘଣ୍ଟା ଜେରା

The Sakala Picture
Published On

ନୂଆଦିଲ୍ଲୀ: ସୁକେଶ ଚନ୍ଦ୍ରଶେଖର ସହ ଜଡ଼ିତ ୨୦୦ କୋଟି ଠକେଇ ମାମଲାରେ ସମ୍ପୃକ୍ତ ଥିବା ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହୀଙ୍କୁ ଦିଲ୍ଲୀ ପୁଲିସ ଶୁକ୍ରବାର ୬ଘଣ୍ଟା ଜେରା କରିଛି। ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଦ୍ୱାରା ନୋରା ଫତେହିଙ୍କୁ ଜେରା କରାଯାଇଛି । ଏହି ମାମଲାର ଜଣେ ସାକ୍ଷୀ ରୂପେ ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା ନୋରାଙ୍କୁ ଜେରା କରିଥିଲା। ପୂର୍ବାହ୍ନ ୧୧ଟା ବେଳେ ପହଞ୍ଚି ତାଙ୍କର ବୟାନ ରେକର୍ଡ କରିସାରିବା ପରେ […]

ନୂଆଦିଲ୍ଲୀ: ସୁକେଶ ଚନ୍ଦ୍ରଶେଖର ସହ ଜଡ଼ିତ ୨୦୦ କୋଟି ଠକେଇ ମାମଲାରେ ସମ୍ପୃକ୍ତ ଥିବା ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହୀଙ୍କୁ ଦିଲ୍ଲୀ ପୁଲିସ ଶୁକ୍ରବାର ୬ଘଣ୍ଟା ଜେରା କରିଛି। ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଦ୍ୱାରା ନୋରା ଫତେହିଙ୍କୁ ଜେରା କରାଯାଇଛି । ଏହି ମାମଲାର ଜଣେ ସାକ୍ଷୀ ରୂପେ ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା ନୋରାଙ୍କୁ ଜେରା କରିଥିଲା। ପୂର୍ବାହ୍ନ ୧୧ଟା ବେଳେ ପହଞ୍ଚି ତାଙ୍କର ବୟାନ ରେକର୍ଡ କରିସାରିବା ପରେ ସନ୍ଧ୍ୟା ପ୍ରାୟ ୬ଟା ବେଳକୁ ନୋରା ଫେରିଯାଇଥିଲେ। କନ୍‌ମ୍ୟାନ୍‌ ସୁକେଶଙ୍କ ପ୍ରଦତ୍ତ ଉପହାର ପ୍ରସଙ୍ଗରେ ନୋରାଙ୍କୁ ପଚରାଯାଇଥିଲା। ଏହି ମାମଲାରେ ଦିଲ୍ଲୀ ପୋଲିସ ପୁଣି ୧୨ ସେପ୍ଟେମ୍ବରରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଚରାଉଚରା କରିବ। ଯଦି ଆବଶ୍ୟକ ହୁଏ, ନୋରାଙ୍କୁ ମଧ୍ୟ ପୁଣି ପଚରାଉଚରା ପାଇଁ ଡକାଯାଇପାରେ ବୋଲି ଦିଲ୍ଲୀ ପୋଲିସ ସୂତ୍ରରୁ ଜଣାପଡ଼ିଛି |

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ପୂର୍ବରୁ ଇଡି ମଧ୍ୟ ମନି ଲଣ୍ଡରିଂ ମାମଲାରେ ସୁକେଶ ଚନ୍ଦ୍ରଶେଖର ଏବଂ ନୋରା ଫତେହିଙ୍କୁ ଜେରା କରିଥିଲା। ଏହି ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଇଡି ଅନ୍ୟତମ ଅଭିଯୁକ୍ତ ଭାବେ ନାମିତ କରିଛି। ସୂଚନାଯୋଗ୍ୟ, ‘ଫର୍ଟିସ୍‌ ହେଲ୍‌ଥ୍‌କେୟାର୍‌’ର ପୂର୍ବତନ ପ୍ରଦ୍ୟୋକ୍ତା ଶିବିନ୍ଦର ସିଂହଙ୍କ ପତ୍ନୀଙ୍କଠାରୁ ୨୦୦ କୋଟି ଟଙ୍କା ବଟି ଆଦାୟ ଅଭିଯୋଗରେ ଗତବର୍ଷ ଦିଲ୍ଲୀ ପୁଲିସ ସୁକେଶ, ତାଙ୍କ ପତ୍ନୀ ଲୀନା ମାରିଆ ପାଲ୍‌ ଏବଂ ଅନ୍ୟମାନଙ୍କ ନାଁରେ ଚାର୍ଜସିଟ୍‌ ଫାଇଲ୍‌ କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp