ଫିଲ୍ମ ‘ବେଲ୍‌ବଟମ୍‌’ରେ ଚର୍ଚ୍ଚାରେ ଲାରା ଦତ୍ତଙ୍କ ଇନ୍ଦିରା ଲୁକ୍‌

The Sakala Picture
Published On

ନିକଟରେ ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବେଲ୍‌ବଟମ୍‌’ର ଟ୍ରେଲର ରିଲିଜ୍‌ ହୋଇଛି। ଫିଲ୍ମର ଲିଡ୍‌ ରୋଲ୍‌ରେ ଅକ୍ଷୟଙ୍କ ସହିତ ଲାରା ଦତ୍ତ, ବାଣୀ କପୁର, ହ୍ୟୁମା କ୍ୟୁରେଶୀଙ୍କ ପରି ପ୍ରତିଭାବନ୍‌ କଳାକାର ନଜର ଆସିବେ। ଟ୍ରେଲର୍‌ରେ କଳାକାରମାନଙ୍କ ଜବରଦସ୍ତ ଅଭିନୟ, ସଙ୍ଗୀତ ଓ ସଂଳାପ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଏଥିରେ ଦର୍ଶକଙ୍କୁ ସବୁଠୁ ଚକିତ କରିଛି ଲାରାଙ୍କ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଲୁକ୍‌। ଲାରାଙ୍କ ଏହି ଲୁକ୍‌ ଏବେ ସୋସିଆଲ ମିଡିଆରେ ବେଶ୍‌ […]

ନିକଟରେ ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବେଲ୍‌ବଟମ୍‌’ର ଟ୍ରେଲର ରିଲିଜ୍‌ ହୋଇଛି। ଫିଲ୍ମର ଲିଡ୍‌ ରୋଲ୍‌ରେ ଅକ୍ଷୟଙ୍କ ସହିତ ଲାରା ଦତ୍ତ, ବାଣୀ କପୁର, ହ୍ୟୁମା କ୍ୟୁରେଶୀଙ୍କ ପରି ପ୍ରତିଭାବନ୍‌ କଳାକାର ନଜର ଆସିବେ। ଟ୍ରେଲର୍‌ରେ କଳାକାରମାନଙ୍କ ଜବରଦସ୍ତ ଅଭିନୟ, ସଙ୍ଗୀତ ଓ ସଂଳାପ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଏଥିରେ ଦର୍ଶକଙ୍କୁ ସବୁଠୁ ଚକିତ କରିଛି ଲାରାଙ୍କ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଲୁକ୍‌। ଲାରାଙ୍କ ଏହି ଲୁକ୍‌ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍ ହେବାରେ ଲାଗିଛି। ଲାରାଙ୍କୁ ଏହି ଲୁକ୍‌ରେ ସହଜରେ ଚିହ୍ନିପାରିନାହାଁନ୍ତି ଦର୍ଶକ। ଲାରାଙ୍କୁ ପରଦା ଉପରେ ଇନ୍ଦିରା ଗାନ୍ଧୀଙ୍କ ଲୁକ୍‌ ଦେବା ପାଇଁ ପ୍ରୋସ୍ଥେଟିକ୍ସର ବ୍ୟବହାର କରାଯାଇଛି। ଲାରାଙ୍କ ଲୁକ୍‌କୁ ନେଇ ଟ୍ବିଟର୍‌ରେ ଟ୍ରେଣ୍ଡ ହେବା ପରେ ମେକ୍‌ଅପ୍‌ ଆର୍ଟିଷ୍ଟଙ୍କୁ ଜାତୀୟ ପୁରସ୍କାର ଦେବା କଥା ବୋଲି ଲୋକେ ମନ୍ତବ୍ୟ ଦେଇଛନ୍ତି। ‘ବେଲ୍‌ ବଟମ୍‌’ ଫିଲ୍ମଟି ସତ୍ୟ ଘଟଣା ଉପରେ ଆଧାରିତ। ଫିଲ୍ମଟି ଏକ ବିମାନ ଅପହରଣ କାହାଣୀ ଉପରେ ଆଧାରିତ। ଫିଲ୍ମରେ ଅକ୍ଷୟ ଅଣ୍ଡରକଭର ‘ର’ ଏଜେଣ୍ଟ ଭୂମିକାରେ ନଜର ଆସିବେ।

ଆହୁରି ପଢ଼ନ୍ତୁ: ହ୍ରିତିକ ରୋଶନଙ୍କୁ ମିଳୁନାହିଁ ଭଲ ଭୂମିକା: 'ଲକ୍ ବାଇ ଚାନ୍ସ'ର 'ଜାଫର' ଭଳି ରୋଲ୍ ଖୋଜୁଛନ୍ତି ଅଭିନେତା, ପ୍ରତିକ୍ରିୟା ରଖିଲେ ସିଦ୍ଧାର୍ଥ ଆନନ୍ଦ

‘ବେଲ୍ ବଟମ୍’ ୧୯ ଅଗଷ୍ଟରେ ରିଲିଜ୍‌ ହେବ। ଏହା ଥ୍ରୀ-ଡି ଫର୍ମାଟ୍‌ରେ ରିଲିଜ୍‌ ହେବ। ଏହାର ପୋଷ୍ଟର ପୂର୍ବରୁ ରିଲିଜ୍‌ ହୋଇସାରିଛି। ଫିଲ୍ମରେ ଅକ୍ଷୟଙ୍କ ଲୁକ୍‌କୁ ମଧ୍ୟ ଦର୍ଶକେ ବେଶ୍ ପସନ୍ଦ କରିଛନ୍ତି।

ଆହୁରି ପଢ଼ନ୍ତୁ: ବିନା ସମ୍ମତିରେ ଯୌନୀକରଣକୁ ବରଦାସ୍ତ କରିବି ନାହିଁ: ନିର୍ମାତାଙ୍କ ଉପରେ ବର୍ଷିଲେ ଜାହ୍ନବୀ କପୁର

05 Aug 2021 By The Sakala

ଫିଲ୍ମ ‘ବେଲ୍‌ବଟମ୍‌’ରେ ଚର୍ଚ୍ଚାରେ ଲାରା ଦତ୍ତଙ୍କ ଇନ୍ଦିରା ଲୁକ୍‌

ନିକଟରେ ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବେଲ୍‌ବଟମ୍‌’ର ଟ୍ରେଲର ରିଲିଜ୍‌ ହୋଇଛି। ଫିଲ୍ମର ଲିଡ୍‌ ରୋଲ୍‌ରେ ଅକ୍ଷୟଙ୍କ ସହିତ ଲାରା ଦତ୍ତ, ବାଣୀ କପୁର, ହ୍ୟୁମା କ୍ୟୁରେଶୀଙ୍କ ପରି ପ୍ରତିଭାବନ୍‌ କଳାକାର ନଜର ଆସିବେ। ଟ୍ରେଲର୍‌ରେ କଳାକାରମାନଙ୍କ ଜବରଦସ୍ତ ଅଭିନୟ, ସଙ୍ଗୀତ ଓ ସଂଳାପ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଏଥିରେ ଦର୍ଶକଙ୍କୁ ସବୁଠୁ ଚକିତ କରିଛି ଲାରାଙ୍କ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଲୁକ୍‌। ଲାରାଙ୍କ ଏହି ଲୁକ୍‌ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍ ହେବାରେ ଲାଗିଛି। ଲାରାଙ୍କୁ ଏହି ଲୁକ୍‌ରେ ସହଜରେ ଚିହ୍ନିପାରିନାହାଁନ୍ତି ଦର୍ଶକ। ଲାରାଙ୍କୁ ପରଦା ଉପରେ ଇନ୍ଦିରା ଗାନ୍ଧୀଙ୍କ ଲୁକ୍‌ ଦେବା ପାଇଁ ପ୍ରୋସ୍ଥେଟିକ୍ସର ବ୍ୟବହାର କରାଯାଇଛି। ଲାରାଙ୍କ ଲୁକ୍‌କୁ ନେଇ ଟ୍ବିଟର୍‌ରେ ଟ୍ରେଣ୍ଡ ହେବା ପରେ ମେକ୍‌ଅପ୍‌ ଆର୍ଟିଷ୍ଟଙ୍କୁ ଜାତୀୟ ପୁରସ୍କାର ଦେବା କଥା ବୋଲି ଲୋକେ ମନ୍ତବ୍ୟ ଦେଇଛନ୍ତି। ‘ବେଲ୍‌ ବଟମ୍‌’ ଫିଲ୍ମଟି ସତ୍ୟ ଘଟଣା ଉପରେ ଆଧାରିତ। ଫିଲ୍ମଟି ଏକ ବିମାନ ଅପହରଣ କାହାଣୀ ଉପରେ ଆଧାରିତ। ଫିଲ୍ମରେ ଅକ୍ଷୟ ଅଣ୍ଡରକଭର ‘ର’ ଏଜେଣ୍ଟ ଭୂମିକାରେ ନଜର ଆସିବେ।

‘ବେଲ୍ ବଟମ୍’ ୧୯ ଅଗଷ୍ଟରେ ରିଲିଜ୍‌ ହେବ। ଏହା ଥ୍ରୀ-ଡି ଫର୍ମାଟ୍‌ରେ ରିଲିଜ୍‌ ହେବ। ଏହାର ପୋଷ୍ଟର ପୂର୍ବରୁ ରିଲିଜ୍‌ ହୋଇସାରିଛି। ଫିଲ୍ମରେ ଅକ୍ଷୟଙ୍କ ଲୁକ୍‌କୁ ମଧ୍ୟ ଦର୍ଶକେ ବେଶ୍ ପସନ୍ଦ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର