ଅନାବଶ୍ୟକ 'ଚୁମ୍ବନ ଦୃଶ୍ୟ'କୁ ମନା କରିବାରୁ ମିଳିଲାନି କାମ, ପ୍ରଯୋଜକ ଦେଲେନି ଟଙ୍କା: ବଲିଉଡର କଳା ସତ ଖୋଲିଲେ ଅଭିନେତ୍ରୀ ନୌହିଦ ସିରୁସି

Suryakanta Picture
Published On

ବଲିଉଡର ଚକାଚକ୍ ଦୁନିଆ ପଛରେ ଲୁଚି ରହିଛି ଅନେକ କଳା ସତ୍ୟ । ନିକଟରେ ‘ପିୟା ବସନ୍ତୀ’ ଗୀତ ଏବଂ ‘ଅନୱାର’ ଭଳି ଫିଲ୍ମରୁ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ତଥା ମଡେଲ୍ ନୌହିଦ ସିରୁସି (Nauheed Cyrusi) ବଲିଉଡକୁ ନେଇ କିଛି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ଦୀର୍ଘ ଦିନ ଧରି ବଡ଼ ପରଦାରୁ ଦୂରେଇ ରହିବାର ପ୍ରକୃତ କାରଣ ସେ ନିଜ ପ୍ରଶଂସକମାନଙ୍କୁ ଜଣାଇଛନ୍ତି । ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ନୌହିଦ୍ କହିଛନ୍ତି ଯେ ଅନାବଶ୍ୟକ ଚୁମ୍ବନ ଦୃଶ୍ୟକୁ ମନା କରିବା ଏବଂ ପ୍ରଯୋଜକଙ୍କ ପକ୍ଷରୁ ବକେୟା ପାରିଶ୍ରମିକ ନ ମିଳିବା କାରଣରୁ ସେ ଅଭିନୟରୁ ଦୂରେଇ ଯାଇଥିଲେ ।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ଅନାବଶ୍ୟକ 'ଚୁମ୍ବନ ଦୃଶ୍ୟ' ପାଇଁ ହରାଇଲେ ପ୍ରୋଜେକ୍ଟ

ବର୍ତ୍ତମାନର ସିନେମା ଜଗତରେ ଅନ୍ତରଙ୍ଗ ଦୃଶ୍ୟକୁ କିପରି ବାଧ୍ୟତାମୂଳକ କରାଯାଉଛି, ସେ ବିଷୟରେ ନୌହିଦ କହିଛନ୍ତି ଯେ ଫିଲ୍ମ ଚୁକ୍ତିନାମାରେ ଚୁମ୍ବନ ଦୃଶ୍ୟ ପାଇଁ ରାଜି ହେବାକୁ ବାଧ୍ୟ କରାଯାଉଛି । ସେ କହିଛନ୍ତି, "ବର୍ତ୍ତମାନ ଫିଲ୍ମରେ ଅଯଥାରେ ଚୁମ୍ବନ ଦୃଶ୍ୟ ଯୋଡ଼ାଯାଉଛି । ମୁଁ ପରଦାରେ ଏଭଳି ଦୃଶ୍ୟ କରିବାକୁ ସହଜ ମଣେ ନାହିଁ" । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଦୃଶ୍ୟଗୁଡ଼ିକ ପାଇଁ ସେ ମନା କରିଦେବାରୁ ତାଙ୍କୁ ଅନେକ ପ୍ରୋଜେକ୍ଟ ହରାଇବାକୁ ପଡ଼ିଥିଲା । କାଷ୍ଟିଂ ବେଳେ ଏହି ସର୍ତ୍ତ ପାଇଁ ତାଙ୍କୁ ସିଧାସଳଖ ରିଜେକ୍ଟ କରାଯାଉଥିଲା ବୋଲି ସେ ପ୍ରକାଶ କରିଛନ୍ତି ।

ପ୍ରଯୋଜକ ମାରିଦେଲେ ଟଙ୍କା

ଅଭିନୟ କ୍ଷେତ୍ରରେ କେବଳ ଭୂମିକା ନୁହେଁ, ବରଂ ଆର୍ଥିକ ଶୋଷଣର ମଧ୍ୟ ସେ ଶିକାର ହୋଇଥିଲେ । ନୌହିଦ ଅଭିଯୋଗ କରିଛନ୍ତି ଯେ, ସୁଟିଂ ଶେଷ ହେବା ପରେ ଅନେକ ସମୟରେ ପ୍ରଯୋଜକମାନେ ପ୍ରାୟ ୨୫ ପ୍ରତିଶତ ପାରିଶ୍ରମିକ ଅଟକାଇ ରଖନ୍ତି । ଫିଲ୍ମ ରିଲିଜ୍ ପରେ "ଫିଲ୍ମ ଭଲ ଚାଲିଲା ନାହିଁ" କିମ୍ବା "ବ୍ୟବସାୟ ହେଲାନି" ଭଳି ଅଜୁହାତ ଦେଖାଇ ତାଙ୍କ ପ୍ରାପ୍ୟ ଟଙ୍କା ଦିଆଯାଏ ନାହିଁ । ନିଜ କାମ ସାରିବା ପରେ ମଧ୍ୟ ବିନା ପାରିଶ୍ରମିକରେ ତାଙ୍କୁ ଖାଲି ହାତରେ ଫେରିବାକୁ ପଡ଼ୁଥିଲା, ଯାହା ତାଙ୍କୁ ମାନସିକ ସ୍ତରରେ ଆଘାତ ଦେଇଥିଲା ।

ଇନଷ୍ଟାଗ୍ରାମ୍ ହିଁ ମୋର ପ୍ରକୃତ ପରିଚୟ

ବଲିଉଡର ନେଟୱାର୍କିଂ ଏବଂ ପାର୍ଟି କଲଚରରୁ ନିଜକୁ ଦୂରେଇ ରଖିବା ତାଙ୍କ ପାଇଁ ମହଙ୍ଗା ପଡ଼ିଥିଲା । ନୌହିଦ କହିଛନ୍ତି ଯେ ସେ ବଡ଼ ବଡ଼ ଅଭିନେତା କିମ୍ବା ପ୍ରଯୋଜକଙ୍କ ଗୋଷ୍ଠୀରେ ବୁଲିବାକୁ ପସନ୍ଦ କରୁନଥିଲେ । ଏହି କାରଣରୁ ତାଙ୍କୁ କେବଳ ହିରୋଙ୍କ ଭଉଣୀ କିମ୍ବା ଭାଉଜ ଭଳି ଛୋଟ ଚରିତ୍ର ମିଳୁଥିଲା, ଯାହାକୁ ସେ କରିବାକୁ ଚାହୁଁନଥିଲେ । ତେବେ ପାରମ୍ପରିକ ଅଭିନୟ ଛାଡ଼ିବା ପରେ ଏବେ ସେ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଭାବରେ ବେଶ୍ ଖୁସି ଅଛନ୍ତି । ସେ ଗର୍ବର ସହ କହିଛନ୍ତି ଯେ, "ଇନଷ୍ଟାଗ୍ରାମ୍ ହିଁ ମୋର ପ୍ରକୃତ କଲିଂ" ଏବଂ ଏଠାରେ ସେ ନିଜ ସର୍ତ୍ତରେ କାମ କରି ବେଶ୍ ସନ୍ତୁଷ୍ଟ ଅଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp