ଆଦିତ୍ୟ ଧରଙ୍କ 'ଧୁରନ୍ଧର'କୁ ସମର୍ଥନ କଲେ ଜାଭେଦ୍ ଅଖତର, କହିଲେ- 'ପ୍ରୋପାଗଣ୍ଡା ଫିଲ୍ମରେ ଅସୁବିଧା କ'ଣ?'

Suryakanta Picture
Published On

କିଛି ସମୟ ଧରି ବଲିଉଡରେ 'ପ୍ରୋପାଗଣ୍ଡା' (Propaganda) ଫିଲ୍ମକୁ ନେଇ ଚର୍ଚ୍ଚା ଲାଗିରହିଛି। ନିକଟରେ ରିଲିଜ୍ ହୋଇଥିବା ନିର୍ଦ୍ଦେଶକ ଆଦିତ୍ୟ ଧର (Aditya Dhar)ଙ୍କ ଫିଲ୍ମ 'ଧୁରନ୍ଧର' (Dhurandhar) ଏବଂ ଏହାର ସିକ୍ୱେଲକୁ ମଧ୍ୟ ଏକ ଗୋଷ୍ଠୀ ପ୍ରୋପାଗଣ୍ଡା ଫିଲ୍ମ ବୋଲି ଆଖ୍ୟା ଦେଇଛନ୍ତି। ତେବେ ବର୍ତ୍ତମାନ ଏହି ବିବାଦରେ ମୁହଁ ଖୋଲିଛନ୍ତି ବଲିଉଡର ବର୍ଷୀୟାନ ଗୀତିକାର ତଥା ଚିତ୍ରନାଟ୍ୟ ଲେଖକ ଜାଭେଦ୍ ଅଖତର (Javed Akhtar)। ସେ ଏହି ଫିଲ୍ମକୁ ସମର୍ଥନ କରିବା ସହ ପ୍ରୋପାଗଣ୍ଡା ଫିଲ୍ମରେ କୌଣସି ଅସୁବିଧା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

'ପ୍ରୋପାଗଣ୍ଡା ଫିଲ୍ମରେ ଅସୁବିଧା କ'ଣ?'

କୋଲକାତାରେ ଆୟୋଜିତ ଏକ ପୁରସ୍କାର ବିତରଣୀ ଉତ୍ସବରେ ଯୋଗଦେବା ଅବସରରେ ଗଣମାଧ୍ୟମ ପ୍ରତିନିଧିମାନେ ଜାଭେଦ୍ ଅଖତରଙ୍କୁ 'ଧୁରନ୍ଧର' ଭଳି ପ୍ରୋପାଗଣ୍ଡା ଫିଲ୍ମ ବିଷୟରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେଇ ସେ କହିଥିଲେ, 'ମୁଁ ଜାଣିନାହିଁ ପ୍ରୋପାଗଣ୍ଡା ଫିଲ୍ମ କହିଲେ ଆପଣମାନେ କ'ଣ ବୁଝନ୍ତି। ମୋତେ ଧୁରନ୍ଧର ବହୁତ ଭଲ ଲାଗିଲା, ଏହା ଏକ ଚମତ୍କାର ଫିଲ୍ମ। ଦ୍ୱିତୀୟ ଭାଗ ଅପେକ୍ଷା ମୁଁ ପ୍ରଥମ ଭାଗକୁ ଅଧିକ ପସନ୍ଦ କରିଥିଲି।' ସେ ଆହୁରି ମଧ୍ୟ କହିଥିଲେ ଯେ ପ୍ରତ୍ୟେକ କାହାଣୀରେ ଏକ ଆଦର୍ଶ ବା ବିଚାରଧାରା ରହିଥାଏ। ଯଦି କୌଣସି କାହାଣୀ ଦର୍ଶକଙ୍କ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କୁ ପସନ୍ଦ ଆସେ ନାହିଁ, ତେବେ ତାହାକୁ ପ୍ରୋପାଗଣ୍ଡା କୁହାଯାଇପାରିବ କି? ସମସ୍ତଙ୍କର ନିଜର ବିଚାରଧାରା ପ୍ରଚାର କରିବାର ଅଧିକାର ରହିଛି ବୋଲି ସେ ଯୁକ୍ତି ବାଢ଼ିଥିଲେ।

ବକ୍ସ ଅଫିସରେ 'ଧୁରନ୍ଧର'ର ସଫଳତା

ରଣବୀର ସିଂହ (Ranveer Singh)ଙ୍କ ଅଭିନୀତ ଏହି ସ୍ପାଇ ଥ୍ରିଲର୍ ଫିଲ୍ମ ବକ୍ସ ଅଫିସରେ ବିପୁଳ ସଫଳତା ହାସଲ କରିଛି। ଆଦିତ୍ୟ ଧରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ଉଭୟ ଭାଗ ବିଶ୍ୱସ୍ତରରେ ୧୦୦୦ କୋଟି ଟଙ୍କାରୁ ଅଧିକ ଆୟ କରି ଇତିହାସ ସୃଷ୍ଟି କରିଛି। ଏହି ଫିଲ୍ମରେ ରଣବୀରଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ଅକ୍ଷୟ ଖାନ୍ନା, ଅର୍ଜୁନ ରାମପାଲ ଏବଂ ଆର ମାଧବନଙ୍କ ଭଳି ତାରକା ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି। ଏତେ ବଡ଼ ସଫଳତା ସତ୍ତ୍ୱେ କିଛି ଲୋକ ଏହାକୁ ପ୍ରୋପାଗଣ୍ଡା ବୋଲି ସମାଲୋଚନା କରୁଥିବା ବେଳେ ବର୍ତ୍ତମାନ ଜାଭେଦ୍ ଅଖତରଙ୍କ ବୟାନ ଏହି ଆଲୋଚନାକୁ ଏକ ନୂଆ ଦିଗ ଦେଇଛି |

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp