‘ଯବାନ’ ବନାମ ‘ଡାର୍କମ୍ୟାନ୍‌’ : ୟୁଜର୍ସ କହିଲେ ରିମେକ୍‌ ନା ସିକ୍ବେଲ୍‌

The Sakala Picture
Published On

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ଜୁନ୍‌ ୨ ତାରିଖରେ ତାଙ୍କର ପ୍ରଶଂସକମାନଙ୍କୁ ଉପହାରରେ ‘ଯବାନ’ ଫିଲ୍ମର ଟିଜର୍‌ ସେୟାର୍ କରିଛନ୍ତି। ଏଥିରେ ଶାହାରୁଖ୍‌ଙ୍କ ଲୁକ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆହତ ଅବସ୍ଥାରେ ମୁହଁରେ ବ୍ୟାଣ୍ଡେଜ୍‌ ବନ୍ଧା ଯାଇଥିବା ଶାହାରୁଖ୍‌ଙ୍କୁ ଦେଖି ଲୋକଙ୍କର ଫିଲ୍ମ ପ୍ରତି ଉତ୍ସୁକତା ବଢ଼ିଯାଇଛି। ଶାହାରୁଖ୍‌ଙ୍କ ଏହି ଲୁକ୍‌ ତାଙ୍କର ପ୍ରଶଂସକମାନଙ୍କୁ ପସନ୍ଦ ଆସିଛି। ଏହାର ଟିଜର୍‌ ଦେଖି ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌ ମଧ୍ୟ ସୋସିଆଲ ମିଡିଆରେ ଦୁଇ ଲାଇନ୍‌ ଲେଖିଛନ୍ତି। […]

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ଜୁନ୍‌ ୨ ତାରିଖରେ ତାଙ୍କର ପ୍ରଶଂସକମାନଙ୍କୁ ଉପହାରରେ ‘ଯବାନ’ ଫିଲ୍ମର ଟିଜର୍‌ ସେୟାର୍ କରିଛନ୍ତି। ଏଥିରେ ଶାହାରୁଖ୍‌ଙ୍କ ଲୁକ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆହତ ଅବସ୍ଥାରେ ମୁହଁରେ ବ୍ୟାଣ୍ଡେଜ୍‌ ବନ୍ଧା ଯାଇଥିବା ଶାହାରୁଖ୍‌ଙ୍କୁ ଦେଖି ଲୋକଙ୍କର ଫିଲ୍ମ ପ୍ରତି ଉତ୍ସୁକତା ବଢ଼ିଯାଇଛି। ଶାହାରୁଖ୍‌ଙ୍କ ଏହି ଲୁକ୍‌ ତାଙ୍କର ପ୍ରଶଂସକମାନଙ୍କୁ ପସନ୍ଦ ଆସିଛି। ଏହାର ଟିଜର୍‌ ଦେଖି ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌ ମଧ୍ୟ ସୋସିଆଲ ମିଡିଆରେ ଦୁଇ ଲାଇନ୍‌ ଲେଖିଛନ୍ତି। କିନ୍ତୁ ସୋସିଆଲ ମିଡିଆରେ କିଛି ୟୁଜର୍ସ ଶାହାରୁଖ୍‌ଙ୍କ ଏହି ଲୁକ୍‌କୁ ହଲିଉଡ୍‌ ଫିଲ୍ମ ‘ଡାର୍କମ୍ୟାନ୍’ ସହ ତୁଳନା କରିବା ଆରମ୍ଭ କରି ଦେଇଛନ୍ତି। ୧୯୯୦ର ଏହି ଫିଲ୍ମ ‘ସୁପର୍‌ମ୍ୟାନ୍’ ଉପରେ ଆଧାରିତ ଥିଲା। ଆଉ କିଛି ୟୁଜର୍ସ ଏହା ‘ଡାର୍କମ୍ୟାନ୍’ର ସିକ୍ବେଲ ନା ରିମେକ୍‌ ବୋଲି ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଦିତ୍ୟ ଧରଙ୍କ 'ଧୁରନ୍ଧର'କୁ ସମର୍ଥନ କଲେ ଜାଭେଦ୍ ଅଖତର, କହିଲେ- 'ପ୍ରୋପାଗଣ୍ଡା ଫିଲ୍ମରେ ଅସୁବିଧା କ'ଣ?'

ଅବଶ୍ୟ ‘ଯବାନ’ର କାହାଣୀ ସମ୍ପର୍କରେ ଏଯାବତ୍‌ କିଛି ଜଣା ପଡିନାହିଁ। ଶାହାରୁଖ୍‌ ‘ଯବାନ’ର ଟିଜର୍‌ ଜାରି କରି ସୋସିଆଲ ମିଡିଆରେ କହିଛନ୍ତି- ‘ଏହା ଏକ ଆକ୍ସନ ପ୍ୟାକ୍‌ ଫିଲ୍ମ। ଯାହାକୁ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼, ମାଲାୟାଲାମ୍‌ରେ ରିଲିଜ୍‌ କରାଯିବ।’ ‘ଯବାନ’ର ନିର୍ଦ୍ଦେଶନା ଦେଇଛନ୍ତି ଏଟ୍‌ଲି। ଏହାର ପ୍ରଯୋଜନା ଦାୟିତ୍ବରେ ଶାହାରୁଖ୍‌ଙ୍କ ରେଡ୍‌ ଚିଲି ଏଣ୍ଟରଟେନ୍‌ମେଣ୍ଟ ରହିଛି। ଏହା ଏକ ରୋମାଣ୍ଟିକ-ଡ୍ରାମା ଫିଲ୍ମ, ଯେଉଁଥିରେ ଶାହାରୁଖ୍‌ ଏବଂ ନୟନତାରା ଲିଡ୍‌ ରୋଲ୍‌ରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ନାମ ପୂର୍ବରୁ ‘ଲାୟନ୍‌’ ଥିଲା। ଫିଲ୍ମରେ ଶାହାରୁଖ୍‌ ଡବଲ ରୋଲରେ ନଜର ଆସିବେ। ଏଥିରେ ଅଭିନେତ୍ରୀ ନୟନତାରା ଜଣେ ପୋଲିସ୍‌ ଅଫିସର ଭୂମିକାରେ ଅଭିନୟ କରିବେ ।

ଆହୁରି ପଢ଼ନ୍ତୁ: ଅନାବଶ୍ୟକ 'ଚୁମ୍ବନ ଦୃଶ୍ୟ'କୁ ମନା କରିବାରୁ ମିଳିଲାନି କାମ, ପ୍ରଯୋଜକ ଦେଲେନି ଟଙ୍କା: ବଲିଉଡର କଳା ସତ ଖୋଲିଲେ ଅଭିନେତ୍ରୀ ନୌହିଦ ସିରୁସି

06 Jun 2022 By The Sakala

‘ଯବାନ’ ବନାମ ‘ଡାର୍କମ୍ୟାନ୍‌’ : ୟୁଜର୍ସ କହିଲେ ରିମେକ୍‌ ନା ସିକ୍ବେଲ୍‌

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ଜୁନ୍‌ ୨ ତାରିଖରେ ତାଙ୍କର ପ୍ରଶଂସକମାନଙ୍କୁ ଉପହାରରେ ‘ଯବାନ’ ଫିଲ୍ମର ଟିଜର୍‌ ସେୟାର୍ କରିଛନ୍ତି। ଏଥିରେ ଶାହାରୁଖ୍‌ଙ୍କ ଲୁକ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆହତ ଅବସ୍ଥାରେ ମୁହଁରେ ବ୍ୟାଣ୍ଡେଜ୍‌ ବନ୍ଧା ଯାଇଥିବା ଶାହାରୁଖ୍‌ଙ୍କୁ ଦେଖି ଲୋକଙ୍କର ଫିଲ୍ମ ପ୍ରତି ଉତ୍ସୁକତା ବଢ଼ିଯାଇଛି। ଶାହାରୁଖ୍‌ଙ୍କ ଏହି ଲୁକ୍‌ ତାଙ୍କର ପ୍ରଶଂସକମାନଙ୍କୁ ପସନ୍ଦ ଆସିଛି। ଏହାର ଟିଜର୍‌ ଦେଖି ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌ ମଧ୍ୟ ସୋସିଆଲ ମିଡିଆରେ ଦୁଇ ଲାଇନ୍‌ ଲେଖିଛନ୍ତି। କିନ୍ତୁ ସୋସିଆଲ ମିଡିଆରେ କିଛି ୟୁଜର୍ସ ଶାହାରୁଖ୍‌ଙ୍କ ଏହି ଲୁକ୍‌କୁ ହଲିଉଡ୍‌ ଫିଲ୍ମ ‘ଡାର୍କମ୍ୟାନ୍’ ସହ ତୁଳନା କରିବା ଆରମ୍ଭ କରି ଦେଇଛନ୍ତି। ୧୯୯୦ର ଏହି ଫିଲ୍ମ ‘ସୁପର୍‌ମ୍ୟାନ୍’ ଉପରେ ଆଧାରିତ ଥିଲା। ଆଉ କିଛି ୟୁଜର୍ସ ଏହା ‘ଡାର୍କମ୍ୟାନ୍’ର ସିକ୍ବେଲ ନା ରିମେକ୍‌ ବୋଲି ପ୍ରଶ୍ନ କରିଛନ୍ତି।

ଅବଶ୍ୟ ‘ଯବାନ’ର କାହାଣୀ ସମ୍ପର୍କରେ ଏଯାବତ୍‌ କିଛି ଜଣା ପଡିନାହିଁ। ଶାହାରୁଖ୍‌ ‘ଯବାନ’ର ଟିଜର୍‌ ଜାରି କରି ସୋସିଆଲ ମିଡିଆରେ କହିଛନ୍ତି- ‘ଏହା ଏକ ଆକ୍ସନ ପ୍ୟାକ୍‌ ଫିଲ୍ମ। ଯାହାକୁ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼, ମାଲାୟାଲାମ୍‌ରେ ରିଲିଜ୍‌ କରାଯିବ।’ ‘ଯବାନ’ର ନିର୍ଦ୍ଦେଶନା ଦେଇଛନ୍ତି ଏଟ୍‌ଲି। ଏହାର ପ୍ରଯୋଜନା ଦାୟିତ୍ବରେ ଶାହାରୁଖ୍‌ଙ୍କ ରେଡ୍‌ ଚିଲି ଏଣ୍ଟରଟେନ୍‌ମେଣ୍ଟ ରହିଛି। ଏହା ଏକ ରୋମାଣ୍ଟିକ-ଡ୍ରାମା ଫିଲ୍ମ, ଯେଉଁଥିରେ ଶାହାରୁଖ୍‌ ଏବଂ ନୟନତାରା ଲିଡ୍‌ ରୋଲ୍‌ରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ନାମ ପୂର୍ବରୁ ‘ଲାୟନ୍‌’ ଥିଲା। ଫିଲ୍ମରେ ଶାହାରୁଖ୍‌ ଡବଲ ରୋଲରେ ନଜର ଆସିବେ। ଏଥିରେ ଅଭିନେତ୍ରୀ ନୟନତାରା ଜଣେ ପୋଲିସ୍‌ ଅଫିସର ଭୂମିକାରେ ଅଭିନୟ କରିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର