କ୍ୟାଟ୍ରିନା ଖୋଲିଲେ ଗୁପ୍ତ ବିବାହର ରାଜ୍‌

The Sakala Picture
Published On

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଓ ଭିକି କୌଶଲ ଗତ ବର୍ଷ ଡିସେମ୍ବରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। କ୍ୟାଟ୍‌ ଓ ଭିକି ଯେପର୍ଯ୍ୟନ୍ତ ସାତ ଫେରା ନେଇ ନଥିଲେ ସେତେପର୍ଯ୍ୟନ୍ତ ଗଣମାଧ୍ୟମକୁ ଏଥିରୁ ଦୂରେଇ ରଖିଥିଲେ। ନିକଟରେ ବଲିଉଡ୍‌ର ଆଗଧାଡ଼ିର ନିର୍ଦ୍ଦେଶକ କରନ୍‌ ଜୋହର୍‌ ତାଙ୍କ ବହୁ ଚର୍ଚ୍ଚିତ ଶୋ’ ‘କଫି ୱ଄ଥ୍ କରନ୍’ରେ ଏହାକୁ ନେଇ ମଜାଳିଆ ଅନ୍ଦାଜରେ ଭିକିଙ୍କୁ ଚିଡ଼ାଇଥିଲେ। । ଏବେ ନିଜେ କ୍ୟାଟ୍‌ ଏଉପରୁ ପରଦା ଉଠାଇଛନ୍ତି। ନିକଟରେ ଫିଲ୍ମଫେୟାର୍‌ […]

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଓ ଭିକି କୌଶଲ ଗତ ବର୍ଷ ଡିସେମ୍ବରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। କ୍ୟାଟ୍‌ ଓ ଭିକି ଯେପର୍ଯ୍ୟନ୍ତ ସାତ ଫେରା ନେଇ ନଥିଲେ ସେତେପର୍ଯ୍ୟନ୍ତ ଗଣମାଧ୍ୟମକୁ ଏଥିରୁ ଦୂରେଇ ରଖିଥିଲେ। ନିକଟରେ ବଲିଉଡ୍‌ର ଆଗଧାଡ଼ିର ନିର୍ଦ୍ଦେଶକ କରନ୍‌ ଜୋହର୍‌ ତାଙ୍କ ବହୁ ଚର୍ଚ୍ଚିତ ଶୋ’ ‘କଫି ୱ଄ଥ୍ କରନ୍’ରେ ଏହାକୁ ନେଇ ମଜାଳିଆ ଅନ୍ଦାଜରେ ଭିକିଙ୍କୁ ଚିଡ଼ାଇଥିଲେ। । ଏବେ ନିଜେ କ୍ୟାଟ୍‌ ଏଉପରୁ ପରଦା ଉଠାଇଛନ୍ତି। ନିକଟରେ ଫିଲ୍ମଫେୟାର୍‌ ଆୱାର୍ଡସ୍‌ର ରେଡ୍‌ କାର୍ପେଟ୍‌ରେ ଭିକି ଓ କ୍ୟାଟ୍ରିନା ଏକାଠି ନଜର ଆସିଥିଲେ। ଏଥିରେ କ୍ୟାଟ୍ରିନା ଯୋଗ ଦେଇ କହିଥିଲେ ଯେ- ‘ମହାମାରୀ କରୋନା ଯୋଗୁଁ ଆମେ ବିବାହକୁ ବ୍ୟକ୍ତିଗତ ସ୍ତରରେ ସୀମିତ ରଖିବାକୁ ବାଧ୍ୟ ହୋଇଥିଲୁ। ମୋ’ ପରିବାର ସଦସ୍ୟମାନେ ବି ସେହି ସମୟରେ କରୋନାରେ ଆକ୍ରାନ୍ତ ଥିଲେ।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

ମୋ’ ହିସାବରେ ଚଳିତବର୍ଷର ସ୍ଥିତି ଗତବର୍ଷ ଅପେକ୍ଷା ଭଲ ଅଛି। ଆମର ବିବାହ ବେଶ୍‌ ସାନଦାର୍‌ ଥିଲା। ଆମେ ଦୁଇଜଣ ଏବେ ବହୁତ ଖୁସିରେ ଅଛୁ।’ କ୍ୟାଟ୍ରିନାଙ୍କ କାମ କଥା କହିବାକୁ ଗଲେ ସେ ବହୁତ ଜଲ୍‌ଦି ସିଦ୍ଧାନ୍ତ ଚତୁର୍ବେଦୀ ଓ ଈଶାନ୍‌ ଖଟ୍ଟରଙ୍କ ସହ ହରର୍‌ କମେଡି ଫିଲ୍ମ ‘ଫୋନ୍‌ ଭୂତ୍‌’ରେ ନଜର ଆସିବେ। ଏହି ଫିଲ୍ମ ୪ ନଭେମ୍ବର, ୨୦୨୨ରେ ରିଲିଜ୍‌ ହେବ। ଏହାସହ ସେ ‘ଟାଇଗର୍-୩’ରେ ସଲମାନ୍‌ ଖାନ୍‌ଙ୍କ ବିପକ୍ଷରେ ଅଭିନୟ କରୁଛନ୍ତି। ଏହାବ୍ୟତୀତ ସେ ‘ମେରି କ୍ରିସ୍‌ମାସ୍‌’ ଏବଂ ‘ଜି ଲେ ଜରା’ରେ ବି ଦେଖାଯିବେ। ବହୁତ ଜଲ୍‌ଦି କ୍ୟାଟ୍‌ ଓ ଭିକି ଏକାଠି ପରଦାରେ ନଜର ଆସିବେ। ଫିଲ୍ମରେ ନୁହେଁ; ଏକ ବିଜ୍ଞାପନରେ ବଲିଉଡ୍‌ର ଏହି ଦମ୍ପତିଙ୍କୁ ଏକାଠି ଦେଖିବାକୁ ମିଳିବ।

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp