ନୋରାଙ୍କୁ ନକଲ କଲେ ଜାହ୍ନବୀ

The Sakala Picture
Published On

ଜାହ୍ନବୀ କପୁର ଖୁବ୍‌ କମ୍‌ ସମୟ ମଧ୍ୟରେ ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଜାହ୍ନବୀ ସବୁ ସମୟରେ ସାମାଜିକ ଗଣମାଧ୍ୟମରେ ନିଜ ପ୍ରଶଂସକଙ୍କ ସହିତ ଯୋଡି ହୋଇ ରହିଥାନ୍ତି। ଅନେକ ସମୟରେ ସେ ନିଜର ଫଟୋ ଓ ଭିଡ଼ିଓ ସେୟାର କରି ପ୍ରଶଂସକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନିକଟରେ ଜାହ୍ନବୀ ଏକ ବଡିକନ୍‌ ପୋଷାକ ପିନ୍ଧି ସାମାଜିକ ଗଣମାଧ୍ୟମରେ ବେଶ୍‌ ହଇଚଇ ସୃଷ୍ଟି କରିଛନ୍ତି। ଏହି ଫଟୋରେ ଜାହ୍ନବୀ ଏକ ଧୂସର ରଙ୍ଗର […]

ଜାହ୍ନବୀ କପୁର ଖୁବ୍‌ କମ୍‌ ସମୟ ମଧ୍ୟରେ ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଜାହ୍ନବୀ ସବୁ ସମୟରେ ସାମାଜିକ ଗଣମାଧ୍ୟମରେ ନିଜ ପ୍ରଶଂସକଙ୍କ ସହିତ ଯୋଡି ହୋଇ ରହିଥାନ୍ତି। ଅନେକ ସମୟରେ ସେ ନିଜର ଫଟୋ ଓ ଭିଡ଼ିଓ ସେୟାର କରି ପ୍ରଶଂସକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନିକଟରେ ଜାହ୍ନବୀ ଏକ ବଡିକନ୍‌ ପୋଷାକ ପିନ୍ଧି ସାମାଜିକ ଗଣମାଧ୍ୟମରେ ବେଶ୍‌ ହଇଚଇ ସୃଷ୍ଟି କରିଛନ୍ତି। ଏହି ଫଟୋରେ ଜାହ୍ନବୀ ଏକ ଧୂସର ରଙ୍ଗର ଚିପା ପୋଷାକ ପିନ୍ଧି ଅଭିନେତ୍ରୀ ନୋରା ଫତେହିଙ୍କୁ ଟକ୍କର ଦେବା ଭଳି ଜଣାପଡୁଛନ୍ତି। ଜାହ୍ନବୀ ନୋରାଙ୍କ ପୋଷାକ ପିନ୍ଧା ଶୈଳୀକୁ ନକଲ କରିଥିବା କଥା ଏବେ ଚର୍ଚ୍ଚା ହେଉଛି। କାରଣ ଅଧିକାଂଶ ସମୟରେ ନୋରା ହିଁ ଏପରି ବଡ଼ିକନ୍‌ ପୋଷାକରେ ନଜର ଆସିଥାନ୍ତି। ଏହି ଫଟୋଟିରେ ଜାହ୍ନବୀ କେଶ ମୁକୁଳା କରିଥିବା ବେଳେ ହାଲୁକା ମେକ୍‌ଅପ୍‌ ତାଙ୍କୁ ଏକ ଭିନ୍ନ ଲୁକ୍‌ ଦେଇଛି। ବହୁତ କମ୍‌ ସମୟ ମଧ୍ୟରେ ଜାହ୍ନବୀଙ୍କର ଏହି ଫଟୋଟିକୁ ୧୦ଲକ୍ଷରୁ ଅଧିକ ଲାଇକ୍‌ ମିଳିପାରିଛି। ଶେଷଥର ପାଇଁ ଜାହ୍ନବୀ ‘ରୁହି’ ଫିଲ୍ମରେ ଦେଖାଯାଇଥିଲେ। ଆଗାମୀ ଦିନରେ ସେ ‘ଦୋସ୍ତାନା ୨’ ଏବଂ ‘ଗୁଡ ଲକ୍‌ ଜେରି’ରେ ନଜର ଆସିବେ।

ଆହୁରି ପଢ଼ନ୍ତୁ: ନକାରାତ୍ମକ ରିଭ୍ୟୁ ସତ୍ତ୍ୱେ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଲା ମାଇକେଲ ଜ୍ୟାକସନଙ୍କ ବାୟୋପିକ୍, ଦର୍ଶକଙ୍କ ମିଳିଲା ବିପୁଳ ସମର୍ଥନ

14 Jul 2021 By The Sakala

ନୋରାଙ୍କୁ ନକଲ କଲେ ଜାହ୍ନବୀ

ଜାହ୍ନବୀ କପୁର ଖୁବ୍‌ କମ୍‌ ସମୟ ମଧ୍ୟରେ ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଜାହ୍ନବୀ ସବୁ ସମୟରେ ସାମାଜିକ ଗଣମାଧ୍ୟମରେ ନିଜ ପ୍ରଶଂସକଙ୍କ ସହିତ ଯୋଡି ହୋଇ ରହିଥାନ୍ତି। ଅନେକ ସମୟରେ ସେ ନିଜର ଫଟୋ ଓ ଭିଡ଼ିଓ ସେୟାର କରି ପ୍ରଶଂସକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନିକଟରେ ଜାହ୍ନବୀ ଏକ ବଡିକନ୍‌ ପୋଷାକ ପିନ୍ଧି ସାମାଜିକ ଗଣମାଧ୍ୟମରେ ବେଶ୍‌ ହଇଚଇ ସୃଷ୍ଟି କରିଛନ୍ତି। ଏହି ଫଟୋରେ ଜାହ୍ନବୀ ଏକ ଧୂସର ରଙ୍ଗର ଚିପା ପୋଷାକ ପିନ୍ଧି ଅଭିନେତ୍ରୀ ନୋରା ଫତେହିଙ୍କୁ ଟକ୍କର ଦେବା ଭଳି ଜଣାପଡୁଛନ୍ତି। ଜାହ୍ନବୀ ନୋରାଙ୍କ ପୋଷାକ ପିନ୍ଧା ଶୈଳୀକୁ ନକଲ କରିଥିବା କଥା ଏବେ ଚର୍ଚ୍ଚା ହେଉଛି। କାରଣ ଅଧିକାଂଶ ସମୟରେ ନୋରା ହିଁ ଏପରି ବଡ଼ିକନ୍‌ ପୋଷାକରେ ନଜର ଆସିଥାନ୍ତି। ଏହି ଫଟୋଟିରେ ଜାହ୍ନବୀ କେଶ ମୁକୁଳା କରିଥିବା ବେଳେ ହାଲୁକା ମେକ୍‌ଅପ୍‌ ତାଙ୍କୁ ଏକ ଭିନ୍ନ ଲୁକ୍‌ ଦେଇଛି। ବହୁତ କମ୍‌ ସମୟ ମଧ୍ୟରେ ଜାହ୍ନବୀଙ୍କର ଏହି ଫଟୋଟିକୁ ୧୦ଲକ୍ଷରୁ ଅଧିକ ଲାଇକ୍‌ ମିଳିପାରିଛି। ଶେଷଥର ପାଇଁ ଜାହ୍ନବୀ ‘ରୁହି’ ଫିଲ୍ମରେ ଦେଖାଯାଇଥିଲେ। ଆଗାମୀ ଦିନରେ ସେ ‘ଦୋସ୍ତାନା ୨’ ଏବଂ ‘ଗୁଡ ଲକ୍‌ ଜେରି’ରେ ନଜର ଆସିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର