ବିବାହ ବନ୍ଧନରେ ବାନ୍ଧିହେବେ ମଲାଇକା

The Sakala Picture
Published On

ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା ତାଙ୍କ ବଡି ଫିଟନେସ୍‌ ଓ ନୃତ୍ୟ ଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ନିକଟରେ ମଲାଇକା ଗୁରୁ ରାନ୍ଧୱାଙ୍କ ମ୍ୟୁଜିକ୍‌ ଭିଡିଓ ‘ତେରା କି ଖୟାଲ’ରେ ନଜର ଆସିଥିଲେ। ଏଥିରେ ତାଙ୍କର ହଟ୍‌ ଓ ସେକ୍ସି ଅନ୍ଦାଜ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଏହି ମ୍ୟୁଜିକ୍‌ ଭିଡିଓର ପ୍ରମୋସନ ସମୟରେ ମଲାଇକା ତାଙ୍କର ବିବାହ ସମ୍ପର୍କରେ ଆଲୋଚନା କରିଥିଲେ। ସେ ଏବେ ବିବାହ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କଥା କହିଛନ୍ତି। […]

ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା ତାଙ୍କ ବଡି ଫିଟନେସ୍‌ ଓ ନୃତ୍ୟ ଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ନିକଟରେ ମଲାଇକା ଗୁରୁ ରାନ୍ଧୱାଙ୍କ ମ୍ୟୁଜିକ୍‌ ଭିଡିଓ ‘ତେରା କି ଖୟାଲ’ରେ ନଜର ଆସିଥିଲେ। ଏଥିରେ ତାଙ୍କର ହଟ୍‌ ଓ ସେକ୍ସି ଅନ୍ଦାଜ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଏହି ମ୍ୟୁଜିକ୍‌ ଭିଡିଓର ପ୍ରମୋସନ ସମୟରେ ମଲାଇକା ତାଙ୍କର ବିବାହ ସମ୍ପର୍କରେ ଆଲୋଚନା କରିଥିଲେ। ସେ ଏବେ ବିବାହ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କଥା କହିଛନ୍ତି। ଅନେକ ଦିନରୁ ମଲାଇକା ତାଙ୍କଠାରୁ ୧୨ ବର୍ଷ ସାନ ବଲିଉଡ୍‌ ଅଭିନେତା ଅର୍ଜୁନ୍‌ କପୁରଙ୍କୁ ଡେଟ୍‌ କରୁଛନ୍ତି। ତେବେ ମଲାଇକାଙ୍କ ଏହି କଥାରୁ ସେ ପୁଣି ଥରେ ବିବାହ କରିବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି।

ଆହୁରି ପଢ଼ନ୍ତୁ: ଅଭିନୟ ଛାଡ଼ିବା ଗୁଜବ ଉପରେ ଟ୍ରୋଲରଙ୍କୁ କଡ଼ା ଜବାବ ଦେଲେ ହର୍ଷବର୍ଦ୍ଧନ କପୁର, କହିଲେ- 'ଆହୁରି କାନ୍ଦ'

ମ୍ୟୁଜିକ୍‌ ଭିଡିଓର ପ୍ରମୋସନ ସମୟରେ ମଲାଇକା କହିଥିଲେ ଯେ, ‘ହଁ ଏବେ ଆମେ ବିବାହ ବିଷୟରେ ଚିନ୍ତା କରୁଛୁ। ଆମକୁ କିଛି ଲୋକ ସ୍ବାର୍ଥପର ଭାବୁଛନ୍ତି। କିନ୍ତୁ ଏହା ପରସ୍ପର ପ୍ରତି ଥିବା ସମର୍ପଣ ଭାବ। ମୁଁ ପ୍ରେମରେ ବିଶ୍ବାସ କରେ। ମୁଁ ଭାରତୀୟ ପରମ୍ପରାରେ ମଧ୍ୟ ବିଶ୍ବାସ ରଖେ। ମୁଁ କହିପାରିବି ନାହିଁ କେବେ ବିବାହ କରିବି। କାରଣ ଜୀବନରେ ବେଶୀ କିଛି ଯୋଜନା କରିବା ଠିକ୍‌ ନୁହେଁ। ’ ଏଠାରେ ପ୍ରକାଶ ଥାଉ କି, ମଲାଇକା ତାଙ୍କ ସ୍ବାମୀ ଅରବାଜ୍‌ ଖାନ୍‌ଙ୍କଠାରୁ ଅଲଗା ହେବା ପରେ ଅର୍ଜୁନ୍‌ କପୁରଙ୍କୁ ଡେଟ୍‌ କରୁଛନ୍ତି। ଉଭୟ ବିଦେଶରେ ଏକାଠି ଛୁଟି କାଟୁଥିବାର ଭିଡିଓ ମଧ୍ୟ ଅନେକ ସମୟରେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।

ଆହୁରି ପଢ଼ନ୍ତୁ: ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି

10 Apr 2023 By The Sakala

ବିବାହ ବନ୍ଧନରେ ବାନ୍ଧିହେବେ ମଲାଇକା

ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା ତାଙ୍କ ବଡି ଫିଟନେସ୍‌ ଓ ନୃତ୍ୟ ଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ନିକଟରେ ମଲାଇକା ଗୁରୁ ରାନ୍ଧୱାଙ୍କ ମ୍ୟୁଜିକ୍‌ ଭିଡିଓ ‘ତେରା କି ଖୟାଲ’ରେ ନଜର ଆସିଥିଲେ। ଏଥିରେ ତାଙ୍କର ହଟ୍‌ ଓ ସେକ୍ସି ଅନ୍ଦାଜ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଏହି ମ୍ୟୁଜିକ୍‌ ଭିଡିଓର ପ୍ରମୋସନ ସମୟରେ ମଲାଇକା ତାଙ୍କର ବିବାହ ସମ୍ପର୍କରେ ଆଲୋଚନା କରିଥିଲେ। ସେ ଏବେ ବିବାହ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କଥା କହିଛନ୍ତି। ଅନେକ ଦିନରୁ ମଲାଇକା ତାଙ୍କଠାରୁ ୧୨ ବର୍ଷ ସାନ ବଲିଉଡ୍‌ ଅଭିନେତା ଅର୍ଜୁନ୍‌ କପୁରଙ୍କୁ ଡେଟ୍‌ କରୁଛନ୍ତି। ତେବେ ମଲାଇକାଙ୍କ ଏହି କଥାରୁ ସେ ପୁଣି ଥରେ ବିବାହ କରିବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି।

ମ୍ୟୁଜିକ୍‌ ଭିଡିଓର ପ୍ରମୋସନ ସମୟରେ ମଲାଇକା କହିଥିଲେ ଯେ, ‘ହଁ ଏବେ ଆମେ ବିବାହ ବିଷୟରେ ଚିନ୍ତା କରୁଛୁ। ଆମକୁ କିଛି ଲୋକ ସ୍ବାର୍ଥପର ଭାବୁଛନ୍ତି। କିନ୍ତୁ ଏହା ପରସ୍ପର ପ୍ରତି ଥିବା ସମର୍ପଣ ଭାବ। ମୁଁ ପ୍ରେମରେ ବିଶ୍ବାସ କରେ। ମୁଁ ଭାରତୀୟ ପରମ୍ପରାରେ ମଧ୍ୟ ବିଶ୍ବାସ ରଖେ। ମୁଁ କହିପାରିବି ନାହିଁ କେବେ ବିବାହ କରିବି। କାରଣ ଜୀବନରେ ବେଶୀ କିଛି ଯୋଜନା କରିବା ଠିକ୍‌ ନୁହେଁ। ’ ଏଠାରେ ପ୍ରକାଶ ଥାଉ କି, ମଲାଇକା ତାଙ୍କ ସ୍ବାମୀ ଅରବାଜ୍‌ ଖାନ୍‌ଙ୍କଠାରୁ ଅଲଗା ହେବା ପରେ ଅର୍ଜୁନ୍‌ କପୁରଙ୍କୁ ଡେଟ୍‌ କରୁଛନ୍ତି। ଉଭୟ ବିଦେଶରେ ଏକାଠି ଛୁଟି କାଟୁଥିବାର ଭିଡିଓ ମଧ୍ୟ ଅନେକ ସମୟରେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର