ଫିଲ୍ମ ଦୁନିଆ ଛାଡ଼ିବେ କାଜଲ!

The Sakala Picture
Published On

ଦକ୍ଷିଣ ଭାରତୀୟ ତଥା ହିନ୍ଦୀ ସିନେମାର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି କାଜଲ ଅଗ୍ରୱାଲ। ୨୦୦୪ରେ ସେ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଗତବର୍ଷ ଅଗଷ୍ଟରେ ତାଙ୍କର ପୁଅ ଜନ୍ମ ହେବା ପରେ ପୁଣି ଥରେ ସେ ବଡ଼ ପରଦାକୁ ଫେରିବେ ବୋଲି ଘୋଷଣା କରିଥିଲେ। ତେବେ ଏବେ ସେ ସବୁଦିନ ପାଇଁ ସିନେପରଦାରୁ ବିଦାୟ ନେବେ ବୋଲି ଚର୍ଚ୍ଚା ହେଉଛି। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନେ ନିରାଶ ହେବା ସହ ସେମାନେ […]

ଦକ୍ଷିଣ ଭାରତୀୟ ତଥା ହିନ୍ଦୀ ସିନେମାର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି କାଜଲ ଅଗ୍ରୱାଲ। ୨୦୦୪ରେ ସେ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଗତବର୍ଷ ଅଗଷ୍ଟରେ ତାଙ୍କର ପୁଅ ଜନ୍ମ ହେବା ପରେ ପୁଣି ଥରେ ସେ ବଡ଼ ପରଦାକୁ ଫେରିବେ ବୋଲି ଘୋଷଣା କରିଥିଲେ। ତେବେ ଏବେ ସେ ସବୁଦିନ ପାଇଁ ସିନେପରଦାରୁ ବିଦାୟ ନେବେ ବୋଲି ଚର୍ଚ୍ଚା ହେଉଛି। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନେ ନିରାଶ ହେବା ସହ ସେମାନେ କାଜଲଙ୍କ ମନ୍ତବ୍ୟକୁ ଅପେକ୍ଷା କରିଛନ୍ତି। ଅବଶ୍ୟ ଏନେଇ କାଜଲ ଏଯାଏଁ ମୁହଁ ଖୋଲି କିଛି କହି ନାହାନ୍ତି। ତେବେ ଏବେ କାଜଲ ‘ଭଗବନ୍ତ କେଶରୀ’ ଏବଂ ‘ଇଣ୍ଡିଆନ୍ ୨’ ସିନେମା ପାଇଁ ବ୍ୟସ୍ତ ଅଛନ୍ତି।

ଆହୁରି ପଢ଼ନ୍ତୁ: ମୁମ୍ବାଇରେ ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ ଅଭିନେତା

ଏହି ସିନେମା ଦ୍ବୟର ସୁଟିଂ ପରେ ସେ ବଡ଼ ପରଦାଠୁ ଦୂରେଇବା ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। କିଛିଦିନ ତଳେ କାଜଲ ସାମାଜିକ ଗଣମାଧ୍ୟମରେ ନିଜର ଏକ ଫଟୋ ସେୟାର୍ କରି ଲେଖୀଥିଲେ, ‘ସେ ତାଙ୍କର ସମସ୍ତ ପ୍ରୋଜେକ୍ଟ ପୂରା କରିସାରିଛନ୍ତି। ଏବେ ବିଶ୍ରାମ ଆବଶ୍ୟକ’। କାଜଲଙ୍କ ଏହି କଥା ଇଣ୍ଡଷ୍ଟ୍ରୀ ଛାଡିବା ପ୍ରତି ଇଙ୍ଗିତ କରୁଥିବା ଅନୁମାନ କରାଯାଉଛି। ସେହିପରି ସେ ତାଙ୍କ ପୁଅ ନୀଲକୁ ସମୟ ଦେବା ପାଇଁ ଏହି ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି କୁହାଯାଉଛି। ତେବେ ଏବେ କାଜଲ ନିଜ କାମ ଓ ପୁଅକୁ ସମୟ ଦେବାରେ ସନ୍ତୁଳନ ରକ୍ଷା କରିପାରୁ ନାହାନ୍ତି। ସେଥିପାଇଁ ସେ ତାଙ୍କ ଅଭିନୟ କ୍ୟାରିୟରରେ ବ୍ରେକ୍ ଦେବେ। ଅନ୍ୟପଟେ ଏହି ନିଷ୍ପତ୍ତି ସାମୟିକ ନା ସବୁଦିନ ପାଇଁ ସେ ସିନେ ଜଗତରୁ ଦୂରେଇ ଯିବେ, ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ।

ଆହୁରି ପଢ଼ନ୍ତୁ: ଆମୀର ଖାନ ଏବଂ ରଣବୀର କପୁରଙ୍କ ଉପରେ ମଧ୍ୟ ନଜର ରଖିଥିଲେ ସୁଟର, ଟାଇଗର ଶ୍ରଫ୍ ମାମଲାରେ ଆହୁରି ୩ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp