୧୮ ବର୍ଷର ବୈବାହିକ ସମ୍ପର୍କରେ ପଡ଼ିଲା ପୂର୍ଣ୍ଣଛେଦ; ଅଲଗା ହେଲେ ସୁପରଷ୍ଟାର ଧନୁଷ ଓ ଐଶ୍ୱର୍ଯ୍ୟା ରଜନୀକାନ୍ତ

The Sakala Picture
Published On

ନୂଆଦିଲ୍ଲୀ: ଦୀର୍ଘ ୧୮ ବର୍ଷ ବୈବାହିକ ଜୀବନ ବିତାଇବା ପରେ ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଧନୁଷ ଓ ପତ୍ନୀ ଐଶ୍ୱର୍ଯ୍ୟା ଉଭୟ ପରସ୍ପରଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଉଭୟଙ୍କ ମଧ୍ୟରେ ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଉଭୟଙ୍କ ମଧ୍ୟରେ ଛାଡପତ୍ର ହେବା ନେଇ ଧନୁଷ ଟ୍ୱିଟ କରି ସୂଚନା ଦେଇଛନ୍ତି । ଧନୁଷ-ଐଶ୍ବର୍ଯ୍ୟାଙ୍କର ଯାତ୍ରା ଏବଂ ଲିଙ୍ଗା ନାମରେ ଦୁଇ ପୁଅ ଅଛନ୍ତି । ତେବେ ଏହି ଖବର […]

ନୂଆଦିଲ୍ଲୀ: ଦୀର୍ଘ ୧୮ ବର୍ଷ ବୈବାହିକ ଜୀବନ ବିତାଇବା ପରେ ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଧନୁଷ ଓ ପତ୍ନୀ ଐଶ୍ୱର୍ଯ୍ୟା ଉଭୟ ପରସ୍ପରଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଉଭୟଙ୍କ ମଧ୍ୟରେ ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଉଭୟଙ୍କ ମଧ୍ୟରେ ଛାଡପତ୍ର ହେବା ନେଇ ଧନୁଷ ଟ୍ୱିଟ କରି ସୂଚନା ଦେଇଛନ୍ତି । ଧନୁଷ-ଐଶ୍ବର୍ଯ୍ୟାଙ୍କର ଯାତ୍ରା ଏବଂ ଲିଙ୍ଗା ନାମରେ ଦୁଇ ପୁଅ ଅଛନ୍ତି । ତେବେ ଏହି ଖବର ସାମ୍ନାକୁ ଆସିବା ପରେ ସାଉଥ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ସୃଷ୍ଟି ହୋଇଛି । ପୂର୍ବରୁ ଅନେକ ଥର ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଖବର ଶୁଣିବାକୁ ମିଳିଥିଲା, କିନ୍ତୁ ଏହି ଦମ୍ପତି ପ୍ରତ୍ୟେକ ଥର ଏଭଳି ଗୁଜବକୁ ଖଣ୍ଡନ କରିଥିଲେ | ତେବେ ଏଥର ସେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କଠାରୁ ଅଲଗା ହେଉଥିବା କଥା ଧନୂଷ ନିଜେ ସ୍ପଷ୍ଟ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଷ୍ଟାର୍ କିଡ୍ ହେବା ସତ୍ତ୍ୱେ ଜନି ଲିଭରଙ୍କ ଝିଅ ଜେମିଙ୍କୁ ମିଳିଲାନି ଫିଲ୍ମ, କାଷ୍ଟିଂ ଡିରେକ୍ଟରଙ୍କ ଧୋକା ନେଇ କଲେ ଖୁଲାସା

ନିଜ ସୋସିଆଲ୍ ମିଡିଆ ପୋଷ୍ଟରେ ଧନୁଷ ଲେଖିଛନ୍ତି, ୧୮ ବର୍ଷ ଧରି ପରସ୍ପର ପରସ୍ପରର ବନ୍ଧୁ, ଦମ୍ପତି ଏବଂ ଶୁଭେଚ୍ଛୁ ଭାବେ ରହିଥିଲୁ । ଜୀବନ ଯାତ୍ରାରେ ବୁଝାମଣା ରଖିବା ସହିତ ପରସ୍ପର ସହ ଖାପ ଖୁଆଇ ଚଳିଥିଲୁ ଏବଂ ଆଗକୁ ବଢ଼ିଥିଲୁ। କିନ୍ତୁ ଆମେ ଏବେ ଏଭଳି ଏକ ସ୍ଥାନରେ ଛିଡ଼ା ହୋଇଛୁ ଯେଉଁଠି ଆମର ରାସ୍ତା ଏବେ ଭିନ୍ନ । ଐଶ୍ବର୍ଯ୍ୟା ଏବଂ ମୁଁ ଦମ୍ପତି ଭାବେ ଅଲଗା ରହିବାକୁ ନିଷ୍ପତ୍ତି ନେଇଛୁ । ‌ଏହା ସହ ଐଶ୍ଵର୍ଯ୍ୟାଙ୍କ ଭଲ ଭବିଷ୍ୟତ ପାଇଁ ମଧ୍ୟ ଶୁଭ କାମନା କରୁଛି । ସେ ଭଲରେ ରୁହନ୍ତୁ ଏବଂ ଆଗକୁ ବଢନ୍ତୁ । ମୁଁ ଆଶା କରୁଛି ପ୍ରଶଂସକମାନେ ତାଙ୍କ ନିଷ୍ପତ୍ତି ଏବଂ ଗୋପନୀୟତାକୁ ସମ୍ମାନ କରିବେ ବୋଲି କହିଛନ୍ତି ଧନୁଷ ।

ଆହୁରି ପଢ଼ନ୍ତୁ: #MeToo ଅଭିଯୋଗରେ ବର୍ବାଦ ହୋଇଛି ଆଲୋକ ନାଥଙ୍କ ଜୀବନ: ପ୍ରକୃତ ସତ ସାମ୍ନାକୁ ଆଣିଲେ ନାରାୟଣୀ ଶାସ୍ତ୍ରୀ

ସେହିଭଳି ଐଶ୍ୱର୍ଯ୍ୟା ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି କି କୌଣସି କ୍ୟାପସନର ଆବଶ୍ୟକତା ନାହିଁ । କେବଳ ଆପଣଙ୍କ ଭଲପାଇବା ଏବଂ ବୁଝିପାରିବା ଆବଶ୍ୟକ । ଧନୁଷ ଓ ଐଶ୍ୱର୍ଯ୍ୟାଙ୍କ ବିବାହ ବିଚ୍ଛେଦ ଖବର ଶୁଣିବା ପରେ ପ୍ରଶଂସକମାନେ ମଧ୍ୟ ଚକିତ ହୋଇଯାଇଛନ୍ତି । ଧନୁଷଙ୍କ ପୂର୍ବରୁ ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ ଓ ସମନ୍ଥା ଉଭୟ ମଧ୍ୟ ପରସ୍ପରଠାରୁ ଅଲଗା ରହିବାକୁ ନିଷ୍ପତ୍ତି ନେଇଥିଲେ ।

ଆହୁରି ପଢ଼ନ୍ତୁ: 'ସଲମାନ ଖାନ ଡରିଗଲା!' ମଧ୍ୟରାତ୍ରିରେ ଭାଇଜାନଙ୍କ ଦମଦାର ଜିମ୍ ପୋଷ୍ଟ, ଫ୍ୟାନ୍ସଙ୍କ ମଧ୍ୟରେ ଖେଳିଗଲା ଚାଞ୍ଚଲ୍ୟ

18 Jan 2022 By The Sakala

୧୮ ବର୍ଷର ବୈବାହିକ ସମ୍ପର୍କରେ ପଡ଼ିଲା ପୂର୍ଣ୍ଣଛେଦ; ଅଲଗା ହେଲେ ସୁପରଷ୍ଟାର ଧନୁଷ ଓ ଐଶ୍ୱର୍ଯ୍ୟା ରଜନୀକାନ୍ତ

ନୂଆଦିଲ୍ଲୀ: ଦୀର୍ଘ ୧୮ ବର୍ଷ ବୈବାହିକ ଜୀବନ ବିତାଇବା ପରେ ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଧନୁଷ ଓ ପତ୍ନୀ ଐଶ୍ୱର୍ଯ୍ୟା ଉଭୟ ପରସ୍ପରଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଉଭୟଙ୍କ ମଧ୍ୟରେ ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଉଭୟଙ୍କ ମଧ୍ୟରେ ଛାଡପତ୍ର ହେବା ନେଇ ଧନୁଷ ଟ୍ୱିଟ କରି ସୂଚନା ଦେଇଛନ୍ତି । ଧନୁଷ-ଐଶ୍ବର୍ଯ୍ୟାଙ୍କର ଯାତ୍ରା ଏବଂ ଲିଙ୍ଗା ନାମରେ ଦୁଇ ପୁଅ ଅଛନ୍ତି । ତେବେ ଏହି ଖବର ସାମ୍ନାକୁ ଆସିବା ପରେ ସାଉଥ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ସୃଷ୍ଟି ହୋଇଛି । ପୂର୍ବରୁ ଅନେକ ଥର ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଖବର ଶୁଣିବାକୁ ମିଳିଥିଲା, କିନ୍ତୁ ଏହି ଦମ୍ପତି ପ୍ରତ୍ୟେକ ଥର ଏଭଳି ଗୁଜବକୁ ଖଣ୍ଡନ କରିଥିଲେ | ତେବେ ଏଥର ସେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କଠାରୁ ଅଲଗା ହେଉଥିବା କଥା ଧନୂଷ ନିଜେ ସ୍ପଷ୍ଟ କରିଛନ୍ତି ।

ନିଜ ସୋସିଆଲ୍ ମିଡିଆ ପୋଷ୍ଟରେ ଧନୁଷ ଲେଖିଛନ୍ତି, ୧୮ ବର୍ଷ ଧରି ପରସ୍ପର ପରସ୍ପରର ବନ୍ଧୁ, ଦମ୍ପତି ଏବଂ ଶୁଭେଚ୍ଛୁ ଭାବେ ରହିଥିଲୁ । ଜୀବନ ଯାତ୍ରାରେ ବୁଝାମଣା ରଖିବା ସହିତ ପରସ୍ପର ସହ ଖାପ ଖୁଆଇ ଚଳିଥିଲୁ ଏବଂ ଆଗକୁ ବଢ଼ିଥିଲୁ। କିନ୍ତୁ ଆମେ ଏବେ ଏଭଳି ଏକ ସ୍ଥାନରେ ଛିଡ଼ା ହୋଇଛୁ ଯେଉଁଠି ଆମର ରାସ୍ତା ଏବେ ଭିନ୍ନ । ଐଶ୍ବର୍ଯ୍ୟା ଏବଂ ମୁଁ ଦମ୍ପତି ଭାବେ ଅଲଗା ରହିବାକୁ ନିଷ୍ପତ୍ତି ନେଇଛୁ । ‌ଏହା ସହ ଐଶ୍ଵର୍ଯ୍ୟାଙ୍କ ଭଲ ଭବିଷ୍ୟତ ପାଇଁ ମଧ୍ୟ ଶୁଭ କାମନା କରୁଛି । ସେ ଭଲରେ ରୁହନ୍ତୁ ଏବଂ ଆଗକୁ ବଢନ୍ତୁ । ମୁଁ ଆଶା କରୁଛି ପ୍ରଶଂସକମାନେ ତାଙ୍କ ନିଷ୍ପତ୍ତି ଏବଂ ଗୋପନୀୟତାକୁ ସମ୍ମାନ କରିବେ ବୋଲି କହିଛନ୍ତି ଧନୁଷ ।

ସେହିଭଳି ଐଶ୍ୱର୍ଯ୍ୟା ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି କି କୌଣସି କ୍ୟାପସନର ଆବଶ୍ୟକତା ନାହିଁ । କେବଳ ଆପଣଙ୍କ ଭଲପାଇବା ଏବଂ ବୁଝିପାରିବା ଆବଶ୍ୟକ । ଧନୁଷ ଓ ଐଶ୍ୱର୍ଯ୍ୟାଙ୍କ ବିବାହ ବିଚ୍ଛେଦ ଖବର ଶୁଣିବା ପରେ ପ୍ରଶଂସକମାନେ ମଧ୍ୟ ଚକିତ ହୋଇଯାଇଛନ୍ତି । ଧନୁଷଙ୍କ ପୂର୍ବରୁ ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ ଓ ସମନ୍ଥା ଉଭୟ ମଧ୍ୟ ପରସ୍ପରଠାରୁ ଅଲଗା ରହିବାକୁ ନିଷ୍ପତ୍ତି ନେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର