ପରଦାରେ ମୁକ୍ତିଲାଭ କଲା ବହୁ ପ୍ରତିକ୍ଷିତ ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା’

The Sakala Picture
Published On

ଭୁବନେଶ୍ୱର: ପରଦାରେ ମୁକ୍ତିଲାଭ କଲା ବହୁ ପ୍ରତିକ୍ଷିତ ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା’ । ପିତା-ପୁତ୍ରଙ୍କ ମଧ୍ୟରେ ଥିବା ଆବେଗପୂର୍ଣ୍ଣ ସମ୍ପର୍କକୁ ନେଇ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଅନୁମପ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ପ୍ରତୀକ୍ଷା’ ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ଏକ କ୍ଷୁଦ୍ରଗଳ୍ପ ଆଧାରରେ ପ୍ରସ୍ତୁତ ଓ ଏହାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ରୋଶନ ବିଷୋଇ। ଦର୍ଶକଙ୍କ ଦ୍ୱାରା ବହୁ ଆଦୃତ ହେବା ସହ ଢେର ପ୍ରଶଂସା ସାଉଁଟିଛି ଏହି ଫିଲ୍ମ । ଅମୀୟ ପଟ୍ଟନାୟକ […]

ଭୁବନେଶ୍ୱର: ପରଦାରେ ମୁକ୍ତିଲାଭ କଲା ବହୁ ପ୍ରତିକ୍ଷିତ ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା’ । ପିତା-ପୁତ୍ରଙ୍କ ମଧ୍ୟରେ ଥିବା ଆବେଗପୂର୍ଣ୍ଣ ସମ୍ପର୍କକୁ ନେଇ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଅନୁମପ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ପ୍ରତୀକ୍ଷା’ ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ଏକ କ୍ଷୁଦ୍ରଗଳ୍ପ ଆଧାରରେ ପ୍ରସ୍ତୁତ ଓ ଏହାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ରୋଶନ ବିଷୋଇ। ଦର୍ଶକଙ୍କ ଦ୍ୱାରା ବହୁ ଆଦୃତ ହେବା ସହ ଢେର ପ୍ରଶଂସା ସାଉଁଟିଛି ଏହି ଫିଲ୍ମ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଅମୀୟ ପଟ୍ଟନାୟକ ପ୍ରଡକସନ ନିବେଦିତ ‘ପ୍ରତୀକ୍ଷା’ର ମୁଖ୍ୟ କଳାକାରମାନେ ହେଲେ ଦୀପନ୍ବିତ ଦାସମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ଶ୍ରୀଲା ତ୍ରିପାଠୀ, ରୂପାମ୍ବିକା ନାୟକ, ସୁଶୀଲ ମିଶ୍ର, ଅବକାଶ ମିଶ୍ର ଓ ସିଦ୍ଧାନ୍ତ ମହାପାତ୍ର। ପ୍ରଯୋଜକ-ନିର୍ଦେଶକ ଅନୁପମ ପଟ୍ଟନାୟକଙ୍କ ନୂଆ ଓଡ଼ିଆ ସିନେମା ‘ପ୍ରତୀକ୍ଷା’ରେ ଏକ ନୂଆ ଯୋଡ଼ିକୁ ବଡ଼ ପରଦାରେ ଦେଖିବାକୁ ପାଇଛନ୍ତି ସିନେପ୍ରେମୀ। ଏହି ଯୋଡ଼ି ହେଲେ ଦୀପନ୍ବିତ-ବର୍ଷା। ଦୀପନ୍ବିତଙ୍କ ଅଭିନୟକୁ ଦର୍ଶକ ନିକଟରେ ମୁକ୍ତିଲାଭ କରିଥିବା ଯୁଗାନ୍ତକାରୀ ଓଡ଼ିଆ ସିନେମା ‘ଦମନ’ରେ ଖୁବ୍ ପସନ୍ଦ କରିଥିଲେ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ଅନ୍ୟପଟେ ‘ପ୍ରତିକ୍ଷା’ ଫିଲ୍ମର ହିନ୍ଦୀ ରିମେକର ପ୍ରଯୋଜନା କରିବେ ବୋଲି ବଲିଉଡର ଭେଟେରାନ କଳାକାର ଅନୁମପ୍ ଖେର ଆଗରୁ ଘୋଷଣା କରିଛନ୍ତି । ଏଥିସହିତ ନିଜେ ମଧ୍ୟ ଫିଲ୍ମରେ ବାପା ଭୂମିକାରେ ଅଭିନୟ କରିବେ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ)ରେ ମଧ୍ୟ ପ୍ରଦର୍ଶିତ ହୋଇସାରିଛି ଏହି ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp