ତୁର୍କୀରେ ନାଚ ଶିଖୁଛନ୍ତି କ୍ୟାଟ୍ରିନା

The Sakala Picture
Published On

ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବେ ‘ଟାଇଗର୍‌-୩’ର ମୁଖ୍ୟ ଗୀତ ପାଇଁ ତୁର୍କୀରେ ନାଚ ଶିଖୁଛନ୍ତି। କ୍ୟାଟ୍‌ ତାଙ୍କ ଏହି ନୃତ୍ୟଭିତ୍ତିକ ଭିଡିଓଟିକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଏହି ଭିଡିଓରେ କ୍ୟାଟ୍ରିନା ‘ଟାଇଗର୍-୩’ର ଏକ ଗୀତ ପାଇଁ ନାଚ ଅଭ୍ୟାସ କରୁଥିବାର ଦେଖାଯାଉଛି। କ୍ୟାଟ୍ରିନା ଏହି ଭିଡିଓଟିକୁ ସେୟାର କରି ଲେଖୀଛନ୍ତି ଯେ, ଆମେ ତୁର୍କୀରେ ନାଚ ଅଭ୍ୟାସ ପାଇଁ ସ୍ଥାନ ଖୋଜି ନେଇଛୁ। କ୍ୟାଟ୍‌ଙ୍କ ଏହି ଇନ୍‌ଷ୍ଟାଗ୍ରାମ ପୋଷ୍ଟରୁ ଜଣାପଡୁଛି ଯେ, ସେ ତୁର୍କୀରେ ‘ଟାଇଗର୍‌-୩’ର […]

ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବେ ‘ଟାଇଗର୍‌-୩’ର ମୁଖ୍ୟ ଗୀତ ପାଇଁ ତୁର୍କୀରେ ନାଚ ଶିଖୁଛନ୍ତି। କ୍ୟାଟ୍‌ ତାଙ୍କ ଏହି ନୃତ୍ୟଭିତ୍ତିକ ଭିଡିଓଟିକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଏହି ଭିଡିଓରେ କ୍ୟାଟ୍ରିନା ‘ଟାଇଗର୍-୩’ର ଏକ ଗୀତ ପାଇଁ ନାଚ ଅଭ୍ୟାସ କରୁଥିବାର ଦେଖାଯାଉଛି। କ୍ୟାଟ୍ରିନା ଏହି ଭିଡିଓଟିକୁ ସେୟାର କରି ଲେଖୀଛନ୍ତି ଯେ, ଆମେ ତୁର୍କୀରେ ନାଚ ଅଭ୍ୟାସ ପାଇଁ ସ୍ଥାନ ଖୋଜି ନେଇଛୁ। କ୍ୟାଟ୍‌ଙ୍କ ଏହି ଇନ୍‌ଷ୍ଟାଗ୍ରାମ ପୋଷ୍ଟରୁ ଜଣାପଡୁଛି ଯେ, ସେ ତୁର୍କୀରେ ‘ଟାଇଗର୍‌-୩’ର ସୁଟିଂ କରୁଛନ୍ତି। ଫିଲ୍ମର ପୂରା ଟିମ୍‌ ରୁଷ୍‌ରେ ସୁଟିଂ ଶେଷ କରିବା ପରେ ତୁର୍କୀରେ ପହଞ୍ଚି ଯାଇଛି। ତୁର୍କୀରେ ସେମାନେ ଲଗାତାର ଦୁଇ ସପ୍ତାହ ଧରି ସୁଟିଂ କରିବେ।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ଏଠାରେ ସଲମାନ୍‌ ଓ କ୍ୟାଟ୍ରିନା ଏକ ଡ୍ୟାନ୍ସ ନମ୍ବରର ସୁଟିଂ କରିବେ। ଏହି ଗୀତ ‘ଟାଇଗର୍‌ ଜିନ୍ଦା ହୈ’ର ‘ସ୍ବାଗ୍‌ ସେ କରେଙ୍ଗେ ସବ୍‌କା ସ୍ବାଗତ’ ଠାରୁ ବଡ଼ ବଜେଟ୍‌ର ଗୀତ ହେବ। ଏହି ଗୀତଟିକୁ ଫିଲ୍ମର ଶେଷ ଭାଗରେ ଦେଖାଯିବ। ଫିଲ୍ମ ପ୍ରମୋସନ ସମୟରେ ଏହି ଗୀତର ବେଶ୍‌ ଗୁରୁତ୍ବ ରହିବ। ଏହି ଗୀତର ସୁଟିଂ ତୁର୍କୀର କପାଡୋସିଆରେ କରାଯିବ। ଏହି ସ୍ଥାନ ହଟ୍‌ ଏୟାର୍‌ ବେଲୁନ୍‌ ଉଡ଼ାଣ ପାଇଁ ବେଶ୍ ଚର୍ଚ୍ଚିତ। ଏଠାରେ ପ୍ରକାଶ ଥାଉ କି, ବଲିଉଡ୍ ଅଭିନେତା ସଲମାନ୍‌ ଖାନ୍‌ ଓ କ୍ୟାଟ୍ରିନା କୈଫ୍ ‘ଟାଇଗର୍-୩’ର ସୁଟିଂ ପାଇଁ ଗତମାସରୁ ରୁଷ୍‌ ଯାଇଛନ୍ତି। ସୁଟିଂ ସମୟର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ରୁଷ୍‌ରେ ଉଭୟ କ୍ୟାଟ୍ରିନା ଓ ସଲମାନ୍‌ ତାଙ୍କ ପ୍ରଶଂସକଙ୍କ ସହ ସେଲ୍‌ଫି ନେଇଥିବାର ଦେଖାଯାଇଥିଲା।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp