ଖୁବ୍‌ଶୀଘ୍ର ଦ୍ବିତୀୟ ବିବାହ କରିବେ ହ୍ରିତିକ୍‌

The Sakala Picture
Published On

ବଲିଉଡ୍ ସୁପରଷ୍ଟାର୍‌ ହ୍ରିତିକ୍ ରୋଶନଙ୍କ ଦ୍ବିତୀୟ ବିବାହକୁ ନେଇ ସୋସିଆଲ୍‌ ମିଡିଆରେ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଅଭିନେତ୍ରୀ ସବା ଆଜାଦଙ୍କ ପ୍ରେମରେ ପଡ଼ିଛନ୍ତି ହ୍ରିତିକ୍‌। ଦୀର୍ଘଦିନ ଧରି ସେ ସବାଙ୍କୁ ଡେଟ୍ କରିଆସୁଛନ୍ତି। କରନ୍‌ ଜୋହର୍‌ଙ୍କ ୫୦ ତମ ଜନ୍ମଦିନ ପାର୍ଟିରେ ଏହି ପ୍ରେମୀ ଯୁଗଳ ପରସ୍ପରର ହାତ ଧରି ଆସିଥିଲେ। ଦୁହେଁ ଏବେ ସେମାନଙ୍କ ସମ୍ପର୍କକୁ ନେଇ ସିରିୟସ୍‌ ଅଛନ୍ତି। ପରିବାର ଲୋକଙ୍କ ଉପସ୍ଥିତିରେ ଦୁହେଁ ରୀତିନୀତି ଅନୁସାରେ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି […]

ବଲିଉଡ୍ ସୁପରଷ୍ଟାର୍‌ ହ୍ରିତିକ୍ ରୋଶନଙ୍କ ଦ୍ବିତୀୟ ବିବାହକୁ ନେଇ ସୋସିଆଲ୍‌ ମିଡିଆରେ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଅଭିନେତ୍ରୀ ସବା ଆଜାଦଙ୍କ ପ୍ରେମରେ ପଡ଼ିଛନ୍ତି ହ୍ରିତିକ୍‌। ଦୀର୍ଘଦିନ ଧରି ସେ ସବାଙ୍କୁ ଡେଟ୍ କରିଆସୁଛନ୍ତି। କରନ୍‌ ଜୋହର୍‌ଙ୍କ ୫୦ ତମ ଜନ୍ମଦିନ ପାର୍ଟିରେ ଏହି ପ୍ରେମୀ ଯୁଗଳ ପରସ୍ପରର ହାତ ଧରି ଆସିଥିଲେ। ଦୁହେଁ ଏବେ ସେମାନଙ୍କ ସମ୍ପର୍କକୁ ନେଇ ସିରିୟସ୍‌ ଅଛନ୍ତି। ପରିବାର ଲୋକଙ୍କ ଉପସ୍ଥିତିରେ ଦୁହେଁ ରୀତିନୀତି ଅନୁସାରେ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି ନିକଟରେ ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ସେହିପରି ବିବାହକୁ ନେଇ କୌଣସି ତରବରିଆ ନିଷ୍ପତ୍ତି ମଧ୍ୟ ସେମାନେ ନେବାକୁ ଚାହିଁ ନାହାନ୍ତି।

ଆହୁରି ପଢ଼ନ୍ତୁ: ମୁମ୍ବାଇରେ ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ ଅଭିନେତା

୨୦୦୦ ମସିହାରେ ହ୍ରିତିକ୍ ତାଙ୍କର ବାନ୍ଧବୀ ସୁଜେନ୍ ଖାନ୍‌ଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇ ପୁଅ ଅଛନ୍ତି। ହ୍ରିତିକ୍‌ ଓ ସୁଜେନ୍ ୨୦୧୪ରେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଏହା ବିଶ୍ବର ସବୁଠୁ ଦାମୀ ଛାଡ଼ପତ୍ର ବୋଲି ଚର୍ଚ୍ଚା ହେଉଥିଲା। ସୁଜେନ୍ ଏବେ ଅର୍ସଲାନ ଗୋନିଙ୍କୁ ଡେଟ୍‌ କରୁଛନ୍ତି। ହ୍ରିତିକ୍‌ଙ୍କ କାମ କଥା କହିବାକୁ ଗଲେ, ଏବେ ସେ ‘ବିକ୍ରମ୍‌ ବେଧା’ ଫିଲ୍ମରେ ଦେଖାଯିବେ। ଏହି ଫିଲ୍ମ ସେପ୍ଟେମ୍ବର ୩୦ରେ ମୁକ୍ତିଲାଭ କରିବ। ସେହିଭଳି ସେ, ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ‘ଫାଇଟର୍‌’ରେ ଦେଖାଯିବେ। ଏଥିରେ ତାଙ୍କ ବିପକ୍ଷରେ ଅଭିନୟ କରୁଛନ୍ତି ଦୀପିକା ପାଦ୍ୟୁକୋନ୍‌।

ଆହୁରି ପଢ଼ନ୍ତୁ: ଆମୀର ଖାନ ଏବଂ ରଣବୀର କପୁରଙ୍କ ଉପରେ ମଧ୍ୟ ନଜର ରଖିଥିଲେ ସୁଟର, ଟାଇଗର ଶ୍ରଫ୍ ମାମଲାରେ ଆହୁରି ୩ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp